‘ଟ୍ରେନିଂ ଅନ୍‌ ହ୍ବିଲ୍ସ’ ପ୍ରକଳ୍ପର ଶୁଭାରମ୍ଭ କଲେ ଉପମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର,୭ା୧୦(ଅନୁରାଧା ମହାରଣା): ‘କେୟାର ବିୟଣ୍ଡ ପାୱାର- ବିକଜ୍‌ ପିପୁଲ ମ୍ୟାଟର’। ବିଦ୍ୟୁତ୍‌ ସେବା କ୍ଷେତ୍ରରେ ସାମଗ୍ରିକ ବିକାଶ ଏବଂ କର୍ମଚାରୀ କଲ୍ୟାଣ ପାଇଁ ଟାଟା ପାଓ୍ବାର ପକ୍ଷରୁ ଏମିତି ଏକ ଥିମ୍‌କୁ ନେଇ ଉତ୍ସର୍ଗୀକୃତ ପ୍ରୟାସ ‘ଓଡ଼ିଶା ୨.୦’ ଆରମ୍ଭ ହୋଇଛି। ଉପମୁଖ୍ୟମନ୍ତ୍ରୀ କନକ ବର୍ଦ୍ଧନ ସିଂଦେଓ ଭୁବନେଶ୍ୱରସ୍ଥିତ ବିଦ୍ୟୁତ୍‌ ବଣ୍ଟନ ପ୍ରଯୁକ୍ତିବିଦ୍ୟା କେନ୍ଦ୍ରରେ ଓଡ଼ିଶା ୨.୦ ଅନ୍ତର୍ଗତ ‘ଟ୍ରେନିଂ ଅନ୍‌ ହ୍ବିଲ୍ସ’ ପ୍ରକଳ୍ପକୁ ପତାକା ଦେଖାଇ ଶୁଭାରମ୍ଭ କରିଛନ୍ତି। କାର୍ଯକ୍ରମରେ ଦିଗପହଣ୍ଡି ବିଧାୟକ ସିଦ୍ଧାନ୍ତ ମହାପାତ୍ର, କୋରେଇ ବିଧାୟକ ଆକାଶ ଦାସ ନାୟକ, ଅଭିନେତ୍ରୀ ଅନୁ ଚୌଧୁରୀ, ଟିପିଏନ୍‌ଓଡିଏଲ୍‌ର ସିଇଓ ତଥା ଓଡିଶା ପାୱାର ଡିଷ୍ଟ୍ରିବ୍ୟୁଶନ (ବିଜ୍‌ନେସ)ର ମୁଖ୍ୟ ଗଜାନନ କାଲେ ଏବଂ ଟିପିସିଓଡିଏଲ୍‌ର ସିଇଓ ଅରଭିନ୍ଦ ସିଂହ ପ୍ରମୁଖ ଉପସ୍ଥିତ ଥିଲେ। ଓଡ଼ିଶା ୨.୦ ବିଭିନ୍ନ ଲୋକାଭିମୁଖୀ ପ୍ରକଳ୍ପକୁ ନେଇ ତିଆରି ହୋଇଛି। ଏଥିରେ ଟ୍ରେନିଂ ଅନ୍‌ ହ୍ବିଲ୍ସ, ଅତ୍ୟାଧୁନିକ ଅଫିସ୍‌ ଭିତ୍ତିଭୂମି, କର୍ମଚାରୀ ସଂଯୋଗ, ବ୍ୟବସାୟ ସହଯୋଗୀଙ୍କ ଜୀବନକୁ ଛୁଇଁବା ଭଳି କିଛି ପଦକ୍ଷେପ, ହାତ ପାହାନ୍ତାରେ ଚିକିତ୍ସା ସୁବିଧା ଏବଂ ତୃଣମୂଳ ସ୍ତରରେ କ୍ରୀଡା ପ୍ରତିଯୋଗିତା ଆଦି ରହିଛି। ଟ୍ରେନିଂ ଅନ୍‌ ହ୍ବିଲ୍ସ ଅଧୀନରେ ତାଲିମ ଭିତ୍ତିଭୂମିକୁ ଓଡ଼ିଶାର ୧.୫୪ ଲକ୍ଷ ବର୍ଗ କି.ମି. ସେବା କ୍ଷେତ୍ରରେ ଥିବା ଫ୍ୟୁଜ୍‌ କଲ୍‌ ସେଣ୍ଟର ଏବଂ ପିଏସ୍‌ଏସ୍‌ଗୁଡ଼ିକରେ କାର୍ଯ୍ୟରତ କର୍ମଚାରୀଙ୍କ ପାଖକୁ ପହଞ୍ଚାଯିବ, ଯାହା ୭୪୩ଟି ସେକ୍ସନକୁ କଭର କରିବ। ଏହି ପ୍ରକଳ୍ପ ବୈଦ୍ୟୁତିକ ସୁରକ୍ଷା, ଆଚରଣଗତ ସୁରକ୍ଷା, ଅତ୍ୟାବଶ୍ୟକ ସୁରକ୍ଷା ଅଭ୍ୟାସ, ବୈଷୟିକ ତାଲିମ, ଉଚ୍ଚତାରେ କାମ କରିବା ସମୟରେ ସୁରକ୍ଷା ଏବଂ ପ୍ରାଥମିକ ଚିକିତ୍ସା ଏବଂ ଜରୁରିକାଳୀନ ପରିଚାଳନା ଉପରେ ତାଲିମ ପ୍ରଦାନ କରିବ। ଏହି ଅବସରରେ ଉପମୁଖ୍ୟମନ୍ତ୍ରୀ ସିଂ ଦେଓ କହିଛନ୍ତ ଏହି ‘ଟ୍ରେନିଂ ଅନ୍‌ ହ୍ବିଲ୍ସ’ ପଦକ୍ଷେପ ଆମ ଲୋକଙ୍କ ବୈଷୟିକ ଦକ୍ଷତା ବୃଦ୍ଧି କରିବାରେ ବହୁତ ସାହାଯ୍ୟ କରିବ। ଗଜାନନ କାଲେ କହିଛନ୍ତି, ଚଳିତ ବର୍ଷ ରାଜ୍ୟର ୪ଟି ଓଡ଼ିଶା ଡିସ୍‌କମ୍‌ ୫ ବର୍ଷ ପୂରଣ କରୁଛନ୍ତି। ଏହି ସମୟ ମଧ୍ୟରେ ଆମେ ଅନେକ ସଫଳତା ହାସଲ କରିଛୁ। ଟ୍ରେନିଂ ଅନ୍‌ ହ୍ବିଲ୍ସର ପ୍ରୋଜେକ୍ଟ ମେଣ୍ଟର ଅରଭିନ୍ଦ ସିଂହ କହିଛନ୍ତି, ଓଡ଼ିଶାର ପ୍ରତ୍ୟେକ କୋଣରେ ସୁରକ୍ଷା ଏବଂ ବୈଷୟିକ ଶିକ୍ଷାକୁ ସୁଗମ କରିବା ପାଇଁ ଟ୍ରେନିଂ ଅନ୍‌ ହ୍ବିଲ୍ସ ଏକ ଅନନ୍ୟ ପଦକ୍ଷେପ। ବ୍ୟବହାରିକ ସୁରକ୍ଷା ଏବଂ ବୈଷୟିକ ମଡ୍ୟୁଲ୍‌ ଉପରେ କେନ୍ଦ୍ରିତ ଏହି ପଦକ୍ଷେପ ଦୀର୍ଘସ୍ଥାୟୀ ଏବଂ ପ୍ରଭାବଶାଳୀ ସୁରକ୍ଷା ସଂସ୍କୃତି ସୃଷ୍ଟି କରିବାରେ ସାହାଯ୍ୟ କରିବ।


Enter your email to get our daily news in your inbox.

All Right Reserved By Dharitri.Com

ଘରୁ ଲକ୍ଷାଧିକ ଟଙ୍କା ଚୋରି ଘଟଣା; ୯୨ ହଜାର ୫ ଶହ ଟଙ୍କା ଜବତ, ୩ ନାବାଳକ କରିଥିଲେ…

ଦିଗପହଣ୍ଡି/ଚିକିଟି,୨୨।୩(ଅଶେଷ ନାଥ ମିଶ୍ର/ ପ୍ରକାଶ ଚନ୍ଦ୍ର ସାହୁ): ଗଞ୍ଜାମ ଜିଲା ଚିକିଟିପେଣ୍ଠ ଗ୍ରାମ ପଦ୍ମନଗର ୬ଷ୍ଠ ଲେନ ବାସିନ୍ଦା ମଙ୍ଗୁଳୁ ପ୍ରଧାନଙ୍କ ଘରୁ ଚୋରି ଘଟଣାରେ ପୋଲିସକୁ…

ପଞ୍ଜାବ କିଙ୍ଗ୍ସକ ଦଳକୁ ନେଇ ବଡ଼ ମତ ରଖିଲେ ଇର୍ଫାନ ପଠାନ, ଜାଣନ୍ତୁ…

ନୂଆଦିଲ୍ଲୀ,୨୨ା୩: ଭାରତର ପୂର୍ୱତନ ଅଲରାଉଣ୍ଡର ଇର୍ଫାନ ପଠାନଙ୍କ ମତରେ ପଞ୍ଜାବ କିଙ୍ଗ୍ସ (ପିବିକେଏସ୍‌) ଏବେ ଉଚିତ ଦିଗରେ ଆଗଉଛି। ଦଳ ଅକ୍ସନରେ ଭଲ କରିବା ସହ ଚଳିତ…

ପାରିବାରିକ କଳହର କରୁଣ ପରିଣତି; ଆତ୍ମହତ୍ୟା କଲେ ନବବଧୂ, କାରଣ ଜାଣିଲେ…

ଦିଗପହଣ୍ଡି,୨୨।୩(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ଷ୍ଟେଟବ୍ୟାଙ୍କ ସମ୍ମୁଖ ରାମଚନ୍ଦ୍ର ନଗରରେ ରହୁଥିବା ଚନ୍ଦ୍ରମା ଗୌଡ଼ (୨୮)ନାମକ ଜଣେ ନବବଧୂ ଆତ୍ମହତ୍ୟା କରିଥିବା ଜଣାପଡିଛି ।…

ବସ୍‌ରେ ଚାଲାଣ ହେଉଥିଲା କଫସିରଫ: ମାଡ଼ି ବସିଲା ପୋଲିସ

ଡୁଙ୍ଗୁରିପାଲି,୨୨।୩(ଦୀନବନ୍ଧୁ ସୁନା): ସୁବର୍ଣ୍ଣପୁର ଜିଲା ଡୁଙ୍ଗୁରିପାଲି ବ୍ଲକ ରାମପୁର ଥାନା ପୋଲିସ ରବିବାର ୟ୧୫ ସହ ବୋତଲ କଫସିରଫ ଜବତ କରି ୩ଜଣ ଅଭିଯୁକ୍ତଙ୍କୁ ଗିରଫ କରି…

ବେପରୁଆ ଗାଡି ଚାଳନା, ଚକା ଫାଟି ଭାଙ୍ଗିଲା ଘର କାଚ

ଗଞ୍ଜାମ,୨୨।୩(ବିଦ୍ୟାଧର ସାହୁ ): ଗଞ୍ଜାମ ସହର ସ୍ଥିତ ଗ୍ରାସୀମ କମ୍ପାନୀକୁ ବିଭିନ୍ନ କାମରେ ଦୈନଦିନ ଶହ ଶହ ଟ୍ରକ ଟ୍ରାକ୍ଟର ଦଶ ଚକିଆ ଭାରୀଯାନ ଯାତାୟତ କରୁଛି…

ଧରିତ୍ରୀ ପ୍ରଭାବ: ସଜଡା ହେଲା ବ୍ଲକ ଗେଟ୍‌, ମରାମତି ହେଲା ‘ମରଣଯନ୍ତା’

ଥୁଆମୂଳ ରାମପୁର,୨୨।୩(ଦୁର୍ଗା କୀର୍ତ୍ତି): ଜନସାଧାରଣଙ୍କ ସମସ୍ୟା ସମାଧାନର ପେଣ୍ଠସ୍ଥଳ କୁହାଯାଉଥିବା ଥୁଆମୂଳ ରାମପୁର ପଞ୍ଚାୟତ ସମିତି କାର୍ଯ୍ୟାଳୟର ମୁଖ୍ୟ ପ୍ରବେଶ ପଥ ଏବେ ସମ୍ପୂର୍ଣ୍ଣ ସୁରକ୍ଷିତ ହୋଇଛି…

ବିଶ୍ୱଶାନ୍ତି ପାଇଁ ପଞ୍ଚକୁଣ୍ଡୀୟ ରୁଦ୍ର ମହାଯଜ୍ଞ

ଦିଗପହଣ୍ଡି,୨୨।୩(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ବ୍ଳକ ବମକୋଇ ପଞ୍ଚାୟତ ମଦନମୋହନପୁର ଗ୍ରାମସ୍ଥିତ ଶ୍ରୀ ମହାକାଳେଶର ଶୈବପୀଠରେ ବଶ୍ୱଶାନ୍ତି ପଞ୍ଚକୁଣ୍ଡୀୟ ରୁଦ୍ର ମହାଯଜ୍ଞ ପାଇଁ ପ୍ରସ୍ତୁତି…

ଯାତ୍ରୀଙ୍କୁ ମୃତ୍ୟୁମୁଖରୁ ବଞ୍ଚାଇଲେ ଆରପିଏଫ୍ କନେଷ୍ଟବଳ, ଟ୍ରେନରେ….

ରାୟଗଡ଼ା,୨୨।୩(ଆଶିଷ ରଞ୍ଜନ ପଣ୍ଡା): ଆରପିଏଫ କନଷ୍ଟେବଳଙ୍କ ସତର୍କତା କାରଣରୁ ମୃତ୍ୟୁମୁଖରୁ ଅଳ୍ପକେ ବର୍ତ୍ତିଗଲେ ଯାତ୍ରୀ । ଏଭଳି ଦୃଶ୍ୟ ଦେଖିବାକୁ ମିଳିଛି ରାୟଗଡ଼ା ରେଳ ଷ୍ଟେସନରେ ।…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri