ବଲାଙ୍ଗୀର,୧୩ା୯(ସୁନୀଲ କୁମାର ମହାନ୍ତି): ବଲାଙ୍ଗୀର ଶାସ୍ତ୍ରୀନଗରସ୍ଥିତ ଏସଭିନିରତାର୍ ସଂଯୁକ୍ତ ଆଞ୍ଚଳିକ କେନ୍ଦ୍ରଠାରେ ଦିବ୍ୟାଙ୍ଗମାନଙ୍କୁ ବିଭିନ୍ନ ବ୍ୟବହାରଯୋଗ୍ୟ ଉପକରଣ ଓ ଯନ୍ତ୍ରପାତି ବଣ୍ଟନ କରାଯାଇଥିଲା। ମୁଖ୍ୟଅତିଥି ଭାବେ ଉପମୁଖ୍ୟମନ୍ତ୍ରୀ କନକ ବର୍ଦ୍ଧନ ସିଂଦେଓ, ସମ୍ମାନିତ ଅତିଥି ଭାବେ ଲୋକ ସଭା ଏମ୍ପି ସଙ୍ଗୀତା କୁମାରୀ ସିଂଦେଓ ଓ ଜିଲାପାଳ ଗୌରବ ଶିବାଜୀ ଇସଲଓ୍ବାର ଯୋଗଦାନ କରି ଉପକରଣ ବଣ୍ଟନ କରିଥିଲେ।
ଏହି ଅବସରରେ ଉପମୁଖ୍ୟମନ୍ତ୍ରୀ ସିଂଦେଓ ଏସ୍ଭିନିରତାର୍ ସଂଯୁକ୍ତ ଆଞ୍ଚଳିକ କେନ୍ଦ୍ରର ଜମି ସମସ୍ୟା ଓ ଜବରଦଖଲ ଉଚ୍ଛେଦ ଉପରେ କଡ଼ା ଟିପ୍ପଣୀ ଦେଇଥିଲେ। ଆଗକୁ ଏହି ପ୍ରତିଷ୍ଠାନକୁ ଆହୁରି ଉନ୍ନତ କରାଯିବ ବୋଲି କହିଥିଲେ। ଏହି କାର୍ଯ୍ୟକ୍ରମରେ କଟକ ଏସ୍ଭିନିରତାର୍ ଡାଇରେକ୍ଟର ପତିତପାବନ ମହାନ୍ତି ଓ ବଲାଙ୍ଗୀର କେନ୍ଦ୍ର ଡାଇରେକ୍ଟର ଗୁରୁବକ୍ସ ଚାନ୍ଦ ଜଗୋଟା ଓ ଅନ୍ୟମାନେ ଉପସ୍ଥିତ ଥିଲେ। ଏହି ଶୁଭ ଅବସରରେ ଏସ୍ଭିନିରତାର୍ ସଂଯୁକ୍ତ ଆଞ୍ଚଳିକ କେନ୍ଦ୍ରର କର୍ମକର୍ତ୍ତାମାନେ ଅତିଥିମାନଙ୍କୁ ସ୍ବାଗତ ସମ୍ବର୍ଦ୍ଧନା କରିଥିଲେ। କାର୍ଯ୍ୟକ୍ରମ ଶେଷରେ ବଲାଙ୍ଗୀର କେନ୍ଦ୍ର ଡାଇରେକ୍ଟର ଜଗୋଟା ଧନ୍ୟବାଦ ଅର୍ପଣ କରିଥିଲେ।