ଇକୋ ରିଟ୍ରିଟ୍‌ ଉଦ୍‌ଘାଟନ କଲେ ଉପମୁଖ୍ୟମନ୍ତ୍ରୀ, ପର୍ଯ୍ୟଟକ ପାଇବେ ଏସବୁ ସୁବିଧା

କୋରାପୁଟ,୧୫ା୧୧(ଅମିତାଭ ବେହେରା): କୋରାପୁଟ ଜିଲାର ସେମିଳିଗୁଡା ବ୍ଲକ ଅନ୍ତର୍ଗତ ଦୁଧାରୀ ପଞ୍ଚାୟତସ୍ଥିତ ପୁଟସିଲଠାରେ ଶନିବାର ଇକୋ ରିଟ୍ରିଟ୍‌ ୨୦୨୫ର ଆଭାସୀ ମାଧ୍ୟମରେ ରାଜ୍ୟ ଉପମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡ଼ା ଆନୁଷ୍ଠାନିକ ଭାବେ ଉଦ୍‌ଘାଟନ କରିଛନ୍ତି। ପୁଟସିଲଠାରେ ପଟାଙ୍ଗୀ ବିଧାୟକ ରାମଚନ୍ଦ୍ର କାଡାମ ମୁଖ୍ୟ ଅତିଥି ଭାବେ ଯୋଗ ଦେଇଥିବାବେଳେ କୋରାପୁଟ ଜିଲାପାଳ ମନୋଜ ସତ୍ୟବାନ ମହାଜନ, ଅତିରିକ୍ତ ଜିଲାପାଳ ତପନ କୁମାର ନାୟକ, ଜିଲାପରିଷଦ ମୁଖ୍ୟ ଉନ୍ନୟନ ଅଧିକାରୀ ତଥା ନିର୍ବାହୀ ଅଧିକାରୀ ବେଣୁଧର ଶବର, ସେମିଳିଗୁଡ଼ା ଗୋଷ୍ଠୀ ଉନୟନ ଅଧିକାରୀ ଜସ୍ମିନ କୁମାର ପ୍ରଧାନ, ତହସିଲଦାର ଦେବବ୍ରତ କରାଟି, ବ୍ଲକ ଅଧ୍ୟକ୍ଷା ଲିଲି ଅଣ୍ଟାବିରିଆ,ଦୁଧାରୀ ସମିତି ସଭ୍ୟ ସୁଷମା ପାଙ୍ଗି, ସରପଞ୍ଚ ମାଧବ ନନ୍ଦିବାଲୀ, ଜିଲା ପରିଷଦ ସଭ୍ୟ ମୋହନ ଜାନି ଉପସ୍ଥିତ ଥିଲା।

ଏହି ଇକୋ ରିଟ୍ରିଟ୍‌ ଆଜିଠାରୁ ପର୍ଯ୍ୟଟକଙ୍କ ପାଇଁ ଆସନ୍ତା ଫେବୃଆରୀ ମାସ ପର୍ଯ୍ୟନ୍ତ ଖୋଲା ରହିବ। ସମୁଦାୟ ୨୫ଟି ସୁଟ ରହିଛି। ପଞ୍ଚତାରକା ହୋଟେଲର ସୁବିଧା ଏଠି ପର୍ଯ୍ୟଟକମାନେ ପାଇପାରିବେ ବୋଲି ଜିଲାପାଳ ପ୍ରକାଶ କରିଥିଲେ। ଭାରପ୍ରାପ୍ତ ଜିଲା ପର୍ଯ୍ୟଟନ ଅଧିକାରୀ ସୟଦ ସବୀର ସାହା କାର୍ଯ୍ୟକ୍ରମକୁ ପରିଚାଳନା କରିଥିଲେ।

Dharitri – Odisha’s No.1 Trusted Odia Daily

Share