ଘରୋଇ ବ୍ୟାଙ୍କରେ କମୁଛି ଜମା, ବଢ଼ୁଛି ଋଣ

ଭୁବନେଶ୍ୱର, ୨୦।୭(ଅନୁରାଧା ମହାରଣା): ଘରୋଇ ବ୍ୟାଙ୍କଗୁଡ଼ିକରେ ଋଣ ଏବଂ ଜମା ଅଭିବୃଦ୍ଧି ହାରରେ ଥିବା ପାର୍ଥକ୍ୟ ଲଗାତର ଭାବେ ବଢ଼ିବାକୁ ଲାଗିଛି। ଏହାକୁ ନେଇ ଭାରତୀୟ ରିଜର୍ଭ ବ୍ୟାଙ୍କ(ଆର୍‌ବିଆଇ) ଗଭର୍ନର ଶକ୍ତିକାନ୍ତ ଦାସ ଉଦ୍‌ବେଗ ପ୍ରକାଶ କରିଛନ୍ତି। ସେ କହିଛନ୍ତି, ଋଣ ଏବଂ ଜମା ଟଙ୍କା ମଧ୍ୟରେ ପାର୍ଥକ୍ୟ ରହିବା ବଡ଼ କଥା ନୁହେଁ ମାତ୍ର ସିଆର୍‌ଆର୍‌, ଏସ୍‌ଏଲ୍‌ଆର୍‌, ଏଲ୍‌ସିଆର୍‌ ବଜାୟ ରଖିବା ପରିବର୍ତ୍ତେ ଏ କ୍ଷେତ୍ରରେ ଦେଖାଯାଉଥିବା ମାତ୍ରାଧିକ ତାରତମ୍ୟ ଅର୍ଥନୀତି ପାଇଁ ଶୁଭଙ୍କର ନୁହେଁ। ମୁମ୍ବାଇରେ ଏକ ସମ୍ମିଳନୀକୁ ସମ୍ବୋଧିତ କରି ଦାସ କହିଛନ୍ତି, ପ୍ରତ୍ୟେକ ଋଣ ଜମାକାରୀଙ୍କ ନାମରେ କିମ୍ବା ତାଙ୍କ ଆକାଉଣ୍ଟ ବାଲାନ୍ସରେ ଏକ ନୂତନ ଜମା ସୃଷ୍ଟି କରିଥାଏ। ଅନ୍ୟ ଅର୍ଥରେ, ବ୍ୟାଙ୍କିଙ୍ଗ୍‌ ସିଷ୍ଟମରେ ଟଙ୍କା ସୃଷ୍ଟିକରେ। ମାତ୍ର ମୌଳିକ କଥା ହେଉଛି ଋଣ ଏବଂ ଜମା ଅଭିବୃଦ୍ଧି ମଧ୍ୟରେ ଠିକ୍‌ ସନ୍ତୁଳନ ରହିବା ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ। ଜମା ସଂଗ୍ରହ ଗତ କିଛିଦିନ ଧରି ଋଣ ହାରରେ ଅଭିବୃଦ୍ଧିଠାରୁ ପଛରେ ପଡ଼ିଛି। ଶକ୍ତିକାନ୍ତ କହିଛନ୍ତି, ପରିବାର ଏବଂ ଗ୍ରାହକ ସର୍ବଦା ନିଜ ସଞ୍ଚୟକୁ ବ୍ୟାଙ୍କରେ ଜମା କରନ୍ତି କିମ୍ବା ସଞ୍ଚୟରେ ବିନିଯୋଗ କରନ୍ତ। ମାତ୍ର ବର୍ତ୍ତମାନ ସେମାନେ ପୁଞ୍ଜିବଜାର କିମ୍ବା ଅନ୍ୟାନ୍ୟ ଆର୍ଥିକ ଉପକରଣରେ ବିନିଯୋଗ କରିବାକୁ ଆଗ୍ରହ ପ୍ରକାଶ କରୁଛନ୍ତି। ଏହା ସତ୍ତ୍ୱେ ବ୍ୟାଙ୍କଗୁଡିକର ଜମା ପରିବାରର ଆର୍ଥିକ ସମ୍ପତ୍ତିରେ ଏକ ପ୍ରମୁଖ ଅଂଶ ହୋଇଥିଲେ ମଧ୍ୟ ଏହାର ଅଂଶ କ୍ରମାଗତ ଭାବରେ ହ୍ରାସ ପାଉଛି । ଲୋକମାନେ ବର୍ତ୍ତମାନ ମ୍ୟୁଚୁଆଲ ଫଣ୍ଡ, ବୀମା ପାଣ୍ଠି କିମ୍ବା ପେନ୍‌ସନ ପାଣ୍ଠିରେ ସେମାନଙ୍କ ଅର୍ଥ ସଞ୍ଚୟ କରୁଛନ୍ତି। ବ୍ୟାଙ୍କ ବଦଳରେ ନିଜ ସଞ୍ଚୟକୁ ଅନ୍ୟ ସ୍ଥାନରେ ବିନିଯୋଗ କରୁଛନ୍ତି । ଜମା ଟଙ୍କା ହ୍ରାସକୁ ନେଇ ଆର୍‌ବିଆଇ ଗଭର୍ନର ପ୍ରଥମଥର ପାଇଁ ନୁହେଁ ବରଂ ପୂର୍ବରୁ ଏକାଧିକ ଥର ଚିନ୍ତା ପ୍ରକଟ କରିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଜାଲରେ ଛନ୍ଦି ହୋଇଥିଲା ୮ ଫୁଟର ଅଜଗର, ଟାମଣା ଘାଟି ଜଙ୍ଗଲରେ….

ଛତ୍ରପୁର,୪ା୧୦(ଦିଲ୍ଲୀପ ସାମଲ /ଦ୍ଵାରିକା ପଟ୍ଟନାୟକ): ଛତ୍ରପୁର ବ୍ଲକ ଅନ୍ତର୍ଗତ ଅନ୍ତନ୍ତପୁର ଓ ସୀତାରାମପୁର ଦେଇ ଯାଇଥିବା ଏକ ନାଳରୁ ୮ ଫୁଟିଆ ଅଜଗର ସାପ ଉଦ୍ଧାର କରାଯାଇଛି…

ଏସିଆନ ଗେମ୍ସର ୨୦ତମ ସଂସ୍କରଣ ଉଦ୍‌ଯାପିତ

ନାଗୋୟା,୪ା୧୦: ଜାପାନର ପରମ୍ପରା ଓ ଆତିଥ୍ୟକୁ ପ୍ରଦର୍ଶିତ କରୁଥିବା ଲାଇଟ୍‌ ଓ ମ୍ୟୁଜିକାଲ ଶୋ’ ସହିତ ଏସିଆନ ଗେମ୍ସର ୨୦ତମ ସଂସ୍କରଣ ରବିବାର ଉଦ୍‌ଯାପିତ ହୋଇଯାଇଛି। ଦୁଇ…

ବୈଭବ ସୂର୍ଯ୍ୟବଂଶୀଙ୍କ ବଡ଼ ଗୁମର ଖୋଲିଲେ ଆୟର, ସମୟ ଆସିଲେ….

ନୂଆଦିଲ୍ଲୀ,୪।୧୦: ୱେଷ୍ଟଇଣ୍ଡିଜ୍ ବିପକ୍ଷ ଟି-୨୦ ସିରିଜ୍‌ ପୂର୍ବରୁ ଭାରତୀୟ ଟି-୨୦ ଦଳର ଅଧିନାୟକ ଶ୍ରେୟସ ଆୟର ଦଳର ଖେଳ ରଣନୀତି ଓ ଯୁବ ଖେଳାଳି ବୈଭବ ସୂର୍ଯ୍ୟବଂଶୀଙ୍କୁ…

ପ୍ରଣବ ବଳବନ୍ତରାୟଙ୍କ ଗାଡ଼ିକୁ ଟେକାମାଡ଼, ବୈଠକ ସାରି ବାହାରିଲା ବେଳେ …

ଭୁବନେଶ୍ବର,୪।୧୦: ପୂର୍ବତନ ବିଧାୟକ ପ୍ରଣବ ବଳବନ୍ତରାୟଙ୍କ ଗାଡ଼ିକୁ ଟେକାମାଡ଼ ହୋଇଛି । ବୈଠକ ସାରି ଫେରୁଥିବା ବେଳେ କିଛି ବ୍ୟକ୍ତି ତାଙ୍କ ଗାଡି ଉପରକୁ ଟେକା ଫିଙ୍ଗିଥିବା…

ବୀରେନ୍ଦ୍ର ସେହୱାଗଙ୍କ ପୁଅଙ୍କୁ ମିଳିଲା ବଡ଼ ଦାୟିତ୍ବ, ଏହି ଦଳର ହେବେ ଅଧିନାୟକ

ନୂଆଦିଲ୍ଲୀ,୪।୧୦: ଭାରତୀୟ କ୍ରିକେଟ୍‌ ଟିମ୍‌ର ପୂର୍ବତନ ଓପନର୍‌ ବୀରେନ୍ଦ୍ର ସେହୱାଗଙ୍କ ୧୮ ବର୍ଷୀୟ ପୁଅ ଆର୍ଯ୍ୟବୀର ସେହୱାଗଙ୍କୁ ଘରୋଇ କ୍ରିକେଟ୍‌ରେ ବଡ଼ ଦାୟିତ୍ୱ ମିଳିଛି । ଆଗାମୀ…

FSSAI ର ବଡ଼ କାର୍ଯ୍ୟାନୁଷ୍ଠାନ: ‘କ୍ରିଏଟିଭ୍ ବେକର୍ସ’ର ଲାଇସେନ୍ସ ନିଲମ୍ବିତ, ‘ଏଭରେଷ୍ଟ ଜିରା ପାଉଡର’ ବଜାରରୁ ପ୍ରତ୍ୟାହାର ନିର୍ଦ୍ଦେଶ

ନୂଆଦିଲ୍ଲୀ,୪।୧୦: ଖାଦ୍ୟ ସୁରକ୍ଷା ନିୟମର କଡ଼ା ଉଲ୍ଲଂଘନ ଅଭିଯୋଗରେ ଫୁଡ୍ ସେଫ୍ଟି ଆଣ୍ଡ ଷ୍ଟାଣ୍ଡାର୍ଡସ ଅଥରିଟି ଅଫ୍ ଇଣ୍ଡିଆ (FSSAI) ଦୁଇଟି ପ୍ରମୁଖ ଖାଦ୍ୟ ପ୍ରସ୍ତୁତକାରୀ କମ୍ପାନୀ…

ମିଳିଲାନି ଷ୍ଟ୍ରେଚର, ଦିବ୍ୟାଙ୍ଗ ଭାଇଙ୍କୁ ପିଠିରେ ବୋହି ୱାର୍ଡକୁ ନେଲେ ଭଉଣୀ, ଭିଡିଓ ଦେଖିଲେ ଥରିଉଠିବ….

ଭୋପାଳ,୪ା୧୦: ସରକାରୀ ହସ୍ପିଟାଲରେ ରୋଗୀଙ୍କୁ ମିଳୁଥିବା ସୁବିଧାକୁ ନେଇ ପୁଣି ପ୍ରଶ୍ନ ଉଠିଛି । ମଧ୍ୟପ୍ରଦେଶର ଗୁନା ଜିଲାରୁ ଏଭଳି ଏକ ଭିଡିଓ ସାମ୍ନାକୁ ଆସିଛି, ଯାହା…

ନୟାପଲ୍ଲୀ ବଳାତ୍କାର ମାମଲା: ମୁଖ୍ୟ ଅଭିଯୁକ୍ତଙ୍କ ୨ ସହଯୋଗୀଙ୍କୁ ଗିରଫ କଲା ପୋଲିସ

ଭୁବନେଶ୍ୱର,୪ା୧୦: ରାଜଧାନୀରେ ଚର୍ଚ୍ଚାର ବିଷୟ ପାଲଟିଥିବା ନୟାପଲ୍ଲୀ ବଳାତ୍କାର ମାମଲାରେ ପୋଲିସକୁ ମିଳିଛି ଆଉ ଏକ ବଡ଼ ସଫଳତା। ବଳାତ୍କାର ମାମଲାର ମୁଖ୍ୟ ଅଭିଯୁକ୍ତ ଶ୍ରୀଧର ପଣ୍ଡାର…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?