ବିଭାଗୀୟ ଅବହେଳା: ହୋଇପାରୁନି ଶ୍ରମିକଙ୍କ ନାମ ପଞ୍ଜୀକରଣ

ଦେବଗଡ଼,୯ା୫(ଶଶାଙ୍କ ଶେଖର ଝାଙ୍କର): ଶ୍ରମ ବିଭାଗର ଚରମ ଅବହେଳା, ଉଦାସୀନତା ତଥା ଅବହେଳା ପାଇଁ ଦେବଗଡ଼ ଜିଲାରେ ବହୁ ଶ୍ରମିକ ବଞ୍ଚିତ ହୋଇଥିବା ବେଳେ ଶତାଧିକ ଶ୍ରମିକଙ୍କର କାର୍ଡ ନବୀକରଣ ହୋଇପାରୁନାହିଁ। ଏପରିକି ଅନ୍‌ଲାଇନ୍‌ ଯୋଗେ ଆବେଦନ କରିଥିଲେ ହେଁ ଶହଶହ ଶ୍ରମିକଙ୍କ ନାମ ପଞ୍ଜୀକୃତ ହୋଇପାରିନାହିଁ। ଫଳରେ ସରକାରଙ୍କ ପକ୍ଷରୁ କାର୍ଯ୍ୟକାରୀ କରାଯାଉଥିବା ବିଭିନ୍ନ ଯୋଜନାରୁ ସେମାନେ ବଞ୍ଚିତ ହେଉଛନ୍ତି। ଏପରିକି ବିବାହ କାଳୀନ ସହାୟତା, ମୃତ୍ୟୁ କାଳୀନ ସହାୟତା ଓ ଶିକ୍ଷା ସହାୟତା ପାଇବାରୁ ବଞ୍ଚିତ ହେବା ସହ ସେମାନଙ୍କ ମଧ୍ୟରେ ଘୋର ହତାଶା ଭାବ ପ୍ରକାଶ ପାଇଛି। ଫଳରେ ଦେବଗଡ଼ ଜିଲା ଶ୍ରମିକ ଟ୍ରେଡ୍‌ ୟୁନିଅନ ପକ୍ଷରୁ କ୍ଷୋଭ ପ୍ରକାଶ ପାଇବା ସହ ଏହାର ସମାଧାନ ପାଇଁ ଶ୍ରମ ବିଭାଗ କର୍ତ୍ତୃପକ୍ଷଙ୍କ ନିକଟରେ ଲିଖିତ ଦାବି କରାଯାଇଛି।

ଜିଲା ଶ୍ରମିକ ଟ୍ରେଡ୍‌ ୟୁନିଅନର ସଭାପତି ନିରାକାର ପ୍ରଧାନ, ଉପସଭାପତି କୃଷ୍ଣଚନ୍ଦ୍ର ଭୋଇ, ସାଧାରଣ ସମ୍ପାଦକ ବିଭୂତି ଭୂଷଣ ପ୍ରଧାନ, ସହସମ୍ପାଦକ ମନୋଜ ଦଣ୍ଡିଆ, କାର୍ଯ୍ୟକାରୀ କମିଟି ସଦସ୍ୟ ଡୋଳାକାର ଭୋଇ ଓ ଉପଦେଷ୍ଟା ହୀରାଧର ସାହୁଙ୍କ ସମେତ ଟ୍ରେଡ୍‌ ୟୁନିଅନର ବହୁ ସଦସ୍ୟ ଓ କର୍ମକର୍ତ୍ତା ଦେବଗଡ଼ ଜିଲା ଶ୍ରମ କାର୍ଯ୍ୟାଳୟକୁ ଯାଇ ଜିଲା ଶ୍ରମ ଅଧିକାରିଣୀଙ୍କୁ ଏନେଇ ଏକ ସ୍ମାରକପତ୍ର ପ୍ରଦାନ କରିଥିଲେ। ଆଗାମୀ ୧୫ ଦିନ ମଧ୍ୟରେ ସମସ୍ୟାର ସମାଧାନ ନ ହେଲେ ଜିଲା ଶ୍ରମିକ ଟ୍ରେଡ୍‌ ୟୁନିଅନ ପକ୍ଷରୁ ଆନ୍ଦୋଳନାତ୍ମକ ପନ୍ଥା ଅବଲମ୍ବନ କରାଯିବା ସହ ଜିଲା ଶ୍ରମ କାର୍ଯ୍ୟାଳୟ ସମ୍ମୁଖରେ ଆମରଣ ଅନଶନ କରାଯିବ ବୋଲି ଉକ୍ତ ସ୍ମାରକପତ୍ର ଜରିଆରେ ଲିଖିତ ଚେତାବନୀ ଦିଆଯାଇଛି।
ସୂଚନାଯୋଗ୍ୟ, ଜିଲା ଶ୍ରମିକ ଟ୍ରେଡ୍‌ ୟୁନିଅନ ପକ୍ଷରୁ ନାମ ପଞ୍ଜୀକରଣ, ନବୀକରଣ ଓ ବିବାହ କାଳୀନ ସହାୟତା ନିମନ୍ତେ ପ୍ରାୟ ୩୦୦ ଜଣ ଶ୍ରମିକଙ୍କ ନାମ ସୁପାରିସ କରାଯାଇଥିଲା। ମାତ୍ର ଇତିମଧ୍ୟରେ ପାଞ୍ଚ ମାସ ବିତିଯାଇଥିଲେ ହେଁ ବିଭାଗୀୟ ଅବହେଳା ଓ ଉଦାସୀନତା ଯୋଗୁ ଆବଶ୍ୟକ ପଦକ୍ଷେପ ଗ୍ରହଣ କରାଯାଇନାହିଁ। ଅନ୍ୟପକ୍ଷରେ ଅବଶ୍ୟକ ସଂଖ୍ୟକ କର୍ମଚାରୀ ଅଭାବ ଯୋଗୁ ସଠିକ୍‌ ସମୟରେ କାର୍ଯ୍ୟ ହୋଇପାରୁନାହିଁ ବୋଲି ଜିଲା ଶ୍ରମ ଅଧିକାରିଣୀ ସଫେଇ ଦେଇଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

କୋସଲୀ ସାଂସ୍କୃତିକ ମହୋତ୍ସବ ଆରମ୍ଭ

ନୂଆପଡ଼ା,୨୦ା୧୨ (ମକାରୁ ବେମାଲ): ନୂଆପଡ଼ା ପୋଲିସ ପଡ଼ିଆ ରଙ୍ଗମଞ୍ଚଠାରେ କୋସଲୀ ସାଂସ୍କୃତିକ ମହୋତ୍ସବ ଉଦ୍‌ଘାଟିତ ହୋଇଯାଇଛି। ଅନୁଷ୍ଠାନର ସଭାପତି ସୁରଜିତସିଂ ମହାରଥାଙ୍କ ଅଧ୍ୟକ୍ଷତାରେ ଆୟୋଜିତ ଉଦ୍‌ଘାଟନୀ...

ଶୀତରେ ଥରୁଛି କଳାହାଣ୍ଡି

ଭବାନୀପାଟଣା,୨୦ା୧୨(ଉତ୍ତମ କୁମାର ଦାଶ)- ସାରା ରାଜ୍ୟରେ ଶୀତର ପ୍ରକୋପ ଜାରି ରହିଛି। ଆହୁରି ସପ୍ତାହେ ଧରି ଏଭଳି ସ୍ଥିତି ଜାରି ରହିବ ବୋଲି ପାଣିପାଗ ବିଭାଗ...

ଆଶେସ ବିଜୟ ଲକ୍ଷ୍ୟରେ ଅଷ୍ଟ୍ରେଲିଆ

ଆଡିଲେଡ୍‌,୨୦ା୧୨: ଇଂଲଣ୍ଡର ଦ୍ୱିତୀୟ ଇନିଂସରେ ବିପର୍ଯ୍ୟୟ ପରେ ଅଷ୍ଟ୍ରେଲିଆ ଆଶେସ ସିରିଜ ବିଜୟ ପଥରେ ଅଗ୍ରସର ହେଉଛି। ନାଥାନ ଲିଅନ ଇଂଲଣ୍ଡର ୩ଟି ଉଇକେଟର ପତନ...

୩ ଜିଲାକୁ ଘନ କୁହୁଡ଼ି ଓ୍ବାର୍ନିଂ: ୭ଦିନ ଯାଏଁ…ଜି. ଉଦୟଗିରିରେ…

ଭୁବନେଶ୍ୱର, ୨୦ା୧୨(ବନ୍ଦନା ସେଠୀ) – ସାରା ରାଜ୍ୟରେ ଶୀତ ଲହରି ଜନଜୀବନକୁ ପ୍ରଭାବିତ କରୁଛି। ପାରଦ ତଳମୁହଁା ରହିଥିବାବେଳେ କେତେକ ଜିଲାରେ ଘନ କୁହୁଡ଼ି ଦେଖିବାକୁ...

ନୋରା ଫତେହିଙ୍କ କାର ଦୁର୍ଘଟଣା: ମଦ୍ୟପ ଚାଳକଙ୍କ ଧକ୍କାରେ…

ମୁମ୍ବାଇ,୨୦।୧୨: ଲୋକପ୍ରିୟ ବଲିଉଡ ଅଭିନେତ୍ରୀ ତଥା ନୃତ୍ୟଶିଳ୍ପୀ ନୋରା ଫତେହି ଶନିବାର ମୁମ୍ବାଇରେ ଏକ ସଡ଼କ ଦୁର୍ଘଟଣାର ସମ୍ମୁଖୀନ ହୋଇଛନ୍ତି। ବିଶ୍ୱପ୍ରସିଦ୍ଧ ମ୍ୟୁଜିକ୍ ପ୍ରୋଗ୍ରାମ ‘ସୁନବର୍ଣ୍ଣ...

ଇସ୍ରୋର ବଡ଼ ପଦକ୍ଷେପ: ଗଗନୟାନ ମିଶନ ପାଇଁ ସଫଳ ହେଲା ପାରାଚ୍ୟୁଟ୍‌ ପରୀକ୍ଷା

ନୂଆଦିଲ୍ଲୀ,୨୦ା୧୨: ମହାକାଶକୁ ଭାରତର ପ୍ରଥମ ମାନବ ପ୍ରେରଣ ଦିଗରେ ଶନିବାର ଆଉ ଏକ ବଡ଼ ପଦକ୍ଷେପ ସଫଳ ହୋଇଛି। ଭାରତୀୟ ମହାକାଶ ଗବେଷଣା ସଂଗଠନ (ଇସ୍ରୋ)...

ଟ୍ୟୁଶନରୁ ଫେରୁଥିବା ବେଳେ ନାବାଳିକାଙ୍କୁ ଟେକିନେଇ ବଳାତ୍କାର ପରେ ଫିଙ୍ଗି ଚାଲିଯାଇଥିଲେ, ଅଭିଯୁକ୍ତଙ୍କୁ ୨୦ ବର୍ଷ…

ଗଜପତି,୨୦।୧୨(ଗିରିଧାରୀ ପରିଚ୍ଛା)- ଏକ ଅପହରଣ ଓ ବଳାତ୍କାର ମାମଲାର ବିଚାର କରି ଅତିରିକ୍ତ ଜିଲ୍ଲା ସେସନ ଜର୍ଜ ବିଭୁ ପ୍ରସାଦ ପଣ୍ଡା ପୋକ୍ସୋ ଆକ୍ଟର ଧାରା...

ଅଣ୍ଡା ଖାଇଲେ ହେବେ କି କ୍ୟାନ୍ସର ? ସ୍ପଷ୍ଟୀକରଣ ଦେଲା FSSAI

ନୂଆଦିଲ୍ଲୀ,୨୦।୧୨: ଦେଶରେ ବିକ୍ରି ହେଉଥିବା ଅଣ୍ଡା ସମ୍ପୂର୍ଣ୍ଣ ସୁରକ୍ଷିତ। ଏଥିରେ କ୍ୟାନ୍ସର ସୃଷ୍ଟିକାରୀ ଉପାଦାନ ଥିବା ନେଇ ଚର୍ଚ୍ଚା ହେଉଥିବା ଖବରକୁ ଭାରତୀୟ ଖାଦ୍ୟ ସୁରକ୍ଷା...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri