ସ୍ତ୍ରୀ, ବୋହୂ ,ନାତୁଣୀଙ୍କୁ ହତ୍ୟା ଘଟଣା : ମେଡିକାଲରେ ଅଭିଯୁକ୍ତଙ୍କ ମୃତ୍ୟୁ 

ଦେବଗଡ଼,୧୫।୩(ଶଶାଙ୍କ ଶେଖର ଝାଙ୍କର): ଦେବଗଡ଼ ଜିଲା ଗରିଆପାଲି ଗ୍ରାମରେ ଟ୍ରିପଲ ମର୍ଡର ଘଟଣାର ଅଭିଯୁକ୍ତଙ୍କ ମୃତ୍ୟୁ ଘଟିଛି। ସେ ବିଷ ଖାଇ ଗୁରୁତର ଥିବାରୁ ବୁର୍ଲା ମେଡିକାଲରେ  ଭର୍ତ୍ତି ହୋଇଥିଲେ। ଆଇସିୟୁରେ ଚିକିତ୍ସାଧୀନ ଅବସ୍ଥାରେ ରମେଶ ଗରିଆରଙ୍କ ମୃତ୍ୟୁ ଘଟିଛି।
ସ୍ତ୍ରୀ, ବୋହୂ ଓ ନାତୁଣୀଙ୍କୁ ହତ୍ୟା କରିବା ପରେ ଫେରାର୍‌ ଥିଲେ ରମେଶ। ଶନିବାର ଗାଁ ପାଣି ଟାଙ୍କିରୁ ଅଗ୍ନିଶମ ଟିମ ସହାୟତାରେ ତାଙ୍କୁ କାବୁ କରିଥିଲା ପୋଲିସ। ଉଦ୍ଧାର ପୂର୍ବରୁ ବିଷ ଖାଇ ଗୁରୁତର ହୋଇଥିଲେ ଅଭିଯୁକ୍ତ।
Dharitri – Odisha’s No.1 Odia Daily

Share