ରାଜଧାନୀରେ ଡେଙ୍ଗୁ ସଂକ୍ରମଣ ୨୬ଶହ ପାର୍‌

ଭୁବନେଶ୍ୱର, ୧୨।୯ (ବନ୍ଦନା ସେଠୀ):ସେପ୍ଟେମ୍ବରରେ ଡେଙ୍ଗୁ ସଂକ୍ରମଣ ପିକ୍‌ରେ ପହଞ୍ଚତ୍ବ ବୋଲି ସ୍ବାସ୍ଥ୍ୟ ବିଭାଗ ଯେଉଁ ଆକଳନ କରିଥିଲା ଏବେ ତାହା ହିଁ ହୋଇଛି। ମାସ ଆରମ୍ଭରୁ ରାଜଧାନୀ ଭୁବନେଶ୍ୱରରେ ଡେଙ୍ଗୁ ସ୍ଥିତି ବିଗିଡିବାରେ ଲାଗିଛି। ଦୈନିକ ରେକର୍ଡ ସଂଖ୍ୟକ ଆକ୍ରାନ୍ତ ଚିହ୍ନଟ ହେଉଥିବା ଭୁବନେଶ୍ବର ମହାନଗର ନିଗମ (ବିଏମ୍‌ସି) ସ୍ବାସ୍ଥ୍ୟ ଅଧିକାରୀ ସୂଚନା ଦେଇଛନ୍ତି। ସହରର ୩ ସ୍ଥାନରେ ଡେଙ୍ଗୁ ଟେଷ୍ଟିଂ ଚାଲୁ ରହିଥିବାବେଳେ ଦୈନିକ ପ୍ରାୟ ହଜାରେ ନମୁନା ପରୀକ୍ଷଣ ହେଉଛି। ସେଥିରୁ ୯୦ରୁ ଊଦ୍ଧର୍‌ବ ପଜିଟିଭ ଚିହ୍ନଟ ହେଉଛନ୍ତି। ୧ରୁ ୯ ତାରିଖ ଭିତରେ ସହରରୁ ମୋଟ ୯୧୭ ରୋଗୀ ଚିହ୍ନଟ ହୋଇଛନ୍ତି। ଏମାନଙ୍କ ମଧ୍ୟରୁ ଭୁବନେଶ୍ବରର ସ୍ଥାୟୀ ବାସିନ୍ଦା ୫୫୯ଜଣ ହୋଇଥିବାବେଳେ ଅନ୍ୟ ଜିଲାରୁ ଭୁବନେଶ୍ବର ଆସି ଚିହ୍ନଟ ହୋଇଥିବା ରୋଗୀ ସଂଖ୍ୟା ୩୦୭ ରହିଛି। ସେହିପରି ଭୁବନେଶ୍ୱର ଉପକଣ୍ଠ ଅଞ୍ଚଳରୁ ୫୧ ରୋଗୀ ଚିହ୍ନଟ ହୋଇଛନ୍ତି। ତେବେ ନୟାପଲ୍ଲୀରୁ ସର୍ବାଧିକ ୧୪୬ଜଣ ନୂଆ ଆକ୍ରାନ୍ତ ଚିହ୍ନଟ ହୋଇଥିବାବେଳେ ଆଚାର୍ଯ୍ୟବିହାରରୁ ୧୧୬ ଓ ବାକି ସଂକ୍ରମିତ ସହରର ଅନ୍ୟ ଓ୍ବାର୍ଡରୁ ବାହାରିଛନ୍ତି। ଏପଟେ ନୂଆ ଆକ୍ରାନ୍ତଙ୍କୁ ମିଶାଇ ଭୁବନେଶ୍ବରରେ ଡେଙ୍ଗୁ ରୋଗୀ ସଂଖ୍ୟା ୨୬ଶହ ପାର କରିଛି। ଲଗାଣ ବର୍ଷା ଯୋଗୁ ଅଗଷ୍ଟ ମାସର ପ୍ରଥମାର୍ଦ୍ଧରେ ଡେଙ୍ଗୁ ସଂକ୍ରମଣ ଅଧିକ ରହିଥିଲା। ମାତ୍ର ମାସର ଶେଷ ସପ୍ତାହ ବେଳକୁ ପାଗ ଶୁଖିଲା ଥିବାରୁ ଡେଙ୍ଗୁ ପ୍ଲାଟୋ ଷ୍ଟେଜ୍‌କୁ ଚାଲି ଆସିଥିଲା। ଏବେ ପୁଣି ସଂକ୍ରମଣରେ ବୃଦ୍ଧି ଘଟିବା ଚିନ୍ତା ବଢ଼ାଇଛି। ଏପଟେ ଡେଙ୍ଗୁ ସଂକ୍ରମଣକୁ ରୋକିବାରେ ଭୁବନେଶ୍ବର ମହାନଗର ନିଗମ (ବିଏମ୍‌ସି) ଫେଲ୍‌ ମାରିଥିବା କୁହାଯାଉଛି। ଫଳରେ ଭୁବନେଶ୍ୱର ପାଇଁ ଖୋର୍ଦ୍ଧା ଜିଲା ସବୁବେଳେ ରାଜ୍ୟର ହଟ୍‌ସ୍ପଟ୍‌ ହୋଇ ରହିଛି। ଅପରପକ୍ଷେ ଭୁବନେଶ୍ୱରରେ ନୟାପାଲ୍ଲୀ, ଆଇଆର୍‌ସି ଭିଲେଜ, ଜୟଦେବ ବିହାର, ଚନ୍ଦ୍ରଶେଖରପୁର, ପୁରୁଣା ଭୁବନେଶ୍ୱର, ଭୀମଟାଙ୍ଗୀ ଓ ଅନ୍ୟ କେତେକ ଅଞ୍ଚଳ ଡେଙ୍ଗୁ ହଟସ୍ପଟ ପାଲଟିଛି। ବିଏମ୍‌ସି ଘାସ କଟା, ମଶାଧୂଆଁ ଛାଡ଼ିବା, ଓ୍ବାର୍ଡଓ୍ବାରି ଘର ଘର ଅଭିଯାନ କରିବା ଉପରେ ଗୁରୁତ୍ୱ ଦେଉଥିବା କହୁଥିଲେ ମଧ୍ୟ ତାହା ସମୁଦ୍ରକୁ ଶଙ୍ଖେ ସଦୃଶ ହେଉଛି। ଫଳରେ ସଂକ୍ରମଣ କମିବା ପରିବର୍ତ୍ତେ ବଢ଼ି ଚାଲିଛି।

ଆଜିଠାରୁ ୭ ଦିନ ଘର ଘର ବୁଲିବେ ଡାକ୍ତର

ଭୁବନେଶ୍ୱରରେ ଡେଙ୍ଗୁ ସ୍ଥିତିକୁ ନେଇ ସମୀକ୍ଷା କରିବା ସହ ଗୋଷ୍ଠୀ ସଚେତନତା କାର୍ଯ୍ୟକ୍ରମ ଜାରି ରଖିବାକୁ କମିଶନର ବିଜୟ ଅମୃତା କୁଲାଙ୍ଗେ ନିର୍ଦ୍ଦେଶ ଦେଇଛନ୍ତି। ସୋମବାର ଭିଡିଓ କନ୍‌ଫରେନ୍ସିଂ ଯୋଗେ ଏହି ବୈଠକ କରି ରୋଗୀ ସଂଖ୍ୟା ଅଧିକ ଥିବା ଅଞ୍ଚଳରେ ବିଶେଷ ଧ୍ୟାନ ଦେବାକୁ ପରାମର୍ଶ ଦେଇଥିଲେ। ଘାସ କାଟିବା ଓ ନିୟମିତ ସଫେଇ କରିବା, ଘରୁ ଜ୍ୱର ରୋଗୀ ବାହାରିଲେ ସେମାନେ କିପରି ସରକାରୀ ଚିକିତ୍ସାଳୟରେ ରିପୋର୍ଟ କରିବେ ଏବଂ ସେମାନଙ୍କର ନିଶ୍ଚିତ ଭାବେ ରକ୍ତ ପରୀକ୍ଷା ହେବ ତାହାକୁ ନଜର ରଖିବାକୁ ସମସ୍ତ ଅଧିକାରୀଙ୍କୁ କୁହାଯାଇଛି। ସେହିପରି ମଙ୍ଗଳବାର ଠାରୁ ୭ ଦିନ ପର୍ଯ୍ୟନ୍ତ ସ୍ଥଳ ବିଶେଷରେ ଘର ଘର ସଂପର୍କ କାର୍ଯ୍ୟକ୍ରମରେ ଡାକ୍ତରମାନେ ସାମିଲ ହେବାକୁ କମିଶନର ନିର୍ଦ୍ଦେଶ ଦେଇଥିଲେ। ଶହୀଦନଗର, ନୟାପଲ୍ଲୀ, ପଟିଆ, ଆଚାର୍ଯ୍ୟବିହାର ଏବଂ ୟୁନିଟ-୯ ଅଞ୍ଚଳରେ ମଙ୍ଗଳବାର ଏହି କାର୍ଯ୍ୟକ୍ରମକୁ ବିଶେଷ ଭାବେ କରାଯିବାକୁ ସ୍ଥିର ହୋଇଛି। ଏହିପରି ଭାବେ ବିଭିନ୍ନ ଅଞ୍ଚଳ ଚିହ୍ନଟ କରି ଟିମ୍‌ ବିଏମ୍‌ସି ଏବଂ ସ୍ବାସ୍ଥ୍ୟ ବିଭାଗର ସମନ୍ବୟ ପଦକ୍ଷେପ ଗୋଷ୍ଠୀ ସହଭାଗିତାକୁ ଆଗେଇ ନିଆଯିବା ଉପରେ ଗୁରୁତ୍ୱାରୋପ କରାଯାଇଥିଲା। ଅତିରିକ୍ତ କମିଶନର ଶୁଭେନ୍ଦୁ କୁମାର ସାହୁ, ଅତିରିକ୍ତ ଜନସ୍ବାସ୍ଥ୍ୟ ଅଧିକାରୀ ଡା. ଅନ୍ତର୍ଯ୍ୟାମୀ ମିଶ୍ର, ନଗର ସ୍ବାସ୍ଥ୍ୟ ଅଧିକାରୀ ଡା. ଦୀପକ କୁମାର ବିଶୋଇ, ସହରାଞ୍ଚଳ ସ୍ବାସ୍ଥ୍ୟ ମିଶନର ଚିକିତ୍ସା ଅଧିକାରୀ ଓ କର୍ମଚାରୀ ଉପସ୍ଥିତ ଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

ଯୋଗାଣ ମନ୍ତ୍ରୀଙ୍କ ବଡ଼ ଘୋଷଣା, ପେଟ୍ରୋଲ ପମ୍ପରେ ମିଳିବ ୫ କେଜିଆ LPG ଗ୍ୟାସ, କେତେ ଟଙ୍କା?

ଭୁବନେଶ୍ବର,୮।୪: ୫ କେଜିଆ ଗ୍ୟାସ ସିଲିଣ୍ଡର ନେଇ ଯୋଗାଣ ମନ୍ତ୍ରୀ କୃଷ୍ଣଚନ୍ଦ୍ର ପାତ୍ର ବଡ଼ ଘୋଷଣା କରିଛନ୍ତି । ପେଟ୍ରୋଲ ପମ୍ପରେ ମିଳିବ ୫ କେଜିଆ ଏଲ୍‌ପିଜି…

ବନ୍ତରେ କାଳବୈଶାଖୀର ତାଣ୍ଡବ; ଉଜୁଡ଼ିଲା ଫସଲ, ମୁଣ୍ଡରେ ହାତଦେଲେ ଚାଷୀ

ବନ୍ତ,୮।୪(କିଶୋର କୁମାର ସେଠୀ ): ଗତ ମଙ୍ଗଳବାର ଦିନ କାଳବୈଶାଖୀ ପ୍ରଭାବରେରେ ଭଦ୍ରକ ଜିଲା ବନ୍ତ ବ୍ଲକର ବିଭିନ୍ନ ପଞ୍ଚାୟତରେ ବ୍ୟାପକ ପନି ପରିବା ଏବଂ ଡାଲି…

ବଡ଼ ଖବର: ବିଜେଡି ସଂସଦୀୟ ଦଳ ନେତା ପଦରୁ ସସ୍ମିତ ପାତ୍ରଙ୍କ ଇସ୍ତଫା, ବଢ଼ିଲା ଚର୍ଚ୍ଚା

ଭୁବନେଶ୍ୱର,୮।୪: ଓଡ଼ିଶା ରାଜନୀତିରୁ ଏକ ବଡ଼ ଖବର ସାମ୍ନାକୁ ଆସିଛି। ରାଜ୍ୟ ସଭାରେ ବିଜେଡି ସଂସଦୀୟ ଦଳ ନେତା ପଦରୁ ଇସ୍ତଫା ଦେଇଛନ୍ତି ଡକ୍ଟର ସସ୍ମିତ ପାତ୍ର।…

ଇରାନକୁ ଅସ୍ତ୍ରଶସ୍ତ୍ର ଯୋଗାଉଥିବା ଦେଶ ଉପରେ ଲାଗିବ ୫୦% ଟାରିଫ, ଯୁଦ୍ଧବିରତି ପରେ ଟ୍ରମ୍ପଙ୍କ ଘୋଷଣା

ଓ୍ବାଶିଂଟନ୍‌,୮।୪:  ଯୁଦ୍ଧବିରତି ପରେ, ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଏକ ଗୁରୁତ୍ୱପୂର୍ଣ୍ଣ ବିବୃତ୍ତି ଜାରି କରିଛନ୍ତି । ସେ ଦୃଢ଼ତାର ସହିତ କହିଛନ୍ତି ଯେ ଇରାନରେ ନେତୃତ୍ୱର ଏକ…

ଯୁଦ୍ଧବିରତିର ସତ କହିଦେଲା ରୁଷିଆ, ଟ୍ରମ୍ପ କରିଥିଲେ…

ନୂଆଦିଲ୍ଲୀ,୮।୪: ମଧ୍ୟପ୍ରାଚ୍ୟରେ ଦୁଇ ସପ୍ତାହ ପାଇଁ ଯୁଦ୍ଧବିରତି ପାଇଁ ଆମେରିକା ଏବଂ ଇରାନ ରାଜି ହୋଇଛନ୍ତି, ଯାହା ଉଭୟ ପକ୍ଷ ଦ୍ୱାରା ଘୋଷଣା କରାଯାଇଛି। ଡୋନାଲ୍ଡ ଟ୍ରମ୍ପଙ୍କ…

ଯୁବକଙ୍କୁ ମରଣାନ୍ତକ ଆକ୍ରମଣ କରି ବନ୍ଧା ହେଲେ ଯୁବକ

ଆନନ୍ଦପୁର,୮ା୪(ସୁଶାନ୍ତ କୁମାର ସାହୁ): କେନ୍ଦୁଝର ଜିଲା ରାମଚନ୍ଦ୍ରପୁରୁ ଥାନା ଅଧୀନ କଡ଼ରାପlଳ ଗ୍ରାମର ପ୍ରଦୋଷ ବରାଳ (୨୮) ଗତ ମଙ୍ଗଳବାର କୌଣସି କାରଣରୁ ରାମଚନ୍ଦ୍ରପୁରୁ ଥାନା ଅଧୀନ…

MI ବିପକ୍ଷରେ ଆଉଟ୍ ହୋଇ କାନ୍ଦିଲେ ବୈଭବ ସୂର୍ଯ୍ୟବଂଶୀ! ଭାଇରାଲ୍ ହେଉଛି ଭିଡିଓ

ମୁମ୍ବାଇ,୮।୪: ଆଇପିଏଲ ୨୦୨୬ର ୧୩ତମ ଲିଗ୍ ମ୍ୟାଚ୍, ମୁମ୍ବାଇ ଇଣ୍ଡିଆନ୍ସ ବିପକ୍ଷରେ ବୈଭବ ସୂର୍ଯ୍ୟବଂଶୀ ଏକ ଚମତ୍କାର ଇନିଂସ ଖେଳିଥିଲେ । ମାତ୍ର ୧୪ ବଲ୍‌ରେ ୩୯ ରନ୍…

ପୋଲତଳୁ ମିଳିଲା ମୃତଦେହ, ପାରିପାର୍ଶ୍ୱିକ ସ୍ଥିତିରୁ…

ବଲାଙ୍ଗୀର/ଲାଠୋର,୮ା୪(ସୁନିଲ କୁମାର ମହାନ୍ତି/ଭୁବନେଶ୍ୱର ବାରିକ): ବଲାଙ୍ଗୀର ଜିଲା ଲାଠୋର ଥାନା ଅଧୀନ କରୁଆଁଝର କୋଉ ପୋଲତଳୁ ପୋଲିସ ବୁଧବାର ଏକ ମୃତଦେହ ଜବତ କରିଛି। ମୃତକ ଜଣକ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri