ଆଶଙ୍କାରେ ଉଚ୍ଛେଦ, ଆନ୍ଦୋଳନ ପାଇଁ ସଜବାଜ

ବରଗଡ,୨୨।୩(ପ୍ରେମାନନ୍ଦ ଖମାରୀ): ବରଗଡ଼ ସହରର ବହୁଚର୍ଚ୍ଚିତ ଲେଙ୍ଗୁମିଶ୍ର ଛକରୁ ପୁରୁଣା ଜୀରାବ୍ରିଜ ରାସ୍ତା ଜବରଦଖଲ ଉଚ୍ଛେଦ ନେଇ ଗତ ୨୦୨୩ରୁ ଦାବି ଜୋର୍‌ ଧରି ଆସିଛି। ଜିଲା ଓକିଲ ସଂଘ ନେତୃତ୍ୱରେ ସ୍ଥାନୀୟ ସମଲେଶ୍ୱରୀ ସଂଘ ସମେତ ବିଭିନ୍ନ ଅନୁଷ୍ଠାନର ଦୃଢ଼ ଦାବି ପରେ ପ୍ରଶାସନ ଉଚ୍ଛେଦ ପ୍ରକ୍ରିୟା ଆରମ୍ଭ କରିଥିଲା। ମାତ୍ର ଉଚ୍ଛେଦ ପ୍ରକ୍ରିୟାରେ ପ୍ରଭାବିତ ଲୋକେ ନ୍ୟାୟାଳୟର ଦ୍ୱାରସ୍ଥ ହେବା ପରେ ସେ ନେଇ ବିଚାର ପ୍ରକ୍ରିୟାରେ ସମୟ ଗଡ଼ିଥିଲା। ମାତ୍ର ଉଚ୍ଚ ନ୍ୟାୟାଳୟ ଥରେ ନୁହେଁ, ୨ଥର ଉଚ୍ଛେଦ ସପକ୍ଷରେ ରାୟ ପ୍ରଦାନ କରି ସାରିଛନ୍ତି। ଏହାସତ୍ତ୍ୱେ ସମ୍ପୃକ୍ତ ଜବରଦଖଲକୁ ପ୍ରଶାସନ ଏ ଯାଏ ହଟାଇ ନାହିଁ।  ଅନ୍ୟପକ୍ଷରେ ପୌର ପ୍ରଶାସନ ଜବରଦଖଲକାରୀଙ୍କୁ ଚିରାଚରିତ ଢଙ୍ଗରେ ପୁଣି ନୋଟିସ ଦେଇଛି। ନୋଟିସ ପାଇବାର ୭ଦିନ ମଧ୍ୟରେ ଜବରଦଖଲ ଅଂଶ ଖାଲି କରିବା ପାଇଁ ନୋଟିସରେ ନିର୍ଦ୍ଦେଶ ଦିଆଯାଇଛି। ନଚେତ୍‌ ଜବରଦଖଲ ଅଂଶର ନିର୍ମାଣକୁ ଭାଙ୍ଗି ଦିଆଯିବ ବୋଲି ନୋଟିସ୍‌ରେ ଉଲ୍ଲେଖ କରାଯାଇଛି। ଏଭଳି ୨୫ଜଣଙ୍କୁ ନୋଟିସ୍‌ ହୋଇଥିବା ସୂଚନା ମିଳିଛି। ନୋଟିସ୍‌ରେ ଦିଆଯାଇଥିବା ଅବଧି ସରିଯାଇଛି। ଏହାସତ୍ତ୍ବେ ଉଚ୍ଛେଦ ଆରମ୍ଭ ହୋଇନାହିଁ। ଏଭଳି ସ୍ଥିତିରେ ଜବରଦଖଲ ଉଚ୍ଛେଦ ପୁଣି ଆଶଙ୍କାରେ ରହିଛି। ଉଚ୍ଛେଦ କାର୍ଯ୍ୟ ବିଳମ୍ବିତ ହେଉଥିବାରୁ ସହରବାସୀଙ୍କ ମଧ୍ୟରେ ଦୀର୍ଘଦିନରୁ କୁହୁଳୁଥିବା ଅସନ୍ତୋଷ ପୁନର୍ବାର ତେଜି ଉଠିଛି। ଶନିବାର ସନ୍ଧ୍ୟାରେ ବରଗଡ଼ ଅଗ୍ରଗାମୀ ଯୁବକ ସଂଘ ପରିସରରେ ସର୍ବଦଳୀୟ ବୈଠକ ବସୁଥିବା ସୂଚନା ମିଳିଛି। ବୈଠକରେ ଉଚ୍ଛେଦ ଦାବି ତଥା ପ୍ରଶାସନିକ ଉଦାସୀନତା ପ୍ରତିବାଦରେ ଆନ୍ଦୋଳନ ରୂପରେଖ ନେଇ ନିଷ୍ପତ୍ତି ନିଆଯିବ ବୋଲି ଜଣାପଡିଛି। ଅପରପକ୍ଷରେ ଆସନ୍ତା ୨୯ତାରିଖରୁ ପୁଣି ଜବରଦଖଲ ଉଚ୍ଛେଦ ଆରମ୍ଭ ହେବ ବୋଲି ଚର୍ଚ୍ଚା ଚାଲିଛି।
ସୂଚନା ଅନୁଯାୟୀ, ବରଗଡ଼ ସହର ସମେତ ଜିଲାର ବିଭିନ୍ନ ସ୍ଥାନରେ ଚାଲିଥିବା ଜବରଦଖଲ ଉଚ୍ଛେଦ ପ୍ରକ୍ରିୟାରେ ଗରିବ, ଖଟିଖିଆ ଲୋକଙ୍କ ଘରଦ୍ୱାର, ଠେଲା ଦୋକାନ ଭାଙ୍ଗି ଦିଆଯାଉଛି। ଅନ୍ୟପଟେ ବଡ଼ବଡ଼ିଆ ଲୋକେ ସରକାରୀ ଜମିରେ କୋଠାବାଡ଼ି କରିଥିଲେ ସୁଦ୍ଧା ସେଠାକୁ ପ୍ରଶାସନ ହାତ ମାରୁ ନ ଥିବା ଅଭିଯୋଗ ହୋଇଛି। ଉଚ୍ଛେଦ ପ୍ରକ୍ର୍ରିୟାରେ ଥିଲାବାଲାଙ୍କୁ ଅହେତୁକ ଅନୁକମ୍ପା ଏବଂ ଗରିବ ଖଟିଖିଆଙ୍କୁ ବିନା ଥଇଥାନରେ ହଟାଇ ଦିଆଯିବା ଘଟଣାକୁ ନେଇ ବିଭାଗୀୟ ଅଧିକାରୀଙ୍କ ଭୂମିକା ଉପରେ ସାଧାରଣରେ ଭିନ୍ନ ସନ୍ଦେହ ସୃଷ୍ଟି ହେଉଛି । ସେହିପରି ଶାସକ ଦଳର ନେତା, ମନ୍ତ୍ରୀଙ୍କ ପ୍ରତି ମଧ୍ୟ ଲୋକଙ୍କ ଆସ୍ଥା ତୁଟିବାରେ ଲାଗିଛି। ବରଗଡ଼ ସ୍ଥାନୀୟ ଲେଙ୍ଗୁମିଶ୍ର ଛକଠାରୁ ପୁରୁଣା ଜୀରାବ୍ରିଜ ରାସ୍ତାପାର୍ଶ୍ୱ ଜବରଦଖଲକୁ ଏ ଯାଏ ଉଚ୍ଛେଦ କରା ନ ଯିବା ଦୃଷ୍ଟାନ୍ତ ହୋଇ ରହିଛି। ଜବରଦଖଲକାରୀଙ୍କୁ ନୋଟିସ ପରେ ନୋଟିସ କରାଯାଉଛି। ହେଲେ ତାହା ନୋଟିସରେ କେବଳ ସୀମିତ ରହିଯାଉଛି। ଅନ୍ୟପଟେ ପ୍ରଶାସନକୁ ଚ୍ୟାଲେଞ୍ଜ କରି ପୂର୍ବରୁ ହୋଇଥିବା ଆଂଶିକ ଉଚ୍ଛେଦ ସ୍ଥାନରେ ପୁଣି ନିର୍ମାଣ କାର୍ଯ୍ୟ ଚାଲିବା ଚର୍ଚ୍ଚାର ବିଷୟ ହୋଇଛି ।
ସେହିପରି ଗତ ସାଧାରଣ ନିର୍ବାଚନ ପୂର୍ବରୁ ଉଚ୍ଛେଦ ଦାବି ଜୋର୍‌ ଧରିଥିଲା। ନିର୍ବାଚନରେ ମଧ୍ୟ ଏହା ପ୍ରଭାବ ପକାଇଥିଲା। ଏପରି କି ଏହି ପ୍ରସଙ୍ଗ ଯୋଗୁ ବିଜେଡିକୁ ବରଗଡ଼ ଆସନ ହରାଇବାକୁ ପଡ଼ିଲା ବୋଲି ସାଧାରଣରେ ଆଲୋଚିତ ହେଉଛି। ଅନ୍ୟପଟେ ବିଧାୟକ ବଦଳିଲେ, ସରକାର ବି ବଦଳି ଗଲା। କିନ୍ତୁ ସହରବାସୀଙ୍କ ଦୀର୍ଘବର୍ଷର ଏହି ଉଚ୍ଛେଦ ଦାବି ଯେଉଁ ତିମିରେକୁ ସେହି ତିମିରେ ରହି ଯାଇଛି। ଉଚ୍ଛେଦ ଦାବି ଆରମ୍ଭ ହେବା ପରଠାରୁ ତତ୍କାଳୀନ ଜିଲାପାଳଙ୍କ ବଦଳି ହୋଇଛି। ଏହା ସହିତ ୨ପୌର କାର୍ଯ୍ୟନିର୍ବହୀ ଅଧିକାରୀ, ୨ଉପଜିଲାପାଳ ମଧ୍ୟ ବଦଳି ସାରିଲେଣି। କିନ୍ତୁ ରାସ୍ତା ଜବରଦଖଲ ଯେମିତିକୁ ସେମିତି ରହିଛି। ଅପରପକ୍ଷେ ଲେଙ୍ଗୁମିଶ୍ର ଛକଠାରୁ ପୁରୁଣା ଜୀରାବ୍ରିଜ ରାସ୍ତା ଜବରଦଖଲ ଉଚ୍ଛେଦ କରା ନ ଯାଇ ବୁଲଡୋଜର ଲଗାଇ ଗରିବ, ଖଟିଖିଆଙ୍କ ଘର, ଠେଲା ଦୋକାନକୁ ହଟାଇ ଦିଆଯାଉଥିବାରୁ ପ୍ରଶାସନକୁ ମଧ୍ୟ ଲୋକହସା ହେବାକୁ ପଡୁଛି। ଏପରି କି ଏହି ପ୍ରସଙ୍ଗ ଉଠାଇ ବିଭିନ୍ନ ସମୟରେ ଆଇନଶୃଙ୍ଖଳା ପରିସ୍ଥିତି ମଧ୍ୟ ଉପୁଜୁଛି।

Enter your email to get our daily news in your inbox.

All Right Reserved By Dharitri.Com

ଘରୁ ଲକ୍ଷାଧିକ ଟଙ୍କା ଚୋରି ଘଟଣା; ୯୨ ହଜାର ୫ ଶହ ଟଙ୍କା ଜବତ, ୩ ନାବାଳକ କରିଥିଲେ…

ଦିଗପହଣ୍ଡି/ଚିକିଟି,୨୨।୩(ଅଶେଷ ନାଥ ମିଶ୍ର/ ପ୍ରକାଶ ଚନ୍ଦ୍ର ସାହୁ): ଗଞ୍ଜାମ ଜିଲା ଚିକିଟିପେଣ୍ଠ ଗ୍ରାମ ପଦ୍ମନଗର ୬ଷ୍ଠ ଲେନ ବାସିନ୍ଦା ମଙ୍ଗୁଳୁ ପ୍ରଧାନଙ୍କ ଘରୁ ଚୋରି ଘଟଣାରେ ପୋଲିସକୁ…

ଦିଗପହଣ୍ଡିରେ ଜନଗଣନାର ପ୍ରଥମ ପର୍ଯ୍ୟାୟ ପ୍ରଶିକ୍ଷଣ ଶିବିର ଉଦଘାଟିତ, ତହସିଲଦାର…

ଦିଗପହଣ୍ଡି,୨୨ା୩(ଅଶେଷ ନାଥ ମିଶ୍ର): ରାଜ୍ୟ ନିର୍ବାଚନ କମିଶନଙ୍କ ନିର୍ଦ୍ଦେଶ କ୍ରମେ ଦିଗପହଣ୍ଡି ତହସିଲ ଓ ଏନଏସି ପ୍ରଶାସନ ପକ୍ଷରୁ ବଡଖେମୁଣ୍ଡି ହାଇସ୍କୁଲ ପରିସରରେ ଜାତୀୟ ଜନଗଣନା ୨୦୨୭ର…

ତାଲପାଲିପଡା ଶ୍ରୀରାମମନ୍ଦିର ବିଗ୍ରହ ପ୍ରତିଷ୍ଠା ଉତ୍ସବ ଆରମ୍ଭ, ଉତ୍ସବମୁଖର…

ବଲାଙ୍ଗୀର,୨୨ା୩(ସୁନିଲ କୁମାର ମହାନ୍ତି): ବଲାଙ୍ଗୀର ତାଲପାଲିପଡାରେ ପୁନଃନିର୍ମାଣ ହୋଇଥିବା ଶ୍ରୀରାମମନ୍ଦିରର ବିଗ୍ରହପ୍ରତିଷ୍ଠା ଉତ୍ସବ ରବିବାର ଠାରୁ ଆରମ୍ଭ ହୋଇଯାଇଛି । ଆୟୋଜକ କମିଟି ସହିତ ପଡାର ଶତାଧିକ…

ମଧ୍ୟପ୍ରାଚ୍ୟ ଯୁଦ୍ଧ: ମୋଦିଙ୍କ ଅଧ୍ୟକ୍ଷତାରେ ୩ଘଣ୍ଟା ଧରି ବସିଲା ଉଚ୍ଚସ୍ତରୀୟ ବୈଠକ, ତେଲ-ଗ୍ୟାସ ନେଇ ଦେଲେ ବଡ଼ ନିର୍ଦ୍ଦେଶ

ନୂଆଦିଲ୍ଲୀ,୨୨।୩: ମଧ୍ୟପ୍ରାଚ୍ୟରେ ବଢ଼ୁଥିବା ଉତ୍ତେଜନା ମଧ୍ୟରେ ରବିବାର ସନ୍ଧ୍ୟାରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଅଧ୍ୟକ୍ଷତାରେ ଏକ ଉଚ୍ଚସ୍ତରୀୟ ବୈଠକ ବସିଥିଲା । ପ୍ରଧାନମନ୍ତ୍ରୀଙ୍କ ବାସଭବନରେ ଅନୁଷ୍ଠିତ ଏହି ଉଚ୍ଚସ୍ତରୀୟ…

ପଞ୍ଜାବ କିଙ୍ଗ୍ସକ ଦଳକୁ ନେଇ ବଡ଼ ମତ ରଖିଲେ ଇର୍ଫାନ ପଠାନ, ଜାଣନ୍ତୁ…

ନୂଆଦିଲ୍ଲୀ,୨୨ା୩: ଭାରତର ପୂର୍ୱତନ ଅଲରାଉଣ୍ଡର ଇର୍ଫାନ ପଠାନଙ୍କ ମତରେ ପଞ୍ଜାବ କିଙ୍ଗ୍ସ (ପିବିକେଏସ୍‌) ଏବେ ଉଚିତ ଦିଗରେ ଆଗଉଛି। ଦଳ ଅକ୍ସନରେ ଭଲ କରିବା ସହ ଚଳିତ…

ପାରିବାରିକ କଳହର କରୁଣ ପରିଣତି; ଆତ୍ମହତ୍ୟା କଲେ ନବବଧୂ, କାରଣ ଜାଣିଲେ…

ଦିଗପହଣ୍ଡି,୨୨।୩(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ଷ୍ଟେଟବ୍ୟାଙ୍କ ସମ୍ମୁଖ ରାମଚନ୍ଦ୍ର ନଗରରେ ରହୁଥିବା ଚନ୍ଦ୍ରମା ଗୌଡ଼ (୨୮)ନାମକ ଜଣେ ନବବଧୂ ଆତ୍ମହତ୍ୟା କରିଥିବା ଜଣାପଡିଛି ।…

ବସ୍‌ରେ ଚାଲାଣ ହେଉଥିଲା କଫସିରଫ: ମାଡ଼ି ବସିଲା ପୋଲିସ

ଡୁଙ୍ଗୁରିପାଲି,୨୨।୩(ଦୀନବନ୍ଧୁ ସୁନା): ସୁବର୍ଣ୍ଣପୁର ଜିଲା ଡୁଙ୍ଗୁରିପାଲି ବ୍ଲକ ରାମପୁର ଥାନା ପୋଲିସ ରବିବାର ୟ୧୫ ସହ ବୋତଲ କଫସିରଫ ଜବତ କରି ୩ଜଣ ଅଭିଯୁକ୍ତଙ୍କୁ ଗିରଫ କରି…

ବେପରୁଆ ଗାଡି ଚାଳନା, ଚକା ଫାଟି ଭାଙ୍ଗିଲା ଘର କାଚ

ଗଞ୍ଜାମ,୨୨।୩(ବିଦ୍ୟାଧର ସାହୁ ): ଗଞ୍ଜାମ ସହର ସ୍ଥିତ ଗ୍ରାସୀମ କମ୍ପାନୀକୁ ବିଭିନ୍ନ କାମରେ ଦୈନଦିନ ଶହ ଶହ ଟ୍ରକ ଟ୍ରାକ୍ଟର ଦଶ ଚକିଆ ଭାରୀଯାନ ଯାତାୟତ କରୁଛି…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri