Posted inଜାତୀୟ

କଶ୍ମୀରକୁ ଫେରୁଛି ଗଣତନ୍ତ୍ର

ନୂଆଦିଲ୍ଲୀ/ଶ୍ରୀନଗର,୧୭ା୮: ଜମ୍ମୁ-କଶ୍ମୀରବାସୀ ବୁଲେଟ୍‌କୁ ପ୍ରତିହତ କରି ବାଲଟ୍‌କୁ ବାଛିଛନ୍ତି। ଲୋକେ ପରିବର୍ତ୍ତନ ଚାହଁାନ୍ତି। ସେମାନେ ଗଣତାନ୍ତ୍ରିକ ପ୍ରକ୍ରିୟାରେ ଭାଗନେଇ ନିଜ ପାଇଁ ଏକ ନୂଆ ଭବିଷ୍ୟତ ଲେଖିବାକୁ ଯାଉଛନ୍ତି। ଏଥିସହ ଉପତ୍ୟକାକୁ ଗଣତନ୍ତ୍ର ଫେରିବାକୁ ଯାଉଛି ବୋଲି ଶୁକ୍ରବାର ମୁଖ୍ୟ ନିର୍ବାଚନ କମିଶନର (ସିଇସି) ରାଜୀବ କୁମାର ଏକ ଖବରଦାତା ସମ୍ମିଳନୀରେ ସ୍ପଷ୍ଟ କରିଛନ୍ତି।
କେନ୍ଦ୍ରଶାସିତ ଅଞ୍ଚଳ ଜମ୍ମୁ-କଶ୍ମୀର ବିଧାନସଭାର ୯୦ ଆସନ ପାଇଁ ସେପ୍ଟେମ୍ବର ୧୮, ୨୫ ଓ ଅକ୍ଟୋବର ୧ରେ ଭୋଟ ଗ୍ରହଣ କରାଯିବ। ୮୭ ଲକ୍ଷ ମତଦାତା ୧୧,୮୩୮ ମତଦାନ କେନ୍ଦ୍ରରେ ସେମାନଙ୍କ ରାଜନୈତିକ ମତାଧିକାର ସାବ୍ୟସ୍ତ କରିବେ। ହରିୟାଣା ବିଧାନସଭାର ୯୦ ଆସନ ପାଇଁ କେବଳ ଅକ୍ଟୋବର ୧ରେ ଭୋଟ ହେବାକୁ ଥିବାବେଳେ ଜମ୍ମୁ-କଶ୍ମୀରରେ ସୁରକ୍ଷା ଦୃଷ୍ଟିରୁ ୩ଟି ପର୍ଯ୍ୟାୟରେ ନିର୍ବାଚନ କରାଯାଉଛି। ସିଇସିଙ୍କ ଏହି ଘୋଷଣାର କିଛି ଘଣ୍ଟା ପୂର୍ବରୁ ଜମ୍ମୁ-କଶ୍ମୀର ପୋଲିସ ପ୍ରଶାସନରେ ବଡ଼ଧରଣର ଅଦଳବଦଳ କରାଯାଇଛି। ସେପ୍ଟେମ୍ବର ୩୦ରେ ଅବସର ନେବାକୁ ଥିବା ଜମ୍ମୁ-କଶ୍ମୀର ପୋଲିସ ମହାନିର୍ଦ୍ଦେଶକ ଆର୍‌.ଆର୍‌. ସ୍ବାଇଁଙ୍କୁ ତାଙ୍କ ପଦରୁ ହଟାଇ ଗୋଇନ୍ଦା ମୁଖ୍ୟ ଭାବେ ନିଯୁକ୍ତି ଦିଆଯାଇଛି। ତାଙ୍କ ସ୍ଥାନରେ ନଳିନ ପ୍ରଭାତଙ୍କୁ ନୂଆ ପୋଲିସ ମୁଖ୍ୟ ଭାବେ ଅବସ୍ଥାପିତ କରାଯାଇଛି। ସେହିପରି ୧୯୯୯ ବ୍ୟାଚ୍‌ ଆଇପିଏସ୍‌ ଅଧିକାରୀ ନୀତୀଶ କୁମାରଙ୍କୁ ସିଆଇଡି ମୁଖ୍ୟ ନିଯୁକ୍ତ କରାଯାଇଛି। ଏହାବାଦ୍‌ ଜମ୍ମୁ ଅଞ୍ଚଳରେ ଆତଙ୍କବାଦୀ କାର୍ଯ୍ୟକଳାପକୁ ଦୃଷ୍ଟିରେ ରଖି ୮ ନୂଆ ଏସ୍‌ପି ଅପରେଶନ୍‌ଙ୍କୁ ନିଯୁକ୍ତି ଦିଆଯାଇଛି। ସେମାନଙ୍କ ମଧ୍ୟରୁ ୨ ଜଣଙ୍କୁ କଠୁଆ ଓ ଅନ୍ୟ ୨ ଜଣଙ୍କୁ ରାଜୌରୀରେ ଅବସ୍ଥାପିତ କରାଯାଇଛି। ପୁଞ୍ଚ, ରେଆସି, କିସ୍‌ତଓ୍ବାର ଓ ଉଦ୍ଧମପୁରରେ ମଧ୍ୟ ଜଣେ ଲେଖାଏ ଏସ୍‌ପି ଅପରେଶନ୍‌ଙ୍କୁ ନିଯୁକ୍ତି ଦିଆଯାଇଛି। ଏହାବାଦ୍‌ ଉଭୟ ପୋଲିସ ଓ ପ୍ରଶାସନିକ କ୍ଷେତ୍ରରେ ଅନେକ ଶୀର୍ଷ ଅଧିକାରୀଙ୍କୁ ଅଦଳବଦଳ କରାଯାଇଛି। ଏହାକୁ ନେଇ ନ୍ୟାଶନାଲ କନ୍‌ଫରେନ୍ସ (ଏନ୍‌ସି) ଉପାଧ୍ୟକ୍ଷ ଓମାର ଅବ୍‌ଦୁଲ୍ଲା ପ୍ରଶ୍ନ ଉଠାଇଛନ୍ତି। ଓମାର ଏକ୍ସ’ରେ କହିଛନ୍ତି, ଏହି ବଦଳି ପାଇଁ ଜମ୍ମୁ-କଶ୍ମୀର ପ୍ରଶାସନକୁ ସଚିବାଳୟ ଓ ପୋଲିସ ମୁଖ୍ୟାଳୟକୁ ଅଧିକାରୀମାନଙ୍କୁ ଡକାଇ ସ୍ବାଧୀନତା ଦିବସରେ କାର୍ଯ୍ୟରେ ନିୟୋଜିତ କରିବାକୁ ପଡ଼ିଛି। ଏପରି କି ବଦଳି ପରେ ନିର୍ବାଚନ କମିଶନ ଭୋଟ ତାରିଖ ଘୋଷଣା କରିବେ ବୋଲି ଅଧିକାରୀମାନଙ୍କୁ କୌଣସି ପୂର୍ବ ସୂଚନା ମଧ୍ୟ ଦିଆଯାଇ ନାହିଁ। ଏହା ପଛରେ ଉପରାଜ୍ୟପାଳ ମନୋଜ ସିହ୍ନାଙ୍କ କି ଅଭିସନ୍ଧି ରହିଛି ବୋଲି ଓମାର ପ୍ରଶ୍ନ କରିଛନ୍ତି। ଗଣତାନ୍ତ୍ରିକ ପ୍ରକ୍ରିୟାକୁ ନୂ୍ୟନ କରିବା ପାଇଁ ପ୍ରଶାସନ ଏଭଳି ପଦକ୍ଷେପ ନେଇଛି। ଭାଜପା ଦ୍ୱାରା ନିଯୁକ୍ତ ଉପରାଜ୍ୟପାଳ ନିଜ ଦଳ ଓ ସହଯୋଗୀମାନଙ୍କୁ ଲାଭ ପହଞ୍ଚାଇବା ପାଇଁ ଏହି ରଣନୀତି ଆପଣାଇଥିବା ଏନ୍‌ସି ସାଧାରଣ ସମ୍ପାଦକ ଅଲୀ ମହମ୍ମଦ ସାଗର ସମାଲୋଚନା କରିଛନ୍ତି। ଜମ୍ମୁ-କଶ୍ମୀରର ଅନେକ ଜିଲାରେ ଆତଙ୍କବାଦୀ ଆକ୍ରମଣ ବୃଦ୍ଧି ପାଇଥିବାବେଳେ ଏହି ଅଦଳବଦଳ ପଛର କାରଣ କ’ଣ ବୋଲି ମେହବୁବା ମୁଫ୍‌ତିଙ୍କ ପିପୁଲ୍ସ ଡେମୋକ୍ରାଟିକ୍‌ ପାର୍ଟି (ପିଡିପି) ମଧ୍ୟ ପ୍ରଶ୍ନ ଉଠାଇଛି।

ଡାଲ୍‌ ହ୍ରଦରେ ୩ ଭାସମାନ ବୁଥ୍‌ କରାଯିବ

ଜମ୍ମୁ-କଶ୍ମୀର ବିଧାନସଭା ନିର୍ବାଚନରେ ଯେପରି ଜଣେ ହେଲେ ଭୋଟର ମତଦାନରୁ ବାଦ୍‌ ପଡ଼ିବେ ନାହିଁ ତାହା ନିଶ୍ଚିତ କରିବା ପାଇଁ ଡାଲ୍‌ ହ୍ରଦରେ ୩ଟି ଭାସମାନ ପୋଲିଂ ବୁଥ୍‌ କରାଯିବ। ଏହି ୩ ବୁଥ୍‌ ମଧ୍ୟରୁ ଖାର୍‌ ମୋହଲ୍ଲା, ଆବି କରପୋରାରେ ମାତ୍ର ୩ ଜଣ ଭୋଟର ରହିଛନ୍ତି। ସେହିପରି ପାକିସ୍ତାନ ସଂଲଗ୍ନ ନିୟନ୍ତ୍ରଣରେଖା (ଏଲ୍‌ଓସି) ନିକଟ ଗୁରେଜ୍‌ ନିର୍ବାଚନମଣ୍ଡଳୀର କୋରାଗ୍‌ବାଲ୍‌ ଜନସଂଖ୍ୟାର ୧୦୦% ତଫସିଲଭୁକ୍ତ ଜନଜାତି ହୋଇଥିବାରୁ ସେମାନଙ୍କ ପାଇଁ ମଧ୍ୟ ଗୋଟିଏ ସ୍ବତନ୍ତ୍ର ବୁଥ୍‌ ପ୍ରତିଷ୍ଠା କରାଯିବ ବୋଲି ସିଇସି ରାଜୀବ କୁମାର ସୂଚନା ଦେଇଛନ୍ତି।

ସୁପ୍ରିମକୋର୍ଟ ଦେଇଥିଲେ ଐତିହାସିକ ରାୟ

ଜମ୍ମୁ-କଶ୍ମୀରକୁ ସ୍ବତନ୍ତ୍ର ମାନ୍ୟତା ପ୍ରଦାନକାରୀ ସମ୍ବିଧାନର ଅନୁଚ୍ଛେଦ ୩୭୦କୁ କେନ୍ଦ୍ର ସରକାର ୨୦୧୯ ଅଗଷ୍ଟ ୫ରେ ଉଚ୍ଛେଦ କରିବା ସହ ଜମ୍ମୁ-କଶ୍ମୀର ଓ ଲଦାଖ ନାମରେ ଦୁଇଟି କେନ୍ଦ୍ରଶାସିତ ଅଞ୍ଚଳ ସୃଷ୍ଟି କରିଥିଲେ। ଏହାକୁ ଚ୍ୟାଲେଞ୍ଜ କରି ଏବଂ କଶ୍ମୀରରେ ବିଧାନସଭା ନିର୍ବାଚନ କରାଇବା ପାଇଁ ସୁପ୍ରିମକୋର୍ଟରେ ଏକାଧିକ ପିଟିଶନ ଦାଖଲ ହୋଇଥିଲା। ୨୦୨୩ ଡିସେମ୍ବରରେ ଭାରତର ପ୍ରଧାନ ବିଚାରପତି (ସିଜେଆଇ) ଡି.ଓ୍ବାଇ. ଚନ୍ଦ୍ରଚୂଡ଼ଙ୍କ ଅଧ୍ୟକ୍ଷତାରେ ୫ ଜଣିଆ ଖଣ୍ଡପୀଠ ଏହା ଉପରେ ଐତିହାସିକ ରାୟ ଦେଇଥିଲେ। ଶୀର୍ଷ ଅଦାଲତ ୩୭୦ ଉଚ୍ଛେଦକୁ ବଳବତ୍ତର ରଖିଥିବାବେଳେ ୨୦୨୪ ସେପ୍ଟେମ୍ବର ୩୦ ସୁଦ୍ଧା ଜମ୍ମୁ-କଶ୍ମୀରରେ ବିଧାନସଭା ନିର୍ବାଚନ କରାଇବା ପାଇଁ ନିର୍ବାଚନ କମିଶନଙ୍କୁ ନିର୍ଦ୍ଦେଶ ଦେଇଥିଲେ। ଉପତ୍ୟକାକୁ ଯଥାଶୀଘ୍ର ସମ୍ଭବ ରାଜ୍ୟ ମାନ୍ୟତା ଫେରାଇ ସେଠାରେ ଗଣତାନ୍ତ୍ରିକ ଉପାୟରେ ନିର୍ବାଚିତ ସରକାର ଅବସ୍ଥାପିତ କରାଯାଉ ବୋଲି ଅଦାଲତ କହିଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

କୋରାପୁଟରେ ପ୍ରବଳ ବର୍ଷା ସମ୍ଭାବନା, ଅଧିକାରୀଙ୍କୁ ମୁଖ୍ୟାଳୟ ନଛାଡ଼ିବା ନିର୍ଦ୍ଦେଶ

କୋରାପୁଟ, ୨୧/୯( ଅମିତାଭ ବେହେରା ): ବଙ୍ଗୋପସାଗରରେ ଲଘୁଚାପ ସୃଷ୍ଟି ହୋଇ ଏହା ଅବପାତର ରୂପ ନେବା ନେଇ ଭାରତୀୟ ପାଣିପାଗ ବିଭାଗ (ଆଇଏମ୍‌ଡି) ପକ୍ଷରୁ ସତର୍କ…

୧୪୦ ଅନ୍ତେବାସୀ ହଷ୍ଟେଲ ଛାଡ଼ିବା ଘଟଣା: ୪୬ ଦିନ ପରେ ଉଚ୍ଚସ୍ତରୀୟ ତଦନ୍ତ

ଝରିଗାଁ,୨୧।୯(କିଶୋର ଚନ୍ଦ୍ର ମଣ୍ଡଳ): ମୌଳିକ ସୁବିଧା-ସୁଯୋଗର ଅଭାବ ଏବଂ ନିମ୍ନମାନର ଖାଦ୍ୟ ଯୋଗାଣ ଯୋଗୁ ନବରଙ୍ଗପୁର ଜିଲା ଝରିଗାଁ ବ୍ଲକ ସାନରଟମରା ସରକାରୀ ଉନ୍ନୀତ ଉଚ୍ଚ ବିଦ୍ୟାଳୟ…

ଗଭୀର ଅବପାତ ପ୍ରଭାବ: ୩ ଦିନ ବନ୍ଦ ରହିବ ଗଞ୍ଜାମର ସମସ୍ତ ଅଙ୍ଗନବାଡ଼ି କେନ୍ଦ୍ର

ଛତ୍ରପୁର, ୨୧/୯ (ଦିଲ୍ଲୀପ ସାମଲ/ଦ୍ଵାରକା ପଟ୍ଟନାୟକ) : ଗଭୀର ଅବପାତ ଯୋଗୁ ସମ୍ଭାବ୍ୟ ପ୍ରତିକୂଳ ପାଣିପାଗ ପରିସ୍ଥିତିକୁ ଦୃଷ୍ଟିରେ ରଖି ଗଞ୍ଜାମ ଜିଲା ପ୍ରଶାସନ ପକ୍ଷରୁ ଆଗୁଆ…

ପ୍ରକାଶ ପାଇଲା ଚୂଡ଼ାନ୍ତ ଭୋଟର ତାଲିକା-୨୦୨୬: ବରଗଡ଼ ଜିଲାରେ ୧୧.୧୧ ଲକ୍ଷ ଭୋଟର

ବରଗଡ,୨୧।୯(ପ୍ରେମାନନ୍ଦ ଖମାରୀ): ବରଗଡ଼ ଜିଲାପାଳଙ୍କ କାର୍ଯ୍ୟାଳୟ ସଭାଗୃହଠାରେ ସୋମବାର ଭୋଟର ତାଲିକାର ସ୍ବତନ୍ତ୍ର ସଘନ ସଂଶୋଧନ (ଏସଆଇଆର) ପ୍ରକ୍ରିୟା ଅନ୍ତର୍ଗତ ଚୂଡ଼ାନ୍ତ ଭୋଟର ତାଲିକା-୨୦୨୬ ଆନୁଷ୍ଠାନିକ ଭାବେ…

ଫୁଟ୍‌ବଲ ମ୍ୟାଚ୍‌ ଦେଖି ଫେରୁଥିଲେ ୨ ଯୁବକ, ଧକ୍କା ଦେଲା ଅଜଣା ଗାଡ଼ି: ଘଟଣାସ୍ଥଳରେ…

ବାରିପଦା,୨୧।୯(ନୀଳାଦ୍ରି ବିହାରୀ ଦଣ୍ଡପାଟ): ମୟୂରଭଞ୍ଜ ଜିଲା ଶୁଳିଆପଦା ବ୍ଲକ କାଳିଆଶୋଳ ନିକଟରେ ସୋମବାର ରାତିରେ ଏକ ଭୟଙ୍କର ସଡ଼କ ଦୁର୍ଘଟଣା ଘଟିଛି ଏକ ଅଜଣା ଗାଡ଼ି ଧକ୍କା…

ପୋଖରୀକୁ ଗାଧୋଇବାକୁ ଯାଇଥିଲେ ନିହାରିକା, ଖସିଗଲା ଗୋଡ଼: ଆଉ ତା’ପରେ…

ଲାଞ୍ଜିଗଡ,୨୧।୯(ରମେଶ ଚନ୍ଦ୍ର ନାୟକ): କଳାହାଣ୍ଡି ଜିଲା ଲାଞ୍ଜିଗଡ ବ୍ଲକ ଲାଞ୍ଜି ପଞ୍ଚାୟତ ବିଶ୍ୱନାଥପୁର ଥାନା ଅନ୍ତର୍ଗତ ସିନ୍ଧିପଦର ଗ୍ରାମର ଜଣେ ନାବାଳିକାର ପାଣିରେ ବୁଡି ମୃତ୍ୟୁ ଘଟିଛି…

ବହୁମୁଖୀ ଭବନ ଲୋକାର୍ପଣ କଲେ ବିଧାୟକ ସିଦ୍ଧାନ୍ତ ମହାପାତ୍ର: ବାଣ୍ଟିଲେ ଭତ୍ତା

ଦିଗପହଣ୍ଡି, ୨୧।୯ (ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ଏନଏସି ଅଞ୍ଚଳରେ ବିଭିନ୍ନ ଉନ୍ନୟନମୂଳକ ପ୍ରକଳ୍ପର ଉଦ୍‌ଘାଟନ ଓ ଶିଳାନ୍ୟାସ ଅନୁଷ୍ଠିତ ହୋଇଛି। ସୋମବାର ଦିଗପହଣ୍ଡି…

ରାଜ୍ୟସ୍ତରୀୟ ବକ୍ତୃତା ପ୍ରତିଯୋଗିତା ପାଇଁ ମନୋନୀତ ହେଲେ ଆଦିତ୍ୟ: ଖେଳିଗଲା ଖୁସିର ଲହରୀ

ଗୁଡାରି, ୨୧/୯ (ପ୍ରମୋଦ କୁମାର ପତି): ସ୍ଥାନୀୟ ଓଡ଼ିଶା ଆଦର୍ଶ ବିଦ୍ୟାଳୟର ସପ୍ତମ ଶ୍ରେଣୀ ଛାତ୍ର ଆଦିତ୍ୟ ନାରାୟଣ ଗୌଡ଼ ରାଜ୍ୟସ୍ତରୀୟ ବକ୍ତୃତା ପ୍ରତିଯୋଗିତା ପାଇଁ ମନୋନୀତ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?