ବଲାଙ୍ଗୀର,୮ା୪(ସୁନିଲ କୁମାର ମହାନ୍ତି): ଦେଓଗାଁ ଚିନିକଳ ସମିତି ପକ୍ଷରୁ ବୁଧବାର ବଲାଙ୍ଗୀର ଜିଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖରେ ବିଜୟାନନ୍ଦ ସମବାୟ ଚିନିକଳ ପୁନଃ କାର୍ଯ୍ୟକ୍ଷମ କରିବା ଦାବି ନେଇ ଧାରଣା ଦିଆଯାଇଛି। କେନ୍ଦ୍ର ସରକାରଙ୍କୁ ଦେଓଗାଁ ଚିନିକଳର ପୁନରୁଦ୍ଧାର ପାଇଁ ତୁରନ୍ତ ହସ୍ତକ୍ଷେପ କରିବାକୁ ଦାବି କରାଯାଇଛି। ଦେଓଗାଁ ଚିନିକଳ ବନ୍ଦ ହେବାରୁ ପଶ୍ଚିମ ଓଡ଼ିଶାର ହଜାର ହଜାର ଆଖୁ ଚାଷୀ, ଶ୍ରମିକ ଓ ସାଧାରଣ ଲୋକଙ୍କ ଜୀବିକା ଗୁରୁତର ପ୍ରଭାବିତ ହୋଇଛି। ତୁରନ୍ତ ଚିନିକଳ ଆରମ୍ଭ କରିବା ପାଇଁ ସମିତି ପକ୍ଷରୁ ୪ ଦଫା ଦାବିପତ୍ର ବଲାଙ୍ଗୀର ଜିଲାପାଳଙ୍କ ଜରିଆରେ କେନ୍ଦ୍ର ସ୍ବରାଷ୍ଟ୍ର ମନ୍ତ୍ରଣାଳୟକୁ ପ୍ରଦାନ କରାଯାଇଛି l ଦେଓଗାଁ ଚିନି କଳ ସମିତିର ଆବାହକ ବିଭୁଦତ୍ତ ମିଶ୍ର, ସନ୍ଦିବ ବାଗ, ସତ୍ୟ ବନଛୋର୍, ନୀଳମଣି ଯୋଶୀ, ଆପ ନେତା ଆଶିଷ ପାଣ୍ଡେ ଓ ଅନ୍ୟମାନେ ଧାରଣାରେ ସାମିଲ ଥିଲେ।