ଯୌତୁକ ଦାବି କରିବା ପଡିଲା ମହଙ୍ଗା: ୩ ଅଭିଯୁକ୍ତ ଦୋଷୀ, ନଜରରେ ରହିବେ ବର୍ଷେ

ଛତ୍ରପୁର,୨୧ା୪(ସନ୍ତୋଷ ପାଢ଼ୀ/ଦିଲୀପ ସାମଲ): ଗଞ୍ଜାମ ଜିଲା ଛତ୍ରପୁର ଥାନା ଅନ୍ତର୍ଗତ ଶାନ୍ତିନଗରରେ ୨୦୨୨ରେ ଘଟିଥିବା ଏକ ଯୌତୁକ ନିର୍ଯାତନା ମାମଲାର ଶୁଣାଣି ହୋଇଛି। ସୋମବାର ଛତ୍ରପୁର ଏସ୍‌ଡିଜେଏମ୍‌ ପ୍ରୀତିଶ କୁମାର ରଥ ୩ ଅଭିଯୁକ୍ତଙ୍କୁ ଦୋଷୀ ସାବ୍ୟସ୍ତ କରିଛନ୍ତି। ସେମାନେ ହେଲେ ଶାନ୍ତିନଗର ନିବାସୀ ଶଙ୍କର ବେହେରା, ଚନ୍ଦ୍ରମଣି ବେହେରା ଓ ବାସନ୍ତୀ ବେହେରା। ଦୋଷୀମାନେ ୧ ବର୍ଷ ପର୍ଯ୍ୟନ୍ତ ଜିଲା ପ୍ରୋବେଶନ ଅଧିକାରୀଙ୍କ ନଜରରେ ରହିବେ ବୋଲି ଏସ୍‌ଡିଜେଏମ୍‌ ଆଦେଶ ଦେଇଛନ୍ତି। ଏଥିସହ ସେମାନଙ୍କୁ ୩୦୦୦ ଟଙ୍କା ଜରିମାନା କରିଛନ୍ତି। ଏହି ଅର୍ଥରାଶି ଅଭିଯୋଗକାରିଣୀ ତଥା ନିର୍ଯାତିତା ଅନିତା ମୁଦୁଲିଙ୍କୁ ପ୍ରଦାନ କରାଯିବ ବୋଲି ରାୟରେ ଉଲ୍ଲେଖ ରହିଛି।
୨୦୨୦ ଫେବ୍ରୁଆରୀ ୨୮ ତାରିଖରେ ଅନିତାଙ୍କର ଛତ୍ରପୁର ଶାନ୍ତିନଗର ନିବାସୀ ଶଙ୍କରଙ୍କ ସହିତ ବିବାହ ହୋଇଥିଲା। ବିବାହ ସମୟରେ ବରପକ୍ଷର ଦାବି ମୁତାବକ ୧ ଲକ୍ଷ ୮୦ ହଜାର ଟଙ୍କା ଓ ଅନ୍ୟାନ୍ୟ ଘରକରଣା ଜିନିଷପତ୍ର ଦିଆଯାଇଥିଲା। କିନ୍ତୁ ବିବାହର ୨ ମାସ ପରେ ବାପଘରୁ ଆଉ ୨ ଲକ୍ଷ ଟଙ୍କା ଆଣିବାକୁ ଅନିତାଙ୍କୁ ସ୍ବାମୀ ଶଙ୍କର, ଶାଶୁ ବାସନ୍ତୀ ଓ ଶ୍ୱଶୁର ଚନ୍ଦ୍ରମଣି ବାଧ୍ୟ କରିଥିଲେ। ଏଥିପାଇଁ ସେମାନେ ତାଙ୍କୁ ମାନସିକ ଓ ଶାରୀରିକ ନିର୍ଯାତନା ଦେଇଥିଲେ। ବାପଘର ଲୋକ ଆସି ବୁଝାଇଥିଲେ ମଧ୍ୟ ସୁଫଳ ମିଳି ନ ଥିଲା। ଅନିତାଙ୍କୁ ଶାଶୁଘର ଲୋକେ ଧମକ ଦେଇଥିଲେ। ତେଣୁ ବାଧ୍ୟ ହୋଇ ସେ ବାପଘରକୁ ଚାଲି ଆସି ୨୦୨୨ ଜୁନ୍‌ ୮ତାରିଖରେ ଅଭିଯୋଗ କରିଥିଲେ। ଛତ୍ରପୁର ଏସଡ଼ିଜେଏମ କୋର୍ଟରେ ମାମଲା ବିଚାରାଧୀନ ରହିଥିଲା। ୮ ଜଣ ସାକ୍ଷୀଙ୍କ ବୟାନକୁ ଭିତ୍ତିକରି ବିଚାରପତି ରାୟ ଦେଇଛନ୍ତି। ସରକାରଙ୍କ ପକ୍ଷରୁ କ୍ୟାଡ଼ର ଏପିପି ରାଜେଶ କୁମାର ମିଶ୍ର ମାମଲା ପରିଚାଳନା କରୁଥିଲେ।

 

 

 

 


Enter your email to get our daily news in your inbox.

All Right Reserved By Dharitri.Com

T20 ବିଶ୍ୱକପ୍‌ରୁ ବାଦ୍ ପଡ଼ିବ କି ଅଷ୍ଟ୍ରେଲିଆ? ଦମଦାର ବିଜୟ ସହ ସୁପର-୮ରେ ଶ୍ରୀଲଙ୍କା

ନୂଆଦିଲ୍ଲୀ,୧୬।୨: ଚଳିତ T20 ବିଶ୍ୱକପ୍ ୨୦୨୬ରେ ଦେଖିବାକୁ ମିଳିଛି ଏକ ବଡ଼ ବିପର୍ଯ୍ୟୟ। ଓପନର ପଥୁମ ନିସାଙ୍କାଙ୍କ ବିଧ୍ୱଂସକାରୀ ଶତକ ବଳରେ ଶ୍ରୀଲଙ୍କା ୮ ୱିକେଟ୍‌ରେ ଅଷ୍ଟ୍ରେଲିଆକୁ…

ପୂର୍ବତନ ବିଧାୟିକା ଡା. ରାସେଶ୍ବରୀ ପାଣିଗ୍ରାହୀଙ୍କ ପରଲୋକ; ମୁଖ୍ୟମନ୍ତ୍ରୀଙ୍କ ଶୋକ

ଭୁବନେଶ୍ୱର,୧୬।୨: ସମ୍ବଲପୁରର ପୂର୍ବତନ ବିଧାୟିକା ତଥା ବିଶିଷ୍ଟ ଚିକିତ୍ସିକା ଡା. ରାସେଶ୍ବରୀ ପାଣିଗ୍ରାହୀଙ୍କର ଦେହାନ୍ତ ହୋଇଯାଇଛି। ମୃତ୍ୟୁ ବେଳକୁ ତାଙ୍କୁ ୭୯ ବର୍ଷ ବୟସ ହୋଇଥିଲା। ସମ୍ବଲପୁର…

ନକଲି ମାଓବାଦୀ ଆତ୍ମସମର୍ପଣ ଯୋଜନା ପଣ୍ଡ: ଖବରଦାତାଙ୍କ ସହ ୪ ଗିରଫ

ରାୟଗଡ଼ା,୧୬।୨(ଆଶିଷ ରଞ୍ଜନ ପଣ୍ଡା) ମାଓବାଦୀଙ୍କ ନାଁରେ ପୋଷ୍ଟର ମାରିବା ଏବଂ ନକଲି ମାଓବାଦୀଙ୍କୁ ଆତ୍ମସମର୍ପଣ କରାଇ ସରକାରୀ ଅର୍ଥ ଲୁଟ ପାଇଁ ଉଦ୍ୟମ କରିବା ଘଟଣାରେ ରାୟଗଡ଼ା…

ବଟେଶ୍ୱର ଜାଗର ମହୋତ୍ସବ: ମୋହିଲା ଛାତ୍ରୀଛାତ୍ରଙ୍କ ନୃତ୍ୟ

ଗଞ୍ଜାମ,୧୬ା୨(ବିଦ୍ୟାଧର ସାହୁ): ଗଞ୍ଜାମ ବ୍ଲକ ଅନ୍ତର୍ଗତ ପାଳିବନ୍ଧ ପଞ୍ଚାୟତର ପ୍ରସିଦ୍ଧ ବଟେଶ୍ୱର ମନ୍ଦିର ବାଲିଯାତ୍ରା ପଡିଆରେ ମହାଶିବରାତ୍ରି ଉପଲକ୍ଷେ ପ୍ରଥମଥର ପାଇଁ ଜାଗର ମହୋତ୍ସବ ଅନୁଷ୍ଠିତ ହୋଇଯାଇଛି।…

ପୂର୍ବତନ ବିଧାୟିକା ରାସେଶ୍ୱରୀ ପାଣିଗ୍ରାହୀଙ୍କ ପରଲୋକ

ସମ୍ୱଲପୁର,୧୬।୨: ସମ୍ୱଲପୁର ପୂର୍ବତନ ବିଧାୟିକା ଡା. ରାସେଶ୍ୱରୀ ପାଣିଗ୍ରାହୀଙ୍କ ସୋମବାର ରାତିରେ ପରଲୋକ ହୋଇଯାଇଛି। ତାଙ୍କୁ ମୃତ୍ୟୁ ବେଳକୁ ୭୯ ବର୍ଷ ବୟସ ହୋଇଥିଲା। ରାତି ପ୍ରାୟ…

ଏହି ଷ୍ଟେସନର ବଦଳିବ କାୟାକଳ୍ପ: ଏତିକି କୋଟି ମଞ୍ଜୁର କଲେ କେନ୍ଦ୍ର ସରକାର

ଭୁବନେଶ୍ୱର,୧୬।୨: ଓଡ଼ିଶାର ରେଳ ଭିତ୍ତିଭୂମି ପାଇଁ ୯୩.୧୯ କୋଟି ଟଙ୍କା ଅନୁମୋଦନ କରିଛନ୍ତି କେନ୍ଦ୍ର ସରକାର। ଏହି ଟଙ୍କାରେ ବ୍ରହ୍ମପୁର ରେଳ ଷ୍ଟେସନର ପୁନଃ ବିକାଶ କରାଯିବ।…

ମହିଳାଙ୍କୁ ଗୋଡାଇ କାମୁଡ଼ିଲା ବିଲୁଆ

ଦିଗପହଣ୍ଡି,୧୬।୨(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ସହର ୫ ନଂ ୱାର୍ଡ ପଠାଣ ଗଳି ବାସିନ୍ଦା କେ.ପାର୍ୱତୀ ଦୋରା(୪୦) ବିଲୁଆ କାମଡ଼ାରେ ଗୁରୁତର ଆହତ ହୋଇଛନ୍ତି।…

ତୃତୀୟ ଥର ବିବାହ ବନ୍ଧନରେ ବାନ୍ଧିହେଲେ IAS ଅଫିସର, ତିନି ସ୍ତ୍ରୀ IAS

ଭୋପାଳ,୧୬।୨: ଜଣେ IAS ଅଫିସର ଏବେ ନିଜର ବ୍ୟକ୍ତିଗତ ଜୀବନକୁ ନେଇ ଏବେ ଚର୍ଚ୍ଚାର ଶିଖରରେ ଅଛନ୍ତି। ସେ ନିକଟରେ ତୃତୀୟ ଥର ପାଇଁ ବିବାହ କରିଥିବା…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri