ବନ୍ଦ ଥିବା ମାଳିଦାଦର ସ୍କୁଲ ଖୋଲିବାକୁ ଦାବି: ଜିଲାପାଳଙ୍କୁ ଦାବିପତ୍ର ଦେଲେ ମହିଳା

ଅମରପାଲି,୨୩/୯(ପୀତାମ୍ବର ସାହୁ):ସୁବର୍ଣ୍ଣପୁର ଜିଲା ବୀରମହାରାଜପୁର ବ୍ଲକ ଅନ୍ତର୍ଗତ ଦୁର୍ଜନତୈଲା ପଞ୍ଚାୟତର ଉପାନ୍ତ ମାଳିଦାଦର ଗ୍ରାମରେ ବନ୍ଦ କରାଯାଇଥିବା ୟୁପି ସ୍କୁଲ ଖୋଲିବାକୁ ଗ୍ରାମବାସୀ ଦାବି କରିଛନ୍ତି। ଏନେଇ ସୋମବାର ଦିନ ଗ୍ରାମର ମହିଳାମାନେ ସୁବର୍ଣ୍ଣପୁର ଜିଲାପାଳ ଙ୍କ କାର୍ଯ୍ୟାଳୟକୁ ଯାଇ ସ୍କୁଲ ଖୋଲିବାକୁ ଦାବିପତ୍ର ପ୍ରଦାନ କରିଛନ୍ତି। ଜିଲାପାଳଙ୍କ ଅନୁପସ୍ଥିତିରେ ଅତିରିକ୍ତ ଜିଲାପାଳ ଅଞ୍ଜଳିନା ପ୍ରଧାନଙ୍କୁ ଦାବିପତ୍ର ପ୍ରଦାନ କରିଛନ୍ତି। ଦୀର୍ଘ ୮ ବର୍ଷ ହେଲା ଉକ୍ତ ସ୍କୁଲରେ କମ ପିଲା ଦର୍ଶାଇ ବନ୍ଦ କରାଯାଇଛି। ଫଳରେ ଗ୍ରାମର ଛାତ୍ରୀଛାତ୍ର ପାଠ ପଢ଼ିବାରୁ ବଞ୍ଚତ୍ତ ହେଉଥିବା ଗ୍ରାମବାସୀ ଅଭିଯୋଗ କରିଛନ୍ତି। ଗୋଟିଏ ୱାର୍ଡ ବିଶିଷ୍ଟ ମାଳିଦାଦର ଗ୍ରାମରେ ପ୍ରାୟ ୫୦ଟି ପରିବାର ବସବାସ କରନ୍ତି। ଗ୍ରାମର ଛାତ୍ରୀଛାତ୍ରମାନଙ୍କୁ ସର୍ବଶିକ୍ଷା ଅଭିଯାନରେ ସାମିଲ କରିବା ଉଦ୍ଦେଶ୍ୟରେ ୨୦୦୪ ମସିହାରେ ଗ୍ରାମରେ ଏକ ସରକାରୀ ପ୍ରାଥମିକ ବିଦ୍ୟାଳୟ ସ୍ଥାପନ କରାଯାଇଥିଲା। ଏହି ସ୍କୁଲରେ ପ୍ରଥମରୁ ପଞ୍ଚମ ଶ୍ରେଣୀ ପର୍ଯ୍ୟନ୍ତ ଛାତ୍ରୀଛାତ୍ର ଅଧ୍ୟୟନ କରୁଥିଲେ। ଏମାନଙ୍କୁ ପଢ଼ାଇବା ପାଇଁ ଦୁଇ ଜଣ ଶିକ୍ଷକ ମଧ୍ୟ ନିଯୁକ୍ତି କରାଯାଇଥିଲା। ପିଲାଏ ପାଠ ପଢିବା ପାଇଁ ସ୍କୁଲ କୋଠାଘର ମଧ୍ୟ ନିର୍ମାଣ କରାଯାଇଛି। ମାତ୍ର ଗତ ୨୦୧୭ରେ କମ ପିଲା ଦର୍ଶାଇ ଉକ୍ତ ସ୍କୁଲକୁ ବନ୍ଦ କରିଦିଆଗଲା। ସ୍କୁଲ ବନ୍ଦ ପରେ ଗ୍ରାମବାସୀ ଏନେଇ ସ୍ଥାନୀୟ ଜନ ପ୍ରତିନିଧିଙ୍କ ଠାରୁ ଆରମ୍ଭ କରି ବିଇଓ, ଡିଇଓ ଓ ଜିଲାପାଳଙ୍କୁ ବାରମ୍ବାର ଅଭିଯୋଗ କରିଥିଲେ। ମାତ୍ର କେହି ଗ୍ରାମବାସୀଙ୍କ ଅଭିଯୋଗ ଶୁଣି ନ ଥିଲେ। ଗ୍ରାମବାସୀଙ୍କ ଅଭିଯୋଗ ଅନୁସାରେ ଏବେ ମଧ୍ୟ ଗ୍ରାମରେ ୨୭ରୁ ଅଧିକ ଛାତ୍ରୀଛାତ୍ର ଅଛନ୍ତି। ସ୍କୁଲ ବନ୍ଦ ହେଲା ପରେ ଏହି ସ୍କୁଲର ଛାତ୍ରୀଛାତ୍ରଙ୍କୁ ପ୍ରାୟ ୩ କିଲୋମିଟର ଦୂରରେ ଥିବା ଦାଦରପାଲି ସ୍କୁଲରେ ନାମ ଲେଖାଇବାକୁ ନିର୍ଦ୍ଦେଶ ଦିଆଯାଇଥିଲା। ମାତ୍ର ଗାଁ ଠାରୁ ଦାଦରପାଲି ସ୍କୁଲ ଦୂର ହୋଇଥିବା ଓ ଜଙ୍ଗଲି ଅଞ୍ଚଳ ହୋଇଥିବାରୁ ଛୋଟ ଛୋଟ ପିଲାମାନେ ଏକୁଟିଆ ଯିବା ସମ୍ଭବ ହେଉ ନାହିଁ। ଏପରିକି ଅଭିଭାବକ ପ୍ରତିଦିନ ନିଜ ପିଲାଙ୍କୁ ସ୍କୁଲକୁ ଛାଡ଼ି ନେଇ ପାରୁ ନାହାନ୍ତି। ଫଳରେ ପିଲାମାନେ ଶିକ୍ଷାଦାନରୁ ବଞ୍ଚିତ ହେଉଛନ୍ତି। ଗ୍ରାମର ଅଧିକାଂଶ ଲୋକ ଗରିବ ଓ ଶ୍ରମିକ ଶ୍ରେଣୀର ହୋଇଥିବାରୁ ନିଜ ପିଲାଙ୍କୁ ବାହାରେ ମଧ୍ୟ ପଢ଼ାଇ ପାରୁ ନାହାନ୍ତି। ତେଣୁ ଗ୍ରାମର ଅଧିକାଂଶ ଛାତ୍ରୀଛାତ୍ରଙ୍କ ପାଠ ପଢ଼ାରେ ବାଧା ଦେଖାଯାଉଛି। ପୁନର୍ବାର ଉକ୍ତ ସ୍କୁଲକୁ ଖୋଲିବାକୁ ଜିଲାପାଳ ଙ୍କୁ ଦାବିପତ୍ର ପ୍ରଦାନ କରାଯିବା ସହିତ ଜିଲା ଶିକ୍ଷା ଅଧିକାରୀଙ୍କୁ ମଧ୍ୟ ଦାବିପତ୍ର ପ୍ରଦାନ କରାଯାଇଛି। ଗ୍ରାମର ରଶ୍ମିତା ପ୍ରଧାନ, ଅନିତା ପ୍ରଧାନ, ପ୍ରଣତି ପ୍ରଧାନ,ସୁଲୋଚନା ମହାପାତ୍ର, ଅନୂସୟା ଖମାରୀ, ଶାନ୍ତି ଖମାରୀ, ଜୟନ୍ତୀ ଖମାରୀଙ୍କ ସମେତ ମହିଳାମାନେ ଜିଲାପାଳଙ୍କ କାର୍ଯ୍ୟଳୟକୁ ଯାଇ ଦାବିପତ୍ର ପ୍ରଦାନ କରିଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

‘ଆମ ନାଁ ନାହିଁ’: ବଜେଟ୍‌ ଦେଖି ଇଣ୍ଟରନେଟ୍‌ରେ ମଧ୍ୟବିତଙ୍କ ପାଇଁ ମଜାଳିଆ ମିମ୍ସ ଭାଇରାଲ୍‌

ନୂଆଦିଲ୍ଲୀ,୧ା୨: କେନ୍ଦ୍ର ଅର୍ଥମନ୍ତ୍ରୀ ନିର୍ମଳା ସୀତାରାମନ ରବିବାର ନବମ ଥର ପାଇଁ ପୂର୍ଣ୍ଣାଙ୍ଗ ବଜେଟ (୨୦୨୬-୨୭) ଉପସ୍ଥାପନ କରିଛନ୍ତି। ଦେଶର ସାଧାରଣ ଜନତାଙ୍କ ଜୀବନଶୈଳୀରେ ସୁଧାର ଆଣିବା…

ଶୌଚ ପାଇଁ ଯାଇ ଆଉ ଫେରି ନଥିଲେ, ଗାଡ଼ିଆରୁ ଉଦ୍ଧାର ହେଲା ମୃତଦେହ

ପାଟଣା,୧।୨(ବୀର କିଶୋର ଦାଶ): ଇଟା ଗଢ଼ିବାକୁ ଯାଇ ଜଣେ ୨୫ବର୍ଷିୟ ଯୁବକଙ୍କ ସନ୍ଦେହ ଜନକ ଭାବେ ମୃତ୍ୟୁ ହୋଇଛି । ପାଟଣା ବ୍ଲକ ଡୁମୁରିଆ ପଂଚାୟତ କୋଠା…

ବଜେଟ ଉପରେ ସାଧାରଣ ଲୋକଙ୍କ ପ୍ରତିକ୍ରିୟା, ଲାଭ ଉଠାଇବା ପାଇଁ କେନ୍ଦ୍ରାପଡାରେ…

କେନ୍ଦ୍ରାପଡା,୧।୨(ଜଗନ୍ନାଥ ଧଳ ): କେନ୍ଦ୍ର ଅର୍ଥମନ୍ତ୍ରୀ ନିର୍ମଳା ସୀତାରାମନ୍‌ ଚଳିତ ବର୍ଷର ବଜେଟ ରବିବାର ଉପସ୍ଥାପନ କରିଛନ୍ତି । ଏଥିରେ ବିଭିନ୍ନ ଯୋଜନାର କାର୍ଯ୍ୟକାରିତା ପାଇଁ ଅର୍ଥ…

ବଜେଟ୍‌କୁ ନେଇ କ୍ଷୋଭ ପ୍ରକାଶ କଲେ ନବୀନ, କହିଲେ ଡବଲ ଇଞ୍ଜିନ ସରକାର ଓଡ଼ିଶାକୁ…

ଭୁବନେଶ୍ୱର,୧ା୨: କେନ୍ଦ୍ର ସରକାରଙ୍କ ଦ୍ୱାରା ରବିବାର ଉପସ୍ଥାପିତ ବଜେଟ୍‌କୁ ନେଇ କ୍ଷୋଭ ପ୍ରକାଶ କରିଛନ୍ତି ପୂର୍ବତନ ମୁଖ୍ୟମନ୍ତ୍ରୀ ତଥା ବିଜେଡି ସୁପ୍ରିମୋ ନବୀନ ପଟ୍ଟନାୟକ। ନବୀନ ତାଙ୍କ…

ବଜେଟ୍‌ ପରେ ସାଧାରଣ ଜନତାଙ୍କ ପ୍ରତିକ୍ରିୟା, ଗରିବ-ମଧ୍ୟବିତ୍ତଙ୍କୁ ଅଣଦେଖା କହି…

କେସିଙ୍ଗା,୧ା୨(ତୁମେଶ୍ୱର ସାହୁ): କେନ୍ଦ୍ର ଅର୍ଥମନ୍ତ୍ରୀ ନିର୍ମଳା ସୀତାରାମନ୍‌ ରବିବାର ନବମ ଥର ପାଇଁ ପୂର୍ଣ୍ଣାଙ୍ଗ ବଜେଟ୍‌ (୨୦୨୬-୨୭) ଉପସ୍ଥାପନ କରିଛନ୍ତି। ଏହି ବଜେଟ୍‌ ଘୋଷଣା ପରେ କଳାହାଣ୍ଡି…

ବଜେଟକୁ ନେଇ ପ୍ରତିକ୍ରିୟା ଦେଲେ ଶିକ୍ଷାବିତ୍, ସବୁ ଦିଗକୁ ଖୁସି…

ଦେବଗଡ,୧ା୨(ଶଶାଙ୍କ ଶେଖର ଝାଙ୍କର): ଅର୍ଥମନ୍ତ୍ରୀ ନିର୍ମଳା ସୀତାରାମନ ୨୦୨୬ ବଜେଟ ଉପସ୍ଥାପିତ କରିଛନ୍ତି । ଏହାପରେ ଶିକ୍ଷାବିତଙ୍କ ଠାରୁ ଆରମ୍ଭ କରି ସାଧାରଣ ଲୋକଙ୍କ ପ୍ରତିକ୍ରିୟା ମଧ୍ୟ…

ବଜେଟକୁ ନେଇ ଭାଜପା ଉପରେ ବର୍ଷିଲେ ଅଖିଳେଶ, ଜନତାଙ୍କୁ ସ୍ବପ୍ନ ଦେଖାଇଲା…

ନୂଆଦିଲ୍ଲୀ,୧।୨: କେନ୍ଦ୍ର ସରକାର ୨୦୨୬ ବଜେଟ୍ ଉପସ୍ଥାପନ କରିବା ପରେ ରାଜନୈତିକ ବୟାନବାଜୀ ଆରମ୍ଭ ହୋଇଯାଇଛି । ସମାଜବାଦୀ ପାର୍ଟି ମୁଖ୍ୟ ଅଖିଳେଶ ଯାଦବ ବଜେଟ୍ ଏବଂ…

ରାସ୍ତାରେ ଆଣ୍ଠୁଏ ପାଣି: ଓଲଟା ଅଧିକାରୀଙ୍କୁ ଗାଳିଗୁଲଜ, ତଦନ୍ତ କଲେ…

କେସିଙ୍ଗା,୧।୨(ତୁମେଶ୍ୱର ସାହୁ): କଳାହାଣ୍ଡି ଜିଲା କେସିଙ୍ଗା ବ୍ଲକ ଅନ୍ତର୍ଗତ କାଣ୍ଡେଲ ପଞ୍ଚାୟତ ୱାର୍ଡ ନଂ ୩ରେ ପାଇପ ଫାଟି ମୁଖ୍ୟ ଗଳି ରାସ୍ତାରେ ପାଣି ଜମିରହୁଛି। ଏ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri