ଭଞ୍ଜନଗର,୨୫ା୫(ବାବୁଲା ପ୍ରଧାନ): ଓଟିଇଟି ପରୀକ୍ଷା ପ୍ରତ୍ୟାହାର ଦାବି ନେଇ ଭଞ୍ଜନଗର ବ୍ଲକ ମିଳିତ ପ୍ରାଥମିକ ଶିକ୍ଷକ ସଂଘ ପକ୍ଷରୁ ରବିବାର ମୁଖ୍ୟମନ୍ତ୍ରୀ ଏବଂ ବିଦ୍ୟାଳୟ ଓ ଗଣଶିକ୍ଷା ମନ୍ତ୍ରୀଙ୍କ ଉଦ୍ଦେଶ୍ୟରେ ଭଞ୍ଜନଗର ବିଧାୟକ ପ୍ରଦ୍ୟୁମ୍ନ କୁମାର ନାୟକଙ୍କୁ ଏକ ଦାବିପତ୍ର ପ୍ରଦାନ କରାଯାଇଛି। ଏହାପୂର୍ବରୁ ଗତ ଶୁକ୍ରବାର ଭଞ୍ଜନଗର ବ୍ଲକ ଗୋଷ୍ଠୀ ଶିକ୍ଷା ଅଧିକାରିଣୀ ଲୋପାମୁଦ୍ରା ରଥଙ୍କୁ ସଚିବଙ୍କ ଉଦ୍ଦେଶ୍ୟରେ ସଂଘ ପକ୍ଷରୁ ଦାବିପତ୍ର ପ୍ରଦାନ କରାଯାଇଥିଲା।
ବିଧାୟକଙ୍କୁ ଆଜି ଦାବିପତ୍ର ପ୍ରଦାନ ସମୟରେ ମିଳିତ ପ୍ରାଥମିକ ଶିକ୍ଷକ ସଂଘର କର୍ମକର୍ତ୍ତା ତ୍ରିନାଥ ପଟ୍ଟନାୟକ, ସରୋଜ ଶତପଥୀ, ଗୋକୁଳ ମଲ୍ଲିକ, ଏ. ମନୋଜ କୁମାର, ଜଗଦୀଶ ନାୟକ, ମନୋଜ କୁମାର ବେହେରା, ନିର୍ମଳ କୁମାର ସ୍ବାଇଁ, ଗୋପାଳ ଗୌଡ଼, ନାରାୟଣ ମହାପାତ୍ର, ସୁଜିତ କୁମାର ସ୍ବାଇଁ, ଦିଲ୍ଲୀପ କୁମାର ପ୍ରଧାନ, ଅବିନାଶ ପଣ୍ଡା, ସୁଧାଂଶୁ ମହାପାତ୍ର, ଦେବୀ ପ୍ରସାଦ ଦାଶ, ଜିତେନ୍ଦ୍ର କୁମାର, ବେହେରା , ଶିଶିର କାନ୍ତ ପତି, ବିଭୂ ପ୍ରସାଦ ମହାପାତ୍ର, ଗଙ୍ଗାଧର ପଣ୍ଡା, ସନ୍ତୋଷ କୁମାର ରଥ,ବାବୁଲା ନାୟକ ପ୍ରମୁଖ ଉପସ୍ଥିତ ଥିଲେ।
ସୂଚନାଯୋଗ୍ୟ, ପ୍ରାଥମିକ ଶିକ୍ଷୟିତ୍ରୀ ଶିକ୍ଷକମାନଙ୍କ ପଦୋନ୍ନତି ପାଇଁ ଓଟିଇଟି ପରୀକ୍ଷା ବାଧ୍ୟତାମୂଳକ କରାଯାଇଛି। ଏନେଇ ସାଧାରଣ ପ୍ରଶାସନ ବିଭାଗ ତରଫରୁ ଗତ ୩ ତାରିଖରେ ବିଜ୍ଞପ୍ତି ପ୍ରକାଶ ପାଇଛି। ଶିକ୍ଷକମାନଙ୍କ ପ୍ରତି ସରକାରଙ୍କ ଏହା ଏକ ହୀନ ଚକ୍ରାନ୍ତ। ତେଣୁ ସରକାର ତୁରନ୍ତ ଉକ୍ତ ପରୀକ୍ଷା ବ୍ୟବସ୍ଥାକୁ ପ୍ରତ୍ୟାହାର କରନ୍ତୁ। ନଚେତ୍ ଆଗାମୀ ଦିନରେ ଶିକ୍ଷକମାନେ ରାଜ୍ୟସାରା ଆନ୍ଦୋଳନକୁ ଓହ୍ଲାଇବେ ବୋଲି କେତେକ ଶିକ୍ଷକ ପ୍ରକାଶ କରିଛନ୍ତି।


