ବିସ୍ଥାପିତ ନୀତି ତୁରନ୍ତ କାର୍ଯ୍ୟକାରୀ ଦାବି, ନଚେତ୍‌ କମ୍ପାନୀ ବିରୋଧରେ ହେବ ବିରାଟ ଆନ୍ଦୋଳନ

ଛତ୍ରପୁର,୧୫ା୭(ଦିଲ୍ଲୀପ ସାମଲ): ବିସ୍ଥାପିତ ନୀତିକୁ ତୁରନ୍ତ କାର୍ଯ୍ୟକାରୀ କରିବା, ଏଥିପାଇଁ ଚିହ୍ନଟ ଜାଗାରେ ଘର ନିର୍ମାଣ ସହ ପୁନିର୍ବାସ ବ୍ୟବସ୍ଥା କରିବା ସହିତ ୨୦୧୮ରେ ବ୍ରହ୍ମପୁରସ୍ଥିତ ଆର୍‌ଡିସିଙ୍କ କାର୍ଯ୍ୟାଳୟରେ ହୋଇଥିବା ଆର୍‌ପିଡିଏସି ବୈଠକରେ ଗୃହୀତ ନିଷ୍ପତ୍ତିଗୁଡ଼ିକୁ କାର୍ଯ୍ୟକାରୀ କରିବା ଦାବି ନେଇ ବୁଧବାର ସାନଆର୍ଯ୍ୟପଲ୍ଲୀ ଗ୍ରାମ୍ୟ କମିଟି ପକ୍ଷରୁ ଗଞ୍ଜାମ ଜିଲା ପ୍ରଶାସନର ଦ୍ୱାରସ୍ଥ ହୋଇଛନ୍ତି। ଏହା ସହିତ ଗଞ୍ଜାମ ଜିଲାପାଳଙ୍କ ଉଦେଶ୍ୟରେ ଏକ ଲିଖିତ ଦାବି ଅତିରିକ୍ତ ଜିଲାପାଳ ସଚ୍ଚିଦାନନ୍ଦ ନାୟକଙ୍କୁ ଭେଟି ପ୍ରଦାନ କରିଛନ୍ତି। ଆଇଆର୍‌ଇଏଲ୍‌ କମ୍ପାନୀ ପ୍ରାୟ ୮ ବର୍ଷ ଧରି ଡ୍ରେଜିଙ୍ଗ କରୁଥିଲେ ମଧ୍ୟ ବିସ୍ଥାପିତ ନୀତିକୁ କାର୍ଯ୍ୟକାରୀ କରିଲା ନାହିଁ। ଖାଲି ମିଳିଲା ପ୍ରତିଶ୍ରୁତି ଉପରେ ପ୍ରତିଶ୍ରୁତି l ୨୦୧୮ ବର୍ଷରେ ସମସ୍ତ ଗୃହୀତ ନିଷ୍ପତ୍ତିକୁ ତାହା କାର୍ଯ୍ୟକାରୀ କରାଯାଉନାହିଁ। ଏହାକୁ ନେଇ ସାନଆର୍ଯ୍ୟପଲ୍ଲୀ ଗ୍ରାମବାସୀ ଅସନ୍ତୋଷ ପ୍ରକାଶ କରିବା ସହିତ କମ୍ପାନୀ ଏବଂ ଜିଲା ପ୍ରଶାସନ ବିରୋଧରେ ଆନ୍ଦୋଳନ ନିମନ୍ତେ ସଜବାଜ ହେଉଛନ୍ତି। ସେମାନେ କହିବା ମୁତାବକ ଗୋଟେ ପଟେ ସମୁଦ୍ର କୂଳ ଖାଇବା ଯୋଗୁ ମତ୍ସ୍ୟଜୀବୀମାନେ ଭୟଭୀତ ଅବସ୍ଥା ରହୁଥିବା ବେଳେ ଅନ୍ୟ ପଟେ ଆଇଆର୍‌ଇଏଲ୍‌ କମ୍ପାନୀ ଗ୍ରାମବାସୀଙ୍କୁ ମିଥ୍ୟା ପ୍ରତିଶ୍ରୁତି ଦେଇ ଡ୍ରେଜିଙ୍ଗ କାମ କରିବାରେ ଲାଗିପଡ଼ିଛନ୍ତି। ଯାହା ଫଳରେ ମତ୍ସ୍ୟଜିବୀମାନେ ନାହିଁ ନ ଥିବା ଅସୁବିଧାର ସମ୍ମୁଖୀନ ହେଉଛନ୍ତି। ଏଣୁ ଆଇଆର୍‌ଇଏଲ୍‌ ଓ ଜିଲା ପ୍ରଶାସନ ପକ୍ଷରୁ ଗ୍ରାମବାସୀଙ୍କୁ ଜୀବନରେ ସୁୁରକ୍ଷା ସୁନିଶ୍ଚିତ କରିବା, ବିସ୍ଥାପିତ ନୀତି ସହିତ ୨୦୨୬-୨୭ ଜନଗଣନା ଅନୁସାରେ ସେମାନଙ୍କୁ ତୁରନ୍ତ ଥଇଥାନ କରିବାକୁ ଦାବି କରିଛନ୍ତି।

ସେହିପରି ଗୋପାଳପୁର ବନ୍ଦରର ଖାମଖିଆଲି ନୀତି ଏବଂ ଅବହେଳା ଯୋଗୁ ଦିନକୁ ଦିନ ସମୁଦ୍ର କୂଳ ଲଙ୍ଘିବାରେ ଲାଗିଛି । ଏହାର ସ୍ଥାୟୀ ପ୍ରତିକାର କରିବା ନିମନ୍ତେ ଗ୍ରାମବାସୀ ଦାବି କରିଛନ୍ତି। ଦାବିଗୁଡ଼ିକ ଶୀଘ୍ର ପୂରଣ ନ ହେଲେ ଆଇଆର୍‌ଇଏଲ୍‌ର ମୁଖ୍ୟ ଫାଟକ ଏବଂ ଗଞ୍ଜାମ ଜିଲାପାଳଙ୍କ କାର୍ଯାଳୟ ସମ୍ମୁଖରେ ବଡ଼ଧରଣର ଆନ୍ଦୋଳନ କରାଯିବ ବୋଲି ଗ୍ରାମ କମିଟି ପକ୍ଷରୁ କଡ଼ା ଚେତାବନୀ ଦିଆଯାଇଛି।  ଏହି ଦାବିପତ୍ର ପ୍ରଦାନ ବେଳେ ସାନଆର୍ଯ୍ୟପଲ୍ଲୀ ଗ୍ରାମ୍ୟ କମିଟି ସଭାପତି ବି. ସୀମା, ଗଞ୍ଜାମ ଜିଲା ମତ୍ସ୍ୟଜୀବୀ ନେତା ତଥା ସାଧାରଣ ସମ୍ପାଦକ ବି. ଭୀମସେନ, ଉପସଭାପତି ପି. ଗୁରେୟା, ପୂର୍ବତନ ସାଧାରଣ ସମ୍ପାଦକ ଏମ୍‌. ଦିଲ୍ଲୀପ, କେ. ଦାଶରଥୀ, ଜି ସନ୍ନ୍ୟାସୀ, ମାସିଆନୁ ଓ ଏଲ୍‌. ଏରେୟାଙ୍କ ସମେତ ବହୁ ଗ୍ରାମବାସୀ ଉପସ୍ଥିତ ଥିଲେ।

Dharitri – Odisha’s No.1 Odia Daily

Enter your email to get our daily news in your inbox.

All Right Reserved By Dharitri.Com

ସର୍ଭର ଡାଉନ, ପଞ୍ଜୀକରଣ ପାଇଁ ଚାଷୀ କଲବଲ

ହାଟଡିହୀ/ଛେନାପଦୀ,୩୦l୮(ଶୁଭକାନ୍ତ ନାୟକ/ନିରାକାର ପରିଡା): ଚାଷୀଙ୍କ ନାମ ପଞ୍ଜୀକରଣର ସମୟ ସୀମା ସରକାର ଆଉ ୭ ଦିନ ବୃଦ୍ଧି କରିଛନ୍ତି। କିନ୍ତୁ ସର୍ଭର ଡାଉନ ଥିବାରୁ ଚାଷୀ ନାମ…

ଲାଞ୍ଚ ନେଇ ଧରାପଡ଼ିଲେ ଜିଲା ଶ୍ରମ ଅଧିକାରୀ

କେନ୍ଦୁଝର,୩୦ା୮(ନରେଶ ଚନ୍ଦ୍ର ପଟ୍ଟନାୟକ): କେନ୍ଦୁଝର ଜିଲା ଶ୍ରମ ଅଧିକାରୀ ଆକାଶ ବିଶୋଇ ଜଣେ ବ୍ୟକ୍ତିଙ୍କଠାରୁ ଲାଞ୍ଚ ନେଇ ଭିଜିଲାନ୍ସ ବିଭାଗ ହାତରେ ଧରାପଡ଼ିଛନ୍ତି। ଜିଲା ଶ୍ରମ ଅଧିକାରୀ…

ସ୍କୁଲ ପ୍ରିନି୍ସପାଲଙ୍କ ଉପସ୍ଥିତ ବୁଦ୍ଧି ଯୋଗୁ ବଞ୍ଚିଗଲା ସମସ୍ତ ସ୍କୁଲ ପିଲା, ଶିକ୍ଷକଙ୍କ ଜୀବନ, କେମିତି ଜାଣନ୍ତୁ…

କାଠମାଣ୍ଡୁ,୩୦ା୮: ନେପାଳରେ ପ୍ରଳୟଙ୍କରୀ ବନ୍ୟା ମାଡ଼ିଆସିବା ବେଳେ ଜଣେ ସ୍କୁଲ ପ୍ରିନି୍ସପାଲଙ୍କ ଉପସ୍ଥିତ ବୁଦ୍ଧି ଯୋଗୁ ୧,୬୪୩ ଜଣ ପିଲାଙ୍କ ଜୀବନ ବଞ୍ଚତ୍ୟାଇଛି। ନୁଓ୍ବାକୋଟ୍‌ ଜିଲା ତ୍ରିଭୁବନ…

ସ୍ବୟଂ ସହାୟିକା ଗୋଷ୍ଠୀ ଟଙ୍କା ଆତ୍ମାସତ କରି ମହିଳା ଗିରଫ, ମୁଖ୍ୟ ଅଭିଯୁକ୍ତ ଫେରାର

ପାରଳାଖେମୁଣ୍ଡି,୩୦ା୮(ଗିରିଧାରୀ ପରିଚ୍ଛା): ସ୍ବୟଂ ସହାୟକ ଗୋଷ୍ଠୀ ଜଟଙ୍କା ଓ ସୁନା ସଂଗ୍ରହ କରି ଆତ୍ମସାତ୍‌ କରିବା ଅଭିଯୋଗରେ ପାରଳାଖେମୁଣ୍ଡି ପୋଲିସ ଜଣଙ୍କୁ ହାଇଦ୍ରାବାଦରୁ ଗିରଫ କରିଛି। ଗିରଫ…

ହକି ବିଶ୍ୱକପ୍‌: ନେଦରଲାଣ୍ଡ୍ସକୁ ହରାଇ ବ୍ରୋଞ୍ଜ ପଦକ ଜିତିଲା ଆର୍ଜେଣ୍ଟିନା

ବେଲଫିଅସ,୩୦ା୮: ଚଳିତ ଏଫ୍‌ଆଇଏଚ୍‌ ପୁରୁଷ ହକି ବିଶ୍ୱକପ୍‌ରେ ଆର୍ଜେଣ୍ଟିନା ବ୍ରୋଞ୍ଜ ପଦକ ହାସଲ କରିଛି। ରବିବାର ଅନୁଷ୍ଠିତ ମ୍ୟାଚ୍‌ରେ ଆର୍ଜେଣ୍ଟିନା ୨-୧ ଗୋଲରେ ହକି ପାଓ୍ବରହାଉସ୍‌ ତଥା…

ଛତ୍ରପୁରରେ ଚାଞ୍ଚଲ୍ୟ: ଚିକିତ୍ସାଳୟରୁ ମୂକ ଶିଶୁକନ୍ୟା ଚୋରି, ସିସିଟିଭି ଯାଞ୍ଚ କରୁଛି ପୋଲିସ

ଛତ୍ରପୁର,୩୦ା୮(ଦିଲ୍ଲୀପ ସାମଲ): ଗଞ୍ଜାମ ଜିଲା ଛତ୍ରପୁର ଉପଖଣ୍ଡ ଚିକିତ୍ସାଳୟରେ ଏକ ଅଭାବନୀୟ ଘଟଣା ସାମ୍ନାକୁ ଆସିଛି। ଗୋଟିଏ ୫ ବର୍ଷର ମୂକ ଶିଶୁକନ୍ୟାକୁ ଜଣେ ବ୍ୟକ୍ତି ଚୋରି…

ଇମ୍ରାନ ମାମଲା: ପାକିସ୍ତାନ କ୍ରିକେଟରଙ୍କୁ ମୁହଁ ନ ଖୋଲିବାକୁ ପିସିବିର ବଡ଼ ତାଗିଦ

କରାଚୀ,୩୦ା୮: ଜେଲରେ ଥିବା ଇମ୍ରାନ ଖାନ୍‌ଙ୍କ ସମ୍ପର୍କରେ ଚଳିତ ଇଂଲଣ୍ଡ ବିପକ୍ଷରେ ଟେଷ୍ଟ ସିରିଜ୍‌ ଖେଳୁଥିବା ପାକିସ୍ତାନ କ୍ରିକେଟ ଦଳର ସଦସ୍ୟଙ୍କୁ କୌଣସି ମତାମତ ନ ଦେବାକୁ…

ଘରେ ପଶି ମୂକ ଯୁବତୀଙ୍କୁ ବଳାତ୍କାର ଉଦ୍ୟମ, ଜେଲ୍‌ ଗଲେ ଯୁବକ

ଦିଗପହଣ୍ଡି,୩୦ା୮(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ଥାନା ଅଧୀନ ଏକ ଗାଁରେ ଶନିବାର ମଧ୍ୟାହ୍ନରେ ଘରେ ପଶି ଜଣେ ମାନସିକ ଅନଗ୍ରସର ଓ ମୂକ ଯୁବତୀ(୨୧)ଙ୍କୁ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri