ସରପଞ୍ଚଙ୍କୁ ମାଡ଼ ମାରି ସର୍ଟ ଚିରିବା ଘଟଣାରେ ଅଭିଯୁକ୍ତଙ୍କୁ ତୁରନ୍ତ ଗିରଫ ଦାବି

ବୁଗୁଡ଼ା:୧୧।୧୧(କାଳିଚରଣଦାଶ): ଗଞ୍ଜାମ ଜିଲା ବୁଗୁଡା ବ୍ଲକ ମୋଟାବାଡି ପଞ୍ଚାୟତର ସରପଞ୍ଚ ତଥା ସରପଞ୍ଚ ସଂଘର କୋଷାଧକ୍ଷ ପିଣ୍ଟୁ କୁମାର ସେଠୀଙ୍କୁ ରବିବାର ଦୀପକ ରାଉତ ନାମକ ଜନୈକ ଯୁବକ ଦ୍ବାରା ମରଣାନ୍ତକ ଆକ୍ରମଣ ହୋଇଥିଲେ। ସରପଞ୍ଚ ପିଣ୍ଟୁ ବୁଗୁଡା ମେଡିକାଲରେ ଚିକିତ୍ସିତ ହେବା ସହ ଏ ନେଇ ଥାନାରେ ଅଭିଯୋଗ କରିଥିଲେ। ପରେ ପୋଲିସ କେସ ନଂ ୫୨୧/୨୪ରେ ଏକ ମାମଲା ରୁଜୁ କରିଥିଲା। ତେବେ ଘଟଣାର ୨୪ ଘଣ୍ଟା ପରେ ମଧ୍ୟ ପୋଲିସ ଅଭିଯୁକ୍ତଙ୍କୁ ଗିରଫ କରି ନ ଥିବା ହେତୁ ସୋମବାର ବୁଗୁଡା ବ୍ଳକ ସରପଞ୍ଚ ସଂଘ ପକ୍ଷରୁ ଯଥାଶୀଘ୍ର ଅଭିଯୁକ୍ତଙ୍କୁ ଗିରଫ କରିବା ପାଇଁ ଏକ ଦାବିପତ୍ର ପୋଲିସକୁ ପ୍ରଦାନ କରାଯାଇଛି। ପ୍ରକାଶ,ଯେ, ରବିବାର ସରପଞ୍ଚ ପିଣ୍ଟୁ ମୋଟାବାଡି-ନାଗିରି ରାସ୍ତାରେ ଥିବା ଝାଞ୍ଜିରୀ ଗାଡ଼ିଆ ନିକଟରେ ରହି କାମ ନିରୀକ୍ଷଣ କରୁଥିବା ବେଳେ ଅପରାହ୍ନ ପ୍ରାୟ ସାଢେ ୪ଟା ସମୟରେ ହଠାତ ଦୀପକ ରାଉତ ନାମକ ଯୁବକ ତାଙ୍କୁ ଗାଳି ଗୁଲଜ କରିବା ସହ ଆକ୍ରମଣ କରିଥିଲା। ଏଥିରେ ସରପଞ୍ଚଙ୍କ ସର୍ଟ ଚିରି ଯିବା ସହ ମୁହଁ, ଡାହାଣ ହାତ ଓ ଗୋଡ଼ରେ ଆଘାତ ଲାଗିଥିଲା । ଏ ନେଇ ଅଭିଯୋଗ ପରେ ମଧ୍ୟ ପୋଲିସ ଅଭିଯୁକ୍ତଙ୍କୁ ଗିରଫ କରିପାରି ନଥିବାରୁ ସୋମବାର ସରପଞ୍ଚ ସଂଘର ସଭାପତି ରାଜଲକ୍ଷ୍ମୀ ପ୍ରଧାନ, ଉପସଭାପତି ସୁଶାନ୍ତ ପ୍ରଧାନ, ସମ୍ପାଦକ ସଞ୍ଜୟ ବିଶ୍ବାଳଙ୍କ,ଦିଲ୍ଲୀପ ପ୍ରଧାନଙ୍କ ସମେତ ଅନ୍ୟ ସରପଞ୍ଚମାନେ ଥାନାରେ ପହଞ୍ଚି ଅଭିଯୁକ୍ତଙ୍କୁ ତୁରନ୍ତ ଗିରଫ ପାଇଁ ଦାବିପତ୍ର ପ୍ରଦାନ କରିଛନ୍ତ। ଅନ୍ୟପକ୍ଷେ ସରପଞ୍ଚ ସଂଘ ପକ୍ଷରୁ ଭଞ୍ଜନଗର ଏସ୍‌ଡିପିଓ ଏବଂ ଛତ୍ରପୁର ଆରକ୍ଷୀ ଅଧୀକ୍ଷକଙ୍କ ନିକଟଙ୍କୁ ମଧ୍ୟ ଏହି ଦାବିପତ୍ର ପ୍ରଦାନ କରାଯାଇଛି। ଯଥାଶୀଘ୍ର ଅଭିଯୁକ୍ତଙ୍କୁ ଗିରଫ ନକଲେ ସଂଘ ରାଜରାସ୍ତାକୁ ଓହ୍ଲାଇବ ବୋଲି ଚେତାବନୀ ମଧ୍ୟ ଦେଇଥିବା ଜଣାଯାଇଛି।


Enter your email to get our daily news in your inbox.

All Right Reserved By Dharitri.Com

ହେବ ତୃତୀୟ ବିଶ୍ୱଯୁଦ୍ଧ! ଚେତାବନୀ ଦେଲେ ଟ୍ରମ୍ପ, ଜାଣନ୍ତୁ କାହିଁକି…

ଓ୍ବାଶିଂଟନ୍‌,୧୨।୧୨: ଆମେରିକାର ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଏବେ ରୁଷିଆ ଏବଂ ୟୁକ୍ରେନ ମଧ୍ୟରେ ଶାନ୍ତି ଆଲୋଚନାରେ ପ୍ରାୟ ବିରକ୍ତ ହୋଇପଡିଲେଣି। ଅନେକ ପର୍ଯ୍ୟାୟ ବୈଠକ ଅନୁଷ୍ଠିତ...

ପ୍ରଥମ ଥର ପାଇଁ ଚାଞ୍ଚଲ୍ୟକର ମର୍ଡର କଲା ChatGPT! ଘଟଣା ଜାଣିଲେ…

ନୂଆଦିଲ୍ଲୀ,୧୨।୧୨:  ବର୍ତ୍ତମାନ ସମୟରେ ଯୁବପିଢିଙ୍କ ମଧ୍ୟରେ ଚାଟଜିପିଟିର ଲୋକପ୍ରିୟତା ବଢ଼ିବାରେ ଲାଗିଛି । ହେଲେ ଏହାରି ଭିତରେ ଚାଟଜିପିଟିକୁ ନେଇ ସାଂଘାତିକ ଅଭିଯୋଗ ସାମ୍ନାକୁ ଆସିଛି...

ଭାରତ ନିଜସ୍ୱ ବାୟୁ ମାନଦଣ୍ଡ ସ୍ଥିର କରିବ: ବିଶ୍ୱ ପ୍ରଦୂଷଣ ରାଙ୍କିଙ୍ଗକୁ ଗ୍ରହଣ କଲେନି ସରକାର

ନୂଆଦିଲ୍ଲୀ,୧୨।୧୨: ବିଭିନ୍ନ ସଂସ୍ଥା ଦ୍ୱାରା ପ୍ରକାଶିତ ବିଶ୍ୱ ବାୟୁ ଗୁଣବତ୍ତା ରାଙ୍କିଙ୍ଗଗୁଡ଼ିକୁ କୌଣସି ସରକାରୀ କର୍ତ୍ତୃପକ୍ଷ କରୁ ନାହାନ୍ତି। ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନ (WHO)ର ବାୟୁ...

ମାତ୍ର ୧୦୦ ଟଙ୍କାରେ ମିଳିବ ଟି-୨୦ ବିଶ୍ୱକପ ଟିକେଟ୍‌, କେଉଁଠି ଆଉ କେମିତି କରିବେ ବୁକିଂ ଜାଣନ୍ତୁ…

ନୂଆଦିଲ୍ଲୀ,୧୨।୧୨: ICC ପୁରୁଷ ଟି-୨୦ ବିଶ୍ୱକପର ୧୦ମ ସଂସ୍କରଣ ଫେବୃଆରୀ ୭ ତାରିଖରେ ଆରମ୍ଭ ହେବ। ଏଥିରେ ଏକ ଗ୍ରୁପ ପର୍ଯ୍ୟାୟ, ଏକ ସୁପର ୮...

ଭାରସାମ୍ୟ ହରାଇ ରାସ୍ତାରେ ଓଲଟିଲା ଲୁହା ବୋଝେଇ ଟ୍ରକ୍‌, ଭିତରେ ଥିଲେ ଚାଳକ…

ପରଜଙ୍ଗ୧୨।୧୨(ନିଗମାନନ୍ଦ ଦଳବେହେରା): ଢେଙ୍କାନାଳ ଜିଲା ପରଜଙ୍ଗ ଥାନା ଦଦରାଘାଟି ଫାଣ୍ଡି ଅଧୀନ ୧୪୯ ନଂ ଜାତୀୟ ରାଜପଥର କୁଲେଇ ବଅଁରପାଳ ଛକ ନିକଟରେରେ ଭାରସାମ୍ୟ ହରାଇ...

ଜି.ଉଦୟଗିରିରେ ସର୍ବନିମ୍ନ ତାପମାତ୍ରା: ପାରଦ ତଳ ମୁହାଁ ଯୋଗୁ ଆଭ୍ୟନ୍ତରୀଣ ଅଞ୍ଚଳରେ ତୁଷାରପାତ

ଜି.ଉଦୟଗିରି, ୧୨/୧୨(ଶିଶିର ପଟ୍ଟନାୟକ / ଚିନ୍ମୟ କୁମାର ସେଠୀ ): ଜି.ଉଦୟଗିରି ଅଞ୍ଚଳରେ ବିଗତ ଦୁଇ ସପ୍ତାହ ହେବ ହାଡ଼ଭଙ୍ଗା ଶୀତରେ ଅସ୍ତବ୍ୟସ୍ତ ଅଞ୍ଚଳବାସୀ। ଶୁକ୍ରବାର...

ବଳଦକୁ ମାରି ଖାଇବା ରାଗରେ କଲରାପତରିଆକୁ ଦେଇଦେଲେ ବିଷ!

ବଣାଇ,୧୨।୧୨(ପ୍ରଦୀପ ତ୍ରିପାଠୀ): ବଣାଇଁ ବନଖଣ୍ଡ ଅନ୍ତର୍ଗତ ତାମରା ବନାଞ୍ଚଳର କୁସୁମଡ଼ିହି ଖେସାରା ଜଙ୍ଗଲରେ ଏକ ପ୍ରାୟ ୧୨ ବର୍ଷ ବୟସ୍କ ମାଈ କଲରାପତରିଆ ବାଘର ମୃତ୍ୟୁ...

IRCTC ଆଣୁଛି ନୂଆ ନିୟମ, ମିଳିବ ଏହି ସବୁ ସୁବିଧା

ନୂଆଦିଲ୍ଲୀ,୧୨।୧୨:  ଟ୍ରେନରେ ଯାତ୍ରା କରିବା ସମୟରେ ଆଉ ଖାଇବା ସମସ୍ୟା ଭୋଗିବାକୁ ପଡିବ ନାହିଁ । ଏଣିକି ଫ୍ଲାଇଟ ଭଳି ଖାଦ୍ୟର ମଜା ଟ୍ରେନରେ ମଧ୍ୟ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri