ଏମ୍‌ପିଙ୍କ ପରେ ଉଠିଲା ବିଧାୟକଙ୍କ ଦରମା ବୃଦ୍ଧି ଦାବି

ଭୁବନେଶ୍ୱର,୨୮।୩: ଦ୍ୱିତୀୟ ପର୍ଯ୍ୟାୟ ବଜେଟ ଅଧିବେଶନର ଶୁକ୍ରବାର ଗୃହର ଶୂନ୍ୟକାଳରେ ବିଧାୟକଙ୍କ ଦରମା ବୃଦ୍ଧି ଦାବି କରାଯାଇଛି। ବିରୋଧୀ ଏବଂ ଶାସକ ଦଳର ବିଧାୟକମାନେ ଦରମା ବୃଦ୍ଧି ପ୍ରସଙ୍ଗ ଉଠାଇଛନ୍ତି। ଏପରିକି ଦରମା ବୃଦ୍ଧି ସହ ପୂର୍ବତନ ସଦସ୍ୟଙ୍କ ପେନସନ ଦାବି କରାଯାଇଛି।

ବିରୋଧୀ ଦଳ ମୁଖ୍ୟ ସଚେତକ ପ୍ରମିଳା ମଲ୍ଲିକ ଏହି ପ୍ରସଙ୍ଗ ଉଠାଇ କହିଛନ୍ତି, ବର୍ତ୍ତମାନ ବଜାର ଦର ବଢ଼ିଛି । ଅନେକ ପୂର୍ବତନ ବିଧାୟକ ପେନସନ ବଢ଼ାଇବା ପାଇଁ ଲବିକୁ ଆସିଛନ୍ତି । ମେଡ଼ିସିନ ଖର୍ଚ୍ଚ ହେଉ କି ବଜାର ଦର ଯାହା ଅଛି ତାହା ପେନସନକୁ ଦେଖିଲେ ପର୍ଯ୍ୟାପ୍ତ ହେଉ ନାହିଁ ବୋଲି ପ୍ରମିଳା କହିଥିଲେ।

ଏହି ଅବସରରେ ବିଧାୟକ ଭାସ୍କର ମଢେଇଙ୍କ ଅଧ୍ୟକ୍ଷତାରେ ଏକ କମିଟି ଗଠନ ହୋଇଥିଲା। କମିଟିର ବୈଠକରେ ନିଷ୍ପତ୍ତି ନିଆଯାଇ ରିପୋର୍ଟ ଦିଆଯାଇଛି। ରିପୋର୍ଟକୁ କାର୍ଯ୍ୟକାରୀ କରିବାକୁ ସରକାର ନିର୍ଦ୍ଦେଶ ଦିଅନ୍ତୁ ବୋଲି ଦାବି କରାଯାଇଛି। ବିଧାୟକଙ୍କ ଦରମା ବଢିବା ଆବଶ୍ୟକ ରହିଛି। ୨୦୧୭ରେ ଶେଷ ଥର ପାଇଁ ଦରମା ବଢି ଥିଲା। ୨୦୨୫ ହେଲାଣି ଦରମା ବଢିବା ଦରକାର ବୋଲି ପ୍ରମିଳା କହିଛନ୍ତି।

ବିଧାୟକଙ୍କ ଦରମା ଓ ପୂର୍ବତନ ବିଧାୟକଙ୍କ ପେନସନ ବୃଦ୍ଧି ଦାବିକୁ ଦୋହରାଇଛନ୍ତି ଭାଜପା ବିଧାୟକ । ଭାଜପା ବିଧାୟକ ପୂର୍ଣ୍ଣ ସେଠୀ ମଧ୍ୟ ସମାନ ଦାବି ଉଠାଇ କହିଛନ୍ତି, ମୁଁ ପୂର୍ବତନ ବିଧାୟକ ଭାବେ ଭୁକ୍ତଭୋଗୀ। କେତେ ଅସୁବିଧା ହେଉଛି ମୁଁ ନିଜେ ଅନୁଭବ କରିଛି । ସରକାରୀ କର୍ମଚାରୀଙ୍କ ପାଇଁ ବେତନ କମିଶନ ଅଛି କିନ୍ତୁ ବିଧାୟକଙ୍କ ପାଇଁ କେହି ନାହାନ୍ତି। କେବଳ ଆମର ମଢେଇ କମିଟି ସାହା ଭରସା । ତେଣୁ ମୁଁ ଦାବି କରୁଛି ବାଚସ୍ପତି ଭାସ୍କର ମଢେଇଙ୍କ କମିଟିର ସୁପାରିସକୁ ଗ୍ରହଣ କରି ସରକାର ଜୁନ ମାସରୁ ପିଛିଲା ଭାବେ ଦରମା ବୃଦ୍ଧି ଲାଗୁ କରନ୍ତୁ ବୋଲି ସେ କହିଛନ୍ତି।

ଦରମା ବୃଦ୍ଧି ନେଇ କମିଟି ଅଧ୍ୟକ୍ଷ ଭାସ୍କର ମଢ଼େଇ ଉଦ୍‌ବେଗ ପ୍ରକାଶ କରିଛନ୍ତି, ପୂର୍ବତନ ବିଧାୟକଙ୍କ ଅବସ୍ଥା ବେଶ ଶୋଚନୀୟ । ଚଳିବାକୁ ଭାରି କଷ୍ଟ ହେଉଛି । କିଛି ପୂର୍ବତନ ବିଧାୟକଙ୍କ ଘର ଖଣ୍ଡେ ନାହିଁ । ୧୨ ମାସର ୧୩ ପର୍ବରେ ବିଧାୟକ ସାମିଲ ହେଉଛନ୍ତି । ବିଧାୟକଙ୍କୁ ସବୁ ଦେବାକୁ ପଡୁଛି । ଗୋଟିଏ କାର୍ଯ୍ୟକ୍ରମରେ ସାମିଲ ହେବାକୁ ହେଲେ ୨୦ ହଜାର ଖର୍ଚ୍ଚ ହେଉଛି । ବିଧାୟକଙ୍କ ଅବସ୍ଥା ଶୋଚନୀୟ । ଆମ ରାଜ୍ୟରେ ବିଧାୟକଙ୍କ ଦରମା ଓ ଭତ୍ତା ଅନ୍ୟ ରାଜ୍ୟଠାରୁ କମ । କମିଟି ରିପୋର୍ଟକୁ କାର୍ଯ୍ୟକାରୀ କରାଯାଉ ବୋଲି ସେ ଦାବି କରିଛନ୍ତି।

ବିଧାୟକ ପୂର୍ଣ୍ଣ ସେଠୀଙ୍କ ପ୍ରସ୍ତାବକୁ ସମର୍ଥନ ଜଣାଇଛନ୍ତି ଭାଜପା ବିଧାୟକ ପଦ୍ମ ଲୋଚନ ପଣ୍ଡା କହିଛନ୍ତି, ପୂର୍ବତନ ବିଧାୟକଙ୍କ ଅବସ୍ଥା ଦେଖିଲେ ଖରାପ ଲାଗୁଛି । ଲବିରେ ୬୦ରୁ ୭୦ ବିଧାୟକ ବସିଛନ୍ତି ତାଙ୍କ କଥା କହିବା ପାଇଁ । ବିଧାୟକଙ୍କ ଦରମା ଓ ପୂର୍ବତନ ବିଧାୟକଙ୍କ ପେନସନ କ୍ଷେତ୍ରରେ ଆମ ରାଜ୍ୟ ୨୭ ନମ୍ବରରେ ରହିଛି । ତେଣୁ ତୁରନ୍ତ ବିଧାୟକଙ୍କ ଦରମା ଓ ପୂର୍ବତନ ବିଧାୟକଙ୍କ ପେନସନ ବୃଦ୍ଧି କରାଯାଉ।


Enter your email to get our daily news in your inbox.

All Right Reserved By Dharitri.Com

ଘରୁ ଲକ୍ଷାଧିକ ଟଙ୍କା ଚୋରି ଘଟଣା; ୯୨ ହଜାର ୫ ଶହ ଟଙ୍କା ଜବତ, ୩ ନାବାଳକ କରିଥିଲେ…

ଦିଗପହଣ୍ଡି/ଚିକିଟି,୨୨।୩(ଅଶେଷ ନାଥ ମିଶ୍ର/ ପ୍ରକାଶ ଚନ୍ଦ୍ର ସାହୁ): ଗଞ୍ଜାମ ଜିଲା ଚିକିଟିପେଣ୍ଠ ଗ୍ରାମ ପଦ୍ମନଗର ୬ଷ୍ଠ ଲେନ ବାସିନ୍ଦା ମଙ୍ଗୁଳୁ ପ୍ରଧାନଙ୍କ ଘରୁ ଚୋରି ଘଟଣାରେ ପୋଲିସକୁ…

ଦିଗପହଣ୍ଡିରେ ଜନଗଣନାର ପ୍ରଥମ ପର୍ଯ୍ୟାୟ ପ୍ରଶିକ୍ଷଣ ଶିବିର ଉଦଘାଟିତ, ତହସିଲଦାର…

ଦିଗପହଣ୍ଡି,୨୨ା୩(ଅଶେଷ ନାଥ ମିଶ୍ର): ରାଜ୍ୟ ନିର୍ବାଚନ କମିଶନଙ୍କ ନିର୍ଦ୍ଦେଶ କ୍ରମେ ଦିଗପହଣ୍ଡି ତହସିଲ ଓ ଏନଏସି ପ୍ରଶାସନ ପକ୍ଷରୁ ବଡଖେମୁଣ୍ଡି ହାଇସ୍କୁଲ ପରିସରରେ ଜାତୀୟ ଜନଗଣନା ୨୦୨୭ର…

ତାଲପାଲିପଡା ଶ୍ରୀରାମମନ୍ଦିର ବିଗ୍ରହ ପ୍ରତିଷ୍ଠା ଉତ୍ସବ ଆରମ୍ଭ, ଉତ୍ସବମୁଖର…

ବଲାଙ୍ଗୀର,୨୨ା୩(ସୁନିଲ କୁମାର ମହାନ୍ତି): ବଲାଙ୍ଗୀର ତାଲପାଲିପଡାରେ ପୁନଃନିର୍ମାଣ ହୋଇଥିବା ଶ୍ରୀରାମମନ୍ଦିରର ବିଗ୍ରହପ୍ରତିଷ୍ଠା ଉତ୍ସବ ରବିବାର ଠାରୁ ଆରମ୍ଭ ହୋଇଯାଇଛି । ଆୟୋଜକ କମିଟି ସହିତ ପଡାର ଶତାଧିକ…

ପଞ୍ଜାବ କିଙ୍ଗ୍ସକ ଦଳକୁ ନେଇ ବଡ଼ ମତ ରଖିଲେ ଇର୍ଫାନ ପଠାନ, ଜାଣନ୍ତୁ…

ନୂଆଦିଲ୍ଲୀ,୨୨ା୩: ଭାରତର ପୂର୍ୱତନ ଅଲରାଉଣ୍ଡର ଇର୍ଫାନ ପଠାନଙ୍କ ମତରେ ପଞ୍ଜାବ କିଙ୍ଗ୍ସ (ପିବିକେଏସ୍‌) ଏବେ ଉଚିତ ଦିଗରେ ଆଗଉଛି। ଦଳ ଅକ୍ସନରେ ଭଲ କରିବା ସହ ଚଳିତ…

ପାରିବାରିକ କଳହର କରୁଣ ପରିଣତି; ଆତ୍ମହତ୍ୟା କଲେ ନବବଧୂ, କାରଣ ଜାଣିଲେ…

ଦିଗପହଣ୍ଡି,୨୨।୩(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ଷ୍ଟେଟବ୍ୟାଙ୍କ ସମ୍ମୁଖ ରାମଚନ୍ଦ୍ର ନଗରରେ ରହୁଥିବା ଚନ୍ଦ୍ରମା ଗୌଡ଼ (୨୮)ନାମକ ଜଣେ ନବବଧୂ ଆତ୍ମହତ୍ୟା କରିଥିବା ଜଣାପଡିଛି ।…

ବସ୍‌ରେ ଚାଲାଣ ହେଉଥିଲା କଫସିରଫ: ମାଡ଼ି ବସିଲା ପୋଲିସ

ଡୁଙ୍ଗୁରିପାଲି,୨୨।୩(ଦୀନବନ୍ଧୁ ସୁନା): ସୁବର୍ଣ୍ଣପୁର ଜିଲା ଡୁଙ୍ଗୁରିପାଲି ବ୍ଲକ ରାମପୁର ଥାନା ପୋଲିସ ରବିବାର ୟ୧୫ ସହ ବୋତଲ କଫସିରଫ ଜବତ କରି ୩ଜଣ ଅଭିଯୁକ୍ତଙ୍କୁ ଗିରଫ କରି…

ବେପରୁଆ ଗାଡି ଚାଳନା, ଚକା ଫାଟି ଭାଙ୍ଗିଲା ଘର କାଚ

ଗଞ୍ଜାମ,୨୨।୩(ବିଦ୍ୟାଧର ସାହୁ ): ଗଞ୍ଜାମ ସହର ସ୍ଥିତ ଗ୍ରାସୀମ କମ୍ପାନୀକୁ ବିଭିନ୍ନ କାମରେ ଦୈନଦିନ ଶହ ଶହ ଟ୍ରକ ଟ୍ରାକ୍ଟର ଦଶ ଚକିଆ ଭାରୀଯାନ ଯାତାୟତ କରୁଛି…

ଧରିତ୍ରୀ ପ୍ରଭାବ: ସଜଡା ହେଲା ବ୍ଲକ ଗେଟ୍‌, ମରାମତି ହେଲା ‘ମରଣଯନ୍ତା’

ଥୁଆମୂଳ ରାମପୁର,୨୨।୩(ଦୁର୍ଗା କୀର୍ତ୍ତି): ଜନସାଧାରଣଙ୍କ ସମସ୍ୟା ସମାଧାନର ପେଣ୍ଠସ୍ଥଳ କୁହାଯାଉଥିବା ଥୁଆମୂଳ ରାମପୁର ପଞ୍ଚାୟତ ସମିତି କାର୍ଯ୍ୟାଳୟର ମୁଖ୍ୟ ପ୍ରବେଶ ପଥ ଏବେ ସମ୍ପୂର୍ଣ୍ଣ ସୁରକ୍ଷିତ ହୋଇଛି…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri