କର୍ଲାମୁଣ୍ଡା,୮।୪(ପ୍ରଦୀପ କୁମାର ସାହୁ): କଳାହାଣ୍ଡି ଜିଲା କର୍ଲାମୁଣ୍ଡା ବ୍ଲକ ଜୋରାଡବରା ପଞ୍ଚାୟତ କୁଶୁର୍ଲା ହରଗୌରୀ ମନ୍ଦିର ଛକ ଠାରୁ ସିଲେଟପଡା ରାସ୍ତା ମରଣଯନ୍ତା ପାଲଟିଛି। ଉକ୍ତରାସ୍ତାର ମରାମତି ପାଇଁ ବ୍ଲକ ପ୍ରଶାସନଠୁ ଆରମ୍ଭ କରି ଜିଲା ପ୍ରଶାସନ ପାଖରେ ଅନେକଥର ଲିଖିତ ଭାବେ ଜଣାଇଥିଲେ ହେଁ କେହି ନ ଶୁଣିବାରୁ ବୁଧବାର ସକାଳରୁ ସିଲେଟପଡା ଗ୍ରାମବାସୀମାନେ ଜାତୀୟ ରାଜପଥ କୁଶୁର୍ଲା ମନ୍ଦିର ଛକଠାରେ ଧାରଣାରେ ବସିଛନ୍ତି। ଏଥିରେ ବ୍ଲକ କଂଗ୍ରେସ ସଭାପତି ତଥା ଜିଲା ପରିଷଦ ସଭ୍ୟ ସୁରେଶ ଚୌଧୁରୀ ଗ୍ରାମବାସୀଙ୍କ ଦାବିକୁ ସମର୍ଥନ ଜଣାଇ ଧାରଣା ସାମିଲ ହୋଇଥିବା ଜଣାପଡିଛି।
ଧାରଣାକୁ ଯୁବ ନେତା ଚୈତନ୍ୟ ସାହୁ, ଜଳନ୍ଧର ଭୋଇ, ଶଶୀ ଭୂଷଣ ଜାନୀ, ଦ୍ରୋଣ ସାହୁ, ରୋହିତ ନାଗ, ସୁରେଶ ଜାନୀ, ସୁରେଶ ବାଗ, ବିବଛ ବାଗ, ରାମେ ସାହୁ, ମାତୁଲୁ ସୁନା, ଭାଗିରଥି ବାଗ, ଲେମ୍ବୁ କୁମାର, ସାମନ୍ତରା ପୋଢ଼,ଦେବ ସୁନା, ପ୍ରଶାନ୍ତ ଗହୀର, ପ୍ରଶାନ୍ତ ସାହୁ,ଧୋବା ଗହୀର,ପଲସ୍ତି ସାହୁ,ରାଜୁ ମାଝୀ, ଜିତେନ୍ଦ୍ର ସୁନା,ମାଧବୀ ଜାନୀ,ଧନୀମା ଭୋଇ,ଚୈତନ୍ୟ ବାଗ,ଟିକି ଗହୀର,ମଞ୍ଜୁରୀ ଜାନୀ,ତପସୱିନୀ ମାଝୀ, ଗୀତାଞ୍ଜଳି ମାଝୀ, ସେବତୀ ପୋଢ଼ ଙ୍କ ସମେତ ସିଲେଟପଡା ଗ୍ରାମ ବାସୀ ନେତୃତ୍ୱ ନେଉଥିବାବେଳେ କୁଶୁର୍ଲା ଗ୍ରାମର ହେମ ସାଗର ସାହୁ, କୃଷ୍ଣ ସାହୁ, ଶଶୀ କାନ୍ତ ରଣା ଓ ଦାଣ୍ଡି ଭଜା ଗ୍ରାମର ଜନ୍ମେଜୟ କମ୍ପ ଧାରଣା କୁ ସମର୍ଥନ ଜଣେଇ ସାମିଲ ହୋଇଥିବା ଜଣା ପଡ଼ିଛି।
ତେବେ ଖବର ଲେଖା ପର୍ଯ୍ୟନ୍ତ ଅପରାହ୍ନ ୧୨ ଘଟିକା ରେ ସ୍ଥାନୀୟ ତହସିଲଦାର ଅରୁଣ କୁମାର ବର୍ଗେ ଓ ବିଭାଗୀୟ ଯନ୍ତ୍ରୀ ସୋସନ କୁଣ୍ଡୁଲୁ ଧାରଣାସ୍ଥଳରେ ପହଞ୍ଚି ଧାରଣାରତ ଗ୍ରାମବାସୀଙ୍କ ସହିତ ଆଲୋଚନା କରିବା ପରେ ଧାରଣା ପ୍ରତ୍ୟାହୃତ ହୋଇଥିବା ଗ୍ରାମର ଚୈତନ୍ୟ ସାହୁ କହିଛନ୍ତି। ଏନେଇ ତହସିଲଦାର ଅରୁଣ ବର୍ଗେଙ୍କୁ ପଚାରିବାରୁ ରାଜ୍ୟ ସ୍ତରରେ ଯଦି ଶୀଘ୍ର ଅନୁମୋଦନ ହେବ, କାମଟି ଦୁଇ ମାସ ଭିତରେ ଆରମ୍ଭ ହେଇ ଯାଇ ପାରେ ବୋଲି କହିଛନ୍ତି।
Dharitri – Odisha’s No.1 Odia Daily

