ସର୍ବନିମ୍ନ ମଜୁରୀ ବୃଦ୍ଧି ଦାବି: ଗର୍ଜିଲା ଏଆଇଟିୟୁସି

କେନ୍ଦୁଝର,୩।୦୫(ନରେଶ ଚନ୍ଦ୍ର ପଟ୍ଟନାୟକ): ସର୍ବନିମ୍ନ ମଜୁରୀ ବୃଦ୍ଧି ଓ ଶ୍ରମର ମୂଲ୍ୟ ଅନୁସାରେ ସର୍ବନିମ୍ନ ମଜୁରୀ ନିର୍ଦ୍ଧାରଣ ଦାବିରେ ଆଜି ଅଖିଳ ଭାରତ ଟ୍ରେଡ ୟୁନିୟନ କଂଗ୍ରେସ(ଏଆଇଟିୟୁସି) କେନ୍ଦୁଝର ଜିଲା କମିଟି ତରଫରୁ କେନ୍ଦୁଝର ଜିଲାପାଳ ଅଫିସ ଆଗରେ ବିକ୍ଷୋଭ ପ୍ରଦର୍ଶନ କରାଯାଇଛି। ଜିଲାପାଳଙ୍କ ଜରିଆରେ ରାଜ୍ୟ ମୂଖ୍ୟ ସଚିବଙ୍କୁ ଦାବିପତ୍ର ପ୍ରଦାନ କରାଯାଇଛି। ଏହି ବିକ୍ଷୋଭ ସମାବେଶକୁ ଉଦବୋଧନ ଦେଇ ଏଆଇଟିୟୁସିର ରାଜ୍ୟ କାର୍ଯ୍ୟକାରୀ ସଭାପତି ମହେଶ୍ବର ରାଉତ କେନ୍ଦ୍ର ଓ ରାଜ୍ୟ ସରକାରଙ୍କ ଶ୍ରମିକ ଶୋଷଣ ନୀତିକୁ ସମାଲୋଚନା କରିଥିଲେ।

କେନ୍ଦ୍ର ସରକାରଙ୍କ ତ୍ରୁଟିପୁର୍ଣ୍ଣ ମଜୁରୀ ନିର୍ଦ୍ଧାରଣ ନୀତି ଯୋଗୁ ଦେଶରେ ଅସମାନତା ବୃଦ୍ଧି ପାଇବା ସହ ଶ୍ରମିକ ଶୋଷଣ ଶୀର୍ଷ ସ୍ତରରେ ପହଂଚିଛି ଓ ଶ୍ରମିକ ମାନଙ୍କର ଆର୍ଥିକ ସ୍ଥିତିର ଅସମ୍ଭବ ଅବନତି ଘଟୁଛି। ୨୦୧୭-୧୮ ମସିହାରେ ଇନଫରମାଲ ସେକ୍ଟର ଶ୍ରମିକ ମାନଙ୍କ ମଜୁରୀ ୨୦୨୩-୨୪ ମସିହା ବେଳକୁ ହ୍ରାସ ପାଇଛି ଏବଂ ପୁରୁଷ ଓ ମହିଳା ମାନଙ୍କ ଆୟରେ ମଧ୍ୟ ଅସମାନତା ଦେଖା ଦେଇଛି। ଦେଶରେ ପୁରୁଷ ଶ୍ରମିକ ରୋଜଗାର ହାର ଦୈନିକ ୨୦୩ ରୁ ୨୪୨ ଟଙ୍କା ମଧ୍ୟରେ ସୀମିତ ଥିବା ବେଳେ ମହିଳା ଶ୍ରମିକମାନଙ୍କର ରୋଜଗାର ହାର ୧୨୮ରୁ ୧୫୯ ଟଙ୍କା ମଧ୍ୟରେ ସୀମିତ ରହିଛି। ମୁଦ୍ରାସ୍ପିତି ଆକାଶଛୁଆଁ ହେବା ଫଳରେ ଉଭୟ ସଂଗଠିତ, ଅସଂଗଠିତ ଶ୍ରମିକ, ଠିକା,ଆଉଟସୋର୍ସିଂ,ଆତ୍ମନିଯୁକ୍ତି, ସ୍ବଳ୍ପ ଦରମା ପାଉଥିବା ଓ ପ୍ରୋସ୍ଚାହନ ରାଶି ପାଉଥିବା ହଜାର ହଜାର ସ୍କିମ ଶ୍ରମିକଙ୍କ ଜୀବନ ଧାରଣ ଉପରେ ଗଭୀର ପ୍ରଭାବ ପକାଉଛି।
ଦେଶର ବିଭିନ୍ନ ରାଜ୍ୟର ସର୍ବନିମ୍ନ ମଜୁରୀର ଅସଂଗତି ବୃଦ୍ଧି ପାଇଛି। ଜଣେ ଶ୍ରମିକ ଓ ତାର ପରିବାର ସମ୍ମାନର ସହ ବଂଚିବା ନିମନ୍ତେ ନିର୍ଦ୍ଧାରିତ ମାନଦଣ୍ଡକୁ ଉଭୟ କେନ୍ଦ୍ର ଓ ରାଜ୍ୟ ସରକାର ଦୁର୍ବଳ ଓ ଗୋଳମାଳିଆ ସ୍ଥିତିକୁ ନେଇ ଯାଉଛନ୍ତି। ୧୯୫୭ ମସିହାରେ ଅନୁଷ୍ଠିତ ୧୫ତମ ଜାତୀୟ ଶ୍ରମ ସମ୍ମିଳନୀ ତୃଟିପୁର୍ଣୱ ସର୍ବନିମ୍ନ ମଜୁରୀ ନିର୍ଦ୍ଧାରକୁ ସ୍ବୀକାର କରିବା ସହ ମାନ୍ୟବର ଉଚ୍ଚତ୍ତମ ନ୍ୟାୟାଳୟ ମଧ୍ୟ ଏହାକୁ ସ୍ବୀକାର କରିଛନ୍ତି। ତା ସହିତ ପ୍ରତ୍ୟେକ ବେତନ କମିଶନର ଉପଦ୍ଦେଷ୍ଟା ବୋର୍ଡ ସର୍ବଦା ସର୍ବନିମ୍ନ ମଜୁରୀ ନିର୍ଦ୍ଧାରଣ ମାନଦଣ୍ଡକୁ ହତାଦର କରିବା ସହ ଅଣଦେଖା କରି ଚାଲିଛନ୍ତି। ଯାହା ଫଳରେ ଆମ ଦେଶର ଶ୍ରମିକ ଶ୍ରେଣୀ ଆଇନ ସମ୍ମତ ସର୍ବନିମ୍ନ ମଜୁରୀ ପାଇବାରୁ ବଂଚିତ ହେଉଛନ୍ତି। ଅନ୍ୟ ପକ୍ଷରେ ଦେଶର ବୃହତ ବର୍ଗର ସ୍କିମ ଓ୍ବାର୍କର ଯଥା- ଅଂଗନଓ୍ବାଡି କର୍ମୀ ଓ ସହାୟିକା, ଆଶାକର୍ମୀ, ମଧ୍ୟାହ୍ନ ଭୋଜନ ପାଚିକା ଓ ସହାୟିକା ମାନଙ୍କୁ ଶ୍ରମିକର ମାନ୍ୟତା ନ ମିଳିବାରୁ ସର୍ବନିମ୍ନ ମଜୁରୀ ପାଇବାରୁ ବଞ୍ଚିତ ହେଉଛନ୍ତି।

୨୦୧୪ ମସିହାରେ ଅନୁଷ୍ଠିତ ୩୫ ଓ ୩୬ତମ ଜାତୀୟ ଶ୍ରମ ସମ୍ମିଳନୀର ନିଷ୍ପତି ଅନୁଯାୟୀ ସମସ୍ତ ବର୍ଗର ଶ୍ରମିକମାନଙ୍କୁ ମାନ୍ୟତା ପ୍ରଦାନ କରିବା ସହ ସର୍ବନିମ୍ନ ମଜୁରୀ ମାସିକ ଛବିଶ ହଜାର ଟଙ୍କା କରିବା ପାଇଁ ଘୋଷଣା କରା ଯାଇଥିଲା। ସେହିଭଳି କେନ୍ଦୁଝର ଜିଲାରେ ସମସ୍ତ ବନ୍ଦ ଖଣି ଚାଲୁ କରିବା, ଛଟେଇ ଓ ସ୍ଥାନୀୟ ଶ୍ରମିକ ମାନଙ୍କୁ ନିଯୁକ୍ତି ଦେବା, ଖଣିରେ କାର୍ଯ୍ୟରତ ସମସ୍ତ ଠିକାଦାର ଶ୍ରମିକ ମାନଙ୍କୁ ବାସଗୃହ ଯୋଗାଇବା ସହ ମାଗଣାରେ ଚିକିସ୍ଚା ଓ ଅନ୍ୟାନ୍ୟ ମୌଳିକ ସୁବିଧା ଯୋଗାଇ ଦେବା, ସ୍ଲରି ପାଇପ ଯୋଗେ ଲୁହା ପଥର ଗୁଣ୍ଡ ପଠାଇବା ବନ୍ଦ ତରି ସ୍ଥାନୀୟ ଟ୍ରକ ଗୁଡିକୁ ପରିବହନରେ ପ୍ରଧାନ୍ୟ ଦେବା, ଖଣି ଅଂଚଳର ସମସ୍ତ ରାସ୍ତା ମରାମତି କରିବା, ବିଶେଷ କରି ଯୋଡା କାଳିମାଟି ଓ ପଳାଶପଂଗା ରାସ୍ତା ନିର୍ମାଣ କାର୍ଯ୍ୟ ବର୍ଷା ପୂର୍ବରୁ ଶେଷ କରିବାକୁ ଦାବି ଜଣାଉଛୁ।

ଜିଲା ସଂପାଦକ କପିଳ ମହାନ୍ତି ସମେତ ରାଜାରାମ ମୁଣ୍ଡା, କାହ୍ନୁ ସାମଲ, ଶ୍ରୀହରି ଘଣା, ହୃଦାନନ୍ଦ ପାତ୍ର, ବିରଂଚି ଦେହୁରୀ, ବଦ୍ରୁ ଜାମା, ବାଗରା ଚାତ୍ତାର ପ୍ରମୁଖ ନିଜ ନିଜର ବକ୍ତବ୍ୟ ରଖିଥିଲେ। ଶେଷରେ ଏକ ପ୍ରତିନିଧି ଦଳ ଜିଲାପାଳଙ୍କୁ ରାଜ୍ୟ ମୁଖ୍ୟ ସଚିବଙ୍କ ଉଦ୍ଦେଶ୍ୟରେ ଦାବିପତ୍ର ପ୍ରଦାନ କରିଥିଲେ।

 


Enter your email to get our daily news in your inbox.

All Right Reserved By Dharitri.Com

ପୁରୀ ରଥଯାତ୍ରା: ଘୋଗଡରୁ ଟ୍ରକ ଯୋଗେ ପୁରୀ ଗଲା ରଥକାଠ

ଭଞ୍ଜନଗର,୧୦।୪(ବାବୁଲା ପ୍ରଧାନ)-ପୁରୀ ରଥଯାତ୍ରାରେ ରଥ ନିର୍ମାଣ ପାଇଁ ଆବଶ୍ୟକ ହେଉଥିବା ରଥ କାଠ ରାଜ୍ୟର ବିଭିନ୍ନ ଜଙ୍ଗଲରୁ ଯାଉଛି। ବିଗତ କିଛି ବର୍ଷ ହେବ ଗଞ୍ଜାମ ଜିଲା…

ଲୋକକଳା ପାଇଁ ଦିନଟିଏ

ଖଜୁରିପଡ଼ା,୧୦ା୪ (ବିଦୁର ବେହେରା): ଖଜୁରିପଡ଼ା ବ୍ଲକ୍‌ ପକ୍ଷରୁ ସ୍ଥାନୀୟ ହାଇସ୍କୁଲ ପଡ଼ିଆଠାରେ ଶୁକ୍ରବାର ସାରେ ଲୋକକଳା ପାଇଁ ଦିନଟିଏ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଛି। ଏଥିରେ ବିଡିଓ ଶୁଭ…

ହାତୀ ଆକ୍ରମଣରେ ଜଣେ ଗୁରୁତର

ରୁପ୍ରାରୋଡ୍‌,୧୦ା୪(ସଞ୍ଜୀବ ଦାସ): ହାତୀ ଆକ୍ରମଣରେ କଳାହାଣ୍ଡି ଜିଲା ନର୍ଲା ବ୍ଲକ୍‌ର ଜଣେ ବ୍ୟକ୍ତି ଗୁରୁତର ହୋଇଛନ୍ତି। ସେ ହେଲେ କୁରମେଲ ପଞ୍ଚାୟତ ବୁଦେଲଗୁମା ଗ୍ରାମର ସୀମାଞ୍ଚଳ ନାଏକ…

ମୁଖ୍ୟମନ୍ତ୍ରୀ ବସ୍‌କୁ ଅଟକାଇ କର୍ମଚାରୀଙ୍କୁ ମାଡ଼ ମାରିଲେ ଯୁବକ,ପରେ…

ଆନନ୍ଦପୁର,୧୦।୪(ସୁଶାନ୍ତ କୁମାର ସାହୁ ): କେନ୍ଦୁଝର ଜିଲା ଘସିପୁରା ବ୍ଲକ କେଶଦୁରାପାଳଠାରୁ ଘସିପୁରା ଯାଉଥିବା ମୁଖ୍ୟମନ୍ତ୍ରୀ ବସ୍‌କୁ ଦେଓଗାଁ ଚିକିତ୍ସାଳୟ ସମ୍ମୁଖରେ ଜଣେ ଯୁବକ ଶୁକ୍ରବାର ଅଚାନକ…

୪ଟି ଶ୍ରେଣୀଗୃହରେ ଅଷ୍ଟମ ଶ୍ରେଣୀ ପର୍ଯ୍ୟନ୍ତ ପାଠପଢ଼ା

ଗଞ୍ଜାମ,୧୦ା୪(ବିଦ୍ୟାଧର ସାହୁ): ଗଞ୍ଜାମ ଏନ୍‌ଏସି ଅନ୍ତର୍ଗତ ଦାମୋଦରପୁର ଉଚ୍ଚ ପ୍ରାଥମିକ ବିଦ୍ୟାଳୟରେ ପାଠପଢ଼ାରେ ବ୍ୟଘାତ ସୃଷ୍ଟି ହେଉଛି। ୧୯୭୫ ମସିହାରେ ପ୍ରତିଷ୍ଠିତ ଏହି ବିଦ୍ୟାଳୟରେ ଶିଶୁ ବାଟିକା…

ସ୍କୁଲରେ ଆଡମିଶନ ପାଇଁ ରାତି ଅନିଦ୍ରା

ଖଇରା,୧୦।୪(ଉତ୍କଳବନ୍ଧୁ ପଣ୍ଡା): ବାଲେଶ୍ୱର ଜିଲା ଖଇରା ବ୍ଲକ ଅଡା ହାଇସ୍କୁଲରେ ନବମ ଶ୍ରେଣୀରେ ଆଡମିଶନ ପାଇଁ ଅଭିଭାବକ ଓ ଛାତ୍ରୀଛାତ୍ରମାନଙ୍କୁ ରାତି ଅନିଦ୍ରା ହୋଇ ଅପେକ୍ଷା କରୁଥିବା…

ସରକାରୀ ନିୟମକୁ ଫୁ’: କେବୁଲ ବିଛାପାଇଁ ଚାଲିଛି ରାସ୍ତାଖୋଳା, ଯାତାୟାତରେ ବାଧା

ତୁମୁଡିବନ୍ଧ,୧୦।୪(ଦୀପକ କୁମାର ପରାସେଠ): ବିଏସଏନଏଲ କେବୁଲ ବିଛା ପାଇଁ ରାସ୍ତା ଖୋଳାଯିବା ଫଳରେ ଯାତାୟାତରେ ବାଧା। ଜାଣିନାହାନ୍ତି ବିଭାଗୀୟ ଅଧିକାରୀ। ଗ୍ରାମବାସୀଙ୍କ ବିରୋଧ। ଧମକ ଦେଉଛି ଠିକାଦାର।…

ପ୍ରଧାନମନ୍ତ୍ରୀ ସୁରକ୍ଷିତ ମାତୃତ୍ୱ ଅଭିଯାନ: ଶିଶୁ-ମାତୃ ମୃତ୍ୟୁ ହାର ହ୍ରାସ ଲକ୍ଷ୍ୟ

କେସିଙ୍ଗା ,୧୦।୪(ତୁମେଶ୍ୱର ସାହୁ): କଳାହାଣ୍ଡି ଜିଲା କେସିଙ୍ଗା ଗୋଷ୍ଠୀ ସ୍ବାସ୍ଥ୍ୟ କେନ୍ଦ୍ରର ଅଧ୍ୟକ୍ଷ ରବୀନ୍ଦ୍ର ଖଟୁଆଙ୍କ ନେତୃତ୍ୱରେ ପ୍ରଧାନମନ୍ତ୍ରୀ ସୁରକ୍ଷିତ ମାତୃତ୍ୱ ଅଭିଯାନ ପାଳିତ ହୋଇ ଯାଇଥିଲା।…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri