ଆଗକୁ ସାବିତ୍ରୀ: ବଢୁଛି ଲିଚୁକୋଳିର ଚାହିଦା, ଚାଷ କରି ମାଲମାଲ ଚାଷୀ

ଦାରିଙ୍ଗବାଡ଼ି,୧୭ା୫(ଅରୁଣ ସାହୁ): ଆଉ କିଛି ଦିନ ପରେ ଆସୁଛି ସାବିତ୍ରୀ। ଏଥିପାଇଁ ବିଭିନ୍ନ ପ୍ରକାର ଫଳଆମ୍ବ, ପଣସ , ଲିଚୁ, କାକୁଡ଼ି, ତାଳର ଆବଶ୍ୟକ ରହିଛି । ତେବେ କନ୍ଧମାଳ ଜିଲା ଦାରିଙ୍ଗବାଡ଼ି ଅଞ୍ଚଳରେ ଆମ୍ବ, ପଣସ, ଲିଚୁ ଫଳର ଅଭାବ ପୂରଣ କରିବା ପାଇଁ ଏକାଧିକ ସ୍ଥାନରେ ଉଦ୍ୟାନ ଚାଷୀମାନେ ଏହାର ପୂରଣ କରିବାକୁ ପ୍ରସ୍ତୁତି ହୋଇଯାଇଛନ୍ତି। ବିଶେଷକରି ଲିଚୁଫଳ ଚାଷୀଙ୍କ ମଧ୍ୟରେ ଏହାର ଅଧିକା ପ୍ରସ୍ତୁତି ଦେଖାଯିବା ସହ ଲିଚୁ ବିକ୍ରି କରି ଭଲ ୨ ପଇସା ରୋଜଗାର କରୁଛନ୍ତି ଚାଷୀ। ଏଭଳି ଜଣେ ଯୁବଚାଷୀ ରହିଛନ୍ତି ସେ ଛୋଟ ବୟସରୁ ଉଦ୍ୟାନ ଚାଷ ଆରମ୍ଭ କରିଥିଲେ ପ୍ରାୟ ୫ ଏକର ଜମିରେ ଲିଚୁ ସହ ଆମ୍ବ, ପନିପରିବା, ପାରମ୍ପରିକ ହଳଦୀ ଚାଷ କରି ବାର୍ଷିକ ୨ ଲକ୍ଷରୁ ଊର୍ଦ୍ଧ୍ୱ ପର୍ଯ୍ୟନ୍ତ ରୋଜଗାର କରିଛନ୍ତି ମାତ୍ର ୧୩ଟି ଲିଚୁ ଗଛରୁ ବର୍ଷକୁ ୩୦ରୁ ୩୫ ହଜାର ପର୍ଯ୍ୟନ୍ତ ରୋଜଗାର କରିପାରିଛନ୍ତି। ତାଙ୍କ ଏହି ଉଦ୍ୟାନରେ ଏବେ ପ୍ରବଳ ମାତ୍ରାରେ ଲିଚୁ ଫଳିଛି ଓ ଏହା ଅଞ୍ଚଳର ଚାହିଦାକୁ ପୂରଣ କରିପାରୁଛି।

Share
Tags: lichu fruits