ସ୍ବାସ୍ଥ୍ୟସେବା ସମସ୍ୟାର ତୁରନ୍ତ ସମାଧାନ ନିମନ୍ତେ ଦାବି: ଆନ୍ଦୋଳନ ଚେତାବନୀ

ଦେବଗଡ,୩୦।୭(ଶଶାଙ୍କ ଶେଖର ଝାଙ୍କର): ପୂର୍ବତନ ଜିଲା ମୂଖ୍ୟ ଚିକିତ୍ସାଳୟକୁ ସହର ମଧ୍ୟସ୍ଥଳୀରୁ ପ୍ରାୟ ୫ କି.ମି. ଦୂରତ୍ୱରେ ଥିବା ନୁଆଁ ବାଲିରୋଇ ସ୍ଥିତ ନୂତନ ସୁପର ସ୍ପେପିଆଲିଟୀଜିଲା ମୂଖ୍ୟ ଚିକିତ୍ସାଳୟ କୋଠାକୁ ସ୍ଥାନାନ୍ତରିତ କରାଯିବା ସହ ଗତ ୧୧ ତାରିଖ ଠାରୁ ସେଠାରେ ଆନୁଷ୍ଠାନିକ ଭାବେ ଚିକିତ୍ସା ସେବା ଆରମ୍ଭ ହୋଇଛି । ତେବେ ପୁରୁଣା ଜିଲା ମୂଖ୍ୟ ଚିକିତ୍ସାଳୟ କୋଠାରେ ଆବଶ୍ୟକ ଅନୁଯାୟୀ ସେବା ଯୋଗାଣ ହେବା ପରିବର୍ତ୍ତେ କେବଳ ଅର୍ବାନ ହେଲ୍ଥ ସେଂଟର ଚାଲୁ କରାଯାଇ ନାମକୁ ମାତ୍ର ସ୍ବାସ୍ଥ୍ୟ ସେବା ଉପଲବ୍ଧ ହେଉଛି । ଫଳରେ ଦେବଗଡ ପୌରାଂଚଳବାସୀଙ୍କ ସମେତ ଗ୍ରାମାଂଚଳରୁ ଆସୁଥିବା ରୋଗୀ ଏବଂ ଆଟେଂଡେଂଟ ମାନେ ଅକଥନୀୟ ସମସ୍ୟାର ସମ୍ମୁଖୀନ ହେବା ସହ ପୁରୁଣା କୋଠାରେ ଉପଖଣ୍ଡ ସ୍ତରୀୟ ୨୪ ଘଂଟିଆ ଚିକିତ୍ସା ସେବା ଯୋଗାଇଦେବାକୁ ଜିଲାର ବିଭିନ୍ନ ମହଲରେ ଦାବି ହେଉଛି ।
ଏହି ପରିପ୍ରେକ୍ଷୀରେ ନୂତନ ଭାବେ ଗଠିତ ଦେବଗଡ ଜିଲା ଯୁବ ଏକତା ମଂଚ ପକ୍ଷରୁ ସୱସ୍ଥ୍ୟ ସମସ୍ୟା ସମ୍ବନ୍ଧିତ ୪ ଦଫା ଦାବି ସମ୍ବଳିତ ଏକ ଦାବୀ ପତ୍ର ଜିଲାପାଳଙ୍କୁ ପ୍ରଦାନ କରାଯାଇଛି। ଏଥିସହ ଏହାର ନକଲ ମାନ୍ୟବର ମୂଖ୍ୟମନ୍ତ୍ରୀ, ସମ୍ବଲପୁର ଲୋକସଭା ସଦସ୍ୟ ତଥା କେନ୍ଦ୍ର ଶିକ୍ଷାମନ୍ତ୍ରୀ, ରାଜ୍ୟ ସରକାରଙ୍କ ସ୍ବାସ୍ଥ୍ୟ ଓ ପରିବାର କଲ୍ୟାଣ ମନ୍ତ୍ରୀ ଓ ରାଜସ୍ବ ଏବଂ ବିପର୍ଯ୍ୟୟ ପରିଚାଳନା ମନ୍ତ୍ରୀଙ୍କୁ ମଧ୍ୟ ପ୍ରେରଣ କରାଯାଇଛି । ପୁରାତନ ଜିଲା ମୂଖ୍ୟ ଚିକିତ୍ସାଳୟ ସମ୍ମିଳନୀ କକ୍ଷରେ ଜିଲା ମୂଖ୍ୟ ଚିକିତ୍ସା ଓ ଜନସ୍ବାସ୍ଥ୍ୟ ଅଧିକାରୀ ବିଶ୍ୱ ମୋହନ ମିଶ୍ରଙ୍କ ଅଧ୍ୟକ୍ଷତାରେ ଆୟୋଜିତ ରୋଗୀ କଲ୍ୟାଣ ସମିତି ବୈଠକରେ ଯୋଗଦେବା ଅବସରରେ ଦେବଗଡ ଜିଲାପାଳ କବିନ୍ଦ୍ର କୁମାର ସାହୁଙ୍କୁ ଦେବଗଡ ଜିଲା ଯୁବ ଏକତା ମଂଚ ପକ୍ଷରୁ ୪ ଦପା ଦାବି ସମ୍ବଳିତ ସ୍ମାରକପତ୍ର ପ୍ରଦାନ କରାଯାଇଥିଲା।
ଦେବଗଡ ଜିଲାବାସୀଙ୍କ ପକ୍ଷରୁ ଦେବଗଡ ଜିଲା ଯୁବ ଏକତା ମଂଚର ସୁରଞ୍ଜିତ କୁମାର ମହାପାତ୍ର, ନବୀନ କୁମାର ପାଣି, ସଚ୍ଚିକାନ୍ତ ଦାଶ, ଅର୍ଣ୍ଣବ କୁମାର ପଣ୍ଡା, ଶୁଶୀଳ କୁମାର ଦାଶ, ରାଜେଶ କୁମାର ନାୟକ, ଶରତ ଚନ୍ଦ୍ର ମେହେର,ଟିକେଶ୍ୱର ନନ୍ଦ, ଜନ୍ମାଜୟ ନାୟକ,ବାଦଲ କୁମାର ସାହୁ, ରୁଦ୍ର ନାରାୟଣ ବେହେରା, ସୌମ୍ୟରଞ୍ଜନ ଅମାନ୍ତ,ଚନ୍ଦନ କୁମାର ପୃଷ୍ଟି, କାବଲୁ ଜେନା, ଅର୍ଜୁନ ଦାସ, ଛୁନିଆ ଶତପଥି, ପଂଚାନନ ଆଚାର୍ଯ୍ୟ, ଶ୍ରୀନିବାସ ଦାଶ, ସତ୍ୟ ନାରାୟଣ ସାହୁଙ୍କ ସମେତ ବହୁ ଜନସାଧାରଣ ଓ ବିଭିନ୍ନ ଅନୁଷ୍ଠାନର ପ୍ରତିନିଧି ମାନେ ସେଠାରେ ଜିଲା ମୂଖ୍ୟ ଚିକିତ୍ସା ଓ ଜନସ୍ବାସ୍ଥ୍ୟ ଅଧିକାରୀ ଡାକ୍ତର ମିଶ୍ର ଓ ଅନ୍ୟାନ୍ୟ ଅଧିକାରୀଙ୍କ ଉପସ୍ଥିତିରେ ଜିଲାପାଳଙ୍କ ସହିତ ଆଲୋଚନା କରିବାସହ ଉପରୋକ୍ତ ଦାବିପତ୍ର ପ୍ରଦାନ କରିଥିଲେ। ସେହିପରି ଆଗାମୀ ୭ ଦିନ ମଧ୍ୟରେ ଦାବି ପୁରଣ ନ ହେଲେ ଶାନ୍ତିପୂର୍ଣ୍ଣ ଆନ୍ଦୋଳନ କରିବାକୁ ଉକ୍ତ ଦାବି ମାଧ୍ୟମରେ ଲିଖିତ ଚେତାବନୀ ଦେଇଥିଲେ ।
ଜିଲାପାଳଙ୍କୁ ପ୍ରଦାନ କରାଯାଇଥିବା ଉପରୋକ୍ତ ସ୍ମାରକପତ୍ରରେ ପୁରୁଣା ଜିଲା ମୂଖ୍ୟ ଚିକିତ୍ସାଳୟ କୋଠାରେ ଆବଶ୍ୟକ ସମସ୍ତ ସୁବିଧା ସୁଯୋଗ ସହିତ ୨୪ ଘଂଟିଆ ସ୍ବାସ୍ଥ୍ୟସେବା ପ୍ରଦାନ, ପୁରୁଣା କୋଠାକୁ ଉପଖଣ୍ଡ ସ୍ତରୀୟ ଚିକିତ୍ସାଳୟର ମାନ୍ୟତା ପ୍ରଦାନ,ନୂଆ ବାଲିରୋଇ ମୌଜାରେ ର୍ନିମୀତ ନୂତନ ସୁପର ସ୍ପେସିଆଲିଟୀ ଜିଲା ମୂଖ୍ୟ ଚିକିତ୍ସାଳୟକୁ ଯାତାୟତର ଉପଯୁକ୍ତ ବ୍ୟବସ୍ଥା କରାଯିବା ଓ ପୁରାତନ କୋଠାରୁ ନୂତନ ଜିଲା ମୂଖ୍ୟ ଚିକିତ୍ସାଳୟକୁ ୨୪ ଘଂଟିଆ ଆମ୍ବୁଲାନ୍ସ ସେବା ଯୋଗାଇଦେବା ଆଦି ଦାବି ଅନ୍ତର୍ଭୁକ୍ତ ରହିଛି ।

 


Enter your email to get our daily news in your inbox.

All Right Reserved By Dharitri.Com

ଆଶା ଦିଦିଙ୍କ ପାଇଁ ଖୁସି ଖବର; ମାସିକ ପ୍ରୋତ୍ସାହନ ରାଶି ୬ ହଜାରକୁ ବୃଦ୍ଧି, ବଡ଼ ଘୋଷଣା କଲେ ମୁଖ୍ୟମନ୍ତ୍ରୀ

ନୂଆଦିଲ୍ଲୀ,୬।୧୦: ଆଶା କର୍ମୀଙ୍କ ପାଇଁ ଖୁସି ଖବର। ମୁଖ୍ୟମନ୍ତ୍ରୀ ଆଶା ଦିଦିମାନଙ୍କ ନିଷ୍ଠା ଓ ଦିନରାତିର କଠିନ ପରିଶ୍ରମକୁ ସମ୍ମାନ ଜଣାଇ ସେମାନଙ୍କ ମାସିକ ପ୍ରୋତ୍ସାହନ ରାଶିକୁ…

ଫ୍ରାନ୍ସିସ ହାଲଜେନ୍‌ଙ୍କୁ ପଦାର୍ଥ ବିଜ୍ଞାନରେ ନୋବେଲ ପୁରସ୍କାର

ଷ୍ଟକହୋମ,୬।୧୦: ଫ୍ରାନ୍ସିସ ହାଲଜେନ୍‌ଙ୍କୁ ପଦାର୍ଥ ବିଜ୍ଞାନରେ ନୋବେଲ ପୁରସ୍କାର ପ୍ରଦାନ କରାଯାଇଛି; ମଙ୍ଗଳବାର ଏହି ଘୋଷଣା କରାଯାଇଥିଲା। ରୟାଲ ସ୍ବିଡିସ ଏକାଡେମୀ ଅଫ ସାଇନ୍ସେସ ଫ୍ରାନ୍ସିସ ହାଲଜେନ୍‌…

Gyanesh Kumar Net Worth: ମୁଖ୍ୟ ନିର୍ବାଚନ କମିଶନରଙ୍କ ମାସକୁ ଦରମା କେତେ? ଜାଣନ୍ତୁ ବଙ୍ଗଳା, ଗାଡ଼ିଠାରୁ ପେନସନ ଯାଏ ମିଳୁଥିବା ସବୁ ସୁବିଧା…

ନୂଆଦିଲ୍ଲୀ,୬।୧୦: ଦେଶରେ ଯେତେବେଳେ ବି ନିର୍ୱାଚନ ମାହୋଲ ସୃଷ୍ଟି ହୁଏ କିମ୍ୱା ଭୋଟର ତାଲିକାକୁ ନେଇ ବିବାଦ ଉପୁଜେ, ସେତେବେଳେ ଭାରତୀୟ ନିର୍ୱାଚନ ଆୟୋଗ (ECI) ଏବଂ…

ପ୍ରେମାନନ୍ଦ ମହାରାଜଙ୍କ ଆଶ୍ରମ ପରିଦର୍ଶନ କରିବା ପାଇଁ ବିରାଟ କୋହଲି ୫ କୋଟି ଟଙ୍କା ପାଇଥିଲେ? ଜାଣନ୍ତୁ ଏହା ପଛର ସତ୍ୟତା

ନୂଆଦିଲ୍ଲୀ,୬।୧୦: ଭାରତୀୟ କ୍ରିକେଟ ତାରକା ବିରାଟ କୋହଲି ଏବଂ ତାଙ୍କ ପତ୍ନୀ ଅନୁଷ୍କା ଶର୍ମାଙ୍କୁ ବୃନ୍ଦାବନରେ ପ୍ରେମାନନ୍ଦ ମହାରାଜଙ୍କୁ ଭେଟିବା ଓ ତାଙ୍କ ସହ ଆଲୋଚନା କରିବାର…

ଶୀର୍ଷରେ ହରମନପ୍ରୀତ; ଧୋନି, ବିରାଟ, ରୋହିତ ଏହାର ପାଖାପାଖି ମଧ୍ୟ ନାହାନ୍ତି, ଲିଷ୍ଟ ଦେଖିଲେ ଆଶ୍ଚର୍ଯ୍ୟ ହେବେ

ନୂଆଦିଲ୍ଲୀ,୬।୧୦: ହରମନପ୍ରୀତ କୌର ଭାରତୀୟ ଦଳର ଅଧିନାୟକ ପଦରୁ ଓହରି ଯାଇଛନ୍ତି। T20 କ୍ରିକେଟ ଇତିହାସରେ ସବୁଠାରୁ ସଫଳ ଅଧିନାୟକ ହେବା ପରେ ସେ ଏହି ନିଷ୍ପତ୍ତି…

IT ରେଡ୍‌କୁ ନେଇ ମୁହଁ ଖୋଲିଲେ ରକୁଲପ୍ରୀତ: କହିଲେ, ମୁଁ ୨୦ ବର୍ଷ ବୟସରୁ…

ମୁମ୍ବାଇ: ହିନ୍ଦୀ, ତେଲୁଗୁ ଓ ତାମିଲ ସିନେମାରେ ଅଭିନୟ କରିଥିବା ଅଭିନେତ୍ରୀ ରକୁଲ ପ୍ରୀତ ସିଂ ଏବେ ଆୟକର ବିଭାଗର ନଜରରେ ଅଛନ୍ତି। ନିକଟରେ ରକୁଲ ଏବଂ…

ନାଗାଲାଣ୍ଡରେ ଓଡ଼ିଆ ଯବାନ ଶହୀଦ, ରାୟଗଡ଼ାରେ ଶୋକର ଛାୟା

ରାୟଗଡ଼ା,୬।୧୦(ଜଗନ୍ନାଥ ଗୌଡ଼): ନାଗାଲାଣ୍ଡରେ ସୋମବାର ଜଣେ ଓଡ଼ିଆ ଯବାନ ଶହୀଦ ହୋଇଯାଇଛନ୍ତି। ଶହୀଦ ଯବାନ ଜଣକ ହେଲେ ରାୟଗଡ଼ାର ଭି. ତେଜା। ସେ ଭାରତୀୟ ସେନାର ଆସାମ…

ଆଉ କେବେ କ’ଣ ଟିମ ଇଣ୍ଡିଆ ପାଇଁ ଖେଳିବେ ନାହିଁ ହରମନପ୍ରୀତ? ଅଧିନାୟକ ପଦରୁ ଓହରିବା ସମୟରେ କହିଲେ…

ନୂଆଦିଲ୍ଲୀ,୬।୧୦: ଭାରତୀୟ ମହିଳା କ୍ରିକେଟ ଦଳ ଏକ ନୂତନ ଯୁଗରେ ପ୍ରବେଶ କରିବାକୁ ଯାଉଛି। ହରମନପ୍ରୀତ କୌର ସମସ୍ତ ଫର୍ମାଟରେ ଟିମ ଇଣ୍ଡିଆର ଅଧିନାୟକ ପଦରୁ ଓହରି…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?