ଗ୍ରାମାଞ୍ଚଳରେ କାରର ଚାହିଦା ଅଧିକ

ନୂଆଦିଲ୍ଲୀ,୬।୭ : କରୋନା ମହାମାରୀ ଯୋଗୁ ସହର ତୁଳନାରେ ଗ୍ରାମାଞ୍ଚଳ କ୍ଷେତ୍ରର ସ୍ଥିତି ଉନ୍ନତ ରହିଛି। ଏହି ସମୟରେ ସହରାଞ୍ଚଳର ସ୍ଥିତି ଖରାପ ରହିଛି। ସହରରେ କରୋନା ମାମଲା ବଢି ଚାଲିଥିବା ଜଣାପଡିଛି। ଏଭଳି ବିଭିନ୍ନ କାରଣ ଲାଗି ଦେଶର ଗ୍ରାମାଞ୍ଚଳର ସ୍ଥିତି ସହର ତୁଳନାରେ ଉନ୍ନତ ରହିଛି। ଗ୍ରାମାଞ୍ଚଳରେ ଚାହିଦା ଅଧିକ ରହିଥିବା ଦେଶର ପ୍ରମୁଖ କାର ନିର୍ମାଣକାରୀ କମ୍ପାନୀ ମାରୁତି ସୁଜୁକି ଇଣ୍ଡିଆ ଲିମିଟେଡ ପକ୍ଷରୁ ସୂଚନା ରହିଛି। ମାରୁତି ସୁଜୁକିର ମାର୍କେଟିଂ ଏବଂ ସେଲସ ବିଭାଗ କାର୍ଯ୍ୟନିର୍ବାହୀ ନିର୍ଦ୍ଦେଶକ ଶଶାଙ୍କ ଶ୍ରୀବାସ୍ତବ କହିଛନ୍ତି ଯେ, ଜୁନ୍‌ରେ ମୌସୁମୀ ଉନ୍ନତ ରହିଥିବାରୁ ଗ୍ରାମାଞ୍ଚଳ ବଜାରର ସ୍ଥିତି ଭଲ ରହିଛି। ଖରିଫ ଲାଗି କୃଷି କାର୍ଯ୍ୟ ଉନ୍ନତ ହୋଇଛି। ବର୍ତ୍ତମାନ ଗ୍ରାମାଞ୍ଚଳରେ ଚାହିଦା ସହର ତୁଳନାରେ ବେଶ୍‌ ଉନ୍ନତ ରହିଛି। ଜୁନର ମୋଟ ବିକ୍ରି ମଧ୍ୟରୁ ଗ୍ରାମୀଣ ବଜାରର ଅଂଶ ୪୦%କୁ ବଢିଛି। ଗତ ବର୍ଷ ସମାନ ଅବଧିର ପରଫରମାନ୍ସଠାରୁ ଚଳିତ ବର୍ଷ ଗ୍ରାମାଞ୍ଚଳ ବଜାର ଭଲ ପ୍ରଦର୍ଶନ କରିଛି ବୋଲି ସେ ମତ ପ୍ରକାଶ କରିଛନ୍ତି। ଏଭଳି ସ୍ଥିତିରେ ସରକାର ଗ୍ରାମାଞ୍ଚଳରେ ନିଯୁକ୍ତି ସୃଷ୍ଟିକୁ ଗୁରୁତ୍ୱ ଦେଉଥିବା ଜଣାପଡିଛି।


Enter your email to get our daily news in your inbox.

All Right Reserved By Dharitri.Com

ଜେଟ୍‌ ଏୟାରଓ୍ବେଜକୁ କିଣିବା ନେଇ ଅନିଲ ଅଗ୍ରଓ୍ବାଲଙ୍କ ପଛଘୁଞ୍ଚା

ନୂଆଦିଲ୍ଲୀ,୧୩-୮: ଖଣି ଖନନରେ କ୍ଷେତ୍ରରେ ଶୀର୍ଷ କମ୍ପାନୀ ବେଦାନ୍ତ ରିସୋର୍ସେଜ ମୁଖ୍ୟ ଅନିଲ ଅଗ୍ରଓ୍ବାଲ ଜେଟ୍‌ ଏୟାରଓ୍ବେଜ୍‌ରେ ନିବେଶ କରିବେ ନାହିଁ ବୋଲି କହି ନିଜ...

ବିନା ଟିକେଟ ରେଳଯାତ୍ରା ବଢ଼ୁଛି

ନୂଆଦିଲ୍ଲୀ,୨୧।୨(ପି.ଟି.): ବିନା ଟିକେଟରେ ରେଳଯାତ୍ରା କରୁଥିବା ଲୋକଙ୍କ ସଂଖ୍ୟା ବୃଦ୍ଧି ପାଉଛି। ୨୦୨୧-୨୨ ଆର୍ଥତ୍କ ବର୍ଷର ପ୍ରଥମ ୯ ମାସରେ ୧.୭୮ କୋଟିରୁ ଊର୍ଦ୍ଧ୍ୱ ଯାତ୍ରୀ...

ଆଲିଆ ମାଲାବାରର ନ୍ୟୁ ବ୍ରାଣ୍ଡ୍‌ ଆମ୍ବାସାଡର

ନୂଆଦିଲ୍ଲୀ,୧୯।୪: ଅନ୍ତଃରାଷ୍ଟ୍ରୀୟ ଅଳଙ୍କାର ପ୍ରତିଷ୍ଠାନ ମାଲାବାର ଗୋଲ୍ଡ ଆଣ୍ଡ ଡାଇମଣ୍ଡ୍ସର ନ୍ୟୁ ବ୍ରାଣ୍ଡ୍‌ ଆମ୍ବାସାଡର ଭାବେ ବଲିଉଡ୍‌ ଅଭିନେତ୍ରୀ ଆଲିଆ ଭଟ୍ଟ ନିଯୁକ୍ତ୍‌ ହୋଇଛନ୍ତି। ୨୦୧୨ରେ...

ଅଭିବୃଦ୍ଧି ୧.୧ % ରହିବ:ଏସ୍‌ବିଆଇ ରିସର୍ଚ୍ଚ

ବ୍ରିଟେନର ପ୍ରମୁଖ ଏଜେନ୍ସି ଭାରତର ବିକାଶ ହାର ୨୦୨୦ କ୍ୟାଲେଣ୍ଡର ବର୍ଷରେ ୦% ରହିବ ବୋଲି ପୂର୍ବାନୁମାନରେ କହିଛି। ପୂର୍ବରୁ ହୋଇଥିବା ଅନୁମାନରେ ଭାରତ ୨.୫%...

ଅଣ ସବ୍‌ସିଡିଯୁକ୍ତ ଏଲ୍‌ପିଜି ଦର ବଢ଼ିଲା;ବିମାନ ଇନ୍ଧନ ଦର କମିଲା

ନୂଆଦିଲ୍ଲୀ,୨-୯: ତୈଳ କମ୍ପାନୀଙ୍କ ପକ୍ଷରୁ ରବିବାର ବିମାନ ଇନ୍ଧନ(ଏଟିଏଫ୍‌୍‌) ଦର ହ୍ରାସ ଘୋଷଣା କରାଯାଇଥିବା ବେଳେ ଅଣ ସବ୍‌ସିଡିଯୁକ୍ତ ଏଲ୍‌ପିଜି ସିଲିଣ୍ଡର ଦର ବୃଦ୍ଧି କରାଯାଇଛି।...

୨ ବର୍ଷରେ ଉଠିଯିବ ଟୋଲ୍‌ ପ୍ଲାଜା

ନୂଆଦିଲ୍ଲୀ: ସାରା ଦେଶରେ ଯାନବାହନ ଚଳାଚଳକୁ ବାଧାମୁକ୍ତ କରିବା ଲାଗି ସରକାର ଏକ ବଡ଼ ପଦକ୍ଷେପ ନେବାକୁ ଯାଉଛନ୍ତି। ଆଗାମୀ ୨ ବର୍ଷରେ ସରକାର ସାରା...

ଆର୍‌ବିଆଇ ମୁଦ୍ରାନୀତି କମିଟି ବୈଠକ ଆରମ୍ଭ; ରେପୋ ରେଟ୍‌ ହ୍ରାସ ସମ୍ଭାବନା

ନୂଆଦିଲ୍ଲୀ,୨-୯: ଗଭର୍ନର ଶକ୍ତିକାନ୍ତ ଦାସଙ୍କ ଅଧ୍ୟକ୍ଷତାରେ ରିଜର୍ଭ ବ୍ୟାଙ୍କ ଅଫ୍‌ ଇଣ୍ଡିଆ(ଆର୍‌ବିଆଇ)ର ମୁଦ୍ରାନୀତି କମିଟି ବୈଠକ ମଙ୍ଗଳବାରଠାରୁ ଆରମ୍ଭ ହୋଇଛି। ବର୍ତ୍ତମାନ ଅର୍ଥନୀତିରେ ମାନ୍ଦାବସ୍ଥା ଲାଗି...

ପ୍ରତ୍ୟକ୍ଷ ଟିକସ ସଂଗ୍ରହ ୪.୯୨% କମିଲା

ନୂଆଦିଲ୍ଲୀ,୮।୬: ଆର୍ଥତ୍କ ବର୍ଷ ୨୦୧୯-୨୦ରେ ପ୍ରତ୍ୟକ୍ଷ ଟିକସ ସଂଗ୍ରହ ୪.୯୨% ହ୍ରାସ ଘଟି ୧୨.୩୩ ଲକ୍ଷ କୋଟି ଟଙ୍କା ରହିଛି। କର୍ପୋରେଟ ଟିକସରେ ହ୍ରାସ, ଷ୍ଟାଣ୍ଡାର୍ଡ...

Advertisement
Archives

Model This Week