ସରକାରୀ ଶିକ୍ଷାନୁଷ୍ଠାନରେ ନିର୍ଯାତନାର ଶିକାର ହେଉଛନ୍ତି ଛାତ୍ରୀଛାତ୍ର, ଶିକ୍ଷାମନ୍ତ୍ରୀ ଦୃଷ୍ଟି ଦେବାକୁ ଦାବି

କେସିଙ୍ଗା,୯ା୪(ତୁମେଶ୍ୱର ସାହୁ): କଳାହାଣ୍ଡି ଜିଲା କେସିଙ୍ଗା ବ୍ଲକରେ ଥିବା ବିଭିନ୍ନ ପ୍ରାଥମିକ ସ୍କୁଲଠାରୁ ହାଇ ସ୍କୁଲ ଯାଏ ବିଭିନ୍ନ ସ୍କୁଲରେ ଛାତ୍ରୀଛାତ୍ର ନିର୍ଯାତନାର ଶିକାର ହେଉଛନ୍ତି। ଶିକ୍ଷାକ୍ଷେତ୍ରରେ ସମସ୍ୟା ଦେଖା ଯାଉଛି। ଆସନ୍ତାକାଲି ଅର୍ଥାତ୍‌ ଗୁରୁବାର ଗଣଶିକ୍ଷା ମନ୍ତ୍ରୀ ନିତ୍ୟାନନ୍ଦ ଗଣ୍ଡ କେସିଙ୍ଗା ପରିଦର୍ଶନ କରିବାର କାର୍ଯ୍ୟକ୍ରମ ରହିଛି। ଭାଜପା କର୍ମୀଙ୍କ ମଧ୍ୟରେ ଉତ୍ସାହ ସହ ତପ୍ତର ଦେଖାଦେଉଛି। ଏଥିପାଇଁ ଏକ ଖବରଦାତା ସମ୍ମିଳନୀ ଅନୁଷ୍ଠିତ ହୋଇଥିଲା। ରାଜ୍ୟ ସରକାର ଶିକ୍ଷାଦାନ ପାଇଁ ନୂତନ ପ୍ରଣାଳୀରେ ଶିକ୍ଷାଦାନ ଦେବା ପାଇଁ ଯୋଜନା କରିବାକୁ ନିଷ୍ପତ୍ତି ନିଆଯାଇଛି। ସମଗ୍ର କେସିଙ୍ଗା ବ୍ଲକରେ ପ୍ରଥମରୁ ପଞ୍ଚମ ଯାଏ ୮୯ ସ୍କୁଲରେ ପ୍ରାୟ ୭ହଜାର ଛାତ୍ରୀଛାତ୍ର ଅଧ୍ୟୟନ କରୁଛନ୍ତି। ସେହିପରି ପ୍ରଥମରୁ ଅଷ୍ଟମ ଯାଏ ୩୬ଟି ସ୍କୁଲରେ ୧୩ ହଜାର ୩୦୦ ଛାତ୍ରୀଛାତ୍ର ପାଠ ପଢୁଛନ୍ତି। ୩୨ଟି ହାଇସ୍କୁଲରେ ପ୍ରାୟ ୪ ହଜାର ପିଲା ପାଠ ପଢୁଛନ୍ତି। ଏହି ସବୁ ସ୍କୁଲରେ ଶିକ୍ଷାଦାନ ପାଇଁ ୪୬୫ଜଣ ଶିକ୍ଷକ ଶିକ୍ଷୟିତ୍ରୀଙ୍କୁ ନିଯୁକ୍ତି ଦିଆଯାଇଛି। କିନ୍ତୁ ରାଜ୍ୟ ସରକାର ଗ୍ରୀଷ୍ମପ୍ରବାହ ପ୍ରବାହକୁ ଛାତ୍ରୀଛାତ୍ର କିପରି ରକ୍ଷା ପାଇବେ ତାହାକୁ ଦୃଷ୍ଟି ରଖି ସକାଳୁଆ ସ୍କୁଲ ଖୋଲିବା ପାଇଁ ନିମ୍ନ ମତେ ସମୟ ସାରଣୀ ନିର୍ଦ୍ଧାରିତ କରିଛନ୍ତି। ସକାଳ ୬.୩୦ ମିନିଟ୍‌ରେ ସ୍କୁଲ ଖୋଲିବ ଓ ୧୦.୩୦ମିରେ ସ୍କୁଲ ବନ୍ଦ ରହିବା ପାଇଁ ଘୋଷଣା କରିଛନ୍ତି। କିନ୍ତୁ ବହୁ ଶିକ୍ଷୟିତ୍ରୀଚ ସକାଳ ୮ଟାରେ ସ୍କୁଲ ଯାଉଥିବାର ଦେଖିବାକୁ ମିଳୁଛି।
କେତେକ ସ୍କୁଲରେ ପ୍ରଧାନଶିକ୍ଷକ ଛାତ୍ରୀଛାତ୍ରଙ୍କୁ ରୋଷେୟା କାମରେ ନିୟୋଜିତ କରୁଛନ୍ତି ତ କେତେକ ସ୍କୁଲରେ ଦଶମ ଶ୍ରେଣୀର ପିଲାଙ୍କୁ ସ୍କୁଲର ବିଭିନ୍ନ କାମରେ ନିୟୋଜିତ କାରାଉଛନ୍ତି। ବହୁ ସ୍କୁଲରେ ପ୍ରଧାନ ଶିକ୍ଷକ, ଶିକ୍ଷୟିତ୍ରୀ ସକାଳ ୮ଟା ରେ ମଧ୍ୟ ସ୍କୁଲ ଯାଉଛନ୍ତି। ଯାହାଫଳରେ ଶିକ୍ଷାଦାନ କ୍ଷେତ୍ରରେ ଘୋର ସମସ୍ୟା ଦେଖା ଯାଉଛି। ଛାତ୍ରୀଛାତ୍ରଙ୍କୁ ମେନୁ ଅନୁସାରେ ମଧ୍ୟାହ୍ନଭୋଜନ ଦିଆ ଯାଉନାହିଁ। ନିମ୍ନମାନର ମଧ୍ୟାହ୍ନ ଭୋଜନ ଦିଆଯାଉଛି। ବହୁ ସ୍କୁଲରେ ଶୌଚାଳୟ ସଫା କରା ଯାଉ ନ ଥିବାରୁ ଦୁର୍ଗନ୍ଧ ହେଉଛି। ପାନୀୟଜଳ ର ସମସ୍ୟା ରହୁଛି। ରୋଷେଇ ସାମଗ୍ରୀର ଅଭାବ ମଧ୍ୟ ରହୁଛି। ଏହି ସବୁ ସମସ୍ୟାକୁ ତଦନ୍ତ କରିବା ପାଇଁ ଅତିରିକ୍ତ ଗୋଷ୍ଠୀ ଶିକ୍ଷା ଅଧିକାରୀ ଏବଂ ସିଆରସିଙ୍କୁ ନିଯୁକ୍ତି ଦିଆଯାଇଛି। କିନ୍ତୁ କେତେକ ସିଆରସି ନିଜ ଘରୋଇ କାମରେ ରହି ସ୍କୁଲ ପରିଦର୍ଶନ କରୁ ନାହାନ୍ତି। କେତେକ ସିଆରସି ନିର୍ଦ୍ଧାରିତ ସମୟରେ ସ୍କୁଲ ପରିଦର୍ଶନ କରୁ ନାହାନ୍ତି। ଯାହାଫଳରେ ଏହି ସମସ୍ୟା ଦେଖା ଯାଉଛି। ଆଶ୍ରମଗୁଡ଼ିକରେ ଛାତ୍ରୀଛାତ୍ରଙ୍କୁ ମଧ୍ୟାହ୍ନଭୋଜନରେ ମେନୁ ହିସାବରେ ଖାଦ୍ୟ ଦିଆ ଯାଉ ନାହିଁ। ଏଥିପାଇଁ ରାଜ୍ୟ ସରକାରଙ୍କ ଗଣ ଶିକ୍ଷାମନ୍ତ୍ରୀ କେସିଙ୍ଗାକୁ ପରିଦର୍ଶନରେ ଆସୁଥିବାରୁ ଏହି ସମସ୍ୟା ପ୍ରତି ଦୃଷ୍ଟି ଦେବା ପାଇଁ ଜନସାଧାରଣରେ ଦାବି ହେଉଛି। ଏ ସଂକ୍ରାନ୍ତରେ କେସିଙ୍ଗା ଗୋଷ୍ଠୀ ଶିକ୍ଷାଧିକାରୀ ଆନନ୍ଦ କୁମାର ବେହେରାଙ୍କୁ ପଚାରିବାରୁ ଯେଉଁ ସ୍କୁଲରେ ଅବ୍ୟସ୍ଥା ରହିଛି,କିମ୍ବା ଯେଉଁ ସିଆରସି ଠିକ୍‌ ଟାଇମରେ ସ୍କୁଲ ପରିଦର୍ଶନ ନ କରିବେ ,ଯେଉଁ ସ୍କୁଲରେ ଛାତ୍ରୀଛାତ୍ରଙ୍କୁ କାମରେରେ ନିୟୋଜିତ କାରାଉଛନ୍ତ ସେହି ସ୍କୁଲର ପ୍ରଧାନ ଶିକ୍ଷକଙ୍କ ନାମରେ କଡ଼ା କାର୍ଯ୍ୟାନୁଷ୍ଠାନ ନିଆଯିବ ବୋଲି କହିଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

ସଡ଼କ ଦୁର୍ଘଟଣାରେ ଯାତ୍ରା କଳାକାର ଗୁରୁ ପୃଷ୍ଟିଙ୍କ ପରଲୋକ

ଭଦ୍ରକ,୭ା୧୨: ଓଡ଼ିଶାର ଜଣାଶୁଣା ଯାତ୍ରା କଳାକାର ଗୁରୁ ପୃଷ୍ଟିଙ୍କର ଆଜି ଏକ ମର୍ମନ୍ତୁଦ ସଡ଼କ ଦୁର୍ଘଟଣାରେ ପରଲୋକ ଘଟିଛି। ମିଳିଥିବା ସୂଚନା ଅନୁଯାୟୀ, ଗୁରୁ ପୃଷ୍ଟି...

ନୂଆପଡ଼ା ସହରରେ ବୁଲୁଛନ୍ତି ଭାଲୁ

ନୂଆପଡ଼ା,୭।୧୨(ମକାରୁ ବେମାଲ): ନୂଆପଡ଼ା ସହରକୁ ୨ଟି ଭାଲୁ ପଶି ଆସିଥିଲେ। ସହରର ବିଭିନ୍ନ ସ୍ଥାନରେ ବୁଲାବୁଲି କରି ଅଇଠାପତ୍ର, ଫଳ ଦୋକାନରେ ଫିଙ୍ଗି ଦିଆଯାଉଥିବା ଫଳ...

RSFI ରାଜ୍ୟ ଚାମ୍ପିଅନସିପରେ ଗଜପତି ସ୍କେଟର୍ସଙ୍କ ଚମକ: ଜାତୀୟ ପାଇଁ ୭ ଜଣ ଯୋଗ୍ୟତା ହାସଲ

ଗଜପତି,୭ା୧୨(ଗିରିଧାରୀ ପରିଛା): ଜିଲା ପାଇଁ ଏକ ଗର୍ବର ମୁହୂର୍ତ୍ତରେ, ଗଜପତିର ସ୍କେଟର୍ସମାନେ RSFI ରାଜ୍ୟ ସ୍କେଟିଂ ଚାମ୍ପିଅନସିପରେ ଉତ୍କୃଷ୍ଟ ପ୍ରଦର୍ଶନ କରି ଅନେକ ପଦକ ହାସଲ...

ରାଜ୍ୟସ୍ତରୀୟ କ୍ରୀଡ଼ା ପ୍ରତିଯୋଗିତାରେ ଦିଗପହଣ୍ଡିର ସାଇକ୍ରିଷ୍ଣା

ଦିଗପହଣ୍ଡି,୭।୧୨(ଅଶେଷ ନାଥ ମିଶ୍ର) ଜଗତସିଂହପୁରରେ ଆୟୋଜିତ ୬୯ତମ ଆନ୍ତଃ ରାଜ୍ୟସ୍ତରୀୟ ବିଦ୍ୟାଳୟ ସମୂହ କ୍ରୀଡ଼ା ପ୍ରତିଯୋଗିତାରେ ଦିଗପହଣ୍ଡି ବ୍ଳକ ଅଧୀନ ବମକୋଇ ଗ୍ରାମ ଶିବାନନ୍ଦ ନୋଡାଲ...

ଡକାୟତି, ହତ୍ୟା ଉଦ୍ୟମ: ୨ବର୍ଷ ପରେ ଧରାପଡ଼ିିଲେ ଫେରାର ଅଭିଯୁକ୍ତ

ଦିଗପହଣ୍ଡି,୭ା୧୨(ଅଶେଷ ନାଥ ମିଶ୍ର): ଦିଗପହଣ୍ଡି ବ୍ଲକ ଜକର ପଞ୍ଚାୟତ ଅଧୀନ ତେଣ୍ଟୁଆପଡା ଗ୍ରାମରେ ୨୦୨୩ରେ ଘଟିଥିବା ଏକ ଡକାୟତି ଓ ହତ୍ୟା ଉଦ୍ୟମ ମାମଲାର ଅଭିଯୁକ୍ତଙ୍କୁ...

ମହମ୍ମଦ ସାହେବ ପୁଣି କଳାହାଣ୍ଡି କଂଗ୍ରେସ ଯୁବ ସଭାପତି

ଭବାନୀପାଟଣା,୭।୧୧(ଉତ୍ତମ କୁମାର ଦାଶ): କଳାହାଣ୍ଡି ଜିଲା କଂଗ୍ରେସ ଯୁବ ସଭାପତି ଭାବେ ରବିବାର ପୁଣି ଥରେ ମହମ୍ମଦ ଅବଦୁଲ ମୋହସିନ(ମହମ୍ମଦ ସାହେବ) ନିଯୁକ୍ତ ହୋଇଛନ୍ତି। ଏ...

ଯେଉଁ ହାତରେ ଗଢିଥିଲି, ସେହି ହାତରେ ଶ୍ରଦ୍ଧାଞ୍ଜଳୀ ଦେଲି: ପ୍ରେମାନନ୍ଦ

ବଲାଙ୍ଗୀର,୭।୧୨(ସୁନିଲ କୁମାର ମହାନ୍ତି): ଯେଉଁ ହାତରେ ଗଢିଥିଲି ଆଜି ସେହି ହାତରେ ଶ୍ରଦ୍ଧାଞ୍ଜଳୀ ଦେଲି। ହ୍ୟୁମାନ ସବୁ ସମୟରେ ମୋତେ ଟିଟିଲାଗଡ଼ ଆସିବାକୁ କହୁଥିଲା। ହ୍ୟୁମାନ...

ଚାଷୀ ସଂଗଠନର ରଣହୁଙ୍କାର: ମଣ୍ଡିରୁ ଧାନ ଉଠା ନ ଗଲେ ଆନ୍ଦୋଳନ

ବରଗଡ଼,୭।୧୨(ପ୍ରେମାନନ୍ଦ ଖମାରୀ): ବରଗଡ଼ ଜିଲାରେ ଗତମାସ ୨୮ ତାରିଖରୁ ଖରିଫ ଧାନ ସଂଗ୍ରହ ପ୍ରକ୍ରିୟା ଚାଲିଛି। କିନ୍ତୁ ଏପର୍ଯ୍ୟନ୍ତ ଧାନ ବିକ୍ରିରେ ଅଚଳାବସ୍ଥା ଜାରି ରହିଛି।...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri