Posted inଜାତୀୟ

ଡିଲିମିଟେଶନ ଆଉ ୨୫ ବର୍ଷ ଘୁଞ୍ଚୁ

ଚେନ୍ନାଇ,୨୩ା୩(ପି.ଟି.): କେନ୍ଦ୍ର ସରକାରଙ୍କ ଡିଲିମିଟେଶନ (ନିର୍ବାଚନମଣ୍ଡଳୀ ସୀମା ପୁନଃ ନିର୍ଦ୍ଧାରଣ) ପଦ୍ଧତିକୁ ବିରୋଧ କରି ତାମିଲନାଡୁ ମୁଖ୍ୟମନ୍ତ୍ରୀ ଏମ୍‌.କେ. ଷ୍ଟାଲିନ୍‌ଙ୍କ ଦ୍ୱାରା ଆହୂତ ଡିଏମ୍‌କେ ନେତୃତ୍ୱାଧୀନ ଯୁଗ୍ମ କ୍ରିୟାନୁଷ୍ଠାନ କମିଟି (ଜେଏସି) ବୈଠକ ଶନିବାର ଚେନ୍ନାଇରେ ଅନୁଷ୍ଠିତ ହୋଇଯାଇଛି। ବୈଠକରେ ଉପଯୁକ୍ତ ଡିଲିମିଟେଶନକୁ ସୁନିଶ୍ଚିତ କରିବା ଉପରେ କମିଟି ଜୋର୍‌ ଦେଇଛି। ୧୯୭୧ ଜନସଂଖ୍ୟା ଆଧାରରେ କରାଯାଇଥିବା ନିର୍ବାଚନମଣ୍ଡଳୀ ସୀମା ପୁନଃ ନିର୍ଦ୍ଧାରଣକୁ ଆଉ ୨୫ ବର୍ଷ ଘୁଞ୍ଚାଇବା ନିମନ୍ତେ କମିଟି କେନ୍ଦ୍ରକୁ ନିବେଦନ କରିଛି। ଏମ୍‌ପିମାନଙ୍କ ଏକ ମିଳିତ ପ୍ରତିନିଧି ଦଳ ପାର୍ଲାମେଣ୍ଟ ଅଧିବେଶନ କାଳରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ଭେଟି ଏଥିପାଇଁ ଦାବି କରିବାକୁ ନିଷ୍ପତ୍ତି ହୋଇଛି। ପଶ୍ଚିମବଙ୍ଗର ଶାସକ ଦଳ ତୃଣମୂଳ କଂଗ୍ରେସ (ଟିଏମ୍‌ସି) ଉକ୍ତ ବୈଠକରେ ଯୋଗଦେଇ ନାହିଁ।
ଜେଏସି ବୈଠକରେ ଗୃହୀତ ହୋଇଥିବା ସଂକଳ୍ପ ଅନୁଯାୟୀ, ଗଣତାନ୍ତ୍ରିକ ମୂଲ୍ୟବୋଧରେ ଉନ୍ନତି ପାଇଁ କେନ୍ଦ୍ର ସରକାରଙ୍କ ଦ୍ୱାରା ହେବାକୁ ଥିବା ଯେକୌଣସି ଡିଲିମିଟେଶନ ସ୍ବଚ୍ଛତାର ସହ କରାଯିବା ଉଚିତ, ଯେପରି ସମସ୍ତ ରାଜ୍ୟର ରାଜନୈତିକ ଦଳ, ରାଜ୍ୟ ସରକାର ଏବଂ ଅନ୍ୟାନ୍ୟ ଅଂଶୀଦାର ବିଚାରବିମର୍ଶ, ଆଲୋଚନା ଏବଂ ମତାମତ ଦେବାର ସୁଯୋଗ ପାଇବେ। ଯେଉଁ ରାଜ୍ୟଗୁଡ଼ିକ ଜନସଂଖ୍ୟା ନିୟନ୍ତ୍ରଣ ପଦକ୍ଷେପକୁ ପ୍ରଭାବଶାଳୀ ଭାବେ କାର୍ଯ୍ୟକାରୀ କରିଛନ୍ତି, ସେହି ରାଜ୍ୟଗୁଡ଼ିକୁ ସୁରକ୍ଷା ପ୍ରୋତ୍ସାହନ ଯୋଗାଇବା ୪୨ତମ, ୮୪ତମ ଏବଂ ୮୭ତମ ସମ୍ବିଧାନ ସଂଶୋଧନ ପଛର ବ୍ୟବସ୍ଥାପିକାଗତ ଉଦ୍ଦେଶ୍ୟ ଥିଲା। ଜାତୀୟ ଜନସଂଖ୍ୟା ସ୍ଥିରତା ଲକ୍ଷ୍ୟ ଏପର୍ଯ୍ୟନ୍ତ ହାସଲ ହୋଇପାରି ନ ଥିବାରୁ ନିର୍ବାଚନମଣ୍ଡଳୀ ସୀମା ପୁନଃ ନିର୍ଦ୍ଧାରଣ ପ୍ରକ୍ରିୟାକୁ ଆଉ ୨୫ ବର୍ଷ ବନ୍ଦ ରଖାଯିବା ଆବଶ୍ୟକ ବୋଲି କମିଟି କହିଛି। ଜନସଂଖ୍ୟା ନିୟନ୍ତ୍ରଣ କାର୍ଯ୍ୟକ୍ରମକୁ ସଫଳତାର ସହ କାର୍ଯ୍ୟକାରୀ କରିବା ଫଳରେ ଲୋକସଂଖ୍ୟା କମିଥିବା ରାଜ୍ୟଗୁଡ଼ିକ ଦଣ୍ଡିତ ହେବା ଉଚିତ ନୁହେଁ। ଏହି ଉଦ୍ଦେଶ୍ୟରେ କେନ୍ଦ୍ର ସରକାର ସମ୍ବିଧାନରେ ଆବଶ୍ୟକ ପରିବର୍ତ୍ତନ ଆଣିବା ଜରୁରୀ ବୋଲି ସଂକଳ୍ପରେ କୁହାଯାଇଛି।
ବୈଠକରେ ଉଦ୍‌ବୋଧନ ଦେଇ ଷ୍ଟାଲିନ୍‌ କହିଥିଲେ, ଯଥେଷ୍ଟ ରାଜନୈତିକ ସାମର୍ଥ୍ୟ ନ ଥିବା ରାଜ୍ୟଗୁଡ଼ିକର ନ୍ୟାୟ ପାଇଁ ଉଠାଉଥିବା ସ୍ବରକୁ ଅଣଦେଖା କରାଯାଉଛି। ପାର୍ଲାମେଣ୍ଟରେ ଆମ ପ୍ରତିନିଧିତ୍ୱକୁ ହ୍ରାସ କରାଗଲେ ଆମ ରାଜନୈତିକ ସାମର୍ଥ୍ୟ ଆହୁରି ହ୍ରାସ ପାଇବ ବୋଲି ସେ କହିଛନ୍ତି।

ଆମେ ନିର୍ବାଚନମଣ୍ଡଳୀ ସୀମା ନିର୍ଦ୍ଧାରଣକୁ ବିରୋଧ କରୁନାହୁଁ, କିନ୍ତୁ ଏହା ଉପଯୁକ୍ତ ପଦ୍ଧତିରେ କରାଯିବାକୁ ଚାହୁଁଛୁ। ଆବଶ୍ୟକ ହେଲେ ପ୍ରକ୍ରିୟାକୁ ଚ୍ୟାଲେଞ୍ଜ କରିବା ପାଇଁ ଏକ ବିସ୍ତୃତ ଆଇନଗତ ରଣକୌଶଳ ପ୍ରସ୍ତୁତି ନିମନ୍ତେ ଲିଗାଲ ଏକ୍ସପର୍ଟ କମିଟି ଗଠନ ପାଇଁ ଷ୍ଟାଲିନ୍‌ ପ୍ରସ୍ତାବ ଦେଇଥିଲେ।

ବୈଠକରେ କେରଳ ମୁଖ୍ୟମନ୍ତ୍ରୀ ପିନାରାୟୀ ବିଜୟନ, ତେଲଙ୍ଗାନା ମୁଖ୍ୟମନ୍ତ୍ରୀ ରେଭନ୍ଥ ରେଡ୍ଡୀ,ପୂର୍ବତନ ମୁଖ୍ୟମନ୍ତ୍ରୀ କେ. ଚନ୍ଦ୍ରଶେଖର ରାଓ, ପଞ୍ଜାବ ମୁଖ୍ୟମନ୍ତ୍ରୀ ଭଗଓ୍ବନ୍ତ ମାନ୍‌, କର୍ନାଟକ ଉପମୁଖ୍ୟମନ୍ତ୍ରୀ ଡି.କେ. ଶିବକୁମାର, ଓଡ଼ିଶା କଂଗ୍ରେସ ସଭାପତି ଭକ୍ତଚରଣ ଦାସ, ବିଜେଡି ନେତା ସଞ୍ଜୟ କୁମାର ଦାସବର୍ମା ପ୍ରମୁଖ ଯୋଗଦେଇଥିବାବେଳେ ବିଜେଡି ସୁପ୍ରିମୋ ନବୀନ ପଟ୍ଟନାୟକ ଭର୍ଚୁଆଲି ସାମିଲ ହୋଇଥିଲେ। କେବଳ ଜନସଂଖ୍ୟା ଆଧାରରେ ଡିଲିମିଟେଶନ କରାଗଲେ କଠୋର ପଦକ୍ଷେପ ଜରିଆରେ ଲୋକ ସଂଖ୍ୟା କମାଇଥିବା ରାଜ୍ୟଗୁଡ଼ିକ ପାଇଁ ଠିକ୍‌ ହେବନାହିଁ ବୋଲି ନବୀନ ତାଙ୍କ ବାର୍ତ୍ତାରେ କହିଥିଲେ। ପଶ୍ଚିମବଙ୍ଗର ଶାସକ ଦଳ ତୃଣମୂଳ କଂଗ୍ରେସ ଡିଏମ୍‌କେର ଡିଲିମିଟେଶନ ଆଭିମୁଖ୍ୟକୁ ସମର୍ଥନ କରୁଥିଲେ ମଧ୍ୟ ବୈଠକରେ ଯୋଗଦେଇ ନାହିଁ।

କେରଳ ମୁଖ୍ୟମନ୍ତ୍ରୀ ବିଜୟନ ଡିଲିମିଟେଶନକୁ ‘ଡେମୋକ୍ଲିସ୍‌ଙ୍କ ଖଣ୍ଡା’ ସହ ତୁଳନା କରିଥିଲେ। ଏହି ଖଣ୍ଡ ଦକ୍ଷିଣ ଭାରତୀୟ ରାଜ୍ୟଗୁଡ଼ିକ ଉପରେ ଝୁଲୁଥିବା ସେ କହିଥିଲେ। ଭାଜପା ସଂକୀର୍ଣ୍ଣ ରାଜନୈତିକ ସ୍ବାର୍ଥ ଆଧାରରେ ନିର୍ବାଚନମଣ୍ଡଳୀ ସୀମା ପୁନଃ ନିର୍ଦ୍ଧାରଣ କରିବାକୁ ଚାହୁଁଛି। ଏହା ସାମ୍ବିଧାନିକ ସିଦ୍ଧାନ୍ତ କିମ୍ବା ଗଣତାନ୍ତ୍ରିକ ଅନିବାର୍ଯ୍ୟତା ଆଧାରରେ କରାଯାଉ ନ ଥିବା ବିଜୟନ କହିଥିଲେ। ସେହିପରି ଶିବକୁମାର କହିଥିଲେ, ଦକ୍ଷିଣ ଭାରତ ଜନସଂଖ୍ୟା ନିୟନ୍ତ୍ରଣ ଏବଂ ସାକ୍ଷରତା ଉଦ୍ୟମ ପାଇଁ କଠୋର ପଦକ୍ଷେପ ନେଇ ଦୀର୍ଘବର୍ଷ ହେଲା ଜାତୀୟ ସ୍ବାର୍ଥକୁ କାଏମ ରଖିଆସିଛି। ଆମେ ଆମ ଆସନ ସଂଖ୍ୟା କମାଇବାକୁ ଦେଇପାରିବୁ ନାହିଁ। ଅର୍ଥନୈତିକ ଏବଂ ଶିକ୍ଷାଗତ ଦୃଷ୍ଟିରୁ ଆମେ କ୍ରମାଗତ ଭାବେ ଆଗରେ ରହିଆସିଛୁ ବୋଲି ସେ କହିଛନ୍ତି।

ଅନ୍ୟପକ୍ଷରେ ଜେଏସି ବୈଠକକୁ ଭାଜପା ପକ୍ଷରୁ ଦୃଢ଼ ବିରୋଧ କରାଯାଇଛି। ବୈଠକ ସ୍ଥଳ ବାହାରେ ଭାଜପା କର୍ମୀମାନେ କଳାପତାକା ଧରି ବିକ୍ଷୋଭ ପ୍ରଦର୍ଶନ କରିଥିଲେ। ବିରୋଧୀ ଶାସିତ ରାଜ୍ୟଗୁଡ଼ିକ ସେମାନଙ୍କ ପ୍ରଶାସନିକ ବିଫଳତାକୁ ଲୁଚାଇବାକୁ ଯାଇ ଡିଲିମିଟେଶନକୁ ଅସ୍ତ୍ର କରୁଥିବା ଭାଜପା ଅଭିଯୋଗ କରିଛି। ତେଲଙ୍ଗାନାର ପୂର୍ବତନ ରାଜ୍ୟପାଳ ତଥା ଭାଜପା ନେତ୍ରୀ ତାମିଲିସାଇ ସୌନ୍ଦରରାଜନ ସେମାନଙ୍କ ଏଭଳି କାର୍ଯ୍ୟକୁ ଦୁର୍ନୀତି ଘୋଡାଇବା ଅଭିଯାନ ବୋଲି କହିଛନ୍ତି। ଷ୍ଟାଲିନ୍‌ ନିଜ ରାଜ୍ୟର ସମସ୍ୟାଠାରୁ ଦୃଷ୍ଟି ହଟାଇବା ପାଇଁ ରାଜନୈତିକ ସଙ୍କଟ ସୃଷ୍ଟି କରୁଛନ୍ତି ବୋଲି ତାମିଲନାଡୁ ଭାଜପା ସଭାପତି କେ. ଆନ୍ନାମଲାଇ କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

କଳାକାରଙ୍କ ପାଇଁ ମୁଖ୍ୟମନ୍ତ୍ରୀଙ୍କ ଭେଟି: ବଢ଼ିଲା ସହାୟତା ଭତ୍ତା, ଉପକୃତ ହେବେ ୪୭ ହଜାର

ଭୁବନେଶ୍ୱର,୨୮ା୧୨: କେନ୍ଦୁଝର ଗସ୍ତ ଅବସରରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ରାଜ୍ୟର କଳାକାରମାନଙ୍କ ପାଇଁ ଏକ ବଡ଼ ଘୋଷଣା କରିଛନ୍ତି। ‘ମୁଖ୍ୟମନ୍ତ୍ରୀ କଳାକାର ସହାୟତା ଯୋଜନା’ରେ...

ଭୁବନେଶ୍ବର ପରେ କଟକରେ ବିଜେଡି ମେଳି, ନାଁ ଧରି ଅସନ୍ତୋଷ ଝାଡ଼ିଲେ ଦେବାଶିଷ ସାମନ୍ତରାୟ

କଟକ,୨୮ା୧୨: ବିଜେଡି ନେତାଙ୍କର ମେଳି ପରେ ମେଳିର ଫଟୋ ସାମ୍ନାକୁ ଆସୁଛି । ବିଜେଡି ନେତାଙ୍କ ଘନ ଘନ ମେଳିକୁ ନେଇ ରାଜନୈତିକ ଚର୍ଚ୍ଚା ବଢ଼ିବାରେ...

ମଇଁଷିର କ୍ଷୀରରେ ତିଆରି ହେଲା ରାଇତା.. ଏବେ ରାବିଜ ଟିକା ପାଇଁ ହସ୍ପିଟାଲରେ ପୁରା ଗ୍ରାମବାସୀ, ଜାଣନ୍ତୁ କାରଣ

ନୂଆଦିଲ୍ଲୀ,୨୮ା୧୨:  ଉତ୍ତର ପ୍ରଦେଶର ବଦାଉନରୁ ଏକ ଆଶ୍ଚର୍ଯ୍ୟଜନକ ଖବର ସାମ୍ନାକୁ ଆସିଛି। କୁକୁର କାମୁଡ଼ାରେ ମୃତ୍ୟୁବରଣ କରିଥିବା ଏକ ମଇଁଷି ଏବେ ସମଗ୍ର ଗାଁ ପାଇଁ...

ପାଟପୁରରେ କଂଗ୍ରେସର ପ୍ରତିଷ୍ଠା ଦିବସ ପାଳିତ, ସଙ୍ଗଠନ ସୁଦୃଢ ପାଇଁ ଆହ୍ବାନ ଦେଲେ ବିଧାୟକ

ଦିଗପହଣ୍ଡି,୨୮|୧୨(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ସାନଖେମୁଣ୍ଡି ବ୍ଲକ ପାଟପୁର ସାରଙ୍ଗ ପଡିଆ ଠାରେ ରବିବାର ଭାରତୀୟ ଜାତୀୟ କଂଗ୍ରେସ ଦଳର ୧୪୦ ତମ ପ୍ରତିଷ୍ଠା...

ଦାରିଙ୍ଗବାଡିର ଗର୍ବ ଓ ଗୌରବ, ଓପିଏସ୍‌ସି ପରୀକ୍ଷାରେ ୧୬ତମ ସ୍ଥାନରେ ମାନସ

ଦାରିଙ୍ଗବାଡି, ୨୮/୧୨ (ଅରୁଣ ସାହୁ): ଓପିଏସସିର ଫଳାଫଳ ବାହାରି ସାରିଥିବା ବେଲେ ଏଥିରେ କନ୍ଧମାଳ ଜିଲା ଦାରିଙ୍ଗବାଡି ବ୍ଲକ ବ୍ରାହ୍ମଣୀଗାଁ ଥାନା ମେରାମାହା ଗ୍ରାମର ମାନସ...

୨୦୨୫ରେ ବଦଳିଲା ଚାକିରିର ରୂପରେଖ: ଜାଣନ୍ତୁ କେଉଁ କ୍ୟାରିୟରକୁ ଅଧିକ ବାଛିଲେ ଜେନ ଜି?

ନୂଆଦିଲ୍ଲୀ,୨୮ା୧୨: ଆର୍ଟିଫିସିଆଲ୍ ଇଣ୍ଟେଲିଜେନ୍ସ (AI) ର ପ୍ରଭାବ ଏବଂ ଅର୍ଥନୈତିକ ଅସ୍ଥିରତା ଯୋଗୁଁ ୨୦୨୫ ମସିହାରେ ନୂତନ ଗ୍ରାଜୁଏଟମାନେ ନିଜର କର୍ମକ୍ଷେତ୍ର ବାଛିବା ଶୈଳୀରେ ବ୍ୟାପକ...

ଗଟାମାହା ଜଙ୍ଗଲରେ ଅତର୍କିତ ଚଢ଼ାଉ, ଗଞ୍ଜେଇ ଗଛ ପୋଡ଼ିଦେଲା ପୋଲିସ

ଜି.ଉଦୟଗିରି,୨୮/୧୨( ଚିନ୍ମୟ କୁମାର ସେଠୀ): କନ୍ଧମାଳ ଜିଲ୍ଲା ଜି.ଉଦୟଗିରି ପୋଲିସ ଥାନା ଅନ୍ତର୍ଗତ ଗଟାମାହା ଗ୍ରାମ ନିକଟସ୍ଥ ଜଙ୍ଗଲରେ ଗଞ୍ଜେଇ ଚାଷ ହେଉଥିବା ଖବର ପାଇ...

ବାଲେଶ୍ୱରରେ କାଠ ମାଫିଆଙ୍କ ଆତଙ୍କ: ବନ ବିଭାଗ ଗାଡ଼ି ଭଙ୍ଗାରୁଜା ସହ ଜବତ ଗାଡ଼ି ଛଡ଼ାଇ ନେଲେ

ବାଲେଶ୍ୱର,୨୮ା୧୨: ନୀଳଗିରି ବନଖଣ୍ଡରେ କାଠ ମାଫିଆଙ୍କ ଦୌରାତ୍ମ୍ୟ ଚରମ ସୀମାରେ ପହଞ୍ଚିଛି। ବନବିଭାଗ କର୍ମଚାରୀଙ୍କ ଉପରେ ଆକ୍ରମଣ କରି ନେଇଗଲେ ଜବତ ହୋଇଥିବା କାଠ ବୋଝେଇ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri