Posted inଜାତୀୟ

ଡିଲିମିଟେଶନ ଆଉ ୨୫ ବର୍ଷ ଘୁଞ୍ଚୁ

ଚେନ୍ନାଇ,୨୩ା୩(ପି.ଟି.): କେନ୍ଦ୍ର ସରକାରଙ୍କ ଡିଲିମିଟେଶନ (ନିର୍ବାଚନମଣ୍ଡଳୀ ସୀମା ପୁନଃ ନିର୍ଦ୍ଧାରଣ) ପଦ୍ଧତିକୁ ବିରୋଧ କରି ତାମିଲନାଡୁ ମୁଖ୍ୟମନ୍ତ୍ରୀ ଏମ୍‌.କେ. ଷ୍ଟାଲିନ୍‌ଙ୍କ ଦ୍ୱାରା ଆହୂତ ଡିଏମ୍‌କେ ନେତୃତ୍ୱାଧୀନ ଯୁଗ୍ମ କ୍ରିୟାନୁଷ୍ଠାନ କମିଟି (ଜେଏସି) ବୈଠକ ଶନିବାର ଚେନ୍ନାଇରେ ଅନୁଷ୍ଠିତ ହୋଇଯାଇଛି। ବୈଠକରେ ଉପଯୁକ୍ତ ଡିଲିମିଟେଶନକୁ ସୁନିଶ୍ଚିତ କରିବା ଉପରେ କମିଟି ଜୋର୍‌ ଦେଇଛି। ୧୯୭୧ ଜନସଂଖ୍ୟା ଆଧାରରେ କରାଯାଇଥିବା ନିର୍ବାଚନମଣ୍ଡଳୀ ସୀମା ପୁନଃ ନିର୍ଦ୍ଧାରଣକୁ ଆଉ ୨୫ ବର୍ଷ ଘୁଞ୍ଚାଇବା ନିମନ୍ତେ କମିଟି କେନ୍ଦ୍ରକୁ ନିବେଦନ କରିଛି। ଏମ୍‌ପିମାନଙ୍କ ଏକ ମିଳିତ ପ୍ରତିନିଧି ଦଳ ପାର୍ଲାମେଣ୍ଟ ଅଧିବେଶନ କାଳରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ଭେଟି ଏଥିପାଇଁ ଦାବି କରିବାକୁ ନିଷ୍ପତ୍ତି ହୋଇଛି। ପଶ୍ଚିମବଙ୍ଗର ଶାସକ ଦଳ ତୃଣମୂଳ କଂଗ୍ରେସ (ଟିଏମ୍‌ସି) ଉକ୍ତ ବୈଠକରେ ଯୋଗଦେଇ ନାହିଁ।
ଜେଏସି ବୈଠକରେ ଗୃହୀତ ହୋଇଥିବା ସଂକଳ୍ପ ଅନୁଯାୟୀ, ଗଣତାନ୍ତ୍ରିକ ମୂଲ୍ୟବୋଧରେ ଉନ୍ନତି ପାଇଁ କେନ୍ଦ୍ର ସରକାରଙ୍କ ଦ୍ୱାରା ହେବାକୁ ଥିବା ଯେକୌଣସି ଡିଲିମିଟେଶନ ସ୍ବଚ୍ଛତାର ସହ କରାଯିବା ଉଚିତ, ଯେପରି ସମସ୍ତ ରାଜ୍ୟର ରାଜନୈତିକ ଦଳ, ରାଜ୍ୟ ସରକାର ଏବଂ ଅନ୍ୟାନ୍ୟ ଅଂଶୀଦାର ବିଚାରବିମର୍ଶ, ଆଲୋଚନା ଏବଂ ମତାମତ ଦେବାର ସୁଯୋଗ ପାଇବେ। ଯେଉଁ ରାଜ୍ୟଗୁଡ଼ିକ ଜନସଂଖ୍ୟା ନିୟନ୍ତ୍ରଣ ପଦକ୍ଷେପକୁ ପ୍ରଭାବଶାଳୀ ଭାବେ କାର୍ଯ୍ୟକାରୀ କରିଛନ୍ତି, ସେହି ରାଜ୍ୟଗୁଡ଼ିକୁ ସୁରକ୍ଷା ପ୍ରୋତ୍ସାହନ ଯୋଗାଇବା ୪୨ତମ, ୮୪ତମ ଏବଂ ୮୭ତମ ସମ୍ବିଧାନ ସଂଶୋଧନ ପଛର ବ୍ୟବସ୍ଥାପିକାଗତ ଉଦ୍ଦେଶ୍ୟ ଥିଲା। ଜାତୀୟ ଜନସଂଖ୍ୟା ସ୍ଥିରତା ଲକ୍ଷ୍ୟ ଏପର୍ଯ୍ୟନ୍ତ ହାସଲ ହୋଇପାରି ନ ଥିବାରୁ ନିର୍ବାଚନମଣ୍ଡଳୀ ସୀମା ପୁନଃ ନିର୍ଦ୍ଧାରଣ ପ୍ରକ୍ରିୟାକୁ ଆଉ ୨୫ ବର୍ଷ ବନ୍ଦ ରଖାଯିବା ଆବଶ୍ୟକ ବୋଲି କମିଟି କହିଛି। ଜନସଂଖ୍ୟା ନିୟନ୍ତ୍ରଣ କାର୍ଯ୍ୟକ୍ରମକୁ ସଫଳତାର ସହ କାର୍ଯ୍ୟକାରୀ କରିବା ଫଳରେ ଲୋକସଂଖ୍ୟା କମିଥିବା ରାଜ୍ୟଗୁଡ଼ିକ ଦଣ୍ଡିତ ହେବା ଉଚିତ ନୁହେଁ। ଏହି ଉଦ୍ଦେଶ୍ୟରେ କେନ୍ଦ୍ର ସରକାର ସମ୍ବିଧାନରେ ଆବଶ୍ୟକ ପରିବର୍ତ୍ତନ ଆଣିବା ଜରୁରୀ ବୋଲି ସଂକଳ୍ପରେ କୁହାଯାଇଛି।
ବୈଠକରେ ଉଦ୍‌ବୋଧନ ଦେଇ ଷ୍ଟାଲିନ୍‌ କହିଥିଲେ, ଯଥେଷ୍ଟ ରାଜନୈତିକ ସାମର୍ଥ୍ୟ ନ ଥିବା ରାଜ୍ୟଗୁଡ଼ିକର ନ୍ୟାୟ ପାଇଁ ଉଠାଉଥିବା ସ୍ବରକୁ ଅଣଦେଖା କରାଯାଉଛି। ପାର୍ଲାମେଣ୍ଟରେ ଆମ ପ୍ରତିନିଧିତ୍ୱକୁ ହ୍ରାସ କରାଗଲେ ଆମ ରାଜନୈତିକ ସାମର୍ଥ୍ୟ ଆହୁରି ହ୍ରାସ ପାଇବ ବୋଲି ସେ କହିଛନ୍ତି।

ଆମେ ନିର୍ବାଚନମଣ୍ଡଳୀ ସୀମା ନିର୍ଦ୍ଧାରଣକୁ ବିରୋଧ କରୁନାହୁଁ, କିନ୍ତୁ ଏହା ଉପଯୁକ୍ତ ପଦ୍ଧତିରେ କରାଯିବାକୁ ଚାହୁଁଛୁ। ଆବଶ୍ୟକ ହେଲେ ପ୍ରକ୍ରିୟାକୁ ଚ୍ୟାଲେଞ୍ଜ କରିବା ପାଇଁ ଏକ ବିସ୍ତୃତ ଆଇନଗତ ରଣକୌଶଳ ପ୍ରସ୍ତୁତି ନିମନ୍ତେ ଲିଗାଲ ଏକ୍ସପର୍ଟ କମିଟି ଗଠନ ପାଇଁ ଷ୍ଟାଲିନ୍‌ ପ୍ରସ୍ତାବ ଦେଇଥିଲେ।

ବୈଠକରେ କେରଳ ମୁଖ୍ୟମନ୍ତ୍ରୀ ପିନାରାୟୀ ବିଜୟନ, ତେଲଙ୍ଗାନା ମୁଖ୍ୟମନ୍ତ୍ରୀ ରେଭନ୍ଥ ରେଡ୍ଡୀ,ପୂର୍ବତନ ମୁଖ୍ୟମନ୍ତ୍ରୀ କେ. ଚନ୍ଦ୍ରଶେଖର ରାଓ, ପଞ୍ଜାବ ମୁଖ୍ୟମନ୍ତ୍ରୀ ଭଗଓ୍ବନ୍ତ ମାନ୍‌, କର୍ନାଟକ ଉପମୁଖ୍ୟମନ୍ତ୍ରୀ ଡି.କେ. ଶିବକୁମାର, ଓଡ଼ିଶା କଂଗ୍ରେସ ସଭାପତି ଭକ୍ତଚରଣ ଦାସ, ବିଜେଡି ନେତା ସଞ୍ଜୟ କୁମାର ଦାସବର୍ମା ପ୍ରମୁଖ ଯୋଗଦେଇଥିବାବେଳେ ବିଜେଡି ସୁପ୍ରିମୋ ନବୀନ ପଟ୍ଟନାୟକ ଭର୍ଚୁଆଲି ସାମିଲ ହୋଇଥିଲେ। କେବଳ ଜନସଂଖ୍ୟା ଆଧାରରେ ଡିଲିମିଟେଶନ କରାଗଲେ କଠୋର ପଦକ୍ଷେପ ଜରିଆରେ ଲୋକ ସଂଖ୍ୟା କମାଇଥିବା ରାଜ୍ୟଗୁଡ଼ିକ ପାଇଁ ଠିକ୍‌ ହେବନାହିଁ ବୋଲି ନବୀନ ତାଙ୍କ ବାର୍ତ୍ତାରେ କହିଥିଲେ। ପଶ୍ଚିମବଙ୍ଗର ଶାସକ ଦଳ ତୃଣମୂଳ କଂଗ୍ରେସ ଡିଏମ୍‌କେର ଡିଲିମିଟେଶନ ଆଭିମୁଖ୍ୟକୁ ସମର୍ଥନ କରୁଥିଲେ ମଧ୍ୟ ବୈଠକରେ ଯୋଗଦେଇ ନାହିଁ।

କେରଳ ମୁଖ୍ୟମନ୍ତ୍ରୀ ବିଜୟନ ଡିଲିମିଟେଶନକୁ ‘ଡେମୋକ୍ଲିସ୍‌ଙ୍କ ଖଣ୍ଡା’ ସହ ତୁଳନା କରିଥିଲେ। ଏହି ଖଣ୍ଡ ଦକ୍ଷିଣ ଭାରତୀୟ ରାଜ୍ୟଗୁଡ଼ିକ ଉପରେ ଝୁଲୁଥିବା ସେ କହିଥିଲେ। ଭାଜପା ସଂକୀର୍ଣ୍ଣ ରାଜନୈତିକ ସ୍ବାର୍ଥ ଆଧାରରେ ନିର୍ବାଚନମଣ୍ଡଳୀ ସୀମା ପୁନଃ ନିର୍ଦ୍ଧାରଣ କରିବାକୁ ଚାହୁଁଛି। ଏହା ସାମ୍ବିଧାନିକ ସିଦ୍ଧାନ୍ତ କିମ୍ବା ଗଣତାନ୍ତ୍ରିକ ଅନିବାର୍ଯ୍ୟତା ଆଧାରରେ କରାଯାଉ ନ ଥିବା ବିଜୟନ କହିଥିଲେ। ସେହିପରି ଶିବକୁମାର କହିଥିଲେ, ଦକ୍ଷିଣ ଭାରତ ଜନସଂଖ୍ୟା ନିୟନ୍ତ୍ରଣ ଏବଂ ସାକ୍ଷରତା ଉଦ୍ୟମ ପାଇଁ କଠୋର ପଦକ୍ଷେପ ନେଇ ଦୀର୍ଘବର୍ଷ ହେଲା ଜାତୀୟ ସ୍ବାର୍ଥକୁ କାଏମ ରଖିଆସିଛି। ଆମେ ଆମ ଆସନ ସଂଖ୍ୟା କମାଇବାକୁ ଦେଇପାରିବୁ ନାହିଁ। ଅର୍ଥନୈତିକ ଏବଂ ଶିକ୍ଷାଗତ ଦୃଷ୍ଟିରୁ ଆମେ କ୍ରମାଗତ ଭାବେ ଆଗରେ ରହିଆସିଛୁ ବୋଲି ସେ କହିଛନ୍ତି।

ଅନ୍ୟପକ୍ଷରେ ଜେଏସି ବୈଠକକୁ ଭାଜପା ପକ୍ଷରୁ ଦୃଢ଼ ବିରୋଧ କରାଯାଇଛି। ବୈଠକ ସ୍ଥଳ ବାହାରେ ଭାଜପା କର୍ମୀମାନେ କଳାପତାକା ଧରି ବିକ୍ଷୋଭ ପ୍ରଦର୍ଶନ କରିଥିଲେ। ବିରୋଧୀ ଶାସିତ ରାଜ୍ୟଗୁଡ଼ିକ ସେମାନଙ୍କ ପ୍ରଶାସନିକ ବିଫଳତାକୁ ଲୁଚାଇବାକୁ ଯାଇ ଡିଲିମିଟେଶନକୁ ଅସ୍ତ୍ର କରୁଥିବା ଭାଜପା ଅଭିଯୋଗ କରିଛି। ତେଲଙ୍ଗାନାର ପୂର୍ବତନ ରାଜ୍ୟପାଳ ତଥା ଭାଜପା ନେତ୍ରୀ ତାମିଲିସାଇ ସୌନ୍ଦରରାଜନ ସେମାନଙ୍କ ଏଭଳି କାର୍ଯ୍ୟକୁ ଦୁର୍ନୀତି ଘୋଡାଇବା ଅଭିଯାନ ବୋଲି କହିଛନ୍ତି। ଷ୍ଟାଲିନ୍‌ ନିଜ ରାଜ୍ୟର ସମସ୍ୟାଠାରୁ ଦୃଷ୍ଟି ହଟାଇବା ପାଇଁ ରାଜନୈତିକ ସଙ୍କଟ ସୃଷ୍ଟି କରୁଛନ୍ତି ବୋଲି ତାମିଲନାଡୁ ଭାଜପା ସଭାପତି କେ. ଆନ୍ନାମଲାଇ କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଇରାନକୁ ଟ୍ରମ୍ପଙ୍କ ଚେତାବନୀ: କହିଲେ ପାଗଳ, ହର୍ମୁଜ ଖୋଲିଦିଅ, ନଚେତ୍‌…

ଓ୍ବାଶିଂଟନ,୫ା୪: ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଇରାନକୁ ପୁଣି ଧମକ ଦେଇଛନ୍ତି। ହର୍ମୁଜ ପ୍ରଣାଳୀ ଖୋଲିବା ପାଇଁ ଇରାନକୁ ୧୦ ଦିନର ଅଲ୍ଟିମେଟମ ଦେଇଥିଲେ ଟ୍ରମ୍ପ ।…

IPLରେ ଇତିହାସ ରଚିଲେ ମହମ୍ମଦ ଶାମି, ୪ ଓଭରରେ…

ନୂଆଦିଲ୍ଲୀ,୫।୪: ମହମ୍ମଦ ଶାମି ୨୦୨୬ IPL ସିଜିନରେ ଲକ୍ଷ୍ନୌ ସୁପର ଜାଏଣ୍ଟ୍ସ (LSG) ପାଇଁ ଖେଳୁଛନ୍ତି। ବର୍ତ୍ତମାନ ଟୁର୍ଣ୍ଣାମେଣ୍ଟର ୧୦ମ ଲିଗ ମ୍ୟାଚ ହାଇଦ୍ରାବାଦର ରାଜୀବ ଗାନ୍ଧୀ…

ମଧ୍ୟପ୍ରାଚ୍ୟ ଉତ୍ତେଜନା ଉପରେ ପାକିସ୍ତାନର ‘ମଧ୍ୟସ୍ଥତା’: ଇରାନ ସ୍ପଷ୍ଟ କଲା ମତ, ଇସ୍ରାଏଲ କହିଲା – ପାକିସ୍ତାନ ଉପରେ ଭରସା ନାହିଁ

ତେହରାନ,୫।୪: ଇରାନ ଏବଂ ଆମେରିକା ମଧ୍ୟରେ ଉତ୍ତେଜନା ବୃଦ୍ଧି ପାଉଥିବାବେଳେ, କୂଟନୈତିକ କାର୍ଯ୍ୟକଳାପ ତୀବ୍ର ହୋଇଛି। ଏହି ସମୟରେ, ଇରାନର ଉପ-ବୈଦେଶିକ ମନ୍ତ୍ରୀ ସେୟଦ ଆବାସ ଆରାକଚି…

ଲିଙ୍ଗରାଜଙ୍କୁ ଉଠାଇ ନେଲା ପୋଲିସ, ବିରୋଧ କରି ଏକାଠି ହେଲେ ଡଙ୍ଗରିଆ

କଲ୍ୟାଣସିଂହପୁର,୫ା୪(ଦୀପକ କୁମାର ପରିଡ଼ା): ଲିଙ୍ଗରାଜ ଆଜାଦଙ୍କୁ ପୋଲିସ ଉଠାଇ ନେଇ ଥିବାରୁ ଏହାକୁ ବିରୋଧ କରି ପୁଣି ଏକାଠି ହୋଇଛନ୍ତି ନିୟମଗିରିରେ ବସବାସ କରୁଥିବା ଦଙ୍ଗରିଆ। ରାୟଗଡ଼ା…

ଭିଡ଼ିଓ ଶେୟାର କରି ଆମେରିକାକୁ ବଡ଼ ଝଟକା ଦେଲା ଇରାନ, ପାଇଲଟଙ୍କୁ ଉଦ୍ଧାର କରିବାକୁ ଆସିଥିବା ଏୟାରକ୍ରାପ୍ଟ ଧ୍ୱଂସ!

ତେହରାନ,୫।୪: ମଧ୍ୟପ୍ରାଚ୍ୟରେ ଚାଲିଥିବା ସଂଘର୍ଷ ମଧ୍ୟରେ, ଆମେରିକାର ସେନା ୪୮ ଘଣ୍ଟା ଧରି ଲୁଚି ରହିବା ପରେ ଏକ ଉଦ୍ଧାର କାର୍ଯ୍ୟ ପରେ ଏହାର ଜଣେ ବାୟୁସେନା…

ଟୋଲ ଗେଟରେ ଆଉ ଲାଗିବ ନାହିଁ ଲମ୍ବା ଲାଇନ, ସରକାର ବଦଳାଇବେ ପେମେଣ୍ଟ ସିଷ୍ଟମ

ନୂଆଦିଲ୍ଲୀ,୫।୪: ଯଦି ଆପଣ ପ୍ରାୟତଃ ରାଜପଥରେ ଯାତ୍ରା କରନ୍ତି, ତେବେ ଏହି ଖବର ଆପଣଙ୍କ ପାଇଁ ଗୁରୁତ୍ୱପୂର୍ଣ୍ଣ। ସରକାର ଏବେ ଟୋଲ ପ୍ଲାଜାରେ ନଗଦ ଦେୟକୁ ସମ୍ପୂର୍ଣ୍ଣ…

ଭାଜପାରେ ଯୋଗଦେବେ ରାଘବ ଚଢା? ମୋଦିଙ୍କ ସମାଲୋଚନା କରିଥିବା ପୋଷ୍ଟ କଲେ ଡିଲିଟ୍‌, ବଢିଲା ହଲଚଲ  

ନୂଆଦିଲ୍ଲୀ,୫।୪: ଦେଶର ରାଜନୈତିକ ମହଲରେ ଏବେ ଏକ ବଡ଼ ଧରଣର ଚର୍ଚ୍ଚା ଜୋର ଧରିଛି। ଆମ ଆଦମୀ ପାର୍ଟିର ବରିଷ୍ଠ ନେତା ତଥା ଏମ୍‌ପି ରାଘବ ଚଢା…

ତାରାତାରିଣୀଙ୍କ ଦର୍ଶନ କଲେ ପ୍ରଧାନମନ୍ତ୍ରଙ୍କ ସଚିବ: ପୂଜାର୍ଚ୍ଚନା କରି ନେଲେ ଆଶୀର୍ବାଦ

ପୁରୁଷୋତ୍ତମପୁର,୫ା୪(ସବିତା ମିଶ୍ର): ମାନ୍ୟବର ପ୍ରଧାନମନ୍ତ୍ରୀଙ୍କ ଦିତୀୟ ପ୍ରମୁଖ ସଚିବ ତଥା ଭାରତୀୟ ରିଜର୍ଭ ବ୍ୟାଙ୍କର ପୂର୍ବତନ ଗଭର୍ଣ୍ଣର ଶକ୍ତିକାନ୍ତ ଦାଶ ଓ ତାଙ୍କ ସ୍ତ୍ରୀ ରବିବାର ଗଞ୍ଜାମ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri