Posted inଜାତୀୟ

କଶ୍ମୀର-ଅରୁଣାଚଳ ପ୍ରଦେଶକୁ ଭାରତରୁ ବିଚ୍ଛିନ୍ନ ଦେଖାଇବାକୁ ନ୍ୟୁଜକ୍ଲିକ୍‌ କରିଥିଲା ଷଡଯନ୍ତ୍ର: ଦିଲ୍ଲୀ ପୋଲିସ

ନୂଆଦିଲ୍ଲୀ,୫।୧୦: ନ୍ୟୁଜ ପୋର୍ଟାଲ ନ୍ୟୁଜକ୍ଲିକର ପ୍ରତିଷ୍ଠାତା ପ୍ରବୀର ପୁରକାୟସ୍ଥ କଶ୍ମୀର ଓ ଅରୁଣାଚଳ ପ୍ରଦେଶର ବିବାଦୀୟ ଅଞ୍ଚଳକୁ ଭାରତ ଠାରୁ ବିଚ୍ଛିନ୍ନ ଦେଖାଇବାକୁ ଷଡଯନ୍ତ୍ର କରିଥିଲେ। ନ୍ୟୁଜକ୍ଲିକ ବିରୋଧରେ ଏପରି ଗମ୍ଭୀର ଅଭିଯୋଗ ଆଣିଛି ଦିଲ୍ଲୀ ପୋଲିସ।
ଆତଙ୍କବାଦ ବିରୋଧୀ ଆଇନ ଅନୁଯାୟୀ ଦାଖଲ ହୋଇଥିବା ଏକ ମାମଲାରେ ନ୍ୟୁଜକ୍ଲିକ ପୋର୍ଟାଲରେ ଚାଇନାକୁ ସମର୍ଥନ କରିବା ସହ ଚାଇନାର ପ୍ରଚାର ପାଇଁ ଟଙ୍କା ପାଇବା ଅଭିଯୋଗରେ ପୁରକାୟସ୍ଥଙ୍କୁ ଗିରଫ କରାଯାଇଛି।

ରିମାଣ୍ଡ ଆବେଦନରେ ପୋଲିସ କହିଛି, ପୁରକାୟସ୍ଥ, ନେଭିଲ ରୟ ସିଙ୍ଗମ ଏବଂ ଅନ୍ୟ କେତେକ ଚାଇନା କର୍ମଚାରୀ ପରସ୍ପରକୁ ଇମେଲ ପଠାଇଛନ୍ତି। ସେହି ଇମେଲଗୁଡିକର ଯାଞ୍ଚବେଳେ ଜଣାପଡିଛି ଯେ, କଶ୍ମୀର ଓ ଅରୁଣାଚଳ ପ୍ରଦେଶକୁ ବିଚ୍ଛିନ୍ନ ଦେଖେଇବା ପାଇଁ ଏକ ଏଜେଣ୍ଡା ପ୍ରସ୍ତୁତ ହୋଇଛି। ବିଦେଶୀ ପାଣ୍ଠି ସାହାଯ୍ୟରେ ଭାରତରେ ଅତ୍ୟାବଶ୍ୟକ ସାମଗ୍ରୀ ଏବଂ ସେବା ବ୍ୟାହତ କରିବା ଏବଂ କୃଷକଙ୍କ ଆନ୍ଦୋଳନକୁ ବଢାଇବାକୁ ଏହି ଅଭିଯୁକ୍ତମାନେ ଉଦ୍ୟମ କରିଥିଲେ।

ସ୍ବତନ୍ତ୍ର ସେଲର ରିମାଣ୍ଡ କପିରେ କୁହାଯାଇଛି, କରୋନା ମହାମାରୀକୁ ରୋକିବା ପାଇଁ ଭାରତ ସରକାରଙ୍କ ଦ୍ୱାରା କରାଯାଇଥିବା ପ୍ରୟାସକୁ ବଦନାମ କରିବା ପାଇଁ ନ୍ୟୁଜକ୍ଲିକ ଦ୍ୱାରା ଏକ ମିଥ୍ୟା କାହାଣୀ ପ୍ରଚାର କରାଯାଇଛି। ୨୦୧୯ ଲୋକସଭା ନିର୍ବାଚନ ସମୟରେ ନିର୍ବାଚନ ପ୍ରକ୍ରିୟାକୁ ବାଧା ଦେବା ପାଇଁ ପୁରକାୟସ୍ଥ ପିପୁଲ୍ସ ଆଲାଏନ୍ସ ଫର ଡେମୋକ୍ରାସି ଆଣ୍ଡ ସେକ୍ୟୁରିଜିମ ନାମକ ଏକ ଗୋଷ୍ଠୀ ସହିତ ମିଶି ଷଡ଼ଯନ୍ତ୍ର କରିଥିଲେ ବୋଲି ଦିଲ୍ଲୀ ପୋଲିସ କହିଛି।

 


Enter your email to get our daily news in your inbox.

All Right Reserved By Dharitri.Com

ସଙ୍ଗୀତର ଫଟୋ ଶେୟାର କଲେ ଶିଖର ଧାଓ୍ବନ, ଗୋଲଡେନ ଲେହେଙ୍ଗାରେ ମନ ମୋହିଲେ ସୋଫି

ନୂଆଦିଲ୍ଲୀ,୧୯।୨: ପୂର୍ବତନ ଭାରତୀୟ କ୍ରିକେଟର ଶିଖର ଧାୱନ ଏବଂ ସୋଫି ସାଇନଙ୍କ ବିବାହର ଗୁଜବ ବହୁତ ଦିନ ଧରି ଘୁରି ବୁଲୁଛି। ଯଦିଓ ଉଭୟ ଏହି ଖବରକୁ…

Watch: ଏମିତି ସିକ୍ସ ମାରିଲେ ବୈଭବ ସୂର୍ଯ୍ୟବଂଶୀ ଫାଟିଗଲା ପାଣି ପାଇପଲାଇନ, ଦେଖନ୍ତୁ ଭାଇରାଲ ଭିଡିଓ

ନୂଆଦିଲ୍ଲୀ,୧୯।୨: ଯେତେ ପ୍ରତିଭାବାନ ବୋଲରଙ୍କ ସାମ୍ନା କରନ୍ତୁ ନା କାହିଁକି, ବୈଭବ ସୂର୍ଯ୍ୟବଂଶୀଙ୍କ ବ୍ୟାଟ ସମସ୍ତଙ୍କୁ ସହଜରେ ପରାସ୍ତ କରିପାରିବ। 2026 ଇଣ୍ଡିଆନ ପ୍ରିମିୟର ଲିଗ ସିଜିନ…

ସାରା ଦେଶରେ ହେବ SIR, ନିର୍ବାଚନ କମିଶନ କହିଲେ କେବେ ଆରମ୍ଭ ହେବ ପ୍ରକ୍ରିୟା, ଜାଣନ୍ତୁ ତାଲିକାରେ ପ୍ରଥମେ ରହିଛି କେଉଁ ରାଜ୍ୟ

ନୂଆଦିଲ୍ଲୀ,୧୯।୨: ଭୋଟର ତାଲିକାକୁ ଅଧିକ ସ୍ବଚ୍ଛ ଏବଂ ତ୍ରୁଟିମୁକ୍ତ କରିବା ପାଇଁ ଭାରତୀୟ ନିର୍ବାଚନ କମିଶନ (ECI) ଏକ ଦେଶବ୍ୟାପୀ SIR (ବିଶେଷ ସଘନ ସଂଶୋଧନ) ପ୍ରକ୍ରିୟା…

ସେରୁବନ୍ଧ ବକ୍ସାଇଟ ପାହାଡ଼ ରାସ୍ତା ନିର୍ମାଣକୁ ବିରୋଧ: କମ୍ପାନୀର ଭୂମିପୂଜାକୁ ରୋକିଲେ ଅଞ୍ଚଳବାସୀ,ଫେରିଗଲା…

ପଟ୍ଟାଙ୍ଗି,୧୯ା୨(ଶରତ କୁମାର ଧଳ)- କୋରାପୁଟ ଜିଲା ପଟ୍ଟାଙ୍ଗି ବ୍ଲକ ମାଳିପୁଟ ପଞ୍ଚାୟତ ଅଧୀନ ସେରୁବନ୍ଧ ବକ୍ସାଇଟ ପାହାଡ଼କୁ ରାସ୍ତା ତିଆରି କରିବାକୁ ଏକ ଘରୋଇ କମ୍ପାନୀ ପକ୍ଷରୁ…

T20 World Cupରେ ଇତିହାସ ରଚିଲା ଜିମ୍ବାଓ୍ବେ, ଶ୍ରୀଲଙ୍କାକୁ ହରାଇ କଲା ମହାରେକର୍ଡ

ନୂଆଦିଲ୍ଲୀ,୧୯।୨: 2026 T20 World Cupର ୩୮ତମ ଲିଗ ମ୍ୟାଚ ଶ୍ରୀଲଙ୍କା ଏବଂ ଜିମ୍ବାୱେ ମଧ୍ୟରେ କଲମ୍ବୋର ଆର. ପ୍ରେମଦାସା ଷ୍ଟାଡିୟମରେ ଖେଳାଯାଇଥିଲା। ଜିମ୍ବାୱେ ଏହି ମ୍ୟାଚକୁ…

ନୂଆ ଡ୍ରାମା କଲାଣି ପାକିସ୍ତାନ, ହଠାତ ଏମିତି କରି ଚମକାଇଲେ ବୋର୍ଡ ଅଧ୍ୟକ୍ଷ

ଇସଲାମାବାଦ,୧୯।୨: ପାକିସ୍ତାନରେ ଏକ ନୂଆ ବିବାଦ ଦେଖାଦେଇଛି। ପାକିସ୍ତାନ ହକି ଦଳର ଅଧିନାୟକ ଶକିଲ ଅମ୍ମାଦ ବଟ ଅଷ୍ଟ୍ରେଲିଆ ଗସ୍ତରୁ ଫେରିବା ପରେ PHF (ପାକିସ୍ତାନ ହକି…

ନିଆଁ ଲାଗି ପଦା ହେଉଛି ଜଙ୍ଗଲ, ବେଫିକର ବନବିଭାଗ; ଫୋନ ଉଠାଉନାହାନ୍ତି ରେଞ୍ଜର, ACF 

ଭବାନୀପାଟଣା, ୧୯।୨ (ଉତ୍ତମ କୁମାର ଦାଶ)- ପରିବେଶକୁ ସନ୍ତୁଳନ ତଥା ପ୍ରଦୁଷଣରୁ ରକ୍ଷା କରିବା ପାଇଁ ସରକାର ଗ୍ରାମାଞ୍ଚଳର ଜଙ୍ଗଲଗୁଡିକର ସୁରକ୍ଷା ସହ ନୂତନ ଜଙ୍ଗଲ ସୃଷ୍ଟି…

ବ୍ରିଟିଶ ରାଜ ପରିବାରକୁ ଲଜ୍ଜା, ପୂର୍ବତନ ରାଜକୁମାର ଗିରଫ

ନୂଆଦିଲ୍ଲୀ,୧୯ା୨: ବ୍ରିଟେନର ରାଜା ଚାର୍ଲସଙ୍କ ସାନ ଭାଇ ତଥା ପୂର୍ବତନ ରାଜକୁମାର ଆଣ୍ଡ୍ର୍ୟୁ ମାଉଣ୍ଟବ୍ୟାଟେନ-ୱିଣ୍ଡସର ଗୁରୁବାର ଗିରଫ ହୋଇଛନ୍ତି। ସରକାରୀ ପଦବୀରେ ଥାଇ ଅସଦାଚରଣ ବା କ୍ଷମତାର…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri