Posted inଜାତୀୟ

ଏବେ ତିହାର ଜେଲ୍‌କୁ ବୋମାରେ ଉଡାଇ ଦେବାକୁ ଧମକ; ଦିଲ୍ଲୀ ପୋଲିସର ତନାଘନା…

ନୂଆଦିଲ୍ଲୀ,୧୪।୫: ଦିଲ୍ଲୀର ତିହାର ଜେଲ୍‌କୁ ବୋମାରେ ଉଡ଼ାଇ ଦେବାକୁ ଧମକ ମିଳିଛି। ମଙ୍ଗଳବାର ଏକ ଇମେଲ ମାଧ୍ୟମରେ ଏହି ଧମକ ମିଳିବା ପରେ ଜେଲ ପ୍ରଶାସନ ପକ୍ଷରୁ ଦିଲ୍ଲୀ ପୋଲିସକୁ ସୂଚନା ଦିଆଯାଇଥିଲା। ଏହାକୁ ନେଇ ପୋଲିସ ଆଲର୍ଟରେ ରହିଛି। ଏପରିକି ଜେଲ ପରିସରରେ ଡଗ୍‌ ସ୍କ୍ବାର୍ଡକୁ ନେଇ ସର୍ଚ୍ଚ ଅପରେଶନ ଚଳାଉଛି। ସେହିଭଳି ଜେଲ୍‌କୁ ଆସୁଥିବା ଏବଂ ଯାଉଥିବା ଲୋକଙ୍କ ଉପରେ ରୋକ ଲଗାଯାଇଛି।

ତିହାର ଜେଲ୍‌କୁ ମିଳିଥିବା ଧମକପୂର୍ଣ୍ଣ ଇମେଲ୍‌ରେ ଲେଖାଯାଇଛି ଯେ, ମୁଁ ଆପଣଙ୍କ ବଙ୍ଗଳା ଭିତରେ ବୋମା ରଖିଛି। ଏସବୁ ବୋମା କିଛି ଘଣ୍ଟାରେ ବିସ୍ଫୋରଣ ହେବ। ଏହା ମାମୁଲି ଧମକ ବୋଲି ଭାବିବ ନାହିଁ। ବୋମା ନିଷ୍କ୍ରିୟ କରିବା ଲାଗି ଆପଣଙ୍କ ପାଖରେ କିଛି ଘଣ୍ଟା ରହିଛି। ନହେଲେ ଜେଲ ଭିତରେ ଥିବା ନିର୍ଦ୍ଦୋଶ ଲୋକ ପ୍ରାଣ ହରାଇବେ।

ପ୍ରକାଶ ଯେ, ପୂର୍ବରୁ ଦିଲ୍ଲୀର କିଛି ସ୍କୁଲ, ଡାକ୍ତରଖାନା ଏବଂ ବିମାନବନ୍ଦରକୁ ଧମକପୂର୍ଣ୍ଣ ଇମେଲ ମିଳିଥିଲା। ସେହିଭଳି ଏବେ ଦିଲ୍ଲୀର ତିହାର ଜେଲକୁ courtisgod123@beeble.com ନାମକ ଇମେଲ୍‌ ଆଇଡିରୁ ବୋମା ଧମକ ମିଳିଛି। ଏହାକୁ ପଠାଇଥିବା ବ୍ୟକ୍ତି ନିଜକୁ କୋର୍ଟ ଗ୍ରୁପ୍‌ ନାମ ଦେଇଛନ୍ତି। ପୋଲିସ ଏହାର ଯାଞ୍ଚ କରୁଛି। ଏହି ସର୍ଭରରୁ ଦିଲ୍ଲୀର ଡାକ୍ତରଖାନା ଏବଂ ସ୍କୁଲକୁ ଧମକ ମିଳିଥିଲା ବୋଲି ପୋଲିସ କହିଛି। ତେବେ ଅନ୍ତେବାସୀଙ୍କ ସୁରକ୍ଷା ଦୃଷ୍ଟିରୁ ଜେଲ୍‌ ଭିତର ଏବଂ ବାହାରେ ପୋଲିସ ଛାଉଣି କରି ନଜର ରଖାଯାଇଛି।


Enter your email to get our daily news in your inbox.

All Right Reserved By Dharitri.Com

ଚପଲ ପିନ୍ଧି ମହାପ୍ରସାଦ ବାଣ୍ଟିଲେ, ଠିଆହୋଇ ଖାଇଲେ

ପୁରୀ,୩୧ା୧୨(ଅଜିତ୍‌ କୁମାର ମହାନ୍ତି): ମହାପ୍ରସାଦ ଓ ମହାପ୍ରଭୁଙ୍କୁ ଅପମାନ କଲାଭଳି ଦୃଶ୍ୟ ପୁଣି ଦେଖିବାକୁ ମିଳିଛି। ଏନେଇ ବିଭିନ୍ନ ମହଲରେ ଅସନ୍ତୋଷ ପ୍ରକାଶ ପାଇଛି। କେତେଜଣ...

ପୁଟିନଙ୍କ ଘର ଉପରେ ଏମିତି ‘ଡ୍ରୋନ୍ ଆକ୍ରମଣ’ର କରିଥିଲା ୟୁକ୍ରେନ, ଭୟଙ୍କର ଭିଡିଓ ଜାରି କଲା ରୁଷ

ନୂଆଦିଲ୍ଲୀ,୩୧।୧୨: ରୁଷିଆ ରାଷ୍ଟ୍ରପତି ଭ୍ଲାଦିମିର ପୁଟିନଙ୍କ ବାସଭବନକୁ ଲକ୍ଷ୍ୟ କରି ଡ୍ରୋନ୍ ମାଡ଼ କରିଛି ୟୁକ୍ରେନ। ଏହି ଖବର ପରେ ଦୁଇ ଦେଶ ମଧ୍ୟରେ ଯୁଦ୍ଧ...

ନୂଆବର୍ଷ ପୂର୍ବରୁ ବଡ଼ ଧରଣର ଭୂକମ୍ପ ଝଟକା, ଭୟରେ…

ନୂଆଦିଲ୍ଲୀ,୩୧।୧୨: ନୂତନ ବର୍ଷ ପୂର୍ବ ସନ୍ଧ୍ୟାରେ ଜାପାନରେ ବଡ଼ ଧରଣର ଭୂକମ୍ପ ଅନୁଭୂତ ହୋଇଛି । ରିକ୍ଟର ସ୍କେଲରେ ତୀବ୍ରତା ୬ ରେକର୍ଡ କରାଯାଇଛି ।...

ଘରକୁ ଫେରିବା ବାଟରେ ଭୟଙ୍କର ଦୁର୍ଘଟଣା: ବାଇକ୍‌କୁ ଧକ୍କା ଦେଇ ଟ୍ରକ୍‌କୁ ପିଟିଲା ବୋଲେରୋ; ଯୁବକ ଗୁରୁତର; ଡ୍ରାଇଭର…

କେସିଙ୍ଗା,୩୧।୧୨( ତୁମେଶ୍ୱର ସାହୁ): ରାତି ପାହିଲେ ନୂଆବର୍ଷ। ଗାଁଠୁ ନେଇ ସହର ଯାଏ ନୂଆବର୍ଷ ପାଳନ ପାଇଁ ଚାଲିଛି ସଜ ବାଜ। ଏଭଳି ସମୟରେ କେସିଙ୍ଗା...

ବିଗିଡିଲା ଭୁବନେଶ୍ୱର ବାୟୁ ଗୁଣବତ୍ତା, ଓଡ଼ିଶାର ୪ ସହରର ସ୍ଥିତି ସଙ୍ଗିନ

ଭୁବନେଶ୍ବର,୩୧ା୧୨: ଓଡ଼ିଶାର ବାୟୁ ପ୍ରଦୂଷଣ ସ୍ତର ଏବେ ଚିନ୍ତାଜନକ ସ୍ଥିତିରେ ପହଞ୍ଚିଛି। କେନ୍ଦ୍ରୀୟ ପ୍ରଦୂଷଣ ନିୟନ୍ତ୍ରଣ ବୋର୍ଡ (CPCB) ପକ୍ଷରୁ ଜାରି ସଦ୍ୟତମ ତଥ୍ୟ ଅନୁଯାୟୀ,...

ରୁଷକୁ ବିଶ୍ବାସ ଯେ… ୨୦୨୫ ବର୍ଷର ଶେଷ ଭାଷଣରେ ଜେଲେନ୍ସକିଙ୍କ ବିଷୟରେ କଣ କହିଲେ ପୁଟିନ୍

ନୂଆଦିଲ୍ଲୀ,୩୧।୧୨: ରୁଷ ରାଷ୍ଟ୍ରପତି ପୁଟିନ ନୂତନ ବର୍ଷ ପୂର୍ବ ସନ୍ଧ୍ୟାରେ ଦେଶକୁ ସମ୍ବୋଧିତ କରିଛନ୍ତି । ୟୁକ୍ରେନରେ ଚାଲିଥିବା ଯୁଦ୍ଧ ସମ୍ପର୍କରେ ସେ କହିଥିଲେ ଯେ...

ଭୂତକୋଠା ପାଲଟିଛି ଶିକ୍ଷକ ଭବନ, ରାତି-ଦିନରେ ଜମୁଛି ମଦର ଆସର

ମୋହନା,୩୧/୧୨(ମନ୍ମଥ ମିଶ୍ର): ଗଜପତି ଜିଲା ମୋହନା ବ୍ଲକ ଏକ ଆଦିବାସୀ ଅଧ୍ୟୁଷିତ ଅଞ୍ଚଳ । ଏହା ୩୯ଟି ପଞ୍ଚାୟତକୁ ନେଇ ଗଠିତ । ଏହି ବ୍ଲକର...

ପ୍ରଭାକର ସ୍ମାରକୀ ଭଲିବଲ ଟୁର୍ନାମେଣ୍ଟ, ଡେଙ୍ଗାପଦର ଭଲିବଲ ଟିମ୍ ବିଜୟୀ

ଦିଗପହଣ୍ଡି, ୩୧|୧୨(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ମିନି ଷ୍ଟାଡିୟମରେ ସ୍ବର୍ଗତ ବି.ପ୍ରଭାକର ରେଡ୍ଡୀ ସ୍ମାରକୀ ଭଲିବଲ ଟୁର୍ନାମେଣ୍ଟର ୪ର୍ଥ ଦିବସ ଆଜି ଆୟୋଜିତ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri