Posted inଜାତୀୟ

ବିଷବଳୟରେ ସାରା ଭାରତ

ନୂଆଦିଲ୍ଲୀ, ୮।୧୧: ବାୟୁପ୍ରଦୂଷଣର ପ୍ରଭାବ ଏପରି ଦେଖିବାକୁ ମିଳିଛି ଯେ ସାରା ଦିଲ୍ଲୀ ଏଇ କିଛିଦିନ ମଧ୍ୟରେ ଅଣନିଶ୍ୱାସୀ ହୋଇଯାଇଛି। ଏହାରି ଭିତରେ ନାସା ଏକ ସାଟେଲାଇଟ ଫଟୋ ଜାରି କରିଛି। ଫଟୋରେ କେବଳ ଦିଲ୍ଲୀ-ଏନସିଆର ନୁହେଁ ପାକିସ୍ତାନରୁ ବଙ୍ଗୋପସାଗର ଯାଏଁ ପ୍ରଦୂଷଣର ଧୂଆଁ ସ୍ପଷ୍ଟ ବାରି ହୋଇପଡିଛି।
ଦିନକୁ ଦିନ ପ୍ରଦୂଷଣକୁ ନେଇ ଦିଲ୍ଲୀରେ ଭୟଙ୍କର ପରସ୍ଥିତି ଉପୁଜିଛି। ଦିଲ୍ଲୀ ସରକାର ଏନେଇ ଅନେକ ଜରୁରୀକାଳୀନ ପଦକ୍ଷେପ ନେଇଛନ୍ତି। ପ୍ରଦୂଷଣର ମୁଖ୍ୟ କାରଣ ଯାନବାହନ ଚଳାଚଳ ଓ ପଡୋଶୀ ଦେଶରେ ନଡା ପୋଡିବା ବୋଲି କୁହାଯାଉଛି। ସେହିପରି ପ୍ରଦୂଷଣକୁ ରୋକିବା ପାଇଁ ଦିଲ୍ଲୀରେ ଓଲା-ଉବର ଉପରେ ରୋକ ଲଗାଯାଇଛି। ପରବର୍ତ୍ତୀ ନିଷ୍ପତ୍ତି ନ ଆସିବା ଯାଏଁ ଏଗୁଡିକର ସେବା ବନ୍ଦ ରହିବ। ସେହିପରି ସ୍କୁଲ ଛୁଟି ରଖିବାକୁ ସରକାର ନିୟମ କଡାକଡି କରିଛନ୍ତି।
ନାସାର ଓ୍ବାଲଭ୍ୟୁ ସାଟେଲାଇଟ ଏକ ଧୂଆଁମୟ ଆକାଶର ଫଟୋ ଜାରି କରିଛି। ଯେଉଁଥିରେ ପାକିସ୍ତାନରୁ ବଙ୍ଗୋପସାଗର ପର୍ଯ୍ୟନ୍ତ ଧୂଆଁ ବ୍ୟାପିଥିବାର ଦେଖାଯାଉଛି।
ନାସା ଜାରି କରିଥିବା ତଥ୍ୟ ଅନୁସାରେ, ଅକ୍ଟୋବର ୨୯ ପରଠାରୁ ନଡା ପୋଡିବା ମାମଲା ବୃଦ୍ଧି ପାଇଛି । ଉତ୍ତର ଭାରତରେ ଅକ୍ଟୋବର ୨୯ଠାରୁ ନଡା ପୋଡିବା ଘଟଣା ୭୪୦ ପ୍ରତିଶତ ବୃଦ୍ଧି ପାଇଛି । ଦିନକରେ ୧୦୬୮ଟି ନଡା ପୋଡିବା ମାମଲା ଦେଖିବାକୁ ମିଳିିଛି।
ଫଳରେ ଦିଲ୍ଲୀର ଏକାଧିକ ସ୍ଥାନରେ ବାୟୁ ଗୁଣବତ୍ତା ୫୦୦ ପାର୍‌ କରିଛି। ବିଶ୍ୱର ସର୍ବାଧିକ ପ୍ରଦୂଷିତ ସହର ତାଲିକାର ଟପରେ ଗତ ୬ ଦିନ ଧରି ଦିଲ୍ଲୀ ରହିଛି।

 


Enter your email to get our daily news in your inbox.

All Right Reserved By Dharitri.Com

କାଳବୈଶାଖୀରେ ଭାଙ୍ଗିଲା ଘର କାନ୍ଥ, ବାସହରା ହୋଇପଡ଼ିଛନ୍ତି ବୈବସତଙ୍କ ପରିବାର

ରିଷିଡ଼ା,୬ା୬(ସୁଶାନ୍ତ ମଲ୍ଲିକ): କଳାହାଣ୍ଡି ଜିଲା କର୍ଲାମୁଣ୍ଡା ବ୍ଲକ ରିଷିଡ଼ା ଗ୍ରାମର ବୈବସତ ରଣା ପିତା ସତ୍ୟ ରଣାଙ୍କ ପରିବାର ଆବାସ ଯୋଜନାରୁ ବଞ୍ଚିତ ହୋଇ ଦୟନୀୟ ଭାବେ…

ମାଡ଼ି ଆସିଲା କାଳବୈଶାଖୀ: କେଇ ମିନିଟରରେ ଛାରଖାର ହୋଇଗଲା ଜନତା ମଇଦାନ

ଭୁବନେଶ୍ବର,୬।୬: ରାଜଧାନୀ ଭୁବନେଶ୍ବରରେ ମାଡ଼ି ଆସିଲା କାଳବୈଶାଖୀ। କେଇ ମିନିଟର ଝଡତୋଫାନ ବର୍ଷାରେ ଛାରଖାର ହୋଇଗଲା ଜନତା ମଇଦାନ। ଜନତା ମଇଦାନରେ ଅନ୍ତର୍ଜାତୀୟ ଟ୍ରେଡ ଫେୟାର ପାଇଁ…

କାହିଁକି ପାକିସ୍ତାନରେ ବାରମ୍ବାର କମୁଛି ପେଟ୍ରୋଲ ଦର? ପୁଣି ୪ ଟଙ୍କା ଶସ୍ତା ହେଲା ପେଟ୍ରୋଲ, ଡିଜେଲ ଦର ଅପରିବର୍ତ୍ତିତ

ଇସଲାମାବାଦ,୬।୬: ଇରାନ-ଆମେରିକା ଉତ୍ତେଜନା ଏବଂ ହର୍ମୁଜ ପ୍ରଣାଳୀ ସଙ୍କଟ ମଧ୍ୟରେ, ପାକିସ୍ତାନ ସରକାର ପେଟ୍ରୋଲର ମୂଲ୍ୟ ଲିଟର ପିଛା ୪ ଟଙ୍କା ହ୍ରାସ କରି ଜନସାଧାରଣଙ୍କୁ କିଛି…

୮ ଦିନ ମଧ୍ୟରେ ଓଡ଼ିଶା ଛୁଇଁବ ମୌସୁମୀ! IMDର ପୂର୍ବାନୁମାନ

ଭୁବନେଶ୍ୱର,୬।୬: ୮ ଦିନ ମଧ୍ୟରେ ଓଡ଼ିଶା ଛୁଇଁବ ମୌସୁମୀ! ପ୍ରବଳ ଗରମ ଓ ଗୁଳୁଗୁଳିରୁ ଶୀଘ୍ର ମିଳିପାରେ ମୁକ୍ତି। ଆଗାମୀ ୬ରୁ ୮ ଦିନ ମଧ୍ୟରେ ଓଡ଼ିଶା…

ବ୍ରିଜ ଉପରୁ ୪୦ ଫୁଟ ତଳକୁ ଡେଇଁ ଆତ୍ମହତ୍ୟା କଲେ ବ୍ୟକ୍ତି

ପାଟଣା,୬ା୬(ବୀରକିଶୋର ଦାଶ): କେନ୍ଦୁଝର ଜିଲା ପାଟଣା ଥାନା ମୁଖ୍ୟାଳୟ ବୈତରଣୀ ନଦୀ ବ୍ରିଜ୍‌ ଉପରୁ ୪୦ଫୁଟ ତଳକୁ ଶନିବାର ୨ଟା ବେଳେ ଡେଇଁ ଜଣେ ୫୫ ବର୍ଷୀୟ…

ରାଜରାସ୍ତାରେ ଯୁବତୀଙ୍କ ବେକରେ ଖଣ୍ଡା ଲଗାଇଲେ ଯୁବକ, ମୋତେ ବାହା ନ ହେଲେ ହାଣିଦେବି କହି…

ଡେରାବିଶ,୬ା୬(ବେବର୍ତ୍ତା ଅଜୟ ଦାସ): କେନ୍ଦ୍ରାପଡ଼ା ଜିଲା ଡେରାବିଶ କଲେଜ ପରିସରରେ ଶନିବାର ଏକ ଅଭାବନୀୟ ଘଟଣା କ୍ରମରେ ପ୍ରେମ ପ୍ରତାରଣାର କରୁଣ ପରିଣତି ଦେଖିବାକୁ ମିଳିଛି। ଯୁକ୍ତ…

ସୂର୍ଯ୍ୟକୁମାରଙ୍କୁ ବଦଳାଇ ଶ୍ରେୟସ ଆୟରଙ୍କୁ କାହିଁକି କରାଗଲା ଅଧିନାୟକ ପ୍ରକୃତ କାରଣ କହିଲେ ଅଜିତ ଅଗରକର

ନୂଆଦିଲ୍ଲୀ,୬।୬: ଶନିବାର ଯେତେବେଳେ ବିସିସିଆଇ ସଚିବ ଦେବଜିତ ସାଇକିଆ ଆୟରଲ୍ୟାଣ୍ଡ ଏବଂ ଇଂଲଣ୍ଡ ଗସ୍ତ ପାଇଁ ଭାରତର ଟି-୨୦ ଦଳ ଘୋଷଣା କରିଥିଲେ, ସେତେବେଳେ ତାଲିକାରୁ ଅଧିନାୟକ…

ଦୁଇ ଦୋକାନରୁ ଚୋରି, ଚାରିଆଡ଼େ ପଡ଼ିଛି ରକ୍ତର ଛିଟା

ଆଳି,୬ା୬(ବନମାଳୀ ସେନାପତି): କେନ୍ଦ୍ରାପଡ଼ା ଜିଲା ଆଳି ଥାନାଠାରୁ ମାତ୍ର ଦୁଇଶହ ମିଟର ଦୂରରେ ଥିବା ମହାବୀର ବଜାରର ଦୁଇଟି ଦୋକାନରୁ ଚୋରି ହୋଇଛି। ମହାବୀର ବଜାରରେ ଥିବା…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri