ସହର ଛାଡି ପଳାଇବାକୁ ଚାହୁଁଛନ୍ତି ଦିଲ୍ଲୀ-ମୁମ୍ବାଇ ବାସିନ୍ଦା, ୬୦ ପ୍ରତିଶତ ରାଜି…

ନୂଆଦିଲ୍ଲୀ/ମୁମ୍ବାଇ,୩୦।୧୧ : ବାୟୁ ଗୁଣବତ୍ତା ସୂଚକାଙ୍କ ପ୍ରଦୂଷଣର ସ୍ତରକୁ ନେଇ ରାଜଧାନୀ ଦିଲ୍ଲୀ ଏବଂ ମୁମ୍ବାଇ ସମେତ ଅନେକ ବଡ ସହରରେ ଲୋକମାନେ ପ୍ରାୟ ପ୍ରତିଦିନ ବିଭିନ୍ନ ସମସ୍ୟାର ସମ୍ମୁଖୀନ ହେଉଛନ୍ତି। ବର୍ତ୍ତମାନ ପରିସ୍ଥିତି ଏପରି ହୋଇଛି ଅଧାରୁ ଅଧିକ ଦିଲ୍ଲୀ-ମୁମ୍ବାଇ ବାସିନ୍ଦା ସହର ଛାଡିବାକୁ ଯୋଜନା କରୁଛନ୍ତି। ପ୍ରଦୂଷଣ ଯୋଗୁ ହେଉଥିବା ସମସ୍ୟାକୁ ନେଇ ଡାକ୍ତରମାନେ ମଧ୍ୟ ଉଦବେଗ ପ୍ରକାଶ କରିଛନ୍ତି।

ଦିଲ୍ଲୀ ଏବଂ ମୁମ୍ବାଇରେ ରହୁଥିବା ୬୦ ପ୍ରତିଶତ ଲୋକ ଉଭୟ ସହରରେ ବାୟୁ ପ୍ରଦୂଷଣର ଅବସ୍ଥାକୁ ଦୃଷ୍ଟିରେ ରଖି ଅନ୍ୟତ୍ର ଯିବା ପାଇଁ ଚିନ୍ତା କରୁଛନ୍ତି। ଏକ ନୂତନ ଅଧ୍ୟୟନରେ ଏହା ପ୍ରକାଶ ପାଇଛି। ସ୍ବାସ୍ଥ୍ୟ ସେବା ପ୍ରଦାନକାରୀ ପ୍ରିଷ୍ଟାଇନ କେୟାର ପକ୍ଷରୁ ଦିଲ୍ଲୀ, ମୁମ୍ବାଇର ଆଖପାଖ ଅଞ୍ଚଳର ଚାରି ହଜାର ଲୋକଙ୍କ ଉପରେ କରାଯାଇଥିବା ଏକ ସର୍ଭେ ଆଧାରରେ ଏହି ରିପୋର୍ଟ ପ୍ରକାଶିତ ହୋଇଛି ।

ଅଧ୍ୟୟନରେ ଥିବା ୧୦ ଜଣ ଉତ୍ତରଦାତାଙ୍କ ମଧ୍ୟରୁ ନଅ ଜଣ ବାୟୁ ଗୁଣବତ୍ତା ସୂଚକାଙ୍କ ପ୍ରଦୂଷଣର ସ୍ତରର ହ୍ରାସର ଅତି ସାଧାରଣ ଲକ୍ଷଣ ଅନୁଭବ କରୁଥିବା ରିପୋର୍ଟ କରିଛନ୍ତି । ଏହାଦ୍ୱାରା କ୍ରମାଗତ କାଶ, ନିଶ୍ୱାସ ପ୍ରଶ୍ୱାସ, ମୁଣ୍ଡବୁଲାଇହେବା, ଗଳାରେ ଯନ୍ତ୍ରଣା ଏବଂ ଆଖି ଖରାପ ହେଉଛି। ସର୍ଭେ ଅନୁଯାୟୀ, ’ଦିଲ୍ଲୀ
ଏବଂ ମୁମ୍ବାଇର ୧୦ ଜଣ ବାସିନ୍ଦାଙ୍କ ମଧ୍ୟରୁ ୬ ଜଣ କହିଛନ୍ତି ବାୟୁ ଗୁଣବତ୍ତା ଏବଂ ପ୍ରଦୂଷଣ ହେତୁ ସେମାନେ ସ୍ଥାନାନ୍ତର କରିବାକୁ ଚିନ୍ତା କରୁଛନ୍ତି।

ସର୍ବେକ୍ଷଣର ଫଳାଫଳରୁ ଜଣାପଡିଛି ବାୟୁ ଗୁଣବତ୍ତାର ଅବନତି ବିଶେଷତଃ ଶୀତ ଋତୁ ରେଲୋକଙ୍କ ସ୍ବାସ୍ଥ୍ୟ ଉପରେ ନକାରାତ୍ମକ ପ୍ରଭାବ ପକାଉଛି।

ସର୍ବେକ୍ଷଣ ରିପୋର୍ଟ ଅନୁଯାୟୀ, ୪୦ ପ୍ରତିଶତ ଉତ୍ତରଦାତା ଶୀତ ଋତୁରେ ସେମାନଙ୍କ ପ୍ରିୟଜନଙ୍କଠାରେ ଆଜମା କିମ୍ବା ବ୍ରୋଙ୍କାଇଟିସ ଭଳି ପୂର୍ବ ଶ୍ୱାସକ୍ରିୟା ସମସ୍ୟା ବୃଦ୍ଧି ପାଇଥିବାର ଜଣାଇଥିଲେ। ଅଧ୍ୟୟନ ଅନୁଯାୟୀ, ଦିଲ୍ଲୀ ଏବଂ ମୁମ୍ବାଇର ୧୦ ଜଣଙ୍କ ମଧ୍ୟରୁ ଚାରିଜଣ ପ୍ରତିବର୍ଷ କିମ୍ବା କିଛି ବର୍ଷ ମଧ୍ୟରେ ବାୟୁ ପ୍ରଦୂଷଣ ସହ ଜଡିତ ସ୍ବାସ୍ଥ୍ୟ ସମସ୍ୟା ପାଇଁ ଚିକିତ୍ସା ଆବଶ୍ୟକ କରନ୍ତି।

ଯେତେବେଳେ ସର୍ବେକ୍ଷଣ କରାଯାଇଥିବା ଲୋକଙ୍କୁ ବାୟୁ ପ୍ରଦୂଷଣର ମୁକାବିଲା ପାଇଁ ସେମାନଙ୍କ ଜୀବନଶୈଳୀରେ ପରିବର୍ତ୍ତନ ବିଷୟରେ ପଚରାଯାଇଥିଲା, ୩୫ ପ୍ରତିଶତ ଲୋକ ବ୍ୟାୟାମ ଏବଂ ଚାଲିବା ପରି ବାହ୍ୟ କାର୍ଯ୍ୟକଳାପ ବନ୍ଦ କରି ଦେଇଛନ୍ତି ବୋଲି କହିଥିଲେ। ୩୦ ପ୍ରତିଶତ ବାହାରେ ମାସ୍କ ପିନ୍ଧିବା ଆରମ୍ଭ କରିଥିଲେ ।

ଅଧ୍ୟୟନ ଅନୁଯାୟୀ, ଦିଲ୍ଲୀ ଏବଂ ମୁମ୍ବାଇରେ କେବଳ ୨୭ ପ୍ରତିଶତ ଉତ୍ତରଦାତା ବାୟୁ ବିଶୋଧନକାରୀ ବ୍ୟବହାର କରିଥିବା ସ୍ବୀକାର କରିଥିବାବେଳେ ଆଶ୍ଚର୍ଯ୍ୟଜନକ ଭାବେ ୪୩ ପ୍ରତିଶତ ଲୋକଙ୍କର ଭୁଲ ଧାରଣା ରହିଛି ସେମାନଙ୍କର ବ୍ୟବହାର ପ୍ରତିରକ୍ଷା ପ୍ରଣାଳୀକୁ ଦୁର୍ବଳ କରିଥାଏ।


Enter your email to get our daily news in your inbox.

All Right Reserved By Dharitri.Com

ଇରାନ ଯୁଦ୍ଧରେ ରୁଷିଆର ଏଣ୍ଟ୍ରି? ଟ୍ରମ୍ପଙ୍କ ହଜିଲା ନିଦ, ଭୟଙ୍କର ହୋଇପାରେ…

ନୂଆଦିଲ୍ଲୀ/ତେହେରାନ, ୨୬।୩: ପଶ୍ଚିମ ଏସିଆରେ ଜାରି ରହିଥିବା ଯୁଦ୍ଧ ମଧ୍ୟରେ ରୁଷିଆ ଏବଂ ଇରାନର ବଢୁଥିବା ନିକଟତରତା ବିଶ୍ୱ ପାଇଁ ଚିନ୍ତାର କାରଣ ପାଲଟିଛି। ପଶ୍ଚିମା ଗୋଇନ୍ଦା…

ବସଷ୍ଟାଣ୍ଡରେ OSRTC ବସ୍‌ରେ ଲାଗିଲା ନିଆଁ: ଜୀବନ ବଞ୍ଚାଇବାକୁ କିଏ ଝରକା ପଟେ ଡେଇଁଲେ ତ କିଏ… VIDEO 

କୋରାପୁଟ, ୨୬।୩ (ଅମିତାଭ ବେହେରା): କୋରାପୁଟ ବସଷ୍ଟାଣ୍ଡରେ ଏକ ବଡ଼ ଧରଣର ଅଘଟଣ ଟଳିଯାଇଛି। ଗୁରୁବାର ସଂନ୍ଧ୍ୟାରେ ଏକ ସରକାରୀ (OSRTC) ବସ୍‌ରେ ହଠାତ ନିଆଁ ଲାଗିଯିବା…

ଏମିତି ପ୍ରଶ୍ନରେ ରାଗିଗଲେ ଶୁବମନ ଗିଲ, T20 ଟିମରୁ…

ନୂଆଦିଲ୍ଲୀ,୨୬।୩: ଭାରତୀୟ ଦିନିକିଆ ଏବଂ ଟେଷ୍ଟ ଅଧିନାୟକ ଶୁବମନ ଗିଲ ଗୁରୁବାର କହିଛନ୍ତି ଯେ ୨୦୨୬ ଟି୨୦ ବିଶ୍ୱକପ ପୂର୍ବରୁ ଭାରତୀୟ ଦଳରୁ ବାଦ ପଡ଼ିବା ପରେ…

ଚକ୍‌ମା ଦେଉଛନ୍ତି ଟ୍ରମ୍ପ! ପୁଣି ଓଲଟିଲେ, କହିଲେ ‘ଡିଲ ପାଇଁ ଭିକ୍ଷା କରୁଥିଲା ଇରାନ, ମୁଁ ନୁହେଁ’, ସାରା ବିଶ୍ୱ ଆଶ୍ଚର୍ଯ୍ୟ

ଓ୍ବାଶିଂଟନ,୨୬।୩: ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ପୁଣି ଥରେ ଇରାନ ସହିତ ଶାନ୍ତି ଚୁକ୍ତିର ସମ୍ଭାବନା ଉପରେ ସନ୍ଦେହ ପ୍ରକାଶ କରି କହିଛନ୍ତି ଯେ ଇରାନ ଯୁଦ୍ଧ…

ଗଜପତିରେ ଗଞ୍ଜେଇ କାରବାର ଉପରେ ପୋଲିସର ଶକ୍ତ ପ୍ରହାର: ୪.୦୬ ଟନ୍‌ର ଗଞ୍ଜେଇ ଜବତ, ମୂଲ୍ୟ…

ପାରଳାଖେମୁଣ୍ଡି/ମୋହନା, ୨୬।୩ (ଗିରିଧାରୀ ପରିଚ୍ଛା/ମନ୍ମଥ ମିଶ୍ର): ଗଜପତି ଜିଲାରେ ଅବାଧ ଗଞ୍ଜେଇ ଚାଷ ଓ ଚାଲାଣକୁ ରୋକିବା ପାଇଁ ପୋଲିସ ପ୍ରଶାସନ ପକ୍ଷରୁ ଚଢାଉକୁ ଜୋରଦାର କରାଯାଇଛି।…

West Asia Conflict: ‘ପରିସ୍ଥିତି କରୋନା ପରି ହେବାକୁ ଯାଉଛି’ – ଯୁଦ୍ଧ ଲଢୁଥିବା ଦେଶଗୁଡ଼ିକ ଏହାର ପ୍ରଭାବକୁ ଅନୁଭବ କରୁନାହାଁନ୍ତି

ମସ୍କୋ,୨୬।୩: ରୁଷିଆ ରାଷ୍ଟ୍ରପତି ପୁଟିନ ପଶ୍ଚିମ ଏସିଆରେ ଚାଲିଥିବା ଯୁଦ୍ଧ ସମ୍ପର୍କରେ ଏକ ଗୁରୁତ୍ୱପୂର୍ଣ୍ଣ ବିବୃତ୍ତି ଦେଇଛନ୍ତି। ସେ କହିଛନ୍ତି ଯେ ଏହି ସଂଘର୍ଷର ପ୍ରଭାବ ପୂର୍ବାନୁମାନ…

ଦୁଃସାହସ! ଯୁଦ୍ଧ ଭିତରେ ଟ୍ରମ୍ପଙ୍କ ଭାଷା କହିଲାଣି ପାକିସ୍ତାନ! ଇସାକ ଦାରଙ୍କ ବୟାନକୁ ନେଇ ନିଆଁବାଣ ଇରାନ

ଇସଲାମାବାଦ,୨୬।୩: ପାକିସ୍ତାନର ବୈଦେଶିକ ମନ୍ତ୍ରୀ ଇସାକ ଦାର ଗୁରୁବାର (୨୬ ମାର୍ଚ୍ଚ, ୨୦୨୬) କହିଛନ୍ତି ଯେ ଆମେରିକା ଏବଂ ଇରାନ ମଧ୍ୟରେ ପରୋକ୍ଷ ଶାନ୍ତି ଆଲୋଚନା ଚାଲିଛି।…

ପଟ୍ଟାମୁଣ୍ଡାଇରେ ଚାଞ୍ଚଲ୍ୟ: କଳିଙ୍ଗାଘାଟ ନଦୀପଠାରୁ ଅଖାରେ ଭର୍ତ୍ତି ମଣିଷ କଙ୍କାଳ ଉଦ୍ଧାର, ହତ୍ୟା କରି ଫିଙ୍ଗି ଦେଇଥିବା ସନ୍ଦେହ…

ପଟ୍ଟାମୁଣ୍ଡାଇ,୨୬।୩(କଳ୍ପତରୁ ନାୟକ): କେନ୍ଦ୍ରାପଡ଼ା ଜିଲା ପଟ୍ଟାମୁଣ୍ଡାଇ ଗ୍ରାମାଞ୍ଚଳ ଥାନା ଅନ୍ତର୍ଗତ ଗୁଣୁପୁର କଳିଙ୍ଗାଘାଟ ନଦୀପଠାରେ ଏକ ଅଭାବନୀୟ ଦୃଶ୍ୟ ଦେଖିବାକୁ ମିଳିଛି। ନଦୀପଠାରୁ ମଣିଷ ଖପୁରୀ ଓ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri