Posted inଜାତୀୟ

ଦିଲ୍ଲୀକୁ ମିଳିପାରେ ଏସସି ମୁଖ୍ୟମନ୍ତ୍ରୀ, ରେସ୍‌ରେ ଆତିଶି, ଖୋଲିବ କୁଲଦୀପଙ୍କ ଭାଗ୍ୟ!

ନୂଆଦିଲ୍ଲୀ,୧୬।୯: ଏବେ ସବୁଠି ଗୋଟିଏ ପ୍ରଶ୍ନ ଉଙ୍କି ମାରୁଛି କିଏ ହେବେ ଦିଲ୍ଲୀର ମୁଖ୍ୟମନ୍ତ୍ରୀ। କୁହାଯାଉଛି ଅନୁସୂଚିତ ଜାତିରୁ ଦିଲ୍ଲୀ ଏହାର ପ୍ରଥମ ମୁଖ୍ୟମନ୍ତ୍ରୀ ପାଇପାରେ। ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜରିୱାଲଙ୍କ ଇସ୍ତଫା ଘୋଷଣା ପରେ ଏଏପି ଏହି ସମ୍ପ୍ରଦାୟରୁ ଆସିଥିବା କୁଲଦୀପ କୁମାରଙ୍କ ଉପରେ ବାଜି ଲଗାଇପାରେ। ବିଶେଷଜ୍ଞମାନେ ବିଶ୍ୱାସ କରନ୍ତି ଯେ ଯଦି ଏଏପି ଏହି ରଣନୀତି ସହିତ ଆଗକୁ ବଢେ, ତେବେ ଏହା ଜାତୀୟ ସ୍ତରରେ ଏକ ବଡ ରାଜନୈତିକ ବାର୍ତ୍ତା ପଠାଇବ। ବିଶେଷକରି ହରିୟାଣା ଏବଂ ମହାରାଷ୍ଟ୍ରକୁ। ଏଥି ସହିତ, ଏହି ନିଷ୍ପତ୍ତି ଦିଲ୍ଲୀ ବିଧାନସଭା ନିର୍ବାଚନରେ ପ୍ରଭାବ ପକାଇବାର ସମ୍ଭାବନା ରହିଛି। ପାର୍ଟି ସୂତ୍ରରୁ ପ୍ରକାଶ ଯେ ବର୍ତ୍ତମାନର ମନ୍ତ୍ରୀ ଆତିଶି ଏବଂ ସୌରଭ ଭରଦ୍ବାଜ ମଧ୍ୟ ନୂତନ ମୁଖ୍ୟମନ୍ତ୍ରୀ ପାଇଁ ଦୌଡ଼ରେ ଅଛନ୍ତି। ଶୀର୍ଷ ନେତୃତ୍ୱ ତଥାପି ଏହାର ସମସ୍ତ ବିକଳ୍ପ ଖୋଲା ରଖିଛନ୍ତି। ପରବର୍ତ୍ତୀ ଦୁଇ ଦିନରେ ଏଏପି ସମ୍ଭାବ୍ୟ ବିକଳ୍ପଗୁଡ଼ିକ ମଧ୍ୟରୁ ସର୍ବୋତ୍ତମ ବାଛିବ।

ପାର୍ଟି ରଣନୀତିଜ୍ଞମାନେ ବିଶ୍ୱାସ କରନ୍ତି ଯେ ଦିଲ୍ଲୀ ଏବଂ ପଞ୍ଜାବ ପରେ ଅନ୍ୟ ରାଜ୍ୟଗୁଡ଼ିକରେ ନିଜର ସ୍ଥିତିକୁ ଦୃଢ କରିବା ଦିଗରେ ଜାତୀୟ ସ୍ତରର ଦଳ ଏଏପି ଯୋରସୋର କାର୍ଯ୍ୟ କରୁଛି। ବର୍ତ୍ତମାନ ହରିୟାଣା ବିଧାନସଭା ନିର୍ବାଚନକୁ ପ୍ରାଥମିକତା ଦିଆଯାଇଛି। ଏଥି ସହିତ ନଭେମ୍ବରରେ ମଧ୍ୟ ମହାରାଷ୍ଟ୍ରରେ ନିର୍ବାଚନ ଅନୁଷ୍ଠିତ ହେବ। ଉଭୟ ରାଜ୍ୟରେ ବହୁ ସଂଖ୍ୟକ ଅନୁସୂଚିତ ଜାତି ଭୋଟର ଅଛନ୍ତି। ହରିୟାଣାରେ, ଏହି ସମ୍ପ୍ରଦାୟର ୨୧ ପ୍ରତିଶତ ଭୋଟରଙ୍କ ସହିତ ୧୭ ଟି ସିଟ ସଂରକ୍ଷିତ ଅଛି। ଏଥି ସହିତ ମହାରାଷ୍ଟ୍ରରେ ସଂରକ୍ଷିତ ଆସନ ସଂଖ୍ୟା ୨୯ ଏବଂ ଏସସି ଭୋଟର ପ୍ରାୟ ୧୩ ପ୍ରତିଶତ। ଏଭଳି ସ୍ଥିତିରେ ଦିଲ୍ଲୀର ଏହି ସମ୍ପ୍ରଦାୟର ମୁଖ୍ୟମନ୍ତ୍ରୀ କରି ଦଳ ଦୃଢ ଭାବରେ ନିଜର ଆଭିମୁଖ୍ୟ ଉପସ୍ଥାପନ କରିବ। ଏଥି ସହିତ ଲୋକ ସଭା ନିର୍ବାଚନରେ ଦିଲ୍ଲୀର ସଂରକ୍ଷିତ ଆସନରେ ଖରାପ ପ୍ରଦର୍ଶନ କରିଥିବା ଏଏପି ଦିଲ୍ଲୀ ନର୍ବାଚନରେ ମଧ୍ୟ ଏଥିରୁ ଲାଭବାନ ହେବ।


Enter your email to get our daily news in your inbox.

All Right Reserved By Dharitri.Com

୨୦୨ ରନ୍‌ର ଟାର୍ଗେଟ୍ ମାତ୍ର ୧୫.୪ ଓଭରରେ ଶେଷ! ଆଇପିଏଲ୍‌ରେ ଆରସିବିର ନୂଆ ରେକର୍ଡ

ବେଙ୍ଗାଲୁର,୨୮।୩: ଆଇପିଏଲ୍‌ ୨୦୨୬ର ଶୁଭାରମ୍ଭ ଅତି ଜବରଦସ୍ତ ଶୈଳୀରେ ହୋଇଛି। ଟୁର୍ନାମେଣ୍ଟର ପ୍ରଥମ ମ୍ୟାଚ୍‌ରେ ରୟାଲ ଚ୍ୟାଲେଞ୍ଜର୍ସ ବେଙ୍ଗାଲୁରୁ (RCB) ସନରାଇଜର୍ସ ହାଇଦ୍ରାବାଦ (SRH) ବିପକ୍ଷରେ ଏକ…

ମା’ଙ୍କୁ ହରାଇଲେ ଭଉଣୀଭାଇ, ପାଳିବା ଚିନ୍ତାରେ ଆଈ

ବ୍ରହ୍ମପୁର,୨୮ା୩(ଅଶୋକ କୁମାର ସାହୁ): ନୟାଗଡ଼ ଜିଲା ଦଶପଲ୍ଲା ଥାନା ଅଧୀନ ଟାକେରା ପିଠାଖାଇ ଘାଟିରେ ଟୁରିଷ୍ଟ ବସ୍‌ ଦୁର୍ଘଟଣାରେ ମୃତକଙ୍କ ମଧ୍ୟରେ ବ୍ରହ୍ମପୁର ଧୋବାବନ୍ଧ ସାହିର ସୁମନ୍ତି…

ରୁଷିଆ ପାଇଁ ଆମେରିକାକୁ ଡ଼ରୁନାହିଁ ଇରାନ, ହଟିବାକୁ ନାରାଜ ମୋଜତାବା, ଆମେରିକା ପାଇଁ ବିପଦର ଘଣ୍ଟି!

ମସ୍କୋ/ତେହେରାନ,୨୮।୩: ବିଶ୍ୱ ରାଜନୀତିରେ ଏକ ନୂଆ ସମୀକରଣ ଦେଖିବାକୁ ମିଳିଛି। ପାଶ୍ଚାତ୍ୟ ଦେଶଗୁଡ଼ିକର କଠୋର ପ୍ରତିବନ୍ଧକ ସତ୍ତ୍ୱେ ରୁଷିଆ ଏବଂ ଇରାନ ମଧ୍ୟରେ ବନ୍ଧୁତା ଦିନକୁ ଦିନ…

ଆକ୍ସନରେ ପୋଲିସ: ଟିଟିଲାଗଡ଼ ବିଧାୟକଙ୍କ ପିଏସ୍‌ଓ ସସ୍‌ପେଣ୍ଡ

ବଲାଙ୍ଗୀର,୨୮।୩(ସୁନୀଲ କୁମାର ମହାନ୍ତି): ବଲାଙ୍ଗୀର ଏସ୍‌ପି ଅଭିଳାଷ ଜିଙ୍କ ଏକ ବଡ଼ ସୂଚନା ଦେଇଛନ୍ତି। ଟିଟିଲାଗଡ଼ ବିଧାୟକଙ୍କ ପିଏସ୍‌ଓ ପ୍ରେମଚାନ୍ଦ ନାଗଙ୍କୁ ସସ୍‌ପେଣ୍ଡ କରାଯାଇଥିବା ଏସ୍‌ପି ଶନିବାର…

ହର୍ମୁଜରେ ଯୁଦ୍ଧର କାଉଣ୍ଟଡାଉନ୍‌: ପୁରା ଆରବକୁ ମାଟିରେ ମିଶାଇଦେବ ଇରାନ? ମୋଜତାବାଙ୍କ ଚେତାବନୀରେ ଥରିଲା ଦୁନିଆ

ତେହେରାନ/ୱାଶିଂଟନ,୨୮।୩: ମଧ୍ୟପ୍ରାଚ୍ୟରେ ବିଶ୍ୱଯୁଦ୍ଧର ପଦଧ୍ୱନି ଶୁଣାଗଲାଣି। ଆମେରିକାର ‘ଗ୍ରାଉଣ୍ଡ ଅପରେଶନ’ ଘୋଷଣା ପରେ ଇରାନ ଏହାର ଭୟଙ୍କର ଜବାବୀ ରଣନୀତି ପ୍ରସ୍ତୁତ କରିଛି। ଇରାନର ସର୍ବୋଚ୍ଚ ନେତା…

ଭେଡେନ ଓକିଲ ସଂଘ: ଅଶ୍ବିନୀ ସଭାପତି ନିର୍ବାଚିତ

ଭେଡେନ,୨୮।୩(ହୃଷିକେଶ ଖମାରୀ): ବରଗଡ଼ ଜିଲା ଭେଡେନ ଓକିଲ ସଂଘର ନିର୍ବାଚନ ଶନିବାର ଅନୁଷ୍ଠିତ ହୋଇଯାଇଛି। ଏଥିରେ ଅଶ୍ୱିନୀ କୁମାର ଦାଶ ସଭାପତି ଭାବେ ନିର୍ବାଚିତ ହୋଇଛନ୍ତି ।…

ମାନସିକ ବିକୃତ ଯୁବତୀ ଗର୍ଭବତୀ ମାମଲା: ଶିକ୍ଷକଙ୍କ ପରେ ଆଉ ଜଣେ ଅଭିଯୁକ୍ତଙ୍କୁ ଗିରଫ କଲା ପୋଲିସ

ଗଞ୍ଜାମ,୨୮ା୩ (ବିଦ୍ୟାଧର ସାହୁ): ଗଞ୍ଜାମ ଜିଲା ରମ୍ଭା ଥାନା ହୁମା ଫାଣ୍ଡି ଅଞ୍ଚଳରେ ଜଣେ ମାନସିକ ବିକୃତ ଯୁବତୀ ଗର୍ଭବତୀ ହେବା ଘଟଣାରେ ଜଣେ ଶିକ୍ଷକ ଗିରଫ…

କବାଡ଼ି ପ୍ରିମିୟର ଲିଗ୍‌ ସିଜନ-୨ ଆରମ୍ଭ

ନୂଆପଡ଼ା,୨୮ା୩(ମକାରୁ ବେମାଲ): ନୂଆପଡ଼ା କବାଡ଼ି ଖେଳାଳି ସଂଘ ପକ୍ଷରୁ ପୁରୁଷ ଓ ମହିଳା ବିଭାଗରେ କବାଡ଼ି ପ୍ରିମିୟର ଲିଗ ସିଜନ-୨ ଶୁକ୍ରବାର ସାରେ ଉଦ୍‌ଘାଟିତ ହୋଇଯାଇଛି। ଜିଲା…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri