ଅଶ୍ନିର୍ ଗ୍ରୋଭରଙ୍କ ବଢ଼ିଲା ସମସ୍ୟା, ‘ଭାରତ ପେ’ ବିରୋଧରେ ପୋଷ୍ଟ ପାଇଁ ୨ ଲକ୍ଷ ଟଙ୍କା ଜରିମାନା କଲେ ଦିଲ୍ଲୀ ହାଇକୋର୍ଟ

ନୂଆଦିଲ୍ଲୀ,୨୮।୧୧: ଦିଲ୍ଲୀ ହାଇକୋର୍ଟ ‘ଭାରତ ପେ’ର ସହ ପ୍ରତିଷ୍ଠାତା ଏବଂ ପରିଚାଳନା ନିର୍ଦେଶକ ଥିବା ଅଶ୍ନିର୍ ଗ୍ରୋଭରଙ୍କ ଉପରେ ୨ ଲକ୍ଷ ଟଙ୍କା ଜୋରିମାନା ଲଗାଇଛନ୍ତି। ସୋସିଆଲ ମିଡିଆରେ ଭାରତ ପେ ବିରୋଧରେ ଆପତ୍ତିଜନକ ପୋଷ୍ଟ ସେୟାର କରିଥିବାରୁ ଅଶ୍ନିର୍ ଗ୍ରୋଭରଙ୍କ ଉପରେ ହାଇକୋର୍ଟ ଏହି ଜୋରିମାନା ଲଗାଇଛନ୍ତି। ତେବେ କୋର୍ଟ ଭରତ ପେ’ର ଆବେଦନକୁ ପ୍ରତ୍ୟାଖ୍ୟାନ କରିଛନ୍ତି ଯେଉଁଥିରେ କମ୍ପାନୀ ଅଶ୍ନିର୍ ଗ୍ରୋଭରଙ୍କୁ ଭାରତ ପେ ବିରୋଧରେ ଆପତ୍ତିଜନକ ପୋଷ୍ଟ ପୋଷ୍ଟ କରିବାକୁ ବାରଣ କରିବାକୁ ଅପିଲ କରିଥିଲା।

ତେବେ କୋର୍ଟ ଅଶ୍ନିର୍ ଗ୍ରୋଭରଙ୍କୁ ଭାରତ ପେ ବିରୋଧରେ କୌଣସି ମନ୍ତବ୍ୟ ନଦେବାକୁ ଆଦେଶ ଦେଇଥିଲେ। ଏହାବାଦ ସେ ବୟାନ ଦେଇଥିବାରୁ କୋର୍ଟ ତାଙ୍କ ଉପରେ ୨ ଲକ୍ଷ ଟଙ୍କା ଜୋରିମାନା ଲଗାଇଛନ୍ତି। ଏହି ମାମଲାରେ ଅଶ୍ନିର୍ ନିସର୍ତ୍ତ କ୍ଷମା ମଧ୍ୟ ମାଗିଛନ୍ତି, ଯାହାକୁ କୋର୍ଟ ସ୍ୱୀକାର କରିଥିଲେ। ତେବେ ଏହି ରାଶି ଦିଲ୍ଲୀ କ୍ଲର୍କ ଆସୋସିଏସନକୁ ଦେବାକୁ କୋର୍ଟ କହିଛନ୍ତି।

ଅଶ୍ନିର୍ ଗ୍ରୋଭରଙ୍କ ଓକିଲ କୋର୍ଟଙ୍କୁ କହିଛନ୍ତି ଯେ ସେ ବିନା ସର୍ତ୍ତରେ କ୍ଷମା ପ୍ରାର୍ଥନା କରୁଛନ୍ତି। ଏଥିସହ ସେ କୋର୍ଟଙ୍କ ଆଦେଶ ପାଳନ କରିବେ ଏବଂ ‘ଭାରତ ପେ’ ବିରୋଧରେ କୌଣସି ଅପ୍ରୀତିକର ଭାଷା ବ୍ୟବହାର କରିବେ ନାହିଁ ବୋଲି କୋର୍ଟଙ୍କୁ ପ୍ରତିଶ୍ରୁତି ଦେଇଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଅଗଷ୍ଟ ୧ରୁ ବଦଳିବ ଗ୍ୟାସ ସିଲିଣ୍ଡର ଦର! ମହଙ୍ଗା ହେବ କି ଶସ୍ତା ଜାଣନ୍ତୁ

ନୂଆଦିଲ୍ଲୀ, ୨୭।୭: ଇରାନ ଏବଂ ଆମେରିକା ମଧ୍ୟରେ ସଂଘର୍ଷ ଯୋଗୁଁ ସାଧାରଣ ଜନତାଙ୍କୁ ମହଙ୍ଗା ମାଡ଼ର ସମ୍ମୁଖୀନ ହେବାକୁ ପଡିଥିଲା । ତେଲ, ଗ୍ୟାସ ଏବଂ ଅନେକ…

ବଦଳିଲା ଟୋଲ ନିୟମ: ହାଇୱେରେ ଯାତ୍ରା କରୁଥିବା ଲୋକଙ୍କ ଉପରେ କ’ଣ ପଡିବ ପ୍ରଭାବ? ଜାଣନ୍ତୁ…

ନୂଆଦିଲ୍ଲୀ,୨୬।୭: ଯଦି ଆପଣ ପ୍ରାୟତଃ ଜାତୀୟ ରାଜପଥ (ନ୍ୟାଶନାଲ ହାଇୱେ) କିମ୍ବା ଏକ୍ସପ୍ରେସୱେରେ ଯାତ୍ରା କରନ୍ତି, ତେବେ NHAI (ଏନ.ଏଚ.ଏ.ଆଇ.) ର ଏହି ନୂତନ ନିୟମ ଆପଣଙ୍କ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri