Posted inଜାତୀୟ

ରାଜସ୍ଥାନରୁ ଦୂରେଇ ରହୁଛନ୍ତି କେଜରିଓ୍ବାଲ, ପ୍ରଚାର ପାଇଁ ଆଉ ୫ଦିନ ବାକି

ଜୟପୁର,୧୮।୧୧: ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜରିଓ୍ବାଲ ରାଜସ୍ଥାନ ନିର୍ବାଚନ ପ୍ରଚାର ଠାରୁ ନିଜକୁ ଦୂରେଇ ରଖୁଛନ୍ତି। ଯେତେବେଳେ କି ରାଜ୍ୟରେ ମତଦାନ ପାଇଁ ଆଉ ୭ଦିନ ବାକି ଅଛି। ରାଜ୍ୟରେ ନଭେମ୍ବର ୨୫ରେ ଭୋଟିଂ ହେବାକୁ ଯାଉଛି। ଆମ ଆଦମୀ ପାର୍ଟିର(ଏଏପି) ବଡ ବଡ ନେତା ମଧ୍ୟ ରାଜସ୍ଥାନର ନିର୍ବାଚନୀ ମାହୋଲ ଠାରୁ ଦୂରତା ବଜାୟ ରଖୁଛନ୍ତି। ନିର୍ବାଚନୀ ବିଗୁଲ ବାଜିବା ପୂର୍ବରୁ ସେପ୍ଟେମ୍ବରରେ ଜୟପୁରରେ ପାର୍ଟି କାର୍ଯ୍ୟକର୍ତ୍ତାଙ୍କୁ ସମ୍ବୋଧିତ କରିଥିଲେ କେଜରିଓ୍ବାଲ। ଏହାପରେ ସେ ରାଜସ୍ଥାନରୁ ଦୂରେଇ ରହୁଛନ୍ତି। ଏଏପି ପ୍ରାୟ ୨୦୦ ବିଧାନସଭା ସିଟରୁ ପ୍ରାର୍ଥୀ ଛିଡା କରିବାକୁ ଯାଉଛି। କିନ୍ତୁ ପାର୍ଟିରେ ହେଭିଓ୍ବେଟ ନେତା ପ୍ରଚାର ମଇଦାନକୁ ଓହ୍ଲାଉ ନ ଥିବା ଏବେ ଚର୍ଚ୍ଚାର ବିଷୟ ପାଲଟିଛି।
ସବୁଠାରୁ ଆଶ୍ଚର୍ଯ୍ୟକର କଥା ହେଉଛି ସିଏମ ଅଶୋକ ଗେହଲଟ ଏଏପି ସମର୍ଥକ ପପୁ କୁରେଶୋଙ୍କୁ କଂଗ୍ରେସ ପ୍ରାର୍ଥୀଙ୍କ ସମର୍ଥନ ପାଇଁ ବାଛିଛନ୍ତି। ସେ ଏବେ କଂଗ୍ରେସ ପକ୍ଷ ପାଇଁ ପ୍ରଚାର କରୁଛନ୍ତି।

ରାଜନୈତିକ ବିଶେଷଜ୍ଞ ଏହାକୁ ନେଇ ବିଭିନ୍ନ ପ୍ରକାର ଅନୁମାନ ଲଗାଉଛନ୍ତି। ସେମାନଙ୍କ ମତରେ କେଜରିଓ୍ବାଲ ଏବେ ଦିଲ୍ଲୀର ମଦ ଦୁର୍ନୀତି ମାମଲାରେ ଫସିଛନ୍ତି। ଏଏପିର ଗୋଟିକ ପରେ ଗୋଟିଏ ବଡ ନେତା ଜେଲ ଯାଉଛନ୍ତି। ଏହି ମାମଲାକୁ ନେଇ ସେ ଦିଲ୍ଲୀ ଛାଡି ବାହାରକୁ ଯାଇପାରୁ ନାହାନ୍ତି। କିନ୍ତୁ ଅନ୍ୟ ବଡ ନେତାମାନେ ରାଜସ୍ଥାନ ଠାରୁ ଦୂରେଇ ରହୁଛନ୍ତି ଯାହାକୁ ନେଇ ବିଭିନ୍ନ ପ୍ରକାର କଳ୍ପନା ଜଳ୍ପନା ଲାଗି ରହିଛି।
ଅକ୍ଟୋବର ୯ରେ ରାଜସ୍ଥାନ ସମେତ ୫ରାଜ୍ୟରେ ନିର୍ବାଚନୀ ବିଗୁଲ ବାଜିବାର ଗୋଟିଏ ମାସ ପରେ ବି କେଜଲିଓ୍ବାଲ ଏବେ ଯାଏଁ ପ୍ରଚାର ମଇଦାନକୁ ଓହ୍ଲାଇ ନାହାନ୍ତି। ରାଜ୍ୟରେ ମତଦାନ ୨୫ ନଭେମ୍ବର ହେବାକୁ ଥିବାବେଳେ ନିର୍ବାଚନ ପ୍ରଚାର ୪୮ଘଣ୍ଟା ପୂବରୁ ବନ୍ଦ ହୋଇଯିବ। ଏବେ ସବୁ ରାଜନୈତିକ ଦଳ ପାଖରେ ଆଉ ୫ଦିନ ପାଇଁ ସମୟ ବାକି ରହିଛି।


Enter your email to get our daily news in your inbox.

All Right Reserved By Dharitri.Com

ନା ହର୍ମୁଜ ଖୋଲୁଛି ନା ଇରାନ ନଇଁବାକୁ ରାଜି….ଦିନକୁ ଦିନ ଭାଙ୍ଗୁଛି ଟ୍ରମ୍ପଙ୍କ ସୁପରପାଓ୍ବାର ଦମ୍ଭ?

ୱାଶିଂଟନ୍/ତେହେରାନ୍,୨।୪: ବିଶ୍ୱର ସବୁଠାରୁ ଗୁରୁତ୍ୱପୂର୍ଣ୍ଣ ଜଳପଥ ‘ହର୍ମୁଜ ପ୍ରଣାଳୀ’କୁ ନେଇ ସୃଷ୍ଟି ହୋଇଥିବା ଯୁଦ୍ଧ ପରିସ୍ଥିତି ଏବେ ଅତି ଭୟଙ୍କର ରୂପ ଧାରଣ କରିଛି। ଗୋଟିଏ ପଟେ…

ଆସାମ ବିଧାନସଭା ନିର୍ବାଚନ: କଂଗ୍ରେସ ଇସ୍ତାହାରରେ ୧୧ ସଂକଳ୍ପ

ବୋକାଜାନ୍‌,୨ା୪: ଆସାମ ବିଧାନସଭା ନିର୍ବାଚନ ପାଇଁ କଂଗ୍ରେସ ନେତା ରାହୁଲ ଗାନ୍ଧୀ ଗୁରୁବାର ଦଳର ଇସ୍ତାହାର ଜାରି କରିଛନ୍ତି। ସେଥିରେ ୧୧ଟି ସଂକଳ୍ପନାମା ରହିଛି। ଶାସନ, ପରିଚୟ,…

ମୃତ୍ୟୁ ପରେ ବି ଅମର ରମେଶ: ଅଙ୍ଗଦାନ ପରେ ପ୍ରଶାସନ ପକ୍ଷରୁ ଦିଆଗଲା’ଗାର୍ଡ ଅଫ ଅନର’

ମୋହନା, ୨।୪( ମନ୍ମଥ ମିଶ୍ର ): ମଣିଷ ଚାଲିଗଲେ ମଧ୍ୟ ତାଙ୍କର ଅଙ୍ଗ ଅନ୍ୟ ଜଣଙ୍କ ଶରୀରରେ ଜୀବିତ ରହିପାରେ, ଏହାର ଏକ ଜ୍ୱଳନ୍ତ ଉଦାହରଣ ସାଜିଛନ୍ତି…

ରାଜ୍ୟରେ ସକାଳୁଆ ହେଲା ସ୍କୁଲ, ଗଣଶିକ୍ଷା ବିଭାଗର ନିର୍ଦ୍ଦେଶ ଅନୁଯାୟୀ ଏଣିକି…

ଭୁବନେଶ୍ୱର,୨।୪: ରାଜ୍ୟରେ  ପ୍ରବଳ ଗ୍ରୀଷ୍ମ ପ୍ରବାହକୁ ଦୃଷ୍ଟିରେ ରଖି ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗ ପକ୍ଷରୁ ଏକ ଗୁରୁତ୍ୱପୂର୍ଣ୍ଣ ନିଷ୍ପତ୍ତି ନିଆଯାଇଛି। ଏଣିକି ରାଜ୍ୟର ସମସ୍ତ ସ୍କୁଲରେ…

ପୋଷ୍ଟ ଅଫିସକୁ ପଶି ଆସିଲା ବିରାଟକାୟ ଅହିରାଜ: ଆତଙ୍କିତ ହୋଇ ଟେକା ପଥର ମାରିଲେ ଲୋକେ, ପରେ…

ଆନନ୍ଦପୁର, ୨।୪(ସୁଶାନ୍ତ କୁମାର ସାହୁ): କେନ୍ଦୁଝର ଜିଲା ଆନନ୍ଦପୁର ଉପଖଣ୍ଡ ହଦଗଡ଼ ଅଞ୍ଚଳରେ ଏକ ଅଭାବନୀୟ ଦୃଶ୍ୟ ଦେଖିବାକୁ ମିଳିଛି। ଗୁରୁବାର ଦିନ ହଦଗଡ଼ ରେଞ୍ଜ ଅଧୀନରେ…

ଟ୍ରେନ୍ ଯାତ୍ରୀଙ୍କ ପାଇଁ IRCTC ର ‘ଡିଜିଟାଲ୍ ଢାବା’: ଏବେ ଗୋଟିଏ କ୍ଲିକରେ ସିଟ୍‌ରେ ପହଞ୍ଚିବ ଗରମାଗରମ ଖାଦ୍ୟ! ଜାଣନ୍ତୁ କେମିତି…

ନୂଆଦିଲ୍ଲୀ,୨।୪: ଭାରତୀୟ ରେଳରେ ଯାତ୍ରା କରୁଥିବା ଯାତ୍ରୀଙ୍କ ପାଇଁ ଏକ ବଡ଼ ସୁବିଧା ନେଇ ଆସିଛି IRCTC। ଏବେ ମେଲ କିମ୍ବା ଏକ୍ସପ୍ରେସ ଟ୍ରେନରେ ଯାତ୍ରା ସମୟରେ…

ହର୍ମୁଜ୍ ପ୍ରଣାଳୀ ନେଇ ଇରାନର ବଡ଼ ଘୋଷଣା, ଆମର ଭାରତୀୟ ବନ୍ଧୁମାନେ ସୁରକ୍ଷିତ…..

ନୂଆଦିଲ୍ଲୀ,୨ା୪: ପଶ୍ଚିମ ଏସିଆରେ ଚାଲିଥିବା ବିବାଦ ମଧ୍ୟରେ, ଇରାନ ଭାରତ ସମ୍ପର୍କରେ ଏକ ଗୁରୁତ୍ୱପୂର୍ଣ୍ଣ ବିବୃତ୍ତି ଜାରି କରିଛି। ଇରାନ କହିଛି ଯେ ଏହାର ଭାରତୀୟ ବନ୍ଧୁମାନଙ୍କୁ…

ଇନଷ୍ଟାଗ୍ରାମରୁ ପ୍ରେମ ପରେ ଛୁଆ ଜନ୍ମ ଦେଲେ ୨୦ ବର୍ଷୀୟ ଯୁବତୀ; ଭୟରେ ବାଲଟିରେ ସିଲ୍ କରି ମନ୍ଦିରରେ ଛାଡିଦେଲେ, ତାପରେ…

ନୂଆଦିଲ୍ଲୀ,୨ା୪: ଇନଷ୍ଟାଗ୍ରାମରୁ ସାଙ୍ଗ ହେବା ପରେ ଗଢ଼ି ଉଠିଥିଲା ପ୍ରେମ ସମ୍ପର୍କ । ପରେ ୨୦ ବର୍ଷୀୟ ଯୁବତୀ ଜଣକ ଏକ ଛୁଆକୁ ଜନ୍ମ ଦେଇଥିଲେ ।…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri