ନୂଆଦିଲ୍ଲୀ,୨୦।୨: ଦିଲ୍ଲୀର ନୂଆ ଭାଜପା ସରକାର ଆୟୁଷ୍ମାନ ଭାରତ ସ୍ବାସ୍ଥ୍ୟ ବୀମା ଯୋଜନା ଲାଗୁ କରିବ। ପ୍ରଥମ କ୍ୟାବିନେଟ ବୈଠକ ପରେ ମୁଖ୍ୟମନ୍ତ୍ରୀ ରେଖା ଗୁପ୍ତା ଏହା ଘୋଷଣା କରିଛନ୍ତି।
ଏଥିସହିତ ପୂର୍ବର ଆପ୍ ସରକାର ବିଳମ୍ବିତ କରିଥିବା ୧୪ଟି ସିଏଜି ରିପୋର୍ଟକୁ ବିଧାନସଭାର ପ୍ରଥମ ଅଧିବେଶନରେ ଉପସ୍ଥାପନ କରିବା ଲାଗି କ୍ୟାବିନେଟ୍ରେ ନିଷ୍ପତ୍ତି ନିଆଯାଇଛି। କେନ୍ଦ୍ର ସରକାରଙ୍କ ଆୟୁଷ୍ମାନ ଭାରତ ଯୋଜନାକୁ ଆପ୍ ସରକାର ଦିଲ୍ଲୀରେ ଲାଗୁ କରାଇଦେଉ ନ ଥିଲେ। ଏହି ଯୋଜନା କାର୍ଯ୍ୟକାରୀ ହେଲେ ହିତାଧିକାରୀଙ୍କୁ ୫ ଲକ୍ଷ ଟଙ୍କା ପର୍ଯ୍ୟନ୍ତ ସ୍ବାସ୍ଥ୍ୟସେବା ସୁବିଧା ମିଳିପାରିବ।


