Posted inଖେଳ

ଦିଲ୍ଲୀର ବିଜୟ ଧାରା ଜାରି

ବେଙ୍ଗାଲୁରୁ,୧୦ା୪: ବୋଲରଙ୍କ ମାପଚୁପ ବୋଲିଂ ଏବଂ ଲୋକେଶ ରାହୁଲଙ୍କ ବିସ୍ଫୋରକ ଅର୍ଦ୍ଧଶତକ ବଳରେ ଦିଲ୍ଲୀ କ୍ୟାପିଟାଲ୍ସ (ଡିସି) ୬ ଉଇକେଟରେ ରୟାଲ ଚ୍ୟାଲେଞ୍ଜର୍ସ ବେଙ୍ଗାଲୁରୁ (ଆର୍‌ସିବି)କୁ ପରାସ୍ତ କରିଛି। ଏହି ବିଜୟ ସହ ଦିଲ୍ଲୀ ଚଳିତ ଲିଗ୍‌ର ଏକମାତ୍ର ଦଳ ଭାବେ ତା’ର ଅପରାଜେୟ ଧାରା ଜାରି ରଖିଛି। ଏହା ଦିଲ୍ଲୀ ପାଇଁ କ୍ରମାଗତ ଚତୁର୍ଥ ବିଜୟ ହୋଇଥିବା ବେଳେ ବେଙ୍ଗାଲୁରୁ ଲାଗି ଏହା ଦ୍ୱିତୀୟ ପରାଜୟ।

ଆମନ୍ତ୍ରଣ ପାଇ ପ୍ରଥମେ ବ୍ୟାଟିଂ କରିଥିବା ବେଙ୍ଗାଲୁରୁକୁ ଫିଲିପ ସଲ୍ଟ ଓ ବିରାଟ କୋହଲି ବିସ୍ଫୋରକ ଆରମ୍ଭ ଦେଇଥିଲେ। ଦୁହେଁ ପ୍ରଥମ ଉଇକେଟରେ ୩.୫ ଓଭରରେ ୬୧ ରନ କରିଥିଲେ। ଆଟାକିଂ ବ୍ୟାଟିଂ କରୁଥିବା ସଲ୍ଟ ଦୁର୍ଭାଗ୍ୟବଶତଃ ରନ ଆଉଟ ହୋଇଥିଲେ। ଆଉଟ ହେବା ପୂର୍ବରୁ ସେ ୧୭ ବଲରେ ୪ ଚୌକା ଓ ୩ ଛକା ସହିତ ୩୭ ରନ କରିଥିଲେ। ତାଙ୍କ ଉଇକେଟ ପଡ଼ିବା ପରେ ବେଙ୍ଗାଲୁରୁ କ୍ରମାଗତ ବ୍ୟବଧାନରେ ଉଇକେଟ ହରାଇଥିଲା।

ଦେବଦତ୍ତ ପଡିକଲ ୧ ଓ କୋହଲି ୧୪ ବଲରେ ୧ ଚୌକା ଓ ୨ ଛକା ସହିତ ୨୨ ରନ କରି ଆଉଟ ହୋଇଥିଲେ। ଅଧିନାୟକ ରଜତ ପଟିଦାର ୨୩ ବଲରେ ୧ ଲେଖାଏ ଚୌକା ଓ ଛକା ସହିତ ୨୫ ରନ କରି ଆଉଟ ହୋଇଥିଲେ। ଶେଷ ଆଡ଼କୁ ଟିମ ଡେଭିଡ ୨୦ ବଲରେ ୨ ଚୌକା ଓ ୪ ଛକା ସହିତ ୩୭ ରନ କରି ଦଳକୁ ଏକ ଚ୍ୟାଲେଞ୍ଜିଂ ସ୍କୋର ପ୍ରଦାନ କରିଥିଲେ। ତାଙ୍କୁ କୃନାଲ ପାଣ୍ଡ୍ୟା ୧୮ (୧ ଚୌକା) ଉପଯୁକ୍ତ ସମର୍ଥନ ପ୍ରଦାନ କରିଥିଲେ। ଫଳରେ ଆର୍‌ସିବି ନିର୍ଦ୍ଧାରିତ ୨୦ ଓଭରରେ ୭ ଉଇକେଟ ହରାଇ ୧୬୩ ରନ କରିବାକୁ ସକ୍ଷମ ହୋଇଥିଲା।

ଦିଲ୍ଲୀ ପକ୍ଷରୁ କୁଲଦୀପ ଯାଦବ ଓ ବିପ୍ରଜ ନିଗମ ଦୁଇଟି ଲେଖାଏ ଉଇକେଟ ନେଇଥିଲେ। ଜବାବରେ ଦିଲ୍ଲୀ ମଧ୍ୟ ପ୍ରାରମ୍ଭିକ ବିପର୍ଯ୍ୟୟର ସମ୍ମୁଖୀନ ହୋଇଥିଲା। ଦଳ ୫୮ ରନ ମଧ୍ୟରେ ଫାଫ ଡୁ’ପ୍ଲେସିସ (୨), ଜେକ ଫ୍ରେଜର ମ୍ୟାକଗର୍କ (୭) ଓ ଅଭିଶେକ ପୋରେଲ (୭) ଓ ଅଧିନାୟକ ଅକ୍ଷର ପଟେଲ(୧୫)ଙ୍କ ଉଇକେଟ ହରାଇଥିଲା। ଏହାପରେ ଲୋକେଶ ରାହୁଲ ଓ ତ୍ରିସ୍ତାନ ଷ୍ଟବ୍ସ ଅବିଭାଜିତ ପଞ୍ଚମ ଉଇକେଟରେ ୧୧୧ ରନ ଯୋଡ଼ିଥିଲେ। ରାହୁଲ ୫୩ ବଲରେ ୯୩ (୭ ଚୌକା ଓ ୬ ଛକା) ଓ ଷ୍ଟବ୍ସ ୨୩ ବଲରେ ୩୮ (୪ ଚୌକା ଓ ୧ ଛକା) ରନ୍‌ କରି ଅପରାଜିତ ରହିଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

ଭାରତୀୟ ବାୟୁସେନାର ଟ୍ରେନି ବିମାନ ଦୁର୍ଘଟଣାଗ୍ରସ୍ତ

ପ୍ରୟାଗରାଜ,୨୧।୧: ଜାନୁଆରୀ ୨୧, ୨୦୨୬ ରେ, ପ୍ରୟାଗରାଜରେ ଏକ ସେନା ତାଲିମ ବିମାନ ଦୁର୍ଘଟଣାଗ୍ରସ୍ତ ହୋଇଥିଲା। ବିମାନଟି ହଠାତ ଖସି ପଡ଼ି ସହର ମଧ୍ୟଭାଗରେ ଥିବା...

ପଞ୍ଚାୟତିରାଜ ମନ୍ତ୍ରୀଙ୍କ ବଡ଼ ସୂଚନା: ୨୦୨୭ ସୁଦ୍ଧା ୧୫୦ ଜନସଂଖ୍ୟା ଥିବା ଗାଁକୁ ହେବ…

ଭୁବନେଶ୍ୱର,୨୧ା୧: ୨୦୨୭ ସୁଦ୍ଧା ରାଜ୍ୟର ୧୫୦ ଜନସଂଖ୍ୟା ଥିବା ଗାଁକୁ ରାସ୍ତା ହେବ। ଏନେଇ ପଞ୍ଚାୟତିରାଜ ମନ୍ତ୍ରୀ ରବି ନାରାୟଣ ନାଏକ ସୂଚନା ଦେଇଛନ୍ତି। ଆସନ୍ତା...

ଯାଉଥିବା ବେଳେ କୂଅରେ ପଡିଲେ ୩ ହାତୀ

ଦେବଗଡ଼,୨୦ା୧(ଶଶାଙ୍କ ଶେଖର ଝାଙ୍କର): ଦେବଗଡ଼ ଜିଲା ରିଆମାଳ ବନାଞ୍ଚଳ ରେଙ୍ଗାଳବେଡ଼ା ଫରେଷ୍ଟ ସେକ୍ସନ ଟିଙ୍କବୀର ବିଟ୍‌ହାଉସ୍‌ ଅନ୍ତର୍ଗତ ବରନାଳି ଗ୍ରାମର ଏକ କୂଅରୁ ମଙ୍ଗଳବାର ୩ଟି...

ଆମ ଟିମ ନ୍ୟୁଜିଲାଣ୍ଡ ଠାରୁ ଅଧିକ ମଜଭୁତ, ଟି ୨୦ ସିରିଜ ଜିତିବ, ଜାଣନ୍ତୁ କାହାର ବୟାନ ହେଉଛି ଭାଇରାଲ

ନୂଆଦିଲ୍ଲୀ,୨୧।୧: ଭାରତ ଏବଂ ନ୍ୟୁଜିଲାଣ୍ଡ ମଧ୍ୟରେ ପାଞ୍ଚ ମ୍ୟାଚ ବିଶିଷ୍ଟ ଟି-୨୦ ସିରିଜର ପ୍ରଥମ ମ୍ୟାଚ ବୁଧବାର ନାଗପୁରରେ ଖେଳାଯିବାକୁ ଯାଉଛି। ଏହି ମ୍ୟାଚକୁ ନେଇ...

ବାଲିପାଟଣାରେ ଗଡ଼ିଲା ମୁଣ୍ଡ

ଭୁବନେଶ୍ୱର,୨୧।୧: ଭୁବନେଶ୍ୱର ଉପକଣ୍ଠସ୍ଥ ବାଲିପାଟଣା ଭାପୁର ନାଥସାହିରେ ବୁଧବାର ଏକ ଅଭାବନୀୟ ଘଟଣା ସାମ୍ନାକୁ ଆସିଛି। ସାମାନ୍ୟ ବଚସାରୁ ଜଣେ ଯୁବକଙ୍କୁ ଗାଁର ଅନ୍ୟ ଜଣେ...

ଦୁନିଆର ସବୁଠୁ ବିପଦପୂର୍ଣ୍ଣ ରାସ୍ତା, ଯାତାୟାତ ସମୟରେ କିଛିକ୍ଷଣ ପାଇଁ ଅଟକି ଯାଏ ନିଃଶ୍ୱାସ

ବିଶ୍ୱର ଅନେକ ରାସ୍ତା ଅତ୍ୟନ୍ତ ବିପଦପୂର୍ଣ୍ଣ। ଗାଡ଼ି ଚଳାଇବା ସମୟରେ ସାମାନ୍ୟ ଭୁଲ ଜୀବନ ନେଇପାରେ। ତେଣୁ ଧର୍ଯ୍ୟର ସହିତ ଗାଡ଼ି ଚଳାଇବା ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ।...

ଶସ୍ତାରେ ମିଳିବ ଘର? ବଜେଟରେ ହେବ ବଡ଼ ଘୋଷଣା!

ନୂଆଦିଲ୍ଲୀ,୨୧।୧: ମଧ୍ୟବିତ୍ତ ବର୍ଗର ଲୋକଙ୍କ ପାଇଁ, ଘର ପାଇବା ଏବେ ବି ସ୍ୱପ୍ନ ସାକାର ହେବା ପରି ମନେହୁଏ। ଘରର ମୂଲ୍ୟ ଆକାଶଛୁଆଁ ହେଉଛି, ଏବଂ...

IPL 2026: ହେଲା ବଡ଼ ଘୋଷଣା! ଏହି ୧୮ ପଡ଼ିଆରେ ଖେଳାଯିବ IPL ମ୍ୟାଚ, ରହିଛି ଗୋଟିଏ ବିବାଦୀୟ ଗ୍ରାଉଣ୍ଡ

ନୂଆଦିଲ୍ଲୀ,୨୧।୧: ଇଣ୍ଡିଆନ ପ୍ରିମିୟର ଲିଗ ୨୦୨୬ ସମ୍ପର୍କରେ ଏକ ବଡ଼ ଖବର ସାମ୍ନାକୁ ଆସିଛି। ଏହି ସିଜିନରେ ମ୍ୟାଚ ଖେଳାଯିବ ବୋଲି ସ୍ଥାନ ଘୋଷଣା କରାଯାଇଛି।...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri