Posted inଜାତୀୟ

୩୦୦ ୟୁନିଟ ବିଜୁଳି, ଲାଡଲୀ ବେହେନ ଯୋଜନା, ବିଶୁଦ୍ଧ ପାଣି…ଦିଲ୍ଲୀରେ ଭାଜପା ଦେଇପାରେ ଏହି ସବୁ ପ୍ରତିଶ୍ରୁତି

ନୂଆଦିଲ୍ଲୀ,୯।୧: ଦିଲ୍ଲୀରେ ଆସନ୍ତା ମାସରେ ବିଧାନସଭା ନିର୍ବାଚନ ଅନୁଷ୍ଠିତ ହେବ। ନିର୍ବାଚନ ଜିତିବାକୁ ଭାରତୀୟ ଜନତା ପାର୍ଟି ଏଥର ଅଣ୍ଟା ଭିଡିଛି। ଖବର ମୁତାବକ ଦିଲ୍ଲୀବାସୀଙ୍କୁ ମାଗଣା ବିଜୁଳି ଘୋଷଣା କରିପାରେ ଭାଜପା।

ସୂତ୍ରରୁ ମିଳିଥିବା ଖବର ଅନୁଯାୟୀ ଭାଜପା ଦିଲ୍ଲୀରେ ୩୦୦ ୟୁନିଟ ପର୍ଯ୍ୟନ୍ତ ମାଗଣା ବିଜୁଳି ଘୋଷଣା କରିପାରେ। ଏହାସହିତ ପାର୍ଟି ମନ୍ଦିର ଏବଂ ଗୁରୁଦ୍ୱାର ଭଳି ଧାର୍ମିକ ସ୍ଥାନ ମାନଙ୍କୁ ୫୦୦ ୟୁନିଟ ପର୍ଯ୍ୟନ୍ତ ମାଗଣା ବିଜୁଳି ପ୍ରଦାନ କରିବାକୁ ଯୋଜନା କରୁଛି।

ଭାଜପା ମହିଳାମାନଙ୍କ ପାଇଁ ଲାଡଲି ବେହେନ ଯୋଜନା ଭଳି ଏକ ସ୍ୱତନ୍ତ୍ର ଯୋଜନା ମଧ୍ୟ ଘୋଷଣା କରିପାରେ। ଦଳ ପାଇପଲାଇନ ମାଧ୍ୟମରେ ମାଗଣା ବିଶୁଦ୍ଧ ପାଣି ଯୋଗାଇବାକୁ ମଧ୍ୟ ପ୍ରତିଶ୍ରୁତି ଦେଇପାରେ।

ସେପଟେ ଆମ ଆଦମୀ ପାର୍ଟି ଭୋଟରଙ୍କୁ ଆକୃଷ୍ଟ କରିବା ପାଇଁ ଏପ୍ରକାର ଯୋଜନା ଗୁଡିକର ବର୍ଷା କରିଛି। କ୍ଷମତାରେ ଥିବା ଆପ୍ ଗତ ଏକ ମାସ ହେଲା ନିର୍ବାଚନୀ ପ୍ରତିଶ୍ରୁତି ଘୋଷଣା କରିବାରେ ଲାଗିଛି। ପାର୍ଟି ମହିଳାଙ୍କ ଠାରୁ ଆରମ୍ଭ କରି ବୟସ୍କ, ଅଟୋ ଡ୍ରାଇଭର ଏବଂ ପୂଜାରୀମାନଙ୍କ ପର୍ଯ୍ୟନ୍ତ ବଡ ଯୋଜନା ଘୋଷଣା କରିଛି।

ଏଥିରେ ବୟସ୍କଙ୍କ ପାଇଁ ସଞ୍ଜୀବନୀ ଯୋଜନା, ନିର୍ବାଚନରେ ​​ଜିତିବା ପରେ ମହିଳାଙ୍କୁ ୨୧୦୦ ଟଙ୍କା, ଅଟୋ ଚାଳକଙ୍କ ପାଇଁ ୧୦ ଲକ୍ଷ ଟଙ୍କାର ବୀମା ଏବଂ ପୂଜାରୀଙ୍କ ପାଇଁ ୧୮,୦୦୦ ଟଙ୍କା ଦରମା ପ୍ରଦାନର ପ୍ରତିଶ୍ରୁତି ଅନ୍ତର୍ଭୁକ୍ତ।

ସେହିଭଳି କଂଗ୍ରେସ ମହିଳାଙ୍କ ପାଇଁ ପ୍ୟାରୀ ଦିଦି ଯୋଜନାର ମଧ୍ୟ ପ୍ରତିଶ୍ରୁତି ଦେଇଛି। କଂଗ୍ରେସ କହିଛି ଯେ କର୍ଣ୍ଣାଟକ ପରି ସେମାନେ ଦିଲ୍ଲୀରେ ମହିଳାଙ୍କୁ ସୁବିଧା ଦେବେ। ଦିଲ୍ଲୀରେ କ୍ଷମତାକୁ ଆସିବା ପରେ ପ୍ରଥମ କ୍ୟାବିନେଟ ବୈଠକରେ ଏହି ଯୋଜନା କାର୍ଯ୍ୟକାରୀ କରାଯିବ। କର୍ଣ୍ଣାଟକରେ, କଂଗ୍ରେସ ମହିଳାଙ୍କ ପାଇଁ ସମାନ ମଡେଲରେ ଗୃହଲକ୍ଷ୍ମୀ ଯୋଜନା କାର୍ଯ୍ୟକାରୀ କରିଛି।


Enter your email to get our daily news in your inbox.

All Right Reserved By Dharitri.Com

ଓଡ଼ିଶାର ଶ୍ରେଷ୍ଠ ପାଞ୍ଚ ଜଳ ପ୍ରପାତ

ସାନଘାଗରା ଜଳପ୍ରପାତ କେନ୍ଦୁଝର ସହରଠାରୁ ମାତ୍ର ୬ କି.ମି. ଦୂରରେ ରହିଛି ସାନଘାଘରା ଜଳପ୍ରପାତ। ସାନମାଛ କାନ୍ଦଣା ନଦୀର ଜଳ ଏଠାରେ ତଳକୁ ବିରାଟକାୟ ସ୍ରୋତରେ କଚାଡ଼ି…

ଭୁବନେଶ୍ୱର ଫୁଲ ଦୋକାନ

ଫର୍ନସ ଏନ୍‌ ପେଟାଲ୍‌ସ   ଏହା ରାଜଧାନୀର ଏକ ବଡ଼ ଫୁଲ ଦୋକାନ ଭାବେ ପରିଗଣିତ। ୧୧ବର୍ଷ ତଳେ ପ୍ରଥମ କରି ଶହୀଦନଗରରେ ଆରମ୍ଭ ହୋଇଥିଲା। ବର୍ତ୍ତମାନ…

ଶ୍ରେଷ୍ଠ ପାଞ୍ଚ ଭୁବନେଶ୍ୱର ଜିମ

କଳିଙ୍ଗ ଫିଟନେସ୍‌ ଜୟଦେବ ବିହାର ରୋଡ ବିଜୁ ପଟ୍ଟନାୟକ କଲେଜ ନିକଟରେ ରହିଛି କଳିଙ୍ଗ ଫିଟନେସ ଜିମ୍‌। ୪ବର୍ଷ ତଳେ ଖୋଲାଯାଇଥିବା ଏହି ଜିମ୍‌ରେ ସବୁ ପ୍ରକାର…

ଓଡ଼ିଶାର ଶ୍ରେଷ୍ଠ ପାଞ୍ଚ ପର୍ଯ୍ୟଟନସ୍ଥଳ

ସପ୍ତଶଯ୍ୟା ଢେଙ୍କାନାଳ ଜିଲାରେ ଅବସ୍ଥିତ ସପ୍ତଶଯ୍ୟା ପର୍ଯ୍ୟଟନ ସ୍ଥଳ ସାତ ପାହାଡ଼, ଝରଣା ଏବଂ ଜଙ୍ଗଲରେ ପରିପୂର୍ଣ୍ଣ। ଏଠାରେ ରହିଛି ଶ୍ରୀରାମଙ୍କ ମନ୍ଦିର। ସପ୍ତଶଯ୍ୟାର ଶୀତଳ ପରିବେଶ…

କଟକ ଦହିବରା ଆଳୁଦମ

ବାରବାଟୀ ଷ୍ଟାଡିୟମର ରମେଶ ଗୋଛି ସକାଳ ୭ଟାରୁ ଆରମ୍ଭ କରି ରାତି ୧୦ଟା ଯାଏ ବାରବାଟୀ ଷ୍ଟାଡିୟମ ନିକଟରେ ରମେଶଙ୍କ ଷ୍ଟଲ ଖୋଲିଥାଏ। ପରିବାରର ସବୁ ସଦସ୍ୟ…

ଶ୍ରେଷ୍ଠ ପାଞ୍ଚ ଭୁବନେଶ୍ୱରର ପାର୍କ

ମହାତ୍ମା ଗାନ୍ଧୀ ପାର୍କ ପାର୍କଟି ଜୟଦେବ ବିହାରସ୍ଥିତ ନନ୍ଦନକାନନ ରୋଡ୍‌ର ଜନତା ମଇଦାନ ନିକଟରେ ଅବସ୍ଥିତ। ପାର୍କ ଭିତରେ ମହାତ୍ମା ଗାନ୍ଧୀଙ୍କ ପ୍ରାର୍ଥନା କରୁଥିବା ମୁଦ୍ରାରେ ମୂର୍ତ୍ତି…

ଶ୍ରେଷ୍ଠ ପାଞ୍ଚ ପୁରୀର ମଠ

ହାତୀ ଆଖଡ଼ା ମଠ ପୁରୀ ବଳଗଣ୍ଡି ନିକଟରେ ବଡ଼ଦାଣ୍ଡର ମୁଖ୍ୟ ରାସ୍ତାରେ ହାତୀ ଆଖଡା ମଠ ଅବସ୍ଥିତ। ଶ୍ରୀରାମାନନ୍ଦୀ ସମ୍ପ୍ରଦାୟର ନିର୍ବାଣୀ ଆଖଡା ରୂପେ ଏହା ପରିଚିତ।…

ଶ୍ରେଷ୍ଠ ପାଞ୍ଚ ଓଡ଼ିଶାର ପ୍ରସିଦ୍ଧ ଶୈବପୀଠ

ହରିଶଙ୍କର ବଲାଙ୍ଗୀରଠାରୁ ୮୦ କି.ମି. ଦୂରରେ ଗନ୍ଧମାର୍ଦ୍ଦନ ପର୍ବତ ପାଦଦେଶରେ ଅବସ୍ଥିତ ପ୍ରସିଦ୍ଧ ତୀର୍ଥ ତଥା ଶୈବପୀଠ ହରିଶଙ୍କର। ଏଠାକାର ମନ୍ଦିରର ପରିବେଶ ଏବଂ ଆକର୍ଷଣୀୟ ଝରଣା…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?