ମାପଚୁପ ରିପୋର୍ଟ ଦାଖଲରେ ବିଳମ୍ବ

ଯାଜପୁର,୨୬ା୪(ହର୍ଷବର୍ଦ୍ଧନ ବେହେରା): ଶିଳ୍ପାୟନ ନାମରେ ଯାଜପୁର ଜିଲାରେ ଶିଳ୍ପସଂସ୍ଥାଙ୍କ ମନମାନି ବଢିବାରେ ଲାଗିଛି। କାରଖାନା ପ୍ରତିଷ୍ଠା ପାଇଁ ଶିଳ୍ପପତିମାନେ ଭୂଅର୍ଜନ ସକାଶେ ଇଡ୍‌କୋ ଜରିଆରେ ଦରଖାସ୍ତ କରି ଜମି ଅକ୍ତିଆର କରୁଛନ୍ତି। ଉକ୍ତ ଜମିରେ ଯଦି ବହୁ ମୂଲ୍ୟବାନ ଲଘୁ ଖଣିଜ ଦ୍ରବ୍ୟ ମିଳିଲା ତେବେ ସଂପୃକ୍ତ ଶିଳ୍ପସଂସ୍ଥାଙ୍କ ଲଟେରୀ ଖୋଲି ଯାଉଛି। ଏଭଳି ଏକ ସଦ୍ୟତମ ଉଦାହରଣ ଦେଖିବାକୁ ମିଳିଛି ଭିସିଆଇ କେମିକାଲ ପ୍ରାଇଭେଟ ଲିଃ ନାମକ ଶିଳ୍ପ ସଂସ୍ଥା କ୍ଷେତ୍ରରେ। ଏହି ଶିଳ୍ପ ସଂସ୍ଥାକୁ କଳିଙ୍ଗନଗର ଶିଳ୍ପାଞ୍ଚଳର ଦାନଗଦି ତହସିଲ ଅନ୍ତର୍ଗତ ଯଖପୁରା ଗ୍ରାମରେ ମିଳିଥିବା ୨୨ ଏକର ଜମିରୁ ଗତ ପ୍ରାୟ ୩ ମାସ ହେବ ବେଆଇନ ମୋରମ ଉତ୍ତୋଳନ ଜାରି ରହିଛି। ଏନେଇ ଧରିତ୍ରୀରେ ଖବର ପ୍ରକାଶ ପାଇବା ପରେ ଗତ ୧୮ ତାରିଖରେ ଏକ ବେସରକାରୀ ସଂସ୍ଥା ଦ୍ୱାରା ଡ୍ରୋନ କ୍ୟାମେରା ଲଗାଇ ମୋରମ ଲୁଟ ଉପରେ ଆକଳନ କରାଯାଇଛି। ହେଲେ ଏଯାଏ ମାପଚୁପର ରିପୋର୍ଟ ମିଳି ନ ଥିବାରୁ ଭିସିଆଇ ବିରୋଧରେ ଆବଶ୍ୟକ କାର୍ଯ୍ୟାନୁଷ୍ଠାନ ଗ୍ରହଣ ହୋଇ ନ ଥିବା ଜଣାପଡିଛି।
ଇତିମଧ୍ୟରେ ଲଘୁ ଖଣି ବିଭାଗ, ସାଟୋଲାଇଟ ମାପଚୁପ କରିଥିବା ବେସରକାରୀ ସଂସ୍ଥା ଏବଂ ଭିସିଆଇ କମ୍ପାନୀ କର୍ତ୍ତୃପକ୍ଷଙ୍କ ମଧ୍ୟରେ ଭିତିରିଆ ବୁଝାମଣା ହୋଇ ମାପଚୁପ ଆକଳନକୁ ରଫାଦଫା କରିବାକୁ ଉଦ୍ୟମ ହେଉଥିବା ସାଧାରଣରେ ଚର୍ଚ୍ଚା ହେଉଛି। ଧର୍ମଶାଳା ତହସିଲ ଅଞ୍ଚଳରେ ଅନୁମୋଦନଠାରୁ ଢେର ଗୁଣ ଅଧିକ କଳାପଥର ଲୁଟ ଅଭିଯୋଗ ଉପରେ ସାଟୋଲାଇଟ ମାପଚୁପ କରି କେତେଜଣ ଲିଜ୍‌ଧାରୀଙ୍କଠାରୁ ପ୍ରାୟ ୩୦୦ କୋଟି ଟଙ୍କା ଜରିମାନା ଆଦାୟ କରିବାକୁ ନିର୍ଦ୍ଦେଶ ହୋଇଛି। କିନ୍ତୁ ଏଯାଏ ସମ୍ପୂର୍ଣ୍ଣ ଭାବେ ଜରିମାନା ଆଦାୟ ହୋଇ ପାରିନାହିଁ। ଏଭଳିସ୍ଥିତିରେ ଭିସିଆଇ କମ୍ପାନୀ ଉପରେ ସାଟୋଲାଇଟ ମାପଚୁପର ପ୍ରଭାବ କେତେ ପଡିବ ତାହା ସାଧାରଣରେ ଆଶଙ୍କା ପ୍ରକାଶ ପାଇଛି। ତେବେ ଉକ୍ତ କଳା ବେପାରକୁ ଚପାଇ ଦେବାକୁ କେତେଜଶ ରାଜନେତାଙ୍କ ଚାପ ପଡୁଥିବା ମଧ୍ୟ ଆଲୋଚନା ହେଉଛି। ଅନ୍ୟପକ୍ଷେ ଭିସିଆଇ କମ୍ପାନୀ ସମେତ ଇମ୍ଫା, ଜଟିଆ ଷ୍ଟିଲ ପ୍ରଭୃତି ଶିଳ୍ପସଂସ୍ଥା ଜମି ନେଇ ସେଠାରୁ ମୋରମ ଲୁଟ୍‌ କରୁଥିବା ଭାଜପା ପକ୍ଷରୁ ଅଭିଯୋଗ ହୋଇଛି। ଯଖପୁରା ଏବଂ କଚେରୀ ଗାଁ ଗ୍ରାମରେ ୧.୦ ଏଲଟିପିଏ କ୍ଷମତା ବିଶିଷ୍ଟ ଗ୍ରୀନ ଫିଲ୍ଡ କୋଲଟାର ଡିଷ୍ଟିଲେଶନ ପ୍ରକଳ୍ପ ପ୍ରସ୍ତାବ ରହିଛି। ଗତ ୧୯ା୧୧ା୨୦୨୩ରେ ଦାନଗଦି ଭବନଠାରେ ଅନୁଷ୍ଠିତ ସର୍ବସାଧାରଣ ଶୁଣାଣିରେ ଜନକଲ୍ୟାଣ, ସାମାଜିକ ଦାୟିତ୍ୱବୋଧ କାର୍ଯ୍ୟ ଏବଂ ପରିବେଶ ସୁରକ୍ଷାକୁ ଗୁରୁତ୍ୱ ଦେଇ କମ୍ପାନୀ ପ୍ରତିଷ୍ଠା କରାଯିବ ବୋଲି ପ୍ରତିଶ୍ରୁତି ଦିଆଯାଇଛି। କିନ୍ତୁ ଜନଶୁଣାଣୀରେ ପ୍ରଭାବିତ ଅଞ୍ଚଳବାସୀଙ୍କ ଦ୍ୱାରା ଉତ୍‌ଥାପିତ ସ୍ଥାନୀୟ ନିଯୁକ୍ତି ସମ୍ପର୍କରେ କମ୍ପାନୀ କର୍ତ୍ତୃପକ୍ଷ ପଦଟିଏ ବି ଜନଶୁଣାଣୀ ବିବରଣୀରେ ପ୍ରତିଶ୍ରୁତି ଦେଇ ନାହାନ୍ତି। ଏହି କ୍ରମରେ କ୍ଷତିଗ୍ରସ୍ତ ପ୍ରଜାଙ୍କ ମଧ୍ୟରେ ଅସନ୍ତୋଷ ବୃଦ୍ଧି ହୋଇଛି।
ଯୋଗ୍ୟତା ଅନୁସାରେ ନିଯୁକ୍ତି ଏବଂ ଉପଯୁକ୍ତ କ୍ଷତିପୂରଣ ନ ମିଳିବା ପର୍ଯ୍ୟନ୍ତ କାରଖାନା ନିର୍ମାଣକୁ ବିରୋଧ କରାଯିବ ବୋଲି ଅଞ୍ଚଳବାସୀ ଦାବି କରିଛନ୍ତି। ହେଲେ ଭିସିଆଇ କମ୍ପାନୀ ମୋରମ ଲୁଟରେ ବ୍ୟସ୍ତ ଥିବାରୁ ଅଞ୍ଚଳବାସୀଙ୍କ ସମସ୍ୟା ପ୍ରତି ଆଖି ବୁଜି ଦେଇଥିବା ସହ କାରଖାନା କାର୍ଯ୍ୟ ଆରମ୍ଭ କରି ପାରିନାହିଁ ବୋଲି ଅଭିଯୋଗ ହୋଇଛି। ଅନ୍ୟପକ୍ଷେ କମ୍ପାନୀକୁ ମିଳିଥିବା ଜମିରୁ ପ୍ରାୟ ୧୦ ଏକରରୁ ୨୦ କୋଟିରୁ ଊର୍ଦ୍ଧ୍ୱ ଟଙ୍କାର ମୋରମ ଲୁଟ୍‌ ହୋଇଥିବା ଚର୍ଚ୍ଚା ହେଉଛି। ତେଣୁ ଉକ୍ତ ଲୁଟ୍‌ ଟଙ୍କାରୁ କେତେକ ଅଧିକାରୀଙ୍କୁ ନିଜ ଆୟତ୍ତରେ ରଖି ଜରିମାନା ଅର୍ଥକୁ ଅତି କମ କରିଦେବାକୁ ପ୍ରୟାସ ଚାଲିଛି। ଏ ସଂକ୍ରାନ୍ତରେ ଯାଜପୁର ଲଘୁ ଖଣି ବିଭାଗର ଉପନିର୍ଦ୍ଦେଶକ ଜୟପ୍ରକାଶ ନାୟକଙ୍କୁ ପଚାରିବାରୁ ସେ କହିଛନ୍ତି, ମାପଚୁପ କରିଥିବା ସଂସ୍ଥା ଏଯାଏ ରିପୋର୍ଟ ଦାଖଲ କରିନାହିଁ। ରିପୋର୍ଟ ଅନୁସାରେ ଆବଶ୍ୟକ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ।


Enter your email to get our daily news in your inbox.

All Right Reserved By Dharitri.Com

ଡେବ୍ୟୁ ମ୍ୟାଚରେ କମାଲ କଲେ କୁପର କନୋଲି; ଗୁଜରାଟ ମୁହଁରୁ ବିଜୟ ଛଡ଼ାଇ ଆଣିଲା ପଞ୍ଜାବ

ନୂଆଦିଲ୍ଲୀ,୩୧।୩: ଆଇପିଏଲ୍‌ ୨୦୨୫ର ଉପବିଜେତା ପଞ୍ଜାବ କିଙ୍ଗସ ନୂଆ ସିଜନ୍‌ରେ ନିଜର ବିଜୟ ଯାତ୍ରା ଆରମ୍ଭ କରିଛି। ଶ୍ରେୟସ ଆୟରଙ୍କ ନେତୃତ୍ୱାଧୀନ ପଞ୍ଜାବ ଟିମ ଏକ କଡ଼ା…

ନିଜ ହାତରେ ବାସନ ଧୋଇଲେ ପ୍ରିୟଙ୍କା ଚୋପ୍ରା; ସ୍ୱର୍ଣ୍ଣ ମନ୍ଦିରରେ ସେବା କରି ଜିତିଲେ କୋଟି କୋଟି ପ୍ରଶଂସକଙ୍କ ମନ

ଅମୃତସର: ବଲିଉଡରୁ ହଲିଉଡ ପର୍ଯ୍ୟନ୍ତ ନିଜର ସ୍ବତନ୍ତ୍ର ପରିଚୟ ସୃଷ୍ଟି କରିଥିବା ଅଭିନେତ୍ରୀ ପ୍ରିୟଙ୍କା ଚୋପ୍ରା ଏବେ ଭାରତ ଗସ୍ତରେ ଅଛନ୍ତି। ନିକଟରେ ସେ ଅମୃତସରର ପବିତ୍ର…

ଭାରତ-ଚାଇନା ସମ୍ପର୍କରେ ନୂଆ ଅଧ୍ୟାୟ: ଆକାଶ ମାର୍ଗରେ ଯୋଡ଼ିହେବେ ଦୁଇ ପ୍ରତିଦ୍ୱନ୍ଦ୍ୱୀ, ସାଂଘାଇ ସହିତ…

ନୂଆଦିଲ୍ଲୀ/ସାଂଘାଇ,୩୧।୩: ଭାରତ ଏବଂ ଚାଇନା ମଧ୍ୟରେ କୋଭିଡ ମହାମାରୀ ଏବଂ ଥିବା କୂଟନୈତିକ ତିକ୍ତତା ଯୋଗୁ ଦୀର୍ଘ ଦିନ ଧରି ବନ୍ଦ ରହିଥିବା ବିମାନ ସେବା ଏବେ…

ପେଟ୍ରୋଲ, ଡିଜେଲ, ଗ୍ୟାସ ଅଭାବକୁ ନେଇ ବଡ଼ କଥା କହିଦେଲେ ମୁଖ୍ୟମନ୍ତ୍ରୀ, ରାଜ୍ୟବାସୀ…

ଭୁବନେଶ୍ୱର, ୩୧।୩: ମଧ୍ୟପ୍ରାଚ୍ୟରେ ଲାଗିରହିଥିବା ଯୁଦ୍ଧ ପରିସ୍ଥିତି ଏବଂ ଏହାର ସମ୍ଭାବ୍ୟ ପ୍ରଭାବକୁ ନେଇ ଓଡ଼ିଶା ସରକାର ସମ୍ପୂର୍ଣ୍ଣ ସଜାଗ ଅଛନ୍ତି। ବିଧାନସଭାରେ ବ୍ୟୟ ମଞ୍ଜୁରୀ ବିଲ…

ଗୁଣିଗାରେଡ଼ି ସନ୍ଦେହରେ ବୃଦ୍ଧଙ୍କୁ ହତ୍ୟା, ୪ ଗିରଫ

ସୁନ୍ଦରଗଡ଼, ୩୧।୩(ଜୟନାରାୟଣ ମେଣ୍ଡୁଳି)-ବର୍ତ୍ତମାନର ବିଜ୍ଞାନ ଯୁଗରେ ମଧ୍ୟ ଆଦିବାସୀ ଅଧ୍ୟୁଷିତ ସୁନ୍ଦରଗଡ଼ ଜିଲାରେ ଲୋକଙ୍କ ମଧ୍ୟରେ ଅନ୍ଧବିଶ୍ୱାସ ଭରି ରହିଛି। ଏହି ଅନ୍ଧବିଶ୍ବାସ ଯୋଗୁ ସୋମବାର ରାତିରେ…

ଟ୍ରମ୍ପଙ୍କ ଚେତାବନୀ…’ତେଲ ଦରକାର ତ ଆମଠୁ କିଣ, ନଚେତ୍ ହର୍ମୁଜ୍‌କୁ ନିଜେ ଦଖଲ କର’

ୱାଶିଂଟନ,୩୧।୩: ଇରାନ ଯୁଦ୍ଧ ମଧ୍ୟରେ ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ନିଜର ସହଯୋଗୀ ଦେଶମାନଙ୍କ ଉପରେ ବର୍ଷିଛନ୍ତି। ଯୁଦ୍ଧରେ ବ୍ୟାକଫୁଟକୁ ଯିବା ପରେ ରାଗିଯାଇ ଟ୍ରମ୍ପ ନିଜର…

ରାସ୍ତାରେ ଷଣ୍ଢକୁ ଧକ୍କା ଦେଇ ଗଛରେ ପିଟଥିଲେ ବାଇକ୍‌ , ଚାଲିଗଲା ଜୀବନ ଦୁର୍ଘଟଣାରେ ବାଇକ ଚାଳକକଙ୍କ ମୃତ୍ୟୁ

ଦିଗପହଣ୍ଡି,୩୧।୩(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ବ୍ଲକ ବମୋକେଇ ପଞ୍ଚାୟତ କୁକୁଟବନ୍ଧ ଗାଁ ଛକରେ ମଙ୍ଗଳବାର ଅପରାହ୍ନ ପ୍ରାୟ ସାଢେ ୪ଟାରେ ଦୁର୍ଘଟଣାରେ ଜଣେ ଯୁବକଙ୍କ…

୩୦ ବର୍ଷ ସରକାରୀ ସେବା ନିୟମିତ ନ ହୋଇ ଅବସର ନେଲେ ଟୁନା ଜେନା

ଭଞ୍ଜନଗର,୩୧।୩(ବାବୁଲା ପ୍ରଧାନ): ତ୍ରୁଟିପୂର୍ଣ୍ଣ ସରକାରୀ ବିଧି ବ୍ୟବସ୍ଥା ଭିତରେ ଜଣେ ଚତୁର୍ଥ ଶ୍ରେଣୀ କର୍ମଚାରୀ ୩୦ ବର୍ଷ ସରକାରୀ ସେବା ଯୋଗାଇଥିଲେ ମଧ୍ୟ ନିୟମିତ କର୍ମଚାରୀ ମାନ୍ୟତା…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri