ନୂଆପଡ଼ା,୨୩ା୪ (ମକାରୁ ବେମାଲ)-ଜଙ୍ଗଲ ଅଧିକାର ଆଇନ ୨୦୦୬ ଓ ସଂଶୋଧିତ ଆଇନ ୨୦୧୨ କାର୍ଯ୍ୟକାରିତାରେ ପ୍ରଶାସନର ଅହେତୁକ ବିଳମ୍ବ ସାଙ୍ଗକୁ ପଟ୍ଟା ପ୍ରଦାନରେ ସ୍ବଚ୍ଛତା ରହୁ ନ ଥିବା ଅଭିଯୋଗକରି ନୂଆପଡ଼ା ଜିଲା ଜମି ଜଙ୍ଗଲମୁକ୍ତି ଆନ୍ଦୋଳନ କମିଟି ଜିଲାପାଳ ମଧୁସୂଦନ ଦାଶଙ୍କ ଅଭିଯୋଗ ଶୁଣାଣି ଶିବିରରେ ଫେରାଦ ହୋଇଛି। କମିଟିର ଜିଲା ଆବାହକ ମେଘନାଦ ଖର୍ସେଲଙ୍କ ନେତୃତ୍ୱରେ ସଦସ୍ୟମାନେ ଜିଲାପାଳଙ୍କୁ ଭେଟି ବିଭିନ୍ନ ପ୍ରସଙ୍ଗରେ ଆଲୋଚନା କରିଥିଲେ। ପ୍ରକାଶ ଯେ, ଅନୁସୂଚିତ ଜନଜାତି ଓ ଅନ୍ୟାନ୍ୟ ପାରମ୍ପରିକ ବନବାସୀ ପୁରୁଷାନୁକ୍ରମେ ଜଙ୍ଗଲ ଜମି ଦଖଲକରି ଚାଷବାସକରି ପରିବାର ପ୍ରତିପୋଷଣ କରିବା ସହ ଜଙ୍ଗଲ ସୁରକ୍ଷା କରିଆସୁଛନ୍ତି। ଏମାନଙ୍କୁ ଏହି ଜମିର ଅଧିକାର ପ୍ରଦାନ ପାଇଁ ରାଜ୍ୟରେ ମୋ ଜଙ୍ଗଲ ଜମି ଯୋଜନା ଆରମ୍ଭ କରାଯାଇଥିଲେ ସୁଦ୍ଧା ଏହାର କାର୍ଯ୍ୟକାରିତାରେ ବିଳମ୍ବ ହେଉଥିବା କାରଣରୁ ବ୍ୟକ୍ତିଗତ ପଟ୍ଟା ପ୍ରଦାନ ସାଙ୍ଗକୁ ଗୋଷ୍ଠୀ ଜଙ୍ଗଲ ସମ୍ବଳ ଅଧିକାର ପ୍ରଦାନରେ ବିଳମ୍ବ ହେଉଥିବା ନେଇ କମିଟି ଅସନ୍ତୋଷ ପ୍ରକାଶ କରିଛି। ଏହାକୁ ନେଇ ଗତ ଅକ୍ଟୋବର ୨୦୨୪ରେ କମିଟି ପକ୍ଷରୁ ଜିଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖରେ ଧାରଣା ଦିଆଯାଇଥିଲା। ସେତେବେଳେ ନୂଆପଡ଼ା ଜିଲାପାଳ, ବନଖଣ୍ଡ ଅଧିକାରୀ, ଉପଜିଲାପାଳ, ଜିଲା ମଙ୍ଗଳ ଅଧିକାରୀ କମିଟି ସହ ଆଲୋଚନା କରି ୨ମାସ ମଧ୍ୟରେ ସମସ୍ତ ଦାବି ପୂରଣ ପାଇଁ ପ୍ରତିଶ୍ରୁତି ଦେଇଥିଲେ। ହେଲେ ଆଜକୁ ୬ ମାସ ବିତିଯାଇଥିଲେ ସୁଦ୍ଧା ପଦକ୍ଷେପ ନିଆଯାଇନାହିଁ ବୋଲି କମିଟି ପ୍ରକାଶ କରିଛି। ଗୋଟିଏ ମାସ ମଧ୍ୟରେ କାର୍ଯ୍ୟକାରୀ ନ ହେଲେ ଆସନ୍ତା ମାସ ଜିଲାପାଳ ଅଭିଯୋଗ ଶୁଣାଣି ଶିବିରସ୍ଥଳରେ ଧାରଣା ଦିଆଯିବ ବୋଲି କମିଟି ପ୍ରକାଶ କରିଛି। ଅନ୍ୟମାନଙ୍କ ମଧ୍ୟରେ ଶୁଭ୍ରାଂଶୁ କୁମାର ନାଏକ, ଚୈତନ୍ୟ ମାଝି, ବାବାଜୀ ମାଝି, ଲକ୍ଷ୍ମଣ ମାଝି, ମନୋହର ମାଝି, ଉମାକାନ୍ତ ନାଗ, ରୁଦ୍ର ସିଂ ମାଝି ସମେତ ଜଙ୍ଗଲ ଜମି ହିତାଧିକାରୀ ସାମିଲ ରହିଥଲେ।
ଫଟୋ -(ଦାବିପତ୍ର ଦେବା ପାଇଁ ଆସିଥିବା କମିଟି କର୍ମକର୍ତ୍ତା ଓ ଅନ୍ୟମାନେ। କାର୍ଯ୍ୟକାରୀ ନ ହେଲେ ଧାରଣା
କ