ଆମ୍ବୁଲାନ୍ସ ପହଞ୍ଚିବାରେ ବିଳମ୍ବ: ଚାଲିଗଲା ରୋଗୀଙ୍କ ଜୀବନ, ସ୍ବାସ୍ଥ୍ୟକେନ୍ଦ୍ର ପରିସରରେ ଉତ୍ତେଜନା

ପାଟଣା,୧ା୩(ବୀରକିଶୋର ଦାଶ): କେନ୍ଦୁଝର ଜିଲା ପାଟଣା ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ରରେ ରବିବାର ମଧ୍ୟାହ୍ନରେ ରୋଗୀଙ୍କ ମୃତ୍ୟୁ ନେଇ ଉତ୍ତେଜନା ପ୍ରକାଶ ପାଇଛି। ଆମ୍ବୁଲାନ୍ସ ବିଳମ୍ବରେ ପହଞ୍ଚିବା ନେଇ ନେଇ ପାଟଣା ସ୍ବାସ୍ଥ୍ୟକେନ୍ଦ୍ର ପରିସରରେ ଉତ୍ତେଜନା ପ୍ରକାଶ ପାଇଛି। ମୃତକଙ୍କ ସମ୍ପର୍କୀୟ ଓ ଡାକ୍ତରଙ୍କ ମଧ୍ୟରେ ମୁହାଁମୁହିଁ ପରିସ୍ଥିତି ଦେଖିବାକୁ ମିଳିଥିଲା। ମୃତକ ଜଣକ ହେଉଛନ୍ତି ଘଟଗାଁ ବ୍ଲକ ରାମଚନ୍ଦ୍ରପୁର ଗ୍ରାମର ଭୂୟାଁ ମୁଣ୍ଡା। ସେ ଜ୍ୱରରେ ପୀଡ଼ିତ ହୋଇ ଗୁରୁତର ହେବାରୁ ପାଟଣା ମେଡିକାଲ ଆଣିଥିଲେ ପରିବାର ଲୋକେ। କେନ୍ଦୁଝର ରେଫର ପରେ ଆମ୍ବୁଲାନ୍ସ ବିଳମ୍ବରେ ଆସିବାରୁ ରୋଗୀଙ୍କ ମୃତ୍ୟୁ ହୋଇଥିଲା। ବିଳମ୍ବିତ ରାତିରେ ରେଫର ହେବା ପରେ ଆମ୍ବୁଲାନ୍ସ ପହଞ୍ଚି ନ ଥିଲା। ଡାକ୍ତରଖାନା କର୍ତ୍ତୃପକ୍ଷଙ୍କ ଅବହେଳା ଯୋଗୁ ରୋଗୀଙ୍କ ମୃତ୍ୟୁ ହୋଇଥିବା ଅଭିଯୋଗ ଆଣିଛନ୍ତି ପରିବାର ଲୋକେ।

ଅନ୍ୟପକ୍ଷରେ ଚିକିତ୍ସା କରିଥିବା ଡାକ୍ତର ନିରଞ୍ଜନ ସାହୁ କହିଛନ୍ତି ଆମେ ଚିକିତ୍ସାରେ କୌଣସି ଅବହେଳା କରିନାହୁଁ। ଗତକାଲି ଆମ୍ବୁଲାନ୍ସ ବିଳମ୍ବରେ ମିଳିଥିଲା। ମୁଁ କାହାରିକୁ ଦୁର୍ବ୍ୟବହାର କରିନାହିଁ। ରାତି ୧୨ଟାରେ ୨ଜଣ ନିଶାସକ୍ତ ଯୁବକ ଆସି ଓଲଟି ପ୍ରଥମେ ସିକ୍ୟୁରିଟି ପରେ ଆମକୁ ଦୁର୍ବ୍ୟବହାର କରିଥିଲେ। ମୁଁ ନିଜକୁ ସୁରକ୍ଷା ଦେବାକୁ ଯାଇ କେବଳ ମୋ ପକ୍ଷ ରଖୁଥିଲି। ଏନେଇ ମୁଁ ପାଟଣା ଥାନାରେ ଅଭିଯୋଗ କରିଛି। ଦିନ ୧୨.୩୦ ପର୍ଯ୍ୟନ୍ତ ମୃତଦେହ ବ୍ୟବଚ୍ଛେଦ ହୋଇନାହିଁ। ଘଟଣାସ୍ଥଳରେ ପାଟଣା ପୋଲିସ ପହଞ୍ଚି ସ୍ଥିତି ନିୟନ୍ତ୍ରଣ କରିଥିବା ପର୍ଯ୍ୟନ୍ତ ଘଟଗାଁ ପୋଲିସ ପହଞ୍ଚି ନାହିଁ।

Dharitri –Odisha’s No.1 Trusted Odia Daily

Enter your email to get our daily news in your inbox.

All Right Reserved By Dharitri.Com

Posted inHome, Home Left View All

ବ୍ୟାଟ ବଲ ଉପରେ ବୋମା ବାରୁଦର ପ୍ରଭାବ, IPL 2026ରେ ବିଦେଶୀ ଖେଳାଳିଙ୍କ ଆସିବାକୁ ନେଇ ବଢୁଛି ସସପେନ୍ସ…

ନୂଆଦିଲ୍ଲୀ,୧।୩: IPL 2026 ପାଇଁ ପ୍ରସ୍ତୁତି ମଧ୍ୟରେ ପୁଣି ଥରେ କ୍ରିକେଟ ଉପରେ ଭୌଗୋଳିକ ରାଜନୀତି ଛାଇ ଗଲାଣି। T20 ବିଶ୍ୱକପ ଶେଷ ହେବା ସହିତ, ଫ୍ରାଞ୍ଚାଇଜଗୁଡ଼ିକ…

୩ ମାସର ଗର୍ଭ ନଷ୍ଟ କରି ସ୍ତ୍ରୀଙ୍କୁ ହତ୍ୟା କଲେ ସ୍ବାମୀ, ବାପଘର ଲୋକେ ଅଭିଯୋଗ ଆଣି କହିଲେ…

ପରଜଙ୍ଗ,୧ା୩(ନିଗମାନନ୍ଦ ଦଳବେହେରା): ଢେଙ୍କାନାଳ ଜିଲା ପରଜଙ୍ଗ ଥାନା ଦଦରାଘାଟି ଫାଣ୍ଡି ଅଧୀନ ମାଣିକମରା ଗାଁରେ ଅଭାବନୀୟ ଘଟଣା ଘଟିଛି। ସ୍ତ୍ରୀଙ୍କର ୩ ମାସର ଗର୍ଭ ନଷ୍ଟ ସହ…

ଲ୍ୟାଣ୍ଡମାଇନ ବିସ୍ଫୋରଣରେ କୋବ୍ରା ବାଟାଲିଅନର ଆସିଷ୍ଟାଣ୍ଟ କମାଣ୍ଡାଣ୍ଟ ଗୁରୁତର, ରାଞ୍ଚି ଏୟାରଲିଫ୍ଟ

ବଣାଇଁ,୧ା୩(ପ୍ରଦୀପ ତ୍ରିପାଠୀ): ଓଡିଶା-ଝାଡ଼ଖଣ୍ଡ ସୀମା ସଂଲଗ୍ନ ସାରଣ୍ଡା ଜଙ୍ଗଲରେ ନକ୍ସଲ ବିରୋଧୀ ଅଭିଯାନ ଚାଲି ଥିବା ବେଳେ ରବିବାର ସକାଳେ ଏକ ଲ୍ୟାଣ୍ଡମାଇନ ବିସ୍ଫୋରଣ ଘଟିଛି। ଏହି…

ଖାମେନେଇଙ୍କ ଫଟୋକୁ ସିଗାରେଟ ଜଳାଇ ନିଆଁ ଲଗାଇଥିବା ଯୁବତୀ ଏବେ ଖୁବ ଖୁସି କାହିଁକି? ଭାଇରାଲ ହେଉଛି ଭିଡ଼ିଓ

ତେହରାନ,୧।୩: ଇରାନର ସୁପ୍ରିମ ଲିଡର ଆୟାତୋଲ୍ଲା ଅଲି ଖାମେନେଇଙ୍କ ଆମେରିକା-ଇସ୍ରାଏଲ ମିଳିତ ଆକ୍ରମଣରେ ମୃତ୍ୟୁ ଘଟିଛି। ଇରାନରେ ଅଶାନ୍ତି ମଧ୍ୟରେ, ଏକ ଭିଡିଓ ଭାଇରାଲ ହୋଇଛି ଯେଉଁଥିରେ…

ମୁନିଗୁଡା ବ୍ଲକ କାର୍ଯ୍ୟାଳୟ ଗେଟ୍‌ ଆଗରେ: ପଡିଛି କର୍ମଚାରୀ ମୃତଦେହ, ହଠାତ୍‌ ଛାତିରେ ହେଲା ଯନ୍ତ୍ରଣା 

ମୁନିଗୁଡା,୧।୩(ନନ୍ଦ କିଶୋର ପଟ୍ଟନାୟକ): ରାୟଗଡା ଜିଲା ମୁନିଗୁଡାରେ ଏକ ଅଭାବନୀୟ ଘଟଣା ଘଟିଛି। ମୁନିଗୁଡା ବ୍ଲକ କାର୍ଯ୍ୟାଳୟ ଗେଟ୍‌ ଆଗରେ ବ୍ଲକର ଜଣେ ଯୁବ କର୍ମଚାରୀଙ୍କ ମୃତଦେହ…

ବିସ୍ଫୋରକ କାରଖାନାରେ ଭୟଙ୍କର ବିସ୍ଫୋରଣ, ୧୫ ମୃତ

ନାଗପୁର,୧।୩: ମହାରାଷ୍ଟ୍ରର ନାଗପୁର ଜିଲାରେ ରବିବାର ଏକ ଭୟଙ୍କର ଦୁର୍ଘଟଣା ଘଟିଛି। ନାଗପୁର ଜିଲାର କାଟୋଲ ତହସିଲରେ ଏକ ବିସ୍ଫୋରକ କାରଖାନାରେ ବିସ୍ଫୋରଣ ଘଟି ଅତି କମରେ…

ମୃତ୍ୟୁ ପୂର୍ବରୁ ଶେଷ ଭାଷଣ ଦେଇଥିଲେ ଖାମେନେଇ, ଜାଣନ୍ତୁ ଟ୍ରମ୍ପଙ୍କୁ ନେଇ କ’ଣ କହିଥିଲେ

ତେହେରାନ,୧।୩: ଇରାନର ସର୍ବୋଚ୍ଚ ନେତା ଆୟାତୋଲ୍ଲା ଅଲି ଖାମେନେଇଙ୍କ ଆମେରିକା-ଇସ୍ରାଏଲ ଆକ୍ରମଣରେ ମୃତ୍ୟୁ ଘଟିଛି। ଇସ୍ରାଏଲ-ଆମେରିକୀୟ ଆକ୍ରମଣ ଇରାନରେ ଭୟର ବାତାବରଣ ସୃଷ୍ଟି କରିଛି। ଏହାକୁ ନେଇ…

ନିଜେ ନିଜେ କାହିଁକି କୋର୍ଟ ପହଞ୍ଚିଲେ ମୁଖ୍ୟମନ୍ତ୍ରୀ? ୭ ବର୍ଷ ପୁରୁଣା ମାମଲା ସହିତ ରହିଛି ସମ୍ପର୍କ

ହାଇଦ୍ରାବାଦ,୧।୩: ତେଲଙ୍ଗାନା ମୁଖ୍ୟମନ୍ତ୍ରୀ ଏ. ରେବନ୍ତ ରେଡ୍ଡୀ ହାଇଦ୍ରାବାଦର ନାମପାଲିରେ ଥିବା ସ୍ବତନ୍ତ୍ର ଲୋକ ପ୍ରତିନିଧି କୋର୍ଟରେ ବ୍ୟକ୍ତିଗତ ଭାବରେ ହାଜର ହୋଇଥିଲେ। ଏହି ହାଜର ୨୦୧୯…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri