ପଦାହେଲାଣି ବିପ୍ରଡ଼ିହ ଜଙ୍ଗଲ

ବଇଣ୍ଡା, ୨୯।୧୨(ଡି.ଏନ୍‌.ଏ.): ଅନୁଗୋଳ ଜିଲା ଆଠମଲ୍ଲିକ ବନଖଣ୍ଡ ଧଣ୍ଡାତୋପା ରେଞ୍ଜ୍‌ ଅଧୀନ ବିପ୍ରଡ଼ିହ ଜଙ୍ଗଲ ପଦା ହେବାରେ ଲାଗିଛି। କାଠ ଚାଲାଣକାରୀମାନେ ବେଆଇନ ଭାବେ ମୂଲ୍ୟବାନ ଗଛ କାଟି ଚାଲାଣ କରୁଛନ୍ତି। ସବୁ ଜାଣି ବନ ବିଭାଗ ନୀରବଦ୍ରଷ୍ଟା ସାଜିଥିବାବେଳେ ଅମୂଲ୍ୟ ପ୍ରାକୃତିକ ସମ୍ପଦ ଉଜୁଡ଼ିବାରେ ଲାଗିଛି। ଏହା ବିରୋଧରେ ବିପ୍ରଡ଼ିହ ଗ୍ରାମବାସୀ ବୁଧବାର ଜିଲାପାଳଙ୍କୁ ପତ୍ର ମାଧ୍ୟମରେ ଅବଗତ କରାଇଛନ୍ତି।

ଗ୍ରାମବାସୀଙ୍କ କହିବା କଥା, ବିପ୍ରଡିଡ଼ ଜଙ୍ଗଲ ବିଭିନ୍ନ ପ୍ରଜାତିର ମୂଲ୍ୟବାନ ବୃକ୍ଷରାଜି ସମ୍ଭାରରେ ପରିପୂର୍ଣ୍ଣ। ଏହି ଜଙ୍ଗଲ ସୀମାନ୍ତ ସାତକୋଶିଆକୁ ଲାଗିଛି। ଏହାର ଗୁରୁତ୍ୱ ଦୃଷ୍ଟିରୁ ୧୯୯୦ରେ ରାଜ୍ୟ ସରକାରଙ୍କ ଅନୁଦାନ ଏବଂ ବନ ବିଭାଗ ସହଯୋଗରେ ୧୧ ହଜାର ୭୫୦ ଶାଳ, ଶାଗୁଆନ, ପଟାସ ଚାରା ଲଗାଯାଇଥିଲା। ଏବେ ସେସବୁ ବଡ଼ ହୋଇଗଲାଣି, ଯାହା ଉପରେ ନଜର ପକାଇଛନ୍ତି କାଠଚୋର। ରାତିରେ ମେଶିନ ସହାୟତାରେ ସେମାନେ ଗଛ କାଟୁଛନ୍ତି। ବଡ଼ ଗାଡ଼ିରେ ବାହାରକୁ ଚାଲାଣ କରିଦେଉଛନ୍ତି। ବନ ବିଭାଗ ଠିକ୍‌ ଭାବେ ଯାଞ୍ଚ କରୁ ନ ଥିବାରୁ ସେମାନେ ଏହାର ସୁଯୋଗ ନେଉଛନ୍ତି। ଏପରି କି ଏଭଳି ବେଆଇନ କାର୍ଯ୍ୟରେ କେତେଜଣ ଅସାଧୁ ବନ କର୍ମଚାରୀଙ୍କ ହାତ ରହିଥିବା ଗ୍ରାମବାସୀ କହିଛନ୍ତି। ଏ ନେଇ ଗ୍ରାମବାସୀ ଧଣ୍ଡାତୋପା ବନ ବିଭାଗ ନିକଟରେ ବହୁବାର ଅଭିଯୋଗ କରିଥିଲେ ମଧ୍ୟ ସୁଫଳ ମିଳୁନାହିଁ। ଜିଲା ବନ ବିଭାଗର ପଦସ୍ଥ ଅଧିକାରୀ ଅଭିଯୁକ୍ତଙ୍କ ବିରୋଧରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ଗ୍ରାମବାସୀ ଦାବି କରିଛନ୍ତି।
ଏ ନେଇ ଧଣ୍ଡାଟୋପା ରେଞ୍ଜର ବି.ବି. ସାହୁଙ୍କ ପ୍ରତିକ୍ରିୟା ଲୋଡ଼ାଯାଇଥିଲା। ହେଲେ ସେ କୌଣସି ମନ୍ତବ୍ୟ ନ ଦେଇ ପ୍ରସଙ୍ଗ ଏଡ଼ାଇ ଦେଇଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ମିଳୁନି ଗ୍ୟାସ: ଚୁଲି ମୁହାଁ ଲୋକେ 

ଭଞ୍ଜନଗର,୨୯।୩(ବାବୁଲା ପ୍ରଧାନ): ଇରାନ, ଇସ୍ରାଏଲ ଏବଂ ଆମେରିକା ମଧ୍ୟରେ ଚାଲିଥିବା ଯୁଦ୍ଧର ପ୍ରଭାବ ରୋଷେଇ ଘର ଉପରେ ମଧ୍ୟ ପଡିଛି। ଗଞ୍ଜାମ  ଜିଲା ଭଞ୍ଜନଗର ଅଞ୍ଚଳରେ ରନ୍ଧନ…

ମାଛ ପାଇଁ ଖୋଳିଥିବା ଗାତରେ ପଡ଼ିଲେ ନିଜେ, ମାଛ ମାରିବା ପୂର୍ବରୁ  ନିଜେ ହେଲେ ଗୁରୁତର 

ଦାରିଙ୍ଗବାଡି,୨୯।୩ (ଅରୁଣ ସାହୁ): କନ୍ଧମାଳ ଜିଲା ଦାରିଙ୍ଗବାଡି ଥାନା ସିମନବାଡି ଅଞ୍ଚଳରେ ଜଣେ ଯୁବକ ମାଛ ମାରିବାକୁ ବିସ୍ପୋରକ ବ୍ୟବହାର କରୁଥିବା ବେଳେ ମାଛ ମାରିବା ପୁର୍ବରୁ…

ଓକିଲ ସଙ୍ଘର ନିର୍ବାଚନ ସଭାପତି ଉମେଶ, ସମ୍ପାଦକ ରାମଚନ୍ଦ୍ର

ଦାରିଙ୍ଗବାଡ଼ି,୨୯।୩ (ଅରୁଣ ସାହୁ): ଦାରିଙ୍ଗବାଡ଼ି ଓକିଲ ସଙ୍ଘର ନିର୍ବାଚନ ଶନିବାର ବିଧିବଧ ଭାବେ ଅନୁଷ୍ଠିତ ହୋଇଛି। ଚଳିତ ଥର ନିର୍ବାଚନ ଫଳାଫଳ ଅତି ରୋମାଞ୍ଚକର ରହିଥିଲା। କେବଳ…

୧୦୦ ତମ ଭଞ୍ଜ ସଙ୍ଗୀତ ଆସର: ପ୍ରଚାର, ପ୍ରସାର ଲକ୍ଷ୍ୟ ନେଇ…

ଭଞ୍ଜନଗର, ୨୯।୩(ବାବୁଲା ପ୍ରଧାନ): ଗଞ୍ଜାମ ଜିଲା ଭଞ୍ଜନଗର ଆନନ୍ଦ ସଙ୍ଗୀତାୟନ ପକ୍ଷରୁ ଭଞ୍ଜ ସଙ୍ଗୀତର ପ୍ରଚାର ପ୍ରସାର ଲକ୍ଷ୍ୟ ନେଇ ଆଜକୁ କିଛି ବର୍ଷ ହେବ ମାସକୁ…

କିଏ ଜାଣିଥିଲା ଆଜି ହେବ ଶେଷ ଫେରି: ବାଇକ୍‌ ଉପରେ ମାଡିଗଲା ବାଲି ବୋଝେଇ ହାଇୱା

ଧର୍ମଗଡ଼,୨୯।୩(ଘାସିରାମ ଜଗତ): କଳାହାଣ୍ଡି ଧର୍ମଗଡ-ବୋଡ଼େନ ରାସ୍ତା ବିଅରବାର ନିକଟରେ ରବିବାର ସକାଳୁ  ଦୁର୍ଘଟଣା ଘଟିଛି।  ବାଲି ବୋଝେଇ ହାଇୱା ଧକ୍କାରେ ଜଣେ ଫେରିବାଲାଙ୍କ ମୃତ୍ୟୁ ଘଟିଛି। ମୃତୁ…

ତାରିଣୀ ଛକ ମାର୍କେଟରେ ଅଗ୍ନିକାଣ୍ଡ: ଜଳିଗଲା ୭ଦୋକାନର ଲକ୍ଷାଧିକ…

ଧର୍ମଶାଳା/ବ୍ରହ୍ମବରଦା,୨୯।୩ (ଶିବ ପ୍ରସାଦ ମହାନ୍ତି/ଯଯାତି କେଶରୀ ବେହେରା): ଯାଜପୁର ଜିଲା ବ୍ରହ୍ମବରଦା ଥାନା ତାରିଣୀ ଛକ ମାର୍କେଟରେ ବିଳମ୍ବିତ ରାତିରେ ଭୟାବହ ଅଗ୍ନିକାଣ୍ଡ ଘଟିଛି। ପାଖାପାଖି ୭…

ମା’ଙ୍କୁ ହରାଇଲେ ଭଉଣୀଭାଇ, ପାଳିବା ଚିନ୍ତାରେ ଆଈ

ବ୍ରହ୍ମପୁର,୨୮ା୩(ଅଶୋକ କୁମାର ସାହୁ): ନୟାଗଡ଼ ଜିଲା ଦଶପଲ୍ଲା ଥାନା ଅଧୀନ ଟାକେରା ପିଠାଖାଇ ଘାଟିରେ ଟୁରିଷ୍ଟ ବସ୍‌ ଦୁର୍ଘଟଣାରେ ମୃତକଙ୍କ ମଧ୍ୟରେ ବ୍ରହ୍ମପୁର ଧୋବାବନ୍ଧ ସାହିର ସୁମନ୍ତି…

ଆକ୍ସନରେ ପୋଲିସ: ଟିଟିଲାଗଡ଼ ବିଧାୟକଙ୍କ ପିଏସ୍‌ଓ ସସ୍‌ପେଣ୍ଡ

ବଲାଙ୍ଗୀର,୨୮।୩(ସୁନୀଲ କୁମାର ମହାନ୍ତି): ବଲାଙ୍ଗୀର ଏସ୍‌ପି ଅଭିଳାଷ ଜିଙ୍କ ଏକ ବଡ଼ ସୂଚନା ଦେଇଛନ୍ତି। ଟିଟିଲାଗଡ଼ ବିଧାୟକଙ୍କ ପିଏସ୍‌ଓ ପ୍ରେମଚାନ୍ଦ ନାଗଙ୍କୁ ସସ୍‌ପେଣ୍ଡ କରାଯାଇଥିବା ଏସ୍‌ପି ଶନିବାର…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri