ଅଟୋମେଟିକ ରୁଟ୍‌ରେ ବଢ଼ିଲା ପ୍ରତିରକ୍ଷା ଏଫ୍‌ଡିଆଇ

ନୂଆଦିଲ୍ଲୀ,୧୯।୯: ଦେଶର ପ୍ରତିରକ୍ଷା କ୍ଷେତ୍ର ଲାଗି ଅଟୋମେଟିକ୍‌ ରୁଟ୍‌ରେ ବିଦେଶୀ ପ୍ରତ୍ୟକ୍ଷ ପୁଞ୍ଜି ନିବେଶ (ଏଫ୍‌ଡିଆଇ) ୪୯%ରୁ ୭୪%କୁ ବଢ଼ାଯାଇଛି। ସେହିଭଳି ୭୪%ରୁ ଊର୍ଦ୍ଧ୍ୱ ଏଫ୍‌ଡିଆଇ ଲାଗି ସରକାରଙ୍କ ଅନୁମତି ଆବଶ୍ୟକ ହେବ ବୋଲି ଜଣାପଡିଛି। ସରକାରଙ୍କ ଏଭଳି ପଦକ୍ଷେପ ଦ୍ୱାରା ଦେଶରେ ଇଜ୍‌ ଅଫ୍‌ ଡୁଇଁ ବିଜ୍‌ନେସ ତ୍ୱରାନ୍ବିତ ହେବ ବୋଲି କେନ୍ଦ୍ର ବାଣିଜ୍ୟ ଏବଂ ଉଦ୍ୟୋଗ ମନ୍ତ୍ରୀ ପୀୟୂଷ ଗୋୟଲ ଟୁଇଟ ଯୋଗେ ସୂଚନା ଦେଇଛନ୍ତି। ଜାତୀୟ ସୁରକ୍ଷା ଦୃଷ୍ଟିରୁ ପ୍ରତିରକ୍ଷା ଏଫ୍‌ଡିଆଇକୁ ତର୍ଜମା କରାଯିବାର ଆବଶ୍ୟକତା ରହିଥିବା ସେ ମତ ପ୍ରକାଶ କରିଛନ୍ତି। ଆତ୍ମନିର୍ଭର ଭାରତ ଯୋଜନାରେ ପ୍ରତିରକ୍ଷା ଉତ୍ପାଦନକୁ ବଢାଇବା ଦିଗରେ ସରକାର ବିଭିନ୍ନ ପଦକ୍ଷେପ ଗ୍ରହଣ କରୁଥିବା ଗୋୟଲ ମତ ପ୍ରକାଶ କରିଛନ୍ତି। ଏହା ସହ ସରକାର ଜାତୀୟ ସ୍ବାର୍ଥ ଏବଂ ସଂହତିକୁ ମଧ୍ୟ ଧ୍ୟାନରେ ରଖିଛନ୍ତି। ଏହି କ୍ଷେତ୍ରର ୭୪% ଏଫ୍‌ଡିଆଇ ଉପରେ କମ୍ପାନୀଗୁଡିକୁ ନୂଆ ଇଣ୍ଡଷ୍ଟ୍ରିଆଲ ଲାଇସେନ୍ସ ହାସଲ କରିବାକୁ ପଡିବ ବୋଲି ଜଣାପଡିଛି।


Enter your email to get our daily news in your inbox.

All Right Reserved By Dharitri.Com

ସିଲିଣ୍ଡରର ବିକଳ୍ପ ହେବ କିରୋସିନ, ଓଡ଼ିଶାରେ ଆଜି ରେଟ୍‌ ଅଛି ଏତିକି, ଲିଟରେ କିଣିଲେ…

ଭୁବନେଶ୍ୱର,୧୪।୩: ବର୍ତ୍ତମାନ ସାରା ଦେଶରେ ଗ୍ୟାସ ସିଲିଣ୍ଡରକୁ ନେଇ ହଇଚଇ ସୃଷ୍ଟି ହୋଇଛିି। ଆମେରିକା, ଇସ୍ରାଏଲ ଏବଂ ଇରାନ ସହିତ ସଂଘର୍ଷ ଭାରତୀୟ ରୋଷେଇ ଘରର ବଜେଟକୁ…

ଏପ୍ରିଲ ୧ରୁ ବଦଳିଯିବ ଏସବୁ ନିୟମ: ପକେଟ ଉପରେ ପଡ଼ିବ ସିଧାସଳଖ ପ୍ରଭାବ

ନୂଆଦିଲ୍ଲୀ,୧୪।୩: ଚଳିତବର୍ଷ କେନ୍ଦ୍ରୀୟ ବଜେଟରେ ଆୟକର ଆଇନରେ ଅନେକ ସଂଶୋଧନ କରାଯାଇଥିଲା, ଯାହାର ଲକ୍ଷ୍ୟ ନିୟମକୁ ସରଳ କରିବା ଏବଂ କରଦାତାଙ୍କ ପାଇଁ ପ୍ରକ୍ରିୟାଗତ ବୋଝ ହ୍ରାସ…

ଗ୍ୟାସକୁ ନେଇ ହୁଅନ୍ତୁନି ଟେନସନ! ସରକାର କହିଲେ ରାଶନ କାର୍ଡ ଥିଲେ ମାଗଣାରେ ମିଳିବ….

ନୂଆଦିଲ୍ଲୀ,୧୪।୧: “ରନ୍ଧନ ଗ୍ୟାସର ଅଭାବ ହେଲେ ଆମେ ବିକଳ୍ପ ଇନ୍ଧନ ଭାବରେ କିରୋସିନ ଯୋଗାଇବାକୁ ପ୍ରସ୍ତୁତ” । ସାରା ଦେଶରେ ଯେତେବେଳେ ରନ୍ଧନ ଗ୍ୟାସ ଯୋଗାଣରେ ବିଳମ୍ବ…

ଯାତ୍ରୀଙ୍କୁ ‘ଇଣ୍ଡିଗୋ’ର ଝଟ୍‌କା: ବିମାନ ଟିକେଟ ଉପରେ ଲାଗିଲା ‘ଫ୍ୟୁଏଲ ସରଚାର୍ଜ’, ମାର୍ଚ୍ଚ ୧୪ରୁ…

ନୂଆଦିଲ୍ଲୀ,୧୩।୩: ବିଶ୍ୱ ବଜାରରେ ବିମାନ ଇନ୍ଧନ (ATF) ଦର ଅହେତୁକ ଭାବେ ବୃଦ୍ଧି ପାଇବା ପରେ ଇଣ୍ଡିଗୋ ନିଜର ଭଡ଼ା ବୃଦ୍ଧି କରିବା ନିଷ୍ପତ୍ତି ନେଇଛି। ପଶ୍ଚିମ…

ବିଶ୍ଵର ସ୍ମାର୍ଟଫୋନ୍ ହବ୍ ପାଲଟିବ ଭାରତ: ନୂଆ ସବସିଡି ଯୋଜନା ଆଣୁଛନ୍ତି କେନ୍ଦ୍ର ସରକାର

ନୂଆଦିଲ୍ଲୀ,୧୨ା୩: ଭାରତକୁ ବିଶ୍ଵର ସ୍ମାର୍ଟଫୋନ୍ ହବ୍ କରିବା ଦିଗରେ କେନ୍ଦ୍ର ସରକାର ଏକ ବଡ଼ ପଦକ୍ଷେପ ନେବାକୁ ଯାଉଛନ୍ତି। ଆପଲ୍ ଏବଂ ସାମସଙ୍ଗ ଭଳି ବୃହତ ସ୍ମାର୍ଟଫୋନ୍…

ଡଲାର ତୁଳନାରେ ଟଙ୍କାର ବଡ଼ ବିପର୍ଯ୍ୟୟ: ରେକର୍ଡ ୯୨.୩୬ ସ୍ତରରେ ପହଞ୍ଚିଲା

ମୁମ୍ବାଇ,୧୨ା୩: ଆମେରିକୀୟ ଡଲାର ତୁଳନାରେ ଭାରତୀୟ ଟଙ୍କାର ମୂଲ୍ୟରେ ଏକ ବଡ଼ ଧରଣର ହ୍ରାସ ଘଟିଛି। ଗୁରୁବାର କାରବାର ସମୟରେ ଟଙ୍କା ଏହାର ସର୍ବକାଳୀନ ସର୍ବନିମ୍ନ ସ୍ତର…

ଯୁଦ୍ଧ ଭିତରେ ଚାଇନା ପାଇଁ ଭାରତ କଲା ଏମିତି କାମ, କାବା ହେଇଗଲେ ଟ୍ରମ୍ପ!

ନୂଆଦିଲ୍‌ଲୀ,୧୨।୩: ନୂଆଦିଲ୍ଲୀର ନିବେଶ ସଚିବ କହିଛନ୍ତି ଯେ ଭାରତ ଏକ ଫାଷ୍ଟ-ଟ୍ରାକ ଅନୁମୋଦନ ବ୍ୟବସ୍ଥା ମାଧ୍ୟମରେ ଅଧିକ କ୍ଷେତ୍ରରେ ଚାଇନା ନିବେଶକୁ ଅନୁମତି ଦେବ। ଅମରଦୀପ ସିଂହ…

ମୁକେଶ ଅମ୍ବାନୀଙ୍କୁ ଧନ୍ୟବାଦ ଜଣାଇଲେ ଟ୍ରମ୍ପ, ଆମେରିକାରେ ରିଲାଏନ୍ସର ବିଶାଳ ପୁଞ୍ଜିନିବେଶ

ନୂଆଦିଲ୍ଲୀ,୧୧ା୩: ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଦେଶର ଶକ୍ତି କ୍ଷେତ୍ରରେ ଏକ ଐତିହାସିକ ପଦକ୍ଷେପ ଘୋଷଣା କରିଛନ୍ତି। ଆମେରିକାର ଟେକ୍ସାସ ସ୍ଥିତ ବ୍ରାଉନ୍ସଭିଲ୍ ଠାରେ ଏକ ବିଶାଳ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri