ଧଳତଙ୍ଗଗଡ଼ ପ୍ରସ୍ତାବିତ ସଂରକ୍ଷିତ ଜଙ୍ଗଲରେ ହରିଣ ଅସୁରକ୍ଷିତ

ଜଗତ୍‌ସିଂହପୁର,୧୪ା୬(ପ୍ରମୋଦ କୁମାର ନାୟକ): ଜଗତ୍‌ସିଂହପୁର ସଦର ମହକୁମାରୁ ମାତ୍ର ୧୫ କିଲୋମିଟର ଦୂର ଧଳତଙ୍ଗଗଡ଼ ପ୍ରସ୍ତାବିତ ସଂରକ୍ଷିତ ଜଙ୍ଗଲ (ପିଆର୍‌ଏଫ୍‌)ହରିଣଙ୍କ ପାଇଁ ପ୍ରସିଦ୍ଧି ଲାଭ କରିଛି। ଏହି ଜଙ୍ଗଲରେ ପାଖାପାଖି ୩୦୦ ହରିଣ (ସ୍ପଟେଡ୍‌ ଡିୟର) ରହୁଥିବା କୁହାଯାଏ। ଯାହାକି କେବଳ ଜଗତ୍‌ସିଂହପୁର ନୁହେଁ, ସାରା ରାଜ୍ୟ ପାଇଁ ଗର୍ବର କଥା। ଏହି ହରିଣଙ୍କ ଯୋଗୁ ପ୍ରତିବର୍ଷ ଶୀତଦିନେ ଧଳତଙ୍ଗଗଡ଼କୁ ସହସ୍ରାଧିକ ପର୍ଯ୍ୟଟକଙ୍କ ଆଗମନ ହୋଇଥାଏ। କିନ୍ତୁ ଦୁଃଖର କଥା ହେଲା, ଏହି ହରିଣଙ୍କ ପ୍ରତି ବିପଦ ବଢ଼ିବାରେ ଲାଗିଛି।
ସୂଚନା ଅନୁଯାୟୀ, ଧଳତଙ୍ଗଗଡ଼ ପିଆର୍‌ଏଫ୍‌ରେ ୨୦୧୫ରୁ ୨୦୨୩ ଜୁଲାଇ ମଧ୍ୟରେ ୨୬ଟି ହରିଣଙ୍କ ମୃତ୍ୟୁ ହୋଇଥିଲା। ତା’ପରେ ଆଉ ୨/୩ଟି ମୃତ୍ୟୁ ହୋଇଥିବା କୁହାଯାଉଛି। ବାସ୍ତବ କ୍ଷେତ୍ରରେ କିନ୍ତୁ ଏହି ସଂଖ୍ୟା ଯଥେଷ୍ଟ ଅଧିକ ହେବ ବୋଲି ଆଲୋଚନା ଚାଲିଛି। ୨୦୧୫ରେ ୨, ୨୦୧୭ରେ ୧, ୨୦୧୮ରେ ୨, ୨୦୧୯ରେ ୮, ୨୦୨୦ରେ ୧, ୨୦୨୧ରେ ୮, ୨୦୨୨ରେ ୨ ଓ ୨୦୨୩ ଏପ୍ରିଲ ସୁଦ୍ଧା ୨ଟି ହରିଣର ମୃତ୍ୟୁ ଘଟିଛି। ସେଥିମଧ୍ୟରୁ ୨୮ା୧୨ା୧୭ରେ ମୃତ ହରିଣକୁ ନେଇ ସେତେବେଳେ ଆଲୋଚନା ଜୋର ଧରିଥିଲା। କାରଣ ଏହି ହରିଣକୁ ହଂସୁଆ ନଦୀ ପାଖ ଏରଡ଼ଙ୍ଗ ପଞ୍ଚାୟତ ବାଙ୍କିଆବାଟିଠାରେ ମାରି ଦିଆଯାଇଥିଲା। ବନ ବିଭାଗ ଘଟଣାସ୍ଥଳରୁ କିଛି ସାମଗ୍ରୀ ଜବତ କରିବା ସହ ଜଣଙ୍କୁ ଗିରଫ କରିଥିଲା। ଏହାପରେ କିନ୍ତୁ କେହି ହରିଣ ମାରି ନ ଥିବା ସରକାରୀ ଭାବେ ଦର୍ଶାଯାଉଥିଲେ ସୁଦ୍ଧା ଏହା ଉପରେ ଅନୁଧ୍ୟାନ କଲେ ସତ୍ୟାସତ୍ୟ ପଦାକୁ ଆସିବ ବୋଲି କୁହାଯାଉଛି। ଅନ୍ୟପଟେ ୨୦୧୯ରୁ ୨୦୨୩ ଏପ୍ରିଲ ସୁଦ୍ଧା ଟ୍ରେନ୍‌ ଦୁର୍ଘଟଣାରେ ୧୦ରୁ ଅଧିକ ହରିଣଙ୍କ ମୃତ୍ୟୁ ହୋଇଛି। ଚିକିତ୍ସା ଅଭାବ ଓ କୁକୁର କାମୁଡା କାରଣରୁ ମଧ୍ୟ ଅନେକଙ୍କ ମୃତ୍ୟୁ ଘଟିଛି। ବନ ବିଭାଗର ଆନ୍ତରିକତା ଅଭାବରୁ ହରିଣଙ୍କ ଜୀବନ ବିପଦଗାମୀ ହେଉଥିବା ଅଭିଯୋଗ ହେଉଛି।
ଏ ସମ୍ପର୍କରେ ଅରଣ୍ୟ ଅଭିଯାନ କାର୍ଯ୍ୟନିର୍ବାହୀ ସନ୍ତୋଷ କୁମାର ପ୍ରଧାନ, ପରିବେଶବିତ୍‌ ଚୈତନ୍ୟ ଚରଣ ଦାଶ, ମୁରଲୀଧର ସ୍ବାଇଁ ପ୍ରମୁଖ କହିଛନ୍ତି, ଜୁଲାଇ ୧ରୁ ୭ ତାରିଖ ପର୍ଯ୍ୟନ୍ତ ବନ ମହୋତ୍ସବ ସପ୍ତାହ ପାଳନ କରାଯାଉଛି। କିନ୍ତୁ ଏହା କେବଳ ଔପଚାରିକତା ପାଇଁ କରାଯାଉଥିବା ଅନୁଭବ ହେଉଛି। ଧଳତଙ୍ଗଗଡ଼ରେ ବହୁ ସଂଖ୍ୟକ କଣ୍ଟା ବାଉଁଶ ଗଛ ରହିଛି। ସେଥିମଧ୍ୟରୁ ଅନେକ ବୁଦା ମରି ସେଥିରେ ଲତା ମାଡ଼ିଗଲାଣି। ଏଗୁଡିକୁ ଉଠାଯାଇ ଫଳନ୍ତି ଗଛ ଲଗାଇବା ଆବଶ୍ୟକ। କାରଣ ଧଳତଙ୍ଗଗଡ଼ରୁ ଆମ୍ବ, ପଣସ, କୋଚିଳା, କରଞ୍ଜ ଆଦି ଫଳନ୍ତି ଗଛ ସଂଖ୍ୟା କମିକମି ଚାଲିଛି। ପୋଲିସ ବ୍ୟବହାର କରୁଥିବା ଲାଠି ବେତରୁ ତିଆରି ହେଉଛି। ଏହି ପ୍ରକାର ବେତ ସଂଖ୍ୟା ଧଳତଙ୍ଗଗଡ଼ରେ ପ୍ରଚୁର ଥିଲା। କିନ୍ତୁ ଏହାକୁ କାଟି କିଛି ଅସାଧୁ ଲୋକ ବିକ୍ରି କରି ଭଲ ଅର୍ଥ ରୋଜଗାର କରୁଛନ୍ତି। ଜାତୀୟ ରାଜପଥ ଓ ଅନ୍ୟ ରାସ୍ତା ସମ୍ପ୍ରସାରଣ ପାଇଁ ବହୁ ପୁରାତନ ଗଛ କାଟି ଦିଆଯାଇଛି। ଧଳତଙ୍ଗଗଡ଼ ଜଙ୍ଗଲରୁ ମଧ୍ୟ ମୂଲ୍ୟବାନ ଗଛ ଚୋରି ହେଉଛି। ଯେଉଁ କାରଣରୁ ବନ୍ୟପ୍ରାଣୀ, ପକ୍ଷୀମାନେ କ୍ଷତିଗ୍ରସ୍ତ ହେଉଛନ୍ତି। ବିଶେଷକରି ଖାଦ୍ୟାଭାବ କାରଣରୁ ହରିଣମାନେ ଖାଦ୍ୟ ଅନ୍ବେଷଣରେ ଜନବସତି ଆଡକୁ ଯାଇ ବିପଦଗାମୀ ହେଉଛନ୍ତି। ଯେହେତୁ ଧଳତଙ୍ଗଗଡ଼ ନିକଟରେ ରେଳ ଧାରଣା ଯାଇଛି ତେଣୁ ଏହା ଅତିକ୍ରମ କଲାବେଳେ ଅନେକ ସମୟରେ ଏହି ନିରୀହ ପ୍ରାଣୀ ମୃତାହତ ହେଉଛନ୍ତି। ଏହାବାଦ ଅନେକ ସମୟରେ ଶିକାରୀ କୁକୁର ଆକ୍ରମଣ କରି କାମୁଡି ମାରି ଦେଉଛନ୍ତି। ଏ ପରିସ୍ଥିତିରେ ବନ ବିଭାଗ ଜଙ୍ଗଲ ଚାରିପଟେ ପାଚେରି ସହ ଏହି ପରିସରରେ ପର୍ଯ୍ୟାପ୍ତ ଘାସ ଓ ଲତା ଆଦି ଲଗାଇବା ଜରୁରୀ। ଜଙ୍ଗଲ ଭିତରେ ଥିବା ପୋଖରୀଗୁଡ଼ିକ ଶୁଖିଯାଉଥିବାରୁ ସେଗୁଡିକୁ ଗଭୀର କିମ୍ବା ବୋରିଂ ମାଧ୍ୟମରେ ଜଳପୂର୍ଣ୍ଣ କରାଯିବା ଉଚିତ। ଆବଶ୍ୟକ ସଂଖ୍ୟକ ବନ କର୍ମଚାରୀ ନିୟୋଜିତ ସହ ସେମାନେ ନିଷ୍ଠାର ସହ କାମ କରିବା ଦରକାର ବୋଲି ଏହି ପରିବେଶବିତ୍‌ମାନେ ମତବ୍ୟକ୍ତ କରିଛନ୍ତି। ଏହା ଉପରେ ଧଳତଙ୍ଗଗଡ଼ ଭାରପ୍ରାପ୍ତ ରେଞ୍ଜ ଅଫିସର ରାଜେନ୍ଦ୍ର କୁମାର ସାମନ୍ତରାୟଙ୍କୁ ପଚାରିବାରେ ଜଙ୍ଗଲ ଚାରିପଟ ହେଉଛି ୭ କିଲୋମିଟରରୁ ଅଧିକ। ସେଥିମଧ୍ୟରୁ ଏହା ଭିତରେ ୧୦୦ ମିଟର ପାଚେରି କାମ ସରିଛି। ଆଉ ୩ ରୁ ୪ କିଲୋମିଟର କାମ ଚାଲିଛି। ପର୍ଯ୍ୟାୟକ୍ରମେ ପାଚେରି କାମ ହେବ ବୋଲି ଆଶା ଅଛି। ଯେହେତୁ ସେ ନୂଆକରି ଦାୟିତ୍ୱ ନେଇଛନ୍ତି ତେଣୁ ଆଗକୁ କ’ଣ କରିହେବ ସେନେଇ ପଦକ୍ଷେପ ନିଆଯିବ ବୋଲି ସେ କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ସୁନା ବଜାରରେ ନିଆଁ: ହଠାତ ଏତିକି ବଢ଼ିଗଲା ସୁନା ଦର, ରୂପା ବି… ଏକ୍ସପର୍ଟ ଚକିତ!

ନୂଆଦିଲ୍ଲୀ, ୨୫।୩: ଅନ୍ତର୍ଜାତୀୟ ବଜାରରେ ସୁନା ଓ ରୂପା ଦରରେ ବୃଦ୍ଧି ଯୋଗୁ ଘରୋଇ ବଜାରରେ ଏହାର ପ୍ରଭାବ ଦେଖିବାକୁ ମିଳିଛି। ଦିଲ୍ଲୀ ସର୍ରଫା ବଜାରରେ ବୁଧବାର…

ଜୀବନ ବଞ୍ଚାନ୍ତୁ, ପୁରସ୍କାର ପାଆନ୍ତୁ: ସଡ଼କ ଦୁର୍ଘଟଣାଗ୍ରସ୍ତଙ୍କୁ ସାହାଯ୍ୟ କଲେ ସରକାର ଦେବେ ୨୫,୦୦୦ ଟଙ୍କା!

ନୂଆଦିଲ୍ଲୀ,୨୫।୩: ସାଧାରଣତଃ ସଡ଼କ ଦୁର୍ଘଟଣା ସମୟରେ ପୋଲିସ କିମ୍ବା ଆଇନଗତ ଝାମେଲାରେ ପଡ଼ିବା ଭୟରେ ଲୋକମାନେ ଆହତଙ୍କୁ ସାହାଯ୍ୟ କରିବାକୁ ପଛଘୁଞ୍ଚା ଦିଅନ୍ତି। କିନ୍ତୁ ଏବେ ସରକାର…

ଚାଲିଥିଲା ପୂଜା, ହଠାତ ବନ୍ଧୁକ ଧରି ଗୁଳି ଚଳାଇଲେ ନାବାଳକ, ଚୂଡ଼ାମଣି ସାମୁଦ୍ରିକ ଥାନା କର୍ମଚାରୀ…

ବାସୁଦେବପୁର, ୨୫।୩(ନାରାୟଣ ପ୍ରସାଦ ବାରିକ): ବାସୁଦେବପୁର ବ୍ଲକ ଶାଶୁ ଭୁଆସୁଣୀ ଗ୍ରାମରେ ବୁଧବାର ଅପରାହ୍ନରେ ଏକ ଅଭାବନୀୟ ଘଟଣା ଘଟିଛି। ଜଣେ ନାବାଳକଙ୍କ ଦ୍ୱାରା ହୋଇଥିବା ଗୁଳି…

ମାନବିକତା ଭୁଲିଲେ ‘ମୋ ବସ’ ଚାଳକ: ହର୍ନ ମାରିଲେ, ନ ଉଠିବାରୁ ଚଢ଼ାଇ ଦେଲେ…

ଗଞ୍ଜାମ, ୨୫।୩ (ବିଦ୍ୟାଧର ସାହୁ): ଦିନକୁ ଦିନ ‘ମୋ ବସ’ (ଲକ୍ଷ୍ମୀ) ଚାଳକଙ୍କ ମନମୁଖୀ ଗାଡ଼ିଚାଳନା ଓ ଔଦ୍ଧତ୍ୟ ବଢ଼ିବାରେ ଲାଗିଛି। ସାଧାରଣ ଯାତ୍ରୀଙ୍କୁ ହଇରାଣ କରିବା…

ଭେଲିଡେସନ ଆକ୍ଟ ବିରୁଦ୍ଧରେ ଗର୍ଜିଲେ ଅବସରପ୍ରାପ୍ତ କର୍ମଚାରୀ ସଂଘ: ପ୍ରଧାନମନ୍ତ୍ରୀଙ୍କ ଉଦ୍ଦେଶ୍ୟରେ ଦାବିପତ୍ର ପ୍ରଦାନ

ଭଞ୍ଜନଗର,୨୫।୩(ବାବୁଲା ପ୍ରଧାନ)- ଗଞ୍ଜାମ  ଜିଲା ଭଞ୍ଜନଗର ଅବସରପ୍ରାପ୍ତ ରାଜ୍ୟ ସରକାରୀ କର୍ମଚାରୀ ସଙ୍ଘ ପେନସନର୍ସ ଭେଲିଡେସନ ଆକ୍ଟ ୨୦୨୫ କୁ ବିରୋଧ କରିଛି। ଉକ୍ତ ଆକ୍ଟ ବିରୁଦ୍ଧରେ…

ସିଡିଏମଓଙ୍କ ମହାନୀୟତା: ଦୁର୍ଘଟଣାଗ୍ରସ୍ତଙ୍କ ପାଇଁ ସାଜିଲେ ଦେବଦୂତ, ନିଜେ ଠିଆ ହୋଇ ପଠାଇଲେ ମେଡିକାଲ୍

ଗଜପତି, ୫।୩(ଗିରିଧାରୀ ପରିଚ୍ଛା): ଗଜପତି  ଜିଲା ମୁଖ୍ୟ ଚିକିତ୍ସାଧିକାରୀ ଡାକ୍ତର ଶାନ୍ତନୁ କୁମାର ପାଢୀଙ୍କ ମହାନୀୟତା ଦେଖିବାକୁ ମିଳିଛି । ଦୁର୍ଘଟଣାରେ ଗୁରୁତର ହୋଇ ଛଟପଟ ହେଉଥିବା…

ଥୁଆମୂଳ ରାମପୁରରେ କଲାପତରିଆ ବାଘ ଆତଙ୍କ: ମୁଖ୍ୟ ରାସ୍ତାରେ ମୁହାଁମୁହିଁ ହେଲେ କାର ଚାଳକ, Video ଭାଇରାଲ

ଥୁଆମୂଳ ରାମପୁର, ୨୫/୦୩ (ଦୁର୍ଗା କୀର୍ତ୍ତି):କଳାହାଣ୍ଡି ଜିଲ୍ଲା ଥୁଆମୂଳ ରାମପୁର ବ୍ଲକ ଅନ୍ତର୍ଗତ ତଳଆମ୍ବ ପଦର ଗ୍ରାମ ପଞ୍ଚାୟତ ଅଞ୍ଚଳରେ ଏକ କଲାପତରିଆ ବାଘ ବୁଲୁଥିବା ଖବର…

ଥାନା ସମ୍ମୁଖରେ ଯୁବକଙ୍କୁ ଆକ୍ରମଣ ଘଟଣା, ୪ଅଭିଯୁକ୍ତଙ୍କୁ ଗିରଫ କରି କୋର୍ଟ ଚାଲାଣ…

ବରଗଡ଼,୨୫।୩(ପ୍ରେମାନନ୍ଦ ଖମାରୀ): ବରଗଡ଼ ଟାଉନ ଥାନା ସମ୍ମୁଖ ହାଟପଦାରେ ମଙ୍ଗଳବାର ସନ୍ଧ୍ୟାରେ ସଂଘଟିତ ଆକ୍ରମଣ ଘଟଣାର ୪ଅଭିଯୁକ୍ତଙ୍କୁ ପୋଲିସ୍ ଗିରଫ କରିଛି । ଗିରଫ ଅଭିଯୁକ୍ତମାନେ ହେଲେ,…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri