Posted inଖେଳ

ସେମିରେ ଦୀପିକା କୁମାରୀ

ସାଂଘାଇ, ୨୭ା୪: ମାତୃତ୍ୱ ଲାଭ ପରେ ମଧ୍ୟ ଭାରତର ପୂର୍ବତନ ବିଶ୍ୱର ନମ୍ବର-୧ ତୀରନ୍ଦାଜ ଦୀପିକା କୁମାରୀ ତାଙ୍କ ଭଲ ପ୍ରଦର୍ଶନ ଜାରି ରଖିଛନ୍ତି। ଏଠାରେ ଚାଲିଥିବା ଆର୍ଚେରୀ ଓ୍ବାଲର୍‌ଡ କପ୍‌ ଷ୍ଟେଜ୍‌-୧ରେ ସେ ତାଙ୍କ କୋରିଆ ପ୍ରତିଦ୍ୱନ୍ଦ୍ୱୀ ଜିଅନ୍‌ ହୁନ୍‌ୟଙ୍ଗଙ୍କୁ ପରାସ୍ତ କରି ସେମିଫାଇନାଲରେ ପ୍ରବେଶ କରିଛନ୍ତି। ଅନ୍ୟପକ୍ଷରେ ଭାରତ କମ୍ପାଉଣ୍ଡ ଆର୍ଚରମାନେ ସ୍ଥିର ପ୍ରଦର୍ଶନ ଜାରି ରଖି ଭାରତ ପାଇଁ ୪ ପଦକ ପକ୍କା କରିଛନ୍ତି। ୩ ଥର ଅଲିମ୍ପିଆନ ଦୀପିକା ବର୍ତ୍ତମାନ ବିଶ୍ୱର ୧୪୨ତମ ନମ୍ବର ଖେଳାଳି ର଼୍ୟାଙ୍କିଙ୍ଗ ରାଉଣ୍ଡରେ ୩୦ତମ ସିଡ୍‌ ଭାବେ ଯୋଗ୍ୟତା ଅର୍ଜନ କରିଛନ୍ତି।

ମହିଳା ରିକର୍ଭ ବ୍ୟକ୍ତିଗତ କ୍ୱାର୍ଟରଫାଇନାଲରେ ସେ ଜିଅନଙ୍କୁ ୬-୪ (୨୭-୨୮, ୨୭-୨୭, ୨୯-୨୮, ୨୯-୨୭, ୨୮-୨୮)ରେ ହରାଇ ଦେଇଛନ୍ତି। ୨୦୨୨ରେ ମାତୃତ୍ୱ ଲାଭ କରିଥିବା ଦୀପିକା ଖେଳକୁ ପ୍ରତ୍ୟାବର୍ତ୍ତନ କରି ଚଳିତବର୍ଷ ଫେବୃଆରୀରେ ବାଗ୍‌ଦାଦ୍‌ରେ ଏସିଆ କପ୍‌ ସ୍ବର୍ଣ୍ଣ ଜିତିଥିଲେ। ଆଗକୁ ଯଦି ସେ ଅନ୍ୟ ଦୁଇ କୋରିଆନ ପ୍ରତିଦ୍ୱନ୍ଦ୍ୱୀଙ୍କୁ ହରାଇବାରେ ସଫଳ ହୁଅନ୍ତି ତେବେ ୨୦୨୧ ଜୁନ୍‌ ପ୍ୟାରିସ ଷ୍ଟେଜ୍‌-୩ ପରେ ଏହା ତାଙ୍କର ପ୍ରଥମ ବିଶ୍ୱକପ୍‌ ବ୍ୟକ୍ତିଗତ ସ୍ବର୍ଣ୍ଣ ପଦକ ହେବ।

ଦୀପିକା ସେମିଫାଇନାଲରେ ୭ମ ସିଡ୍‌ ତଥା କୋରିଆର ସ୍ବଳ୍ପ ବୟସ୍କା ନାମ୍‌ ସୁହ୍ୟନଙ୍କୁ ଭେଟିବେ। ଅନ୍ୟପକ୍ଷରେ ଜ୍ୟୋତି ସୁରେଖା ଭେନମ ଓ ଅଭିଷେକ ବର୍ମା କମ୍ପାଉଣ୍ଡ ମିକ୍ସଡ ଟିମ୍‌ ଫାଇନାଲରେ ପ୍ରବେଶ କରିଛନ୍ତି। ବିଶ୍ୱର ଦୁଇ ନମ୍ବର ଯୋଡ଼ି ୧୫୫-୧୫୧ରେ ମେକ୍ସିକୋର ଆନ୍ଦ୍ରିଆ ବସେରୋ ଓ ଲଟ୍‌ ମାକ୍ସିମୋ ମେଣ୍ଡେଜ ଓରିଜ୍‌ଙ୍କୁ ହରାଇ ଦେଇଛନ୍ତି। ସେମାନେ ଶନିବାର ସ୍ବର୍ଣ୍ଣ ପଦକ ମୁକାବିଲାରେ ସେମାନଙ୍କଠାରୁ ନିମ୍ନ ର଼୍ୟାଙ୍କିଙ୍ଗପ୍ରାପ୍ତ ଇସ୍ତୋନିଆନ ଯୋଡ଼ିକୁ ଭେଟିବେ।

ଜ୍ୟୋତି ଆହୁରି ମଧ୍ୟ ମହିଳା କମ୍ପାଉଣ୍ଡ ଟିମ୍‌ର ସଦସ୍ୟ ରହିଛନ୍ତି। ଏହି ଟିମ୍‌ ବୁଧବାର ଫାଇନାଲକୁ ଉନ୍ନୀତ ହୋଇଥିଲା। ଜ୍ୟୋତି ଗୁରୁବାର ବ୍ୟକ୍ତିଗତ ବିଭାଗରେ ସେମିଫାଇନାଲକୁ ଉନ୍ନୀତ ହୋଇଛନ୍ତି। ବିଶ୍ୱର ୩ ନମ୍ବର ତଥା ଏସିଆନ ଗେମ୍ସ ସ୍ବର୍ଣ୍ଣ ବିଜେତା ହ୍ୟାଟ୍ରିକ ପୋଡିୟମ ଫିନିଶ ଲକ୍ଷ୍ୟରେ ଅଛନ୍ତି। ଓଭରଅଲ ଭାରତୀୟ ତୀରନ୍ଦାଜମାନେ ଚାରୋଟି ଟିମ୍‌ ଇଭେଣ୍ଟ ଫାଇନାଲକୁ ଉନ୍ନୀତ ହୋଇଛନ୍ତି। ଏହାଛଡ଼ା ଦୁଇଟି କମ୍ପାଉଣ୍ଡ ବ୍ୟକ୍ତିଗତ ଇଭେଣ୍ଟରେ ଜ୍ୟୋତି ଓ ପ୍ରିୟାଂଶ ସେମିଫାଇନାଲରେ ପ୍ରବେଶ କରି ପଦକ ଦୌଡ଼ରେ ରହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଜମି ଅଧିଗ୍ରହଣକୁ ନେଇ ଗ୍ରାମବାସୀ-ପ୍ରଶାସନ ମୁହାଁମୁହିଁ, ଅନୁମତି ଅପେକ୍ଷାରେ…

ଥୁଆମୂଳ ରାମପୁର,୨୩ା୩(ଦୁର୍ଗା କୀର୍ତ୍ତି): କଳାହାଣ୍ଡି ଜିଲା ଥୁଆମୂଳ ରାମପୁର ତହସିଲ ଅନ୍ତର୍ଗତ କୁରୁକୁଟି ମୌଜାରେ ପ୍ରସ୍ତାବିତ ଥଇଥାନ କଲୋନୀ ନିର୍ମାଣ ଓ ଜମି ଅଧିଗ୍ରହଣକୁ ନେଇ ପ୍ରଶାସନ…

‘ସରୁନି ଗପ କି ସରୁନି ପାପ ‘ନାଟକ ମଞ୍ଚସ୍ଥ… 

ଦିଗପହଣ୍ଡି,୨୩|୩(ଅଶେଷ ନାଥ ମିଶ୍ର) ଗଞ୍ଜାମ ଜିଲା ଦିଗପହଣ୍ଡି ବ୍ଲକ ବାସୁଦେବପୁର ପଞ୍ଚାୟତ ପଡିଆ ପୁରୁଷୋତ୍ତମପୁର ଗ୍ରାମ ପ୍ରକଳ୍ପ ଉଚ୍ଚ  ପ୍ରଥମିକ ବିଦ୍ୟାଳୟର ବାର୍ଷିକୋତ୍ସବ ସୋମବାର ଅନୁଷ୍ଠିତ ହୋଇଯାଇଛି।…

୨୨ ବସ୍ତା ଚାଉଳ ସହ ଜିପ୍‌ ଜବତ, ଡ୍ରାଇଭର ଅଟକ

କୋରାପୁଟ,୨୩ା୩(ଅମିତାଭ ବେହେରା): କୋରାପୁଟ ସଦର ଥାନା ପୋଲିସ ସୋମବାର ଅପରାହ୍ନରେ ଏକ  ଜିପ୍‌ ସହ ୨୨ ବସ୍ତା (୧୧ କ୍ୱିଣ୍ଟାଲ) ସରକାରୀ ଚାଉଳ ଜବତ କରିଥିବା ବେଳେ…

ମାଟ୍ରିକ ଛାତ୍ରୀଙ୍କ ସନ୍ଦେହଜନକ ମତ୍ୟୁ; ଶୋକାକୁଳ ପରିବେଶରେ…

ଦିଗପହଣ୍ଡି,୨୩।୩(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ବ୍ଲକ ବଡ଼ଡୁମ୍ବୁଳା ଗ୍ରାମର ମାଟ୍ରିକ ପରୀକ୍ଷା ଦେଇଥିବା ଜଣେ ଛାତ୍ରୀଙ୍କ ସନ୍ଦେହଜନକ ମୃତ୍ୟୁ ଘଟିଛି। ମୃତକ ଜଣକ ହେଲେ…

୧୫ଦିନରେ ଚାଷୀଙ୍କ ଧାରଣା, ବିକ୍ରି ହେଲାନି ଧାନ: ମୁଖ୍ୟମନ୍ତ୍ରୀଙ୍କୁ ଚିଠି ଲେଖିଲେ ଚାଷୀ

ବରଗଡ଼,୨୩।୩(ପ୍ରେମାନନ୍ଦ ଖମାରୀ): ରବି ଧାନବିକ୍ରି ପାଇଁ ଚାଷୀ ପଞ୍ଜୀକରଣ ଚାଲିଛି । କିନ୍ତୁ ଏପର୍ଯ୍ୟନ୍ତ ବରଗଡ଼ ଜିଲାର ଅନେକ ଚାଷୀ ଗତ ଖରିଫରେ ଅମଳ ଧାନ ବିକ୍ରି…

ଅନ୍ୟ ଜାତିର ଝିଅକୁ ପ୍ରେମ ବିବାହ ପଡିଲା ମହଙ୍ଗା: ଲଣ୍ଡା ହେଲେ ବର, ଚୁଟି କାଟିଲେ କନ୍ୟା

କୋରାପୁଟ,୨୩।୩(ଅମିତାଭ ବେହେରା ):ଆଧୁନିକ ସଭ୍ୟ ସମାଜରେ ଏବଂ ଡିଜିଟାଲ ଯୁଗରେ ଏବେ ମଧ୍ୟ କୁଳପ୍ରଥା ବଞ୍ଚିଛି । ଏହାର ଏକ ଜ୍ୱଳନ୍ତ ନମୁନା କୋରାପୁଟ ବ୍ଲକ ମାଛରା…

ବୋଟ୍‌ରୁ କାଢ଼ୁଥିଲେ ମାଛ ହଠାତ୍‌ ଟଳିପଡ଼ିଲେ…

ବାଲେଶ୍ୱର,୨୩।୩(ବାଞ୍ଛାନିଧି ଦେ): ବିଷାକ୍ତ ଗ୍ୟାସ ଯୋଗୁ ଦୁଇ ଜଣ ବୋଟ କର୍ମଚାରୀଙ୍କ ମତ୍ୟୁ ଅଭିଯୋଗ ହୋଇଛି। ବାଲେଶ୍ୱର ଜିଲା ବଳରାମଗଡ଼ି ମେରାଇନ ଥାନା ନାଉପାଳଗଡ଼ିରେ ଏଭଳି ଘଟଣା…

ମା’ ବୁଢ଼ୀ ଠାକୁରାଣୀ ମନ୍ଦିର ପ୍ରତିଷ୍ଟା ଉତ୍ସବରେ ଯୋଗଦେଲେ ରାଜ୍ୟ ଶିଶୁ ସୁରକ୍ଷା ଅଧ୍ୟକ୍ଷା

ଗଞ୍ଜାମ,୨୩।୩(ବିଦ୍ୟାଧର ସାହୁ): ରାଜ୍ୟ ଶିଶୁ ସୁରକ୍ଷା ଅଧ୍ୟକ୍ଷା ବବିତା ପାତ୍ର ଗଞ୍ଜାମ ଜଲାର ଗ୍ରସ୍ତ କରି ବିଭିନ୍ନ କାର୍ଯ୍ୟକ୍ରମରେ ଯୋଗଦେବା ସହ ନିମନ୍ତ୍ରଣକ୍ରମେ ଗଞ୍ଜାମ ବ୍ଲକ ଅନ୍ତର୍ଗତ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri