ନିବେଶ ବଜାରକୁ ଡିପ୍‌ଫେକ୍‌ ଭିଡିଓ ବିପଦ

ଭୁବନେଶ୍ୱର,୨୫।୧(ଅନୁରାଧା ମହାରଣା): ମନୋରଞ୍ଜନ ଜଗତ ପରେ ଡିପ୍‌ଫେକ୍‌ ଭିଡିଓର ପ୍ରାଦୁର୍ଭାବ ନିବେଶ ବଜାରରେ ଦେଖିତ୍ବାକୁ ମିଳୁଛି। ଷ୍ଟକ୍‌ ନିବେଶ ଟିପ୍ସ ଦେଉଥିବା ଏହି ନକଲି ଭିଡିଓଗୁଡିକ ନିବେଶକାରୀଙ୍କୁ ପୁଞ୍ଜି ବିପଦରେ ପକାଇପାରେ। ଏହି ଡିପ୍‌ଫେକ୍‌ ଭିଡିଓ ନିବେଶ ବଜାରରେ ଚିନ୍ତାର କାରଣ ପାଲଟିଛି। ଗତ ବର୍ଷ ନଭେମ୍ବରରେ ଅଭିନେତ୍ରୀ ରଶ୍ମିକା ମନ୍ଦନା ଓ ପରେ ରତନ ଟାଟା ଏବଂ ସଚିନ ତେନ୍ଦୁଲକରଙ୍କ ଡିପ୍‌ଫେକ୍‌ ଭିଡିଓ ମଧ୍ୟ ସାମ୍ନାକୁ ଆସିଥିଲା। ବର୍ତ୍ତମାନ ଆଇସିଆଇସିଆଇ ପ୍ରୁଡେନସିଆଲ ମ୍ୟୁଚୁଆଲ ଫଣ୍ଡର ପରିଚାଳନା ନିର୍ଦ୍ଦେଶକ ନିମେଶ ଶାହା ଏହି ଡିପ୍‌ଫେକ୍‌ ଭିଡିଓର ଶିକାର ହୋଇଛନ୍ତି। ନକଲି ଭିଡିଓରେ ସେ ୨୦୨୪ ପାଇଁ ଅନେକ ଷ୍ଟକ୍‌ କିଣିବାକୁ ସୁପାରିସ କରୁଥିବା ଦେଖିବାକୁ ମିଳିଛି। ଉକ୍ତ ଭିଡିଓ ସୋସିଆଲ ମିଡିଆ ପ୍ଲାଟ୍‌ଫର୍ମ ଫେସ୍‌ବୁକରେ ଏକ ବିଜ୍ଞାପନ ଭାବରେ ଦୃଶ୍ୟମାନ ହେଉଛି। ଭିଡିଓ ଭଏସ୍‌ କ୍ଲୋନିଂ ସଫ୍ଟୱେର୍‌ ବ୍ୟବହାରକରି ପ୍ରସ୍ତୁତ କରାଯାଇଥିଲା। ତେବେ ଶାହା ଏହାକୁ ଖଣ୍ଡନ କରିଛନ୍ତି। ଏକ ଚ୍ୟାନେଲକୁ ଦେଇଥିବା ସାକ୍ଷାତ୍‌କାରର କିଛି ଅଂଶକୁ ଏଡିଟ୍‌ କରାଯାଇ ଏହି ଭିଡିଓ ପ୍ରସ୍ତୁତ କରାଯାଇଥିବା ସେ କହିଛନ୍ତି। ଏହି ଭିଡିଓ ଜାନୁଆରୀ ୨୦ ମେଟାର ବିଜ୍ଞାପନ ଲାଇବ୍ରେରିରେ ଦେଖାଦେଖିବାକୁ ମିଳିଥିଲା। ଏହି ଡିପ୍‌ଫେକ୍‌ ଭିଡିଓରେ ଶାହା କହୁଛନ୍ତି , ଷ୍ଟକ୍‌ କାରବାର ଆପଣଙ୍କୁ ରାତାରାତି ଧନୀ କରିପାରେ। ୨୦୨୩ରେ ସେ ସୁପାରିସ କରିଥିତ୍ବା ୬ଟି ଷ୍ଟକ୍‌ ନିବେଶକାରୀଙ୍କୁ ବହୁତ ଲାଭ ଦେଇଥିବା କହିଥିବାବେଳେ ୨୦୨୪ରେ ତାଙ୍କର ପ୍ରିୟ ଷ୍ଟକ୍‌ ବିଷୟରେ ସେ ସୂଚନା ଦେଉଥିବା ଦେଖିବାକୁ ମିଳିଥିଲା। ଭିଡିଓ ସହିତ ୯ଟି ବିଜ୍ଞାପନ ମଧ୍ୟ ଚାଲୁଥିଲା। ଏହି ଭିଡିଓ ବାର୍ତ୍ତାକୁ ଖଣ୍ଡନ କରିବା ସହ ଏହା ଏକ ଡିପ୍‌ଫେକ୍‌ ଭିଡିଓ ବୋଲି ସ୍ପଷ୍ଟ କରିଛନ୍ତି। ପୂର୍ବରୁ ବିଶିଷ୍ଟ ଶିଳ୍ପପତି ରତନ ଟାଟାଙ୍କ ନାମରେକରି ଶତ ପ୍ରତିଶତ ସୁନିଶ୍ଚିତ ନିବେଶ ଦାବି କରୁଥିବା ଭିଡିଓ ଦେଖିବାକୁ ମିଳିଥିଲା। ଇନ୍‌ଷ୍ଟାଗ୍ରାମ ଷ୍ଟୋରୀରେ ସୋନା ଅଗ୍ରୱାଲ ନାମକ ଜଣେ ଇନ୍‌ଷ୍ଟାଗ୍ରାମ ୟୁଜର୍‌ ଏକ ନକଲି ଭିଡିଓ ପୋଷ୍ଟ କରିଥିଲେ। ଏଥିରେ ରତନ ଟାଟା ତାଙ୍କୁ ମ୍ୟାନେଜର ବୋଲି କହୁଥିବା ଦେଖିବାକୁ ମିଳିଥିଲା। ପୂର୍ବରୁ ସଚିନ ତେନ୍ଦୁଲକର ଡିପ୍‌ଫେକ୍‌ ପ୍ରସଙ୍ଗ ଉଠାଇବା ପରେ କେନ୍ଦ୍ର ଆଇଟି ମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବ କହିଥିଲେ , ଲୋକ ସଭା ନିର୍ବାଚନ ପରେ ଆଇଟି ଅଧିନିୟମ ଅନୁଯାୟୀ ସରକାର ଖୁବ୍‌୍‌ ଶୀଘ୍ର କଡା ନିୟମ କରିବେ। ସମସ୍ତ ସୋସିଆଲ ମିଡିଆ ପ୍ଲାଟ୍‌ଫର୍ମଗୁଡିକ ଏଗୁଡିକ ଅନୁସରଣ କରିବାକୁ ପଡିବ।

‘ସତର୍କତା ହିଁ ନିବେଶକାରୀଙ୍କୁ ସୁରକ୍ଷା ପ୍ରଦାନ କରିବ’

ଡିପ୍‌ଫେକ୍‌ ଭିଡିଓ ନିବେଶ ବଜାରଠାରୁ ଆରମ୍ଭକରି ଅନ୍ୟାନ୍ୟ କ୍ଷେତ୍ର ପାଇଁ ମଧ୍ୟ ବିପଦ ସୃଷ୍ଟି କରିପାରେ। ନିବେଶକାରୀ ପୁଞ୍ଜିନିବେଶ ବାବଦରେ କୌଣସି ଭାଇରାଲ ଭିଡିଓ ଉପରେ ଭରସା କରିବା ଉଚିତ ନୁହେଁ। ବିଶ୍ୱାସଯୋଗ୍ୟ ସୂତ୍ରରୁ ଭିଡିଓ ଜାରି କରାଯାଇଛି କି ନାହିଁ ସେ ଦିଗରେ ନିବେଶକାରୀ ପ୍ରଥମେ ତର୍ଜମା କରିବା ଆବଶ୍ୟକ। ସେହିପରି ଡିପ୍‌ଫେକ୍‌ ଭିଡିଓଗୁଡିକୁ ନିରେଖି ଦେଖିଲେ ଏହାର ଭଏସ୍‌ ଭିଡିଓ ସହିତ ଖାପ ଖାଉ ନ ଥିବା ଜଣାପଡ଼ିଯାଏ। ତେଣୁ ଏସବୁ ଦିଗରେ ପୁଙ୍ଖାନୁପୁଙ୍ଖ ତର୍ଜମା କରିବା ଆବଶ୍ୟକ ନଚେତ୍‌ ପୁଞ୍ଜି ନିବେଶକାରୀଙ୍କୁ ବଡ଼ ଆର୍ଥିକ କ୍ଷତି ସହିବାକୁ ପଡ଼ିପାରେ। ତେବେ ଏପରି ଡିପ୍‌ଫେକ୍‌ ଭିଡିଓ ପ୍ରସ୍ତୁତକାରୀ ତଥା ନିବେଶ କ୍ଷେତ୍ରରେ ଅନ୍ୟାନ୍ୟ ସାଇବର ଅପରାଧ ଘଟାଉଥିବା ଅପରାଧୀଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ କଡ଼ା କରାଯିବାର ଆବଶ୍ୟକତା ରହିଛି। କେବଳ ସତର୍କତା ହିଁ ନିବେଶକାରୀଙ୍କୁ ସୁରକ୍ଷା ପ୍ରଦାନ କରିପାରିବ।
– ଆକାଶ ମିଶ୍ର, ସାଇବର ସୁରକ୍ଷା ବିଶେଷଜ୍ଞ


Enter your email to get our daily news in your inbox.

All Right Reserved By Dharitri.Com

ଚାଇନା ଅନୁପ୍ରବେଶ ଚିନ୍ତାଜନକ: ଅରୁଣାଚଳ ଏମ୍‌ପି

ଇଟାନଗର, ୨୩।୮ (ପି.ଟି.): ଅରୁଣାଚଳ ପ୍ରଦେଶର ବହୁ ଅଞ୍ଚଳ ଚାଇନା ଅକ୍ତିଆର କରିଥିବା ନେଇ ବାରମ୍ୱାର ରିପୋର୍ଟମାନ ପ୍ରକାଶ ପାଉଛି। କିନ୍ତୁ ଭାରତୀୟ ସେନା ଏହି ବିଷୟକୁ…

ପୋଡ଼ମାପେଟା ବେଳାଭୂମି ଅବକ୍ଷୟ, ଭୟରେ ଅଞ୍ଚଳବାସୀ

ଗଞ୍ଜାମ,୨୨ା୮(ବିଦ୍ୟାଧର ସାହୁ): ଦିନକୁ ଦିନ ଅଶାନ୍ତ ହୋଇ ପଡୁଛି ସମୁଦ୍ର। ଉଚ୍ଚ ଲହଡି ଯୋଗୁ କୂଳ ଖାଉଥିବା ବେଳେ ଭୟରେ ସମୁଦ୍ର ତଟବର୍ତ୍ତୀ ଅଞ୍ଚଳ। ଗଞ୍ଜାମ ଜିଲାର…

ପୁଣି ଭାଇରାଲ ହେଲେ ରାନୁ ମଣ୍ଡଳ, ଏହି ରୋମାଣ୍ଟିକ୍‌ ଗୀତ ଗାଇ…

କୋଲକାତା,୨୨ା୮: ଯେତେବେଳେ ଆମେ ଷ୍ଟ୍ରିଟ୍‌ ଗାୟିକା/ଗାୟକଙ୍କ କଥା ଭାବୁ ପ୍ରଥମେ ରାନୁ ମଣ୍ଡଳଙ୍କ ନାଁ ମନେ ପଡ଼େ। ଜଣେ ଷ୍ଟ୍ରିଟ୍‌ ଗାୟିକା ହେବା ସହିତ ସେ ଜଣେ…

ସାପ ନେଲା ଚାଷୀଙ୍କ ଜୀବନ

ପାତ୍ରପୁର,୨୨ା୮(ଉମା ଚରଣ ନେପାକ): ଜରଡ଼ା ଥାନା ଆମପୁର ପଞ୍ଚାୟତ ମହାଦେଈପୁର ଗ୍ରାମରେ ସାପ କାମୁଡ଼ାରେ ଜଣେ ଚାଷୀଙ୍କ ମୃତ୍ୟୁ ଘଟିଛି। ସେ ହେଲେ ବାସୁଦେବ ପ୍ରଧାନ(୬୪)। ଶନିବାର…

ଘରେ ବସି ସ୍କୁଲ ପ୍ରୋଜେକ୍ଟ କରୁଥିଲେ ଛାତ୍ର, ମାରିଲା କରେଣ୍ଟ…

ଖଲ୍ଲିକୋଟ,୨୨।୮( ପ୍ରଶାନ୍ତ କୁମାର ମିଶ୍ର): ଗଞ୍ଜାମ ଜିଲା ଖଲ୍ଲିକୋଟ ବ୍ଲକ ଅଧୀନ କୈରାସି ଗ୍ରାମରେ ଶନିବାର ଏକ ଦୁଃଖଦ ଘଟଣା ଘଟିଛି। ବିଦ୍ୟୁତ୍‌ କରେଣ୍ଟ ଲାଗି ଜଣେ…

ଲଘୁଚାପ ଛଡାଇ ନେଇଛି ମତ୍ସ୍ୟଜୀବୀଙ୍କ ଜୀବିକା

ଛତ୍ରପୁର, ୨୨ା୮ (ଦ୍ୱାରକା ପଟ୍ଟନାୟକ/ଦିଲୀପ ସାମଲ): ବଙ୍ଗୋପସାଗରରେ ସୃଷ୍ଟି ହେଉଛି ତୁହାକୁ ତୁହା ଲଘୁଚାପ। ଏଥିପାଇଁ ସମୁଦ୍ର ଅଶାନ୍ତ ରହିଛି। ମତ୍ସ୍ୟଜୀବୀଙ୍କ ସୁରକ୍ଷା ପାଇଁ ଆଞ୍ଚଳିକ ପାଣିପାଗ…

ପୋଲିସର ନିଶାମୁକ୍ତ ଅଭିଯାନକୁ ନେଇ ବଢ଼ିଲା ଚର୍ଚ୍ଚା

କୋକସରା,୨୨ା୮(ଦୁଷ୍ମନ୍ତ କୁମାର ପାଟ୍ଟଯୋଷୀ): କଳାହାଣ୍ଡି ଜିଲା କୋକସରା ଥାନା ପକ୍ଷରୁ ଗତ କିଛିଦିନ ହେଲା ନିଶା ମୁକ୍ତ ଅଭିଯାନ ଆରମ୍ଭ ହୋଇଛି। ଅଞ୍ଚଳର ବିଭିନ୍ନ ସ୍କୁଲ, କଲେଜ…

ବନ୍ଧୁକ ଦେଖାଇ ଗହଣା ବ୍ୟବସାୟୀଙ୍କଠାରୁ ଦୁର୍ବୃତ୍ତ ଲୁଟିନେଲେ ଲକ୍ଷାଧିକ ଟଙ୍କାର ସୁନା ଅଳଙ୍କାର, ବାଇକ୍‌ ଛାଡ଼ି…

ମୋରଡ଼ା,୨୨ା୮(ସ୍ମାରକ ମାଜୀ): ମୟୂରଭଞ୍ଜ ଜିଲା ମୋରଡା ଥାନା ଅଞ୍ଚଳରେ ବନ୍ଧୁକ ମୁନରେ ଜଣେ ଗହଣା ବ୍ୟବସାୟୀଙ୍କୁ ଲୁଟ୍‌ ହୋଇଛି। ସୂଚନା ଅନୁଯାୟୀ, ଶୁଳିଆପଦା ଥାନା ଅଧୀନ କୋଷ୍ଠା…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri