ସୃଷ୍ଟି ହେଲା ଗଭୀର ଅବପାତ: ୧୨ ଘଣ୍ଟାରେ ବାତ୍ୟା ସମ୍ଭାବନା

ଭୁବନେଶ୍ୱର,୨୭।୧୧: ପୁଣି ବାତ୍ୟା ଭୟ। ସୃଷ୍ଟି ହେଲା ଗଭୀର ଅବପାତ। ଆଗାମୀ ୧୨ ଘଣ୍ଟାରେ ବାତ୍ୟା ସମ୍ଭାବନା ବୃଦ୍ଧି ପାଇବାରେ ଲାଗିଛି। ଶ୍ରୀଲଙ୍କା ପାର୍ଶ୍ୱବର୍ତ୍ତୀ ଭାରତ ମହାସାଗରରେ ଅବପାତ ସୃଷ୍ଟି ହୋଇଛି। ଦକ୍ଷିଣପଶ୍ଚିମ ବଙ୍ଗୋପସାଗର ପାର୍ଶ୍ୱବର୍ତ୍ତୀ ଅଞ୍ଚଳରେ କେନ୍ଦ୍ରୀଭୂତ ହେବାର ସମ୍ଭାବନା ରହିଛି। ଉତ୍ତର ଉତ୍ତରପଶ୍ଚିମକୁ ଗତି କରି ଅଧିକ ଘନୀଭୂତ ହୋଇ ବାତ୍ୟାରେ ପରିଣତ ହେବ। ଏହା ଉତ୍ତର ତାମିଲନାଡୁ, ପୁଡୁଚେରୀ ଓ ଦକ୍ଷିଣ ଆନ୍ଧ୍ର ପ୍ରଦେଶ ଆାଡ ମୁହାଁଇବ ବୋଲି ପାଣିପାଗ ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି।

 

Dharitri – Odisha’s No.1 Odia Daily

 

Share