ଉତ୍ସର୍ଗୀକୃତ ମନୋଭାବ ସଫଳତା ଆଣିଦେବ

୧୯୭୯ ମସିହାରେ ବଲାଙ୍ଗୀରରେ ଯୁବୋଦ୍ୟୋଗୀ ବ୍ରିଜେଶ ମେହେରଙ୍କ ଜନ୍ମ। ବ୍ୟବସାୟ କ୍ଷେତ୍ରରେ ଏକାଗ୍ରତା ଓ କଠିନ ପରିଶ୍ରମ ଉପରେ ଗୁରୁତ୍ୱ ଦେଉଥିବା ବ୍ରିଜେଶ ମିନରବା ଜୁଏଲର୍ସରୁ ତାଙ୍କର ବ୍ୟବସାୟିକ ଜୀବନ ଆରମ୍ଭ କରିଥିଲେ । ପରେ ମିନରବା ଅଟୋମୋବାଇଲ୍ସ ନାଁରେ ଡିଲରଶିପ୍‌ ନେଇ ଜଣେ ପ୍ରତିଷ୍ଠିତ ବ୍ୟବସାୟୀ ପାଲଟିଛନ୍ତି। ଏକ ବହୁରାଷ୍ଟ୍ରୀୟ କମ୍ପାନୀ(ଏମ୍‌ଏନ୍‌ସି)ରେ କାର୍ଯ୍ୟ କରି ଫେରିବା ପରେ ନିଜ ଜନ୍ମମାଟି ରେ ସେ କିପରି ବ୍ୟବସାୟ କ୍ଷେତ୍ରରେ ପାଦ ଦେଇଥିଲେ ଏବଂ ସଫଳତା ସାଉଁଟିଥିଲେ ସେନେଇ ବ୍ରିଜେଶଙ୍କ ସହ ଧରିତ୍ରୀର ସ୍ବତନ୍ତ୍ର ଆଲୋଚନା…

ପ୍ର- ବ୍ୟବସାୟିକ ଯାତ୍ରା ସମ୍ପର୍କରେ ସଂକ୍ଷେପରେ କହିବେ?
ଉ- ୨୦୦୪ରେ ବାଙ୍ଗାଲୋରରେ ଏମ୍‌ବିଏ ସାରିବା ପରେ ଏକ ଏମ୍‌ଏନ୍‌ସିରେ ୨ବର୍ଷ କାମ କରିଥିଲି। ୨୦୦୬ରେ ଜନ୍ମମାଟି ବଲାଙ୍ଗୀର ଫେରି ମିନରବା ଜୁଏଲର୍ସ ନାମରେ ରିଟେଲ ଜୁଏଲେରି ବ୍ୟବସାୟ ଆରମ୍ଭ କରିଲି। ୨୦୧୨ରେ ପଶ୍ଚିମ ଓଡ଼ିଶାରେ ମହିନ୍ଦ୍ରା ଡିଲରଶିପ୍‌ର ସୁଯୋଗ ପାଇଲି। ୨୦୧୩ରେ ମିନରବା ଅଟୋମୋବାଇଲ୍ସ ପ୍ରାଇଭେଟ୍‌ ଲିମିଟେଡ୍‌ ନାମରେ ମହିନ୍ଦ୍ରା ଡିଲରଶିପ୍‌ ଆରମ୍ଭ କରିଥିଲି।
ପ୍ର- ଓଡ଼ିଶାରେ କାର୍‌ ବଜାର ସ୍ଥିତି କିପରି ରହିଛି?
ଉ- କୋଭିଡ୍‌ ସମୟରେ ଇଣ୍ଡଷ୍ଟ୍ରି କ୍ଷତିଗ୍ରସ୍ତ ହୋଇଥିଲା। ମାତ୍ର ଲୋକମାନେ ପ୍ରାଇଭେଟ୍‌ ଟ୍ରାନ୍ସପୋର୍ଟକୁ ଗୁରୁତ୍ୱ ଦେଉଥିବାରୁ ପରବର୍ତ୍ତୀ ମୁହୂର୍ତ୍ତରେ ଏହାର ଚାହିଦା ଖୁବ୍‌ ବଢ଼ିଛି। ବଜାରରେ ନୂଆ ନୂଆ ମଡେଲ ଉପଲବ୍ଧ ହେଉଛି। ବିଶେଷକରି ଏସ୍‌ୟୁଭି କ୍ଷେତ୍ରରେ ଗ୍ରାହକଙ୍କ ଆଗ୍ରହ ବଢ଼ିଛି। ସାରା ଦେଶରେ କାର ବିକ୍ରି କ୍ଷେତ୍ରରେ ଓଡ଼ିଶା ଖୁବ୍‌ ଆଗରେ ରହିଛି। ଗତ ୩ରୁ ୪ ବର୍ଷ ମଧ୍ୟରେ ସଡ଼କ ଏବଂ ଉନ୍ନତ ଭିତ୍ତିଭୂମି କାରଣରୁ ଯାନ ବିକ୍ରି ତ୍ୱରାନ୍ବିତ ହୋଇଛି।
ପ୍ର- ଏହି ଶିଳ୍ପରେ କେଉଁ ସବୁ ସମସ୍ୟା ଦେଇ ଗତି କରିବାକୁ ପଡ଼େ? ଗ୍ରାହକ ସନ୍ତୁଷ୍ଟୀକରଣ କେତେ ଗୁରୁତ୍ୱ ବହନ କରେ?
ଉତ୍ତର: ବର୍ତ୍ତମାନ ପର୍ଯ୍ୟନ୍ତ ସେପରି କୌଣସି ବଡ଼ ଆହ୍ବାନ ଆସିନାହିଁ। ମାତ୍ର ଭାବୁଛି ସୁଧହାରରେ କ୍ରମାଗତ ବୃଦ୍ଧି ଅଟୋମୋବାଇଲ୍‌ ବିକ୍ରିକୁ ଟିକେ ହତାଶ କରିଛି। ଏଥିସହ ଓଡ଼ିଶାରେ ନୂତନ ସରକାର ଗଠନ ହୋଇଥିବାବେଳେ ଗତ ୯ ମାସ ମଧ୍ୟରେ ଆନୁଷ୍ଠାନିକ ତଥା ସରକାରୀ ବିକ୍ରିକୁ ମନ୍ଥର କରିଦେଇଛି। ସ୍ଥିରତା ଏବଂ ତୀବ୍ର ନୀତି ନିର୍ଦ୍ଧାରଣ କରି ସ୍ଥିତି ନିୟନ୍ତ୍ରଣକୁ ଅଣାଯାଇପାରିବ। ସେହିପରି ପ୍ରତିଯୋଗିତାମୂଳକ ଭାବେ ଏହି ଶିଳ୍ପ ଅଗ୍ରଗତି କରୁଥିବାବେଳେ ଗ୍ରାହକ ସନ୍ତୁଷ୍ଟୀକରଣ ସବୁଠାରୁ ଗୁରୁତ୍ୱପୂର୍ଣ୍ଣ। ଯଦି ଜଣେ ଗ୍ରାହକଙ୍କୁ ସନ୍ତୁଷ୍ଟ କରିବାରେ ବିଫଳ ହେଉଛି ତେବେ ଗ୍ରାହକ ତାଙ୍କ ନିକଟକୁ ଫେରିବେ ବୋଲି ଆଶା ନ କରିବା ଭଲ।
ପ୍ର- ସଷ୍ଟେନବଲ୍‌ ମୋବିଲିଟି କ୍ଷେତ୍ରରେ ବୈଦ୍ୟୁତିକ ଯାନର କ’ଣ ଭୂମିକା ରହିବ?
ଉ- ବୈଦ୍ୟୁତିକ ଯାନ ଏପର୍ଯ୍ୟନ୍ତ ଏହାର ପ୍ରାରମ୍ଭିକ ପର୍ଯ୍ୟାୟରେ ଅଛି। ଚାର୍ଜିଂ ଭିତ୍ତିଭୂମି ଭଳି ଆହ୍ବାନ ରହିଛି। ମାତ୍ର ଜୀବାଶ୍ମ ଇନ୍ଧନ ପାଇଁ ଏହା ନିଶ୍ଚିତ ଭାବରେ ଏକ ଉତ୍ତମ ବିକଳ୍ପ। କମ୍ପାନୀଗୁଡ଼ିକ ବର୍ତ୍ତମାନ ନୂତନ ମଡେଲ ମଧ୍ୟ ଆଣୁଛନ୍ତି, ଯାହା ବୈଦ୍ୟୁତିକ ଯାନ ବିକ୍ରିରେ ସାହାଯ୍ୟ କରିବ।
ପ୍ର- ଆପଣ ଯୁବୋଦ୍ୟୋଗୀଙ୍କୁ କ’ଣ ପରାମର୍ଶ ଦେବେ?
ଉ- ଅଭିଜ୍ଞତାକୁ ଆଧାରକରି ଯୁବୋଦ୍ୟୋଗୀଙ୍କୁ ଗୋଟିଏ ପରାମର୍ଶ ଦେବାକୁ ଚାହିଁବି, ପ୍ରଥମତଃ ଆପଣଙ୍କ କର୍ମଚାରୀଙ୍କୁ ଖୁସି ଏବଂ ସନ୍ତୁଷ୍ଟ ରଖିବା ପାଇଁ ଆପଣ ଯାହା କରିପାରିବେ ତାହା କରନ୍ତୁ ଏବଂ ଏହାର ପ୍ରତିବଦଳରେ ସେମାନେ ଆପଣଙ୍କ ଗ୍ରାହକଙ୍କ ଯତ୍ନ ନେବେ। ଦ୍ୱିତୀୟରେ ଆଜିକାଲି ଅଟୋମୋବାଇଲ ଡିଲରଶିିପ୍‌ର ବହୁତ ଚାହିଦା ରହିଛି। ଏହି କ୍ଷେତ୍ରରେ ଉତ୍ସର୍ଗୀକୃତ ମନୋଭାବ ଓ କଠିନ ପରିଶ୍ରମ ସଫଳତା ଆଣିଦେବ।
-ସାକ୍ଷାତ୍‌କାର: ଅନୁରାଧା ମହାରଣା, ଭୁବନେଶ୍ୱର


Enter your email to get our daily news in your inbox.

All Right Reserved By Dharitri.Com

ଭିଜିଲାନ୍ସ ଜାଲରେ ସଇଁତଳା RI: ୩ ହଜାର ଟଙ୍କା ଲାଞ୍ଚ ନେବାବେଳେ ଧରାପଡ଼ିଲେ

ବଲାଙ୍ଗୀର, ୧୩।୧୦(ସୁନିଲ କୁମାର ମହାନ୍ତି): ଲାଞ୍ଚ ନେବା ଅଭିଯୋଗରେ ବଲାଙ୍ଗୀର ଜିଲା ସଇଁତଳା ରାଜସ୍ବ ସର୍କଲର ରାଜସୱ ନିରୀକ୍ଷକ (RI) ଆଲନ ବେହେରାଙ୍କୁ ଓଡ଼ିଶା ଭିଜିଲାନ୍ସ ମାଡ଼ିବସିଛି।…

କେତେ ଟଙ୍କା ପାଆନ୍ତି ରାଜ୍ୟପାଳ? ମାସିକ ୩.୫ ଲକ୍ଷ ଦରମା ସହ ଜାଣନ୍ତୁ ତାଙ୍କୁ ମିଳୁଥିବା ସମସ୍ତ ସରକାରୀ ସୁବିଧା

ନୂଆଦିଲ୍ଲୀ,୧୩।୧୦: ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ୬ଟି ରାଜ୍ୟ ପାଇଁ ନୂତନ ରାଜ୍ୟପାଳ ନିଯୁକ୍ତ କରିଛନ୍ତି। ଏହାଦ୍ୱାରା ଅନେକ ସାମ୍ୱିଧାନିକ ପଦବୀରେ ପରିବର୍ତ୍ତନ ଘଟିଛି। ସିକିମର ପୂର୍ୱତନ ରାଜ୍ୟପାଳ…

ଭୟୂରଭଞ୍ଜରେ ଲଜ୍ଜା, ଭିନ୍ନକ୍ଷମ ନାବାଳିକାକୁ ବଳାତ୍କାର

ଉଦଳା,୧୩।୧୦: ଭୟୂରଭଞ୍ଜ ଜିଲା ଉଦଳା ଅଞ୍ଚଳରେ ଏକ ଲଜ୍ଜାଜନକ ଘଟଣା ସାମ୍ନାକୁ ଆସିଛି। ଜଣେ ଭିନ୍ନକ୍ଷମ ନାବାଳିକାକୁ ବଳାତ୍କାର କରାଯାଇଥିବା ଥାନାରେ ଅଭିଯୋଗ ହୋଇଛି। ପୋଲିସ ଅଭିଯୋଗକୁ…

ରାହୁଙ୍କ ନକ୍ଷତ୍ରରେ ସୂର୍ଯ୍ୟଙ୍କ ପ୍ରବେଶ: ମେଷ ସମେତ ୩ ରାଶିର ବଢ଼ିବ ଚିନ୍ତା, ପଳାଇବ ଚାକିରି! ସମ୍ପର୍କରେ ପଡିବ ଭଟ୍ଟା

ଜ୍ୟୋତିଷ ଶାସ୍ତ୍ର ଅନୁସାରେ, ସୂର୍ଯ୍ୟ ଓ ରାହୁଙ୍କ ଯୁତିକୁ ଶୁଭ ବୋଲି ବିବେଚନା କରାଯାଏ ନାହିଁ। ସେହିପରି ସୂର୍ଯ୍ୟଙ୍କ ରାହୁଙ୍କ ନକ୍ଷତ୍ରରେ ପ୍ରବେଶକୁ ମଧ୍ୟ ଜ୍ୟୋତିଷ ଦୃଷ୍ଟିରୁ…

୪୨ କଲେଜକୁ ସ୍ବୟଂଶାସିତ ମାନ୍ୟତା ପ୍ରସ୍ତାବ: ତାଲିକାରେ ଗଞ୍ଜାମର ୧୧ କଲେଜ

ଭଞ୍ଜନଗର,୧୩।୧୦(ବାବୁଲା ପ୍ରଧାନ): ରାଜ୍ୟର ୪୨ଟି ମହାବିଦ୍ୟାଳୟକୁ ସ୍ବୟଂଶାସିତ ମାନ୍ୟତା ପ୍ରଦାନ ନେଇ ରାଜ୍ୟ ସରକାର ଯୋଜନା ରଖିଥିବା ଜଣାପଡ଼ିଛି। ଏନେଇ ବିଶ୍ୱବିଦ୍ୟାଳୟ ଅନୁଦାନ ଆୟୋଗ (ୟୁଜିସି) ପକ୍ଷରୁ…

୫ ଥର ଟାଇଟଲ ଜିତି ଇତିହାସ ରଚିଲେ ଗିଲ, ଏହି ତାଲିକାରେ କୋହଲିଙ୍କ ସ୍ଥାନ କେଉଁଠି? ଲିଷ୍ଟ ଦେଖିଲେ ଚମକିଯିବେ

ନୂଆଦିଲ୍ଲୀ,୧୩।୧୦: ଶୁଭମନ ଗିଲ ସର୍ବାଧିକ ଥର ‘ପ୍ଲେୟର ଅଫ ଦ ମନ୍ଥ’ ଟାଇଟଲ ଜିତିଥିବା ଭାରତୀୟ ଖେଳାଳି। ମଙ୍ଗଳବାର (ଅକ୍ଟୋବର ୧୩) ଅନ୍ତର୍ଜାତୀୟ କ୍ରିକେଟ ପରିଷଦ (ICC)…

ଗର୍ଭବତୀ ମହିଳା ସାମ୍ବାଦିକାଙ୍କୁ ଧକ୍କା ଦେଲେ ରାହୁଲ! ଭାଜପା ନେତାଙ୍କ ସାଂଘାତିକ ଅଭିଯୋଗ, କହିଲେ- ତାଙ୍କ ଗର୍ଭ…

ନୂଆଦିଲ୍ଲୀ,୧୩।୧୦: କଂଗ୍ରେସ ସାଂସଦ ତଥା ଲୋକ ସଭାରେ ବିରୋଧୀ ଦଳ ନେତା ରାହୁଲ ଗାନ୍ଧୀ ସୋମବାର ସୁପ୍ରିମକୋର୍ଟ ପର୍ଯ୍ୟନ୍ତ ଏକ ମାର୍ଚ୍ଚ କରିଥିଲେ। ଏହି ମାର୍ଚ୍ଚରେ ଇଣ୍ଡିଆ…

ବନ୍ଧୁକ ଦେଖାଇ ମାଗୁଥିଲେ ସୁନା ଗହଣା: ପନିକି ଫୋପାଡିଲେ ମହିଳା, ପରେ…

ପାଟଣା, ୧୩/୧୦ (ବୀର କିଶୋର ଦାଶ): କେନ୍ଦୁଝର ଜିଲା ତୁରୁମୁଙ୍ଗା ଥାନା ଅନ୍ତର୍ଗତ ମୁରୁସୁଆଁ ଗ୍ରାମରେ ମଙ୍ଗଳବାର ମଧ୍ୟାହ୍ନରେ ବନ୍ଧୁକ ଦେଖାଇ ଲୁଟ୍‌ ଉଦ୍ୟମ ହୋଇଛି। ଘରେ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?