ଅପରାଧମୁକ୍ତ ହେବ ସମଲିଙ୍ଗୀ ସମ୍ପର୍କ

ସିଙ୍ଗାପୁର, ୨୨ା୮ : ସିଙ୍ଗାପୁରରେ ପୁରୁଷଙ୍କ ସମଲିଙ୍ଗୀ ସମ୍ପର୍କକୁ ଅପରାଧମୁକ୍ତ କରାଯିବ ବୋଲି ରବିବାର ସେଠାର ପ୍ରଧାନମନ୍ତ୍ରୀ ଲି ସିଏନ୍‌ ଲୁଙ୍ଗ୍‌ ଘୋଷଣା କରିଛନ୍ତି। ବ୍ରିଟିଶ ଉପନିବେଶ ଯୁଗୀୟ ଆଇନ ଅନୁସାରେ ସିଙ୍ଗାପୁର ପେନାଲ କୋଡ୍‌ର ଧାରା ୩୭୭ ଏ ବଳରେ ପୁରୁଷଙ୍କ ମଧ୍ୟରେ ଶାରୀରିକ ସମ୍ବନ୍ଧ ଏକ ଅପରାଧ, ଯାହା ପାଇଁ ୨ ବର୍ଷ ପର୍ଯ୍ୟନ୍ତ ଜେଲ ଦଣ୍ଡବିଧାନ ରହିଛି।

ଆଧୁନିକ ଯୁଗରେ ଏହି ପୁରୁଣାକାଳିଆ ଆଇନ ସିଙ୍ଗାପୁରର ସଂସ୍କୃତି ପାଇଁ ବିପଦ ଦର୍ଶାଇ ସମଲିଙ୍ଗୀ ଅଧିକାର କର୍ମୀମାନେ ଏହାକୁ ଉଚ୍ଛେଦ କରିବାକୁ ଦାବି କରିଆସୁଛନ୍ତି। ନ୍ୟାଶନାଲ ଡେ’ ରାଲି ଅବସରରେ ପ୍ରଧାନମନ୍ତ୍ରୀ ଲି ଉଦ୍‌ବୋଧନ ଦେଇ କହିଛନ୍ତି, ୧୫ ବର୍ଷ ତଳର ଚିନ୍ତାଧାରା ଆଉ ନାହିଁ। ସେତେବେଳେ ଏହି ଆଇନ ରହିବା ଉଚିତ ବୋଲି ସରକାର ମନେ କରିଥିଲେ। କିନ୍ତୁ ଆଜି ଉପଯୁକ୍ତ ପଦକ୍ଷେପ ନେବାର ସମୟ ଆସିଛି। ଅଧିକାଂଶ ସିଙ୍ଗାପୁରବାସୀ ଏହି ନିଷ୍ପତ୍ତିକୁ ଗ୍ରହଣ କରିବେ। ଅନେକ ସ୍ଥାନରେ ପୁରୁଷ ସମଲିଙ୍ଗୀ ବିଶେଷକରି ସ୍ବଳ୍ପ ବୟସ୍କଙ୍କ ଦ୍ୱାରା ଏହା ଆଦୃତ ହେଲାଣି। ନୂଆ ଆଇନ ପୁରୁଷ ସମଲିଙ୍ଗୀଙ୍କ ପାଇଁ ଆଶ୍ୱସ୍ତି ଆଣିଦେବ। ତେବେ ସିଟି-ଷ୍ଟେଟ୍‌ରେ ପୂର୍ବରୁ ପ୍ରଚଳିତ ବିବାହ ବ୍ୟବସ୍ଥାରେ କୌଣସି ପ୍ରକାର ପରିବର୍ତ୍ତନ ଅଣାଯିବ ନାହିଁ। ଅର୍ଥାତ୍‌ ସାବାଳକ ପୁରୁଷ ବନ୍ଧୁ ଏକାନ୍ତରେ ପରସ୍ପର ସହ ସମ୍ପର୍କ ରଖିପାରିବେ। କିନ୍ତୁ ବିବାହ କରିପାରିବେ ନାହିଁ। ଏହି ନୂଆ ସନ୍ତୁଳନ ସିଙ୍ଗାପୁରକୁ ଏକ ସହିଷ୍ଣୁ ଓ ସମାବେଶୀ ସମାଜ ଭାବମୂର୍ତ୍ତି ବଜାୟ ରଖିବାରେ ଦୀର୍ଘ ବର୍ଷ ଧରି ସହାୟକ ହେବ ବୋଲି ପ୍ରଧାନମନ୍ତ୍ରୀ କହିଛନ୍ତି।

ସିଙ୍ଗାପୁର ପ୍ରଧାନମନ୍ତ୍ରୀ ଲି ସିଏନ୍‌ ଲୁଙ୍ଗ୍‌ଙ୍କ ପୁତୁରା ଲି ହୁଆନ୍‌ଓ୍ବୁ ଜଣେ ସମଲିଙ୍ଗୀ। ପ୍ରଧାନମନ୍ତ୍ରୀଙ୍କ ସାନଭାଇ ଲି ସିଏନ୍‌ ୟାଙ୍ଗ୍‌ ୨୦୧୯ରେ ଦକ୍ଷିଣ ଆଫ୍ରିକାରେ ତାଙ୍କ ପୁରୁଷ ବନ୍ଧୁଙ୍କୁ ବିବାହ କରିଥିଲେ। ହୁଆନ୍‌ଓ୍ବୁ ସେହି ପିଙ୍କ୍‌ ଡଟ୍‌ ଇଭେଣ୍ଟରେ ନିଜ ମା’ ବାପାଙ୍କ ସହ ଯୋଗ ଦେଇଥିଲେ।
ଅନ୍ୟ ପୂର୍ବତନ ବ୍ରିଟିଶ ଉପନିବେଶଗୁଡ଼ିକରେ ପୁରୁଷ-ପୁରୁଷଙ୍କ ମଧ୍ୟରେ ଯୌନ ସମ୍ପର୍କକୁ ନେଇ ଭିନ୍ନ ଭିନ୍ନ ଆଇନ ରହିଛି। ମାଲେସିଆରେ ଜଣେ ପୂର୍ବତନ ଉପପ୍ରଧାନମନ୍ତ୍ରୀ ସମଲିଙ୍ଗୀ ସମ୍ପର୍କ ପାଇଁ ୨୦୦୦ ଓ ୨୦୧୪ ମସିହାରେ ୨ ଥର ଜେଲ ଯାଇଥିଲେ। ସମାଲୋଚକଙ୍କ ମତରେ ସେହି ଦଣ୍ଡ ରାଜନୈତିକ ଉଦ୍ଦେଶ୍ୟ ପ୍ରଣୋଦିତ ଥିଲା।
୨୦୧୮ରେ ସୁପ୍ରିମକୋର୍ଟଙ୍କ ଏକ ଐତିହାସିକ ରାୟ ପରେ ଭାରତ ସମଲିଙ୍ଗୀ ସମ୍ପର୍କକୁ ଅପରାଧମୁକ୍ତ କରିଛି। ଆଇପିସି ଦଫା ୩୭୭ ବଳରେ ପୂର୍ବରୁ ଏଭଳି ସମ୍ପର୍କ ରଖୁଥିବା ବ୍ୟକ୍ତିଙ୍କୁ ୧୦ ବର୍ଷ ପର୍ଯ୍ୟନ୍ତ ଜେଲଦଣ୍ଡ ଦିଆଯାଉଥିଲା।
ଏସିଆର ଆଉ କେତେକ ଦେଶ ସମଲିଙ୍ଗୀ ବିବାହକୁ ବୈଧତା ପ୍ରଦାନ ପାଇଁ ପଦକ୍ଷେପ ନେଇଛନ୍ତି। ୨୦୧୯ରେ ତାଇଓ୍ବାନ ଏପରି ବିବାହକୁ ସ୍ବୀକୃତି ଦେବାରେ ପ୍ରଥମ। ନିକଟରେ ଥାଇଲାଣ୍ଡ ମଧ୍ୟ ସମଲିଙ୍ଗୀ ବିବାହକୁ ଅନୁମତି ଦେଇଛି।


Enter your email to get our daily news in your inbox.

All Right Reserved By Dharitri.Com

ଦମଦାର ବିଜୟ ସହ ସିଜିନ୍‌ ଆରମ୍ଭ କଲା ରାଜସ୍ଥାନ ରୟାଲ

ଗୁଆହାଟୀ,୩୦।୩: ରାଜସ୍ଥାନ ରୟାଲ୍ସ ଏକ ଦମଦାର ବିଜୟ ସହିତ IPL 2026 ସିଜିନ ଆରମ୍ଭ କରିଛି। ଗୁଆହାଟୀରେ ଖେଳାଯାଇଥିବା ସେମାନଙ୍କର ପ୍ରଥମ ମ୍ୟାଚରେ ରାଜସ୍ଥାନ ରୟାଲ୍ସ ସମ୍ପୂର୍ଣ୍ଣ…

୧୫ କିଲୋ ଗଞ୍ଜେଇ ସହ ଯୁବକଙ୍କୁ ବାନ୍ଧିଲା ପୋଲିସ

ନନ୍ଦପୁର,୩୦।୩( ତୁଷାର କାନ୍ତ ମହାନ୍ତି): ନନ୍ଦପୁର ଅବକାରୀ ଦଳ ସୋମବାର ଜଣେ ଯୁବକଙ୍କୁ ୧୫ କିଲୋ ୨୦୦ ଗ୍ରାମ ଗଞ୍ଜେଇ ସହ ଗିରଫ କରିଛି। ନନ୍ଦପୁର ଅଞ୍ଚଳରୁ…

ଡାକ୍ତରଙ୍କ ପାଖକୁ ଯାଆନ୍ତୁ ନିଶିକାନ୍ତ ଦୁବେ: ବର୍ଷିଲେ ନବୀନ

ଭୁବନେଶ୍ୱର, ୩୦।୩: ଏମ୍‌ପି ନିଶିକାନ୍ତ ଦୁବେଙ୍କ ଦ୍ୱାରା ବିଜୁ ବାବୁଙ୍କ ବାବଦରେ ରବିବାର ରଖାଯାଇଥିବା ବିବୃତ୍ତି ଶୁଣି ଆଶ୍ଚର୍ଯ୍ୟ ହେଲି। ତାଙ୍କର ଏଭଳି ମନ୍ତବ୍ୟକୁ ନିନ୍ଦା କରୁଛି।…

ବିଜୁ ପଟ୍ଟନାୟକଙ୍କ ଉପରେ ଅସମ୍ମାନଜନକ ମନ୍ତବ୍ୟକୁ ନେଇ ମୁହଁ ଖୋଲିଲେ ବୈଜୟନ୍ତ ପଣ୍ଡା: କହୁ କହୁ କହିଦେଲେ…

ଭୁବନେଶ୍ୱର,୩୦।୩: ଭାଜପା ଏମ୍‌ପି ନିଶିକାନ୍ତ ଦୁବେ ସ୍ବର୍ଗତଃ ବିଜୁ ପଟ୍ଟନାୟକଙ୍କୁ ଉପରେ ଦେଇଥିବା ମନ୍ତବ୍ୟକୁ ନେଇ ରାଜନୀତି ଜୋର ଧରିଛି। ବିଜୁ ବାବୁଙ୍କ ପ୍ରତି ମନ୍ତବ୍ୟ ନେଇ…

ନାବାଳିକାଙ୍କୁ ଅପହରଣ କରିନେଇଥିଲେ ଶୁଭମ, ବଳାତ୍କାର ପରେ…

ଦିଗପହଣ୍ଡି,୩୦।୩(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ସାନଖେମୁଣ୍ଡି ବ୍ଲକ ଅଧିନ ଏକ ଗାଁରୁ ଆକସ୍ମିକ ଭାବେ ନିଖୋଜ ହୋଇଯାଇଥିବା ଜଣେ ୧୭ ବର୍ଷୀୟା ନାବାଳିକାଙ୍କୁ ପାଟପୁର ପୋଲିସ…

ଇରାନ-ଆମେରିକା ଯୁଦ୍ଧ ଭିତରେ ପଶିଲା ଚାଇନା, କହିଦେଲା ଏତେ ବଡ଼ କଥା, ଟ୍ରମ୍ପ ଛାନିଆ

ନୂଆଦିଲ୍ଲୀ,୩୦।୩: ମଧ୍ୟପ୍ରାଚ୍ୟରେ ଚାଲିଥିବା ଯୁଦ୍ଧ ମଧ୍ୟରେ, ଚାଇନା ଇରାନ ବିରୁଦ୍ଧରେ ଆମେରିକାର ଆକ୍ରମଣକୁ ନିନ୍ଦା କରିଛି। ଚାଇନା ସ୍ପଷ୍ଟ ଭାବରେ କହିଛି ଯେ ଇରାନ ବିରୁଦ୍ଧରେ ସାମରିକ…

ମୋଦିଙ୍କୁ ନେଇ ଏମିତି କହିଦେଲେ ଓମାର ଅବଦୁଲ୍ଲା: ରାଜନୀତିରେ ହଲଚଲ

ଶ୍ରୀନଗର,୩୦।୩: ଜମ୍ମୁ ଏବଂ କଶ୍ମୀର ମୁଖ୍ୟମନ୍ତ୍ରୀ ଓମାର ଅବଦୁଲ୍ଲା ଯୁଦ୍ଧକୁ ନେଇ ନିଜ ମତ ରଖିଛନ୍ତି। ସେ କହିଛନ୍ତି, ଆମେ ନିଶ୍ଚିତ ଭାବରେ ଆଶା କରୁଛୁ ଯେ…

ଜରୁରୀକାଳୀନ ପରିସ୍ଥିତି, ସ୍ମାର୍ଟ ଲକଡାଉନ୍‌… ଇରାନ ଯୁଦ୍ଧ ଯୋଗୁ ଘୋର ସଙ୍କଟରେ ଏହି ସବୁ ଦେଶ

ନୂଆଦିଲ୍ଲୀ,୩୦।୩: ଇରାନ, ଆମେରିକା ଏବଂ ଇସ୍ରାଏଲ ମଧ୍ୟରେ ଚାଲିଥିବା ସଂଘର୍ଷ ଆଉ ଏହି ତିନୋଟି ଦେଶ ମଧ୍ୟରେ ସୀମିତ ନାହିଁ। ତେଲ ଏବଂ ଗ୍ୟାସ ଯୋଗାଣରେ ବାଧା…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri