କମିଗଲା ୯ କି.ମି. ରାସ୍ତା ନିର୍ମାଣ

ଯାଜପୁର,୧୮ା୮(ହର୍ଷବର୍ଦ୍ଧନ ବେହେରା): ଜନଜୀବନର ସୁରକ୍ଷା ଏବଂ ନିରାପଦ ଗମନାଗମନ ପାଇଁ କେନ୍ଦ୍ର ସରକାରଙ୍କ ଜାତୀୟ ରାଜପଥ ପ୍ରାଧିକରଣ ବିଭାଗ ପକ୍ଷରୁ ଯାଜପୁର ଜିଲା ଦେଇ ଏକ ନୂତନ ଜାତୀୟ ରାଜପଥ(ଏନଏଚ)ର ପରିକଳ୍ପନା କରାଯାଇଛି । ଜିଲାର ବିଭିନ୍ନ ପର୍ଯ୍ୟଟନସ୍ଥଳୀକୁ ସଂଯୋଗ କରୁଥିବା କୁଆଖିଆଠାରୁ ଭାୟା ଯାଜପୁର, ଆରଡି ସାତଭାୟା ୨୦ ନମ୍ବର ଏନଏଚ ନାମରେ ଏହି ପ୍ରକଳ୍ପକୁ ମଞ୍ଜୁରୀ ମଧ୍ୟ ମିଳି ସାରିଛି । କିନ୍ତୁ ଭାରତ ସରକାରଙ୍କ ରାସ୍ତା, ପରିବହନ ଏବଂ ରାଜପଥ ମନ୍ତ୍ରଣାଳୟ ପକ୍ଷରୁ ଇତିମଧ୍ୟରେ କେବଳ କୁଆଖିଆଠାରୁ ମଙ୍ଗଳପୁର ଟାଉନ ପର୍ଯ୍ୟନ୍ତ ଏନଏଚ୍‌ର ସମ୍ପ୍ରସାରଣ ଓ ସୁଦୃଢ଼ୀକରଣ ପାଇଁ ମଞ୍ଜୁରୀ ମିଳିଛି। ଅନ୍ୟପକ୍ଷେ ଏନଏଚ୍‌ ଗେଜେଟ ନୋଟିଫିକେଶନ ଧାରା ୩(ଡି) ଅନୁସାରେ କୁଆଖିଆଠାରୁ କୟାଁଗୋଲା ପର୍ଯ୍ୟନ୍ତ ୪୫ କିମି ଦୂର ବିଶିଷ୍ଟ ରାସ୍ତା ପାଇଁ ୬୩ଟି ରାଜସ୍ବ ଗ୍ରାମର ଜମି ଅଧିଗ୍ରହଣ କରିବାକୁ ବିଜ୍ଞପ୍ତି ପ୍ରକାଶ ପାଇଥିଲା। ଏଥିପାଇଁ ପ୍ରଥମ ପର୍ଯ୍ୟାୟରେ ୨୨୬.୮୩ କୋଟି ଟଙ୍କା ମଞ୍ଜୁର ହୋଇଛି। ତେଣୁ ଏନଏଚ୍‌ ସର୍କିଲ ଭୁବନେଶ୍ୱରର ଚିଫ୍‌ କନଷ୍ଟ୍ରକ୍ସନ ଇଞ୍ଜିନିୟର ମଞ୍ଜୁର ହୋଇଥିବା ୩୫.୮ କିମି ରାସ୍ତା ନିର୍ମାଣ ପାଇଁ କେତେ ଗ୍ରାମର ଜମି ଅଧିଗ୍ରହଣ କରାଯିବ ତାହା ସ୍ପଷ୍ଟ କରିବାକୁ ଯାଜପୁର ଜମି ଅଧିଗ୍ରହଣ ଅଧିକାରୀଙ୍କୁ ପତ୍ର ଅନୁରୋଧ କରିଛନ୍ତି। ଏଥିରୁ ପ୍ରଥମ ପର୍ଯ୍ୟାୟରେ ପୂର୍ବ ନିଷ୍ପତ୍ତି ଅନୁଯାୟୀ ୯ କିମି ରାସ୍ତା ହ୍ରାସ ପାଇବା ନିଶ୍ଚିନ୍ତ ହୋଇଛି। ଏଭଳି ଭାବେ ଜମି ଅଧିଗ୍ରହଣ ଏବଂ ମଞ୍ଜୁରପ୍ରାପ୍ତ ରାସ୍ତାର ଦୂରତାକୁ ନେଇ ପ୍ରଭେଦ ରହିଥିବାରୁ କାର୍ଯ୍ୟ ଆରମ୍ଭର ଦିନ ଗଡ଼ି ଚାଲିଛି ବୋଲି ମତପ୍ରକାଶ ପାଇଛି।
ସୂଚନାଯୋଗ୍ୟ, ୨୦୧୫ ସେପ୍ଟେମ୍ବର ୧୭ରେ ୨୦ ନମ୍ବର ଏନ୍‌ଏଚ୍‌ ନିର୍ମାଣ ସଂକ୍ରାନ୍ତରେ ବିଜ୍ଞପ୍ତି ପ୍ରକାଶ ପାଇଥିଲା । ଜିଲାର କୁଆଖିଆଠାରୁ ସମୁଦାୟ ୧୩୯ କିମି ବିଶିଷ୍ଟ ଏହି ପ୍ରକଳ୍ପର ସବିଶେଷ ପ୍ରୋଜେକ୍ସ ରିପୋର୍ଟ (ଡିପିଆର) ପ୍ରସ୍ତୁତ ପାଇଁ ଇଗିସ(ଇଆଇଜିଆଇଏସ୍‌) ଇଣ୍ଡିଆ କନ୍ସଲଟିଂ ଇଞ୍ଜିନିୟର୍ସ ପ୍ରାଇଭେଟ ଲିଃକୁ ଦାୟିତ୍ୱ ଦିଆଯାଇଥିଲା।କେବଳ ଡିପିଆର ପ୍ରସ୍ତୁତି ପାଇଁ ୪,୬୮,୮୩,୨୨୮ ଟଙ୍କା ଖର୍ଚ୍ଚ କରିବାକୁ ନିର୍ଦ୍ଧାରଣ ହୋଇଥିଲା। ଏହାବାଦ୍‌ ଓଡିଶାର ୧୩୦ କିମି ବିଶିଷ୍ଟ ବଲାଙ୍ଗୀର-ପାଟଣାଗଡ-ହରିଶଙ୍କର-ନୃସିଂହନାଥ-ପାଇକମାଳ-ନୂଆପଡା ପ୍ରକଳ୍ପ, ୧୦୦ କିମି ବିଶିଷ୍ଟ କେନ୍ଦୁଝର ନାରାୟଣପୁର-କାଳିଆହାଟ-କଙ୍କଡାହାଡ-କାମାକ୍ଷାନଗର ପ୍ରକଳ୍ପ, ୧୧୦ କିମି ବିଶିଷ୍ଟ କେନ୍ଦ୍ରାପଡ଼ା ନିକଟରୁ ଚାନ୍ଦବାଲି-ଧାମରା ଜଙ୍କସନ ପ୍ରକଳ୍ପ, ୨୦୭ କିମି ବିଶିଷ୍ଟ ଆନ୍ଧ୍ରପ୍ରଦେଶ ଓ ଓଡ଼ିଶା ସୀମାନ୍ତ ପାରଳାଖେମୁଣ୍ଡି-ରାମନଗୁଣ୍ଡମ-ବିଶମକଟକ-ମୁନିଗୁଡା-ଭବାନୀପାଟଣା ପ୍ରକଳ୍ପ ଏବଂ ୨୦୬ କିମି ବିଶିଷ୍ଟ ଭବାନୀପାଟଣା-ଖରିଆର-ବଙ୍ଗୋମୁଣ୍ଡା-ପାଟଣାଗଡ ପ୍ରକଳ୍ପ ପରିକଳ୍ପନା କରାଯାଇଥିଲା। ସେଥିମଧ୍ୟରୁ ଯାଜପୁର ଜିଲା ୧୬ନଂ. ଜାତୀୟ ରାଜପଥର କୁଆଖିଆଠାରୁ ମଙ୍ଗଳପୁର ପର୍ଯ୍ୟନ୍ତ ରାସ୍ତା ନିର୍ମାଣ କରିବାକୁ ମଞ୍ଜୁରୀ ମିଳି ସାରିଛି। ବାକି ପ୍ରକଳ୍ପଗୁଡିକ ପରିକଳ୍ପନାରେ ସୀମିତ ରହିଛି। କୁଆଖିଆ-ମଙ୍ଗଳପୁର ରାସ୍ତା ନିର୍ମାଣ କରାଗଲେ ବିରଜାକ୍ଷେତ୍ର, ଆରଡି, ଚାନ୍ଦବାହାଲି ଓ ରାଜକନିକାକୁ ଛୁଇଁବ । ଏହି ରାସ୍ତା ସମ୍ପୂର୍ଣ୍ଣ ହେଲେ ବିରଜା ମନ୍ଦିର ସହ ଅନ୍ୟାନ୍ୟ ପର୍ଯ୍ୟଟନସ୍ଥଳୀକୁ ଯାତାୟାତ ସହଜ ହୋଇ ପାରିବ । କିନ୍ତୁ ଏଯାଏ ଜମି ଅଧିଗ୍ରହଣ ସହ ଅନ୍ୟାନ୍ୟ କାର୍ଯ୍ୟ ଆଗେଇ ପାରୁ ନ ଥିବାରୁ ନିର୍ଦ୍ଧାରିତ ସମୟରେ ରାସ୍ତା ସମ୍ପୂର୍ଣ୍ଣ ହେବା ନେଇ ସଂଶୟ ପ୍ରକାଶ ପାଇଛି ା ଏହି ରାସ୍ତା ଅତି ସଙ୍କୁଚିତ ଥିବାରୁ ପ୍ରାୟ ସମୟରେ ଦୁର୍ଘଟଣା ଘଟି ଲୋକଙ୍କ ଜୀବନ ଯାଉଛି। ତେଣୁ ଜମି ଅଧିଗ୍ରହଣ ଏବଂ ରାସ୍ତାର ଦୂରତା ମଧ୍ୟରେ କୌଣସି ବିବାଦ ନ କରି ଯଥାଶୀଘ୍ର ରାସ୍ତା କାର୍ଯ୍ୟ ଆରମ୍ଭ କରିବାକୁ ସ୍ଥାନୀୟ ଅଞ୍ଚଳରେ ଦାବି ହେଉଛି।


Enter your email to get our daily news in your inbox.

All Right Reserved By Dharitri.Com

ଡେବ୍ୟୁ ମ୍ୟାଚରେ କମାଲ କଲେ କୁପର କନୋଲି; ଗୁଜରାଟ ମୁହଁରୁ ବିଜୟ ଛଡ଼ାଇ ଆଣିଲା ପଞ୍ଜାବ

ନୂଆଦିଲ୍ଲୀ,୩୧।୩: ଆଇପିଏଲ୍‌ ୨୦୨୫ର ଉପବିଜେତା ପଞ୍ଜାବ କିଙ୍ଗସ ନୂଆ ସିଜନ୍‌ରେ ନିଜର ବିଜୟ ଯାତ୍ରା ଆରମ୍ଭ କରିଛି। ଶ୍ରେୟସ ଆୟରଙ୍କ ନେତୃତ୍ୱାଧୀନ ପଞ୍ଜାବ ଟିମ ଏକ କଡ଼ା…

ନିଜ ହାତରେ ବାସନ ଧୋଇଲେ ପ୍ରିୟଙ୍କା ଚୋପ୍ରା; ସ୍ୱର୍ଣ୍ଣ ମନ୍ଦିରରେ ସେବା କରି ଜିତିଲେ କୋଟି କୋଟି ପ୍ରଶଂସକଙ୍କ ମନ

ଅମୃତସର: ବଲିଉଡରୁ ହଲିଉଡ ପର୍ଯ୍ୟନ୍ତ ନିଜର ସ୍ବତନ୍ତ୍ର ପରିଚୟ ସୃଷ୍ଟି କରିଥିବା ଅଭିନେତ୍ରୀ ପ୍ରିୟଙ୍କା ଚୋପ୍ରା ଏବେ ଭାରତ ଗସ୍ତରେ ଅଛନ୍ତି। ନିକଟରେ ସେ ଅମୃତସରର ପବିତ୍ର…

ଭାରତ-ଚାଇନା ସମ୍ପର୍କରେ ନୂଆ ଅଧ୍ୟାୟ: ଆକାଶ ମାର୍ଗରେ ଯୋଡ଼ିହେବେ ଦୁଇ ପ୍ରତିଦ୍ୱନ୍ଦ୍ୱୀ, ସାଂଘାଇ ସହିତ…

ନୂଆଦିଲ୍ଲୀ/ସାଂଘାଇ,୩୧।୩: ଭାରତ ଏବଂ ଚାଇନା ମଧ୍ୟରେ କୋଭିଡ ମହାମାରୀ ଏବଂ ଥିବା କୂଟନୈତିକ ତିକ୍ତତା ଯୋଗୁ ଦୀର୍ଘ ଦିନ ଧରି ବନ୍ଦ ରହିଥିବା ବିମାନ ସେବା ଏବେ…

ପେଟ୍ରୋଲ, ଡିଜେଲ, ଗ୍ୟାସ ଅଭାବକୁ ନେଇ ବଡ଼ କଥା କହିଦେଲେ ମୁଖ୍ୟମନ୍ତ୍ରୀ, ରାଜ୍ୟବାସୀ…

ଭୁବନେଶ୍ୱର, ୩୧।୩: ମଧ୍ୟପ୍ରାଚ୍ୟରେ ଲାଗିରହିଥିବା ଯୁଦ୍ଧ ପରିସ୍ଥିତି ଏବଂ ଏହାର ସମ୍ଭାବ୍ୟ ପ୍ରଭାବକୁ ନେଇ ଓଡ଼ିଶା ସରକାର ସମ୍ପୂର୍ଣ୍ଣ ସଜାଗ ଅଛନ୍ତି। ବିଧାନସଭାରେ ବ୍ୟୟ ମଞ୍ଜୁରୀ ବିଲ…

ଗୁଣିଗାରେଡ଼ି ସନ୍ଦେହରେ ବୃଦ୍ଧଙ୍କୁ ହତ୍ୟା, ୪ ଗିରଫ

ସୁନ୍ଦରଗଡ଼, ୩୧।୩(ଜୟନାରାୟଣ ମେଣ୍ଡୁଳି)-ବର୍ତ୍ତମାନର ବିଜ୍ଞାନ ଯୁଗରେ ମଧ୍ୟ ଆଦିବାସୀ ଅଧ୍ୟୁଷିତ ସୁନ୍ଦରଗଡ଼ ଜିଲାରେ ଲୋକଙ୍କ ମଧ୍ୟରେ ଅନ୍ଧବିଶ୍ୱାସ ଭରି ରହିଛି। ଏହି ଅନ୍ଧବିଶ୍ବାସ ଯୋଗୁ ସୋମବାର ରାତିରେ…

ଟ୍ରମ୍ପଙ୍କ ଚେତାବନୀ…’ତେଲ ଦରକାର ତ ଆମଠୁ କିଣ, ନଚେତ୍ ହର୍ମୁଜ୍‌କୁ ନିଜେ ଦଖଲ କର’

ୱାଶିଂଟନ,୩୧।୩: ଇରାନ ଯୁଦ୍ଧ ମଧ୍ୟରେ ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ନିଜର ସହଯୋଗୀ ଦେଶମାନଙ୍କ ଉପରେ ବର୍ଷିଛନ୍ତି। ଯୁଦ୍ଧରେ ବ୍ୟାକଫୁଟକୁ ଯିବା ପରେ ରାଗିଯାଇ ଟ୍ରମ୍ପ ନିଜର…

ରାସ୍ତାରେ ଷଣ୍ଢକୁ ଧକ୍କା ଦେଇ ଗଛରେ ପିଟଥିଲେ ବାଇକ୍‌ , ଚାଲିଗଲା ଜୀବନ ଦୁର୍ଘଟଣାରେ ବାଇକ ଚାଳକକଙ୍କ ମୃତ୍ୟୁ

ଦିଗପହଣ୍ଡି,୩୧।୩(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ବ୍ଲକ ବମୋକେଇ ପଞ୍ଚାୟତ କୁକୁଟବନ୍ଧ ଗାଁ ଛକରେ ମଙ୍ଗଳବାର ଅପରାହ୍ନ ପ୍ରାୟ ସାଢେ ୪ଟାରେ ଦୁର୍ଘଟଣାରେ ଜଣେ ଯୁବକଙ୍କ…

୩୦ ବର୍ଷ ସରକାରୀ ସେବା ନିୟମିତ ନ ହୋଇ ଅବସର ନେଲେ ଟୁନା ଜେନା

ଭଞ୍ଜନଗର,୩୧।୩(ବାବୁଲା ପ୍ରଧାନ): ତ୍ରୁଟିପୂର୍ଣ୍ଣ ସରକାରୀ ବିଧି ବ୍ୟବସ୍ଥା ଭିତରେ ଜଣେ ଚତୁର୍ଥ ଶ୍ରେଣୀ କର୍ମଚାରୀ ୩୦ ବର୍ଷ ସରକାରୀ ସେବା ଯୋଗାଇଥିଲେ ମଧ୍ୟ ନିୟମିତ କର୍ମଚାରୀ ମାନ୍ୟତା…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri