ୟୁନିୟନ ବ୍ୟାଙ୍କ ପକ୍ଷରୁ ଋଣ ମୁକ୍ତି ଶିବିର

ଭୁବନେଶ୍ୱର : ୟୁନିୟନ ବ୍ୟାଙ୍କ ଅଫ୍‌ ଇଣ୍ଡିଆ ପକ୍ଷରୁ ଋଣ ମୁକ୍ତି ଶିବିର ସମ୍ପର୍କରେ ଘୋଷଣା କରାଯାଇଛି। ଏହି ଶିବିର ଚଳିତ ମାସ ୧ ତାରିଖରୁ ଆରମ୍ଭ ହୋଇ ୩୧ ମାର୍ଚ୍ଚ ୨୦୨୧ ପର୍ଯ୍ୟନ୍ତ ଚାଲିବ। ଦେଶର ବିଭିନ୍ନ ସ୍ଥାନରେ ରହିଥିବା ବ୍ୟାଙ୍କର ସମସ୍ତ ଶାଖାରେ ଏହି ଶିବିର ଆୟୋଜନ କରାଯାଉଥିବା ବ୍ୟାଙ୍କ ପକ୍ଷରୁ ସୂଚନା ଦିଆଯାଇଛି। ଏହା ଜରିଆରେ କ୍ଷୁଦ୍ର ଋଣଧାରୀଙ୍କଠାରୁ ଆରମ୍ଭକରି ୧୦କୋଟି ଟଙ୍କା ପର୍ଯ୍ୟନ୍ତ ଋଣ ନେଇଥିବା ବ୍ୟକ୍ତିବିଶେଷ ସେମାନଙ୍କ ଅନାଦେୟ ଋଣ(ଏନ୍‌ପିଏ)କୁ ଏକକାଳୀନ ପରିଶୋଧ କରିବାକୁ ସୁଯୋଗ ପାଇବେ। କ୍ଷେତ୍ରୀୟ କାର୍ଯ୍ୟାଳୟ ଭୁବନେଶ୍ୱର ଅନ୍ତର୍ଗତ ସମସ୍ତ ଶାଖାରେ ଏହା ଆୟୋଜନ କରାଯାଉଛି। ଏହି ଶିବିର ମାଧ୍ୟମରେ ୟୁନିୟନ ବ୍ୟାଙ୍କ ଅଫ୍‌ ଇଣ୍ଡିଆ, ଇ-କର୍ପୋରେଶନ ବ୍ୟାଙ୍କ ଏବଂ ଇ-ଆନ୍ଧ୍ର ବ୍ୟାଙ୍କର ଏନ୍‌ପିଏ ଋଣଗ୍ରହୀତାମାନେ ଏଥିରେ ଅଂଶ ଗ୍ରହଣକରି ଏହାର ସୁବିଧା ପାଇପାରିବେ। ଏ ସମ୍ବନ୍ଧୀୟ ସବିଶେଷ ବିବରଣୀ ପାଇଁ ଋଣଗ୍ରହୀତାମାନେ ବ୍ୟାଙ୍କର ନିକଟସ୍ଥ ଶାଖା ସହ ଯୋଗାଯୋଗ କରିପାରିବେ ବୋଲି ବ୍ୟାଙ୍କ ପକ୍ଷରୁ ସୂଚନା ରହିଛି।


Enter your email to get our daily news in your inbox.

All Right Reserved By Dharitri.Com

ନୂଆ ରେକର୍ଡ ସ୍ତରରେ ସେନ୍‌ସେକ୍ସ

ବମ୍ବେ,୨୦-୧୨: ଲଗାତର ଭାବେ ୩ଟି ସେସନ ଲାଗି ବମ୍ବେ ଷ୍ଟକ ଏକ୍ସଚେଞ୍ଜରେ ବୃଦ୍ଧି ଧାରା ଜାରି ରହିଛି। ବୁଧବାର ମଧ୍ୟ ସେନସେକ୍ସ ଏବଂ ନିଫ୍ଟିରେ କାରବାର...

ସବ୍‌ସିଡିଯୁକ୍ତ ଏଲପ୍‌ଜି ୩ ଟଙ୍କା କମିଲା

ନୂଆଦିଲ୍ଲୀ,୨-୭: ସୋମବାର ସବ୍‌ସିଡିଯୁକ୍ତ ଏଲପିଜି ଦର ୩.୦୨ ଟଙ୍କା ହ୍ରାସ ଘଟିଛି। ଏହା ଫଳରେ ୧୪.୨ ଲିଟର ବିଶଷ୍ଟ ସିଲିଣ୍ଡର ଦାମ ୪୯୪.୩୫ ଟଙ୍କାକୁ ଖସିଛି।...

୧୬ ଟୁଇଟ୍‌ରେ ସୀତାରାମନଙ୍କ ଉତ୍ତର

ନୂଆଦିଲ୍ଲୀ: କୋଭିଡ୍‌-୧୯ ଭାକ୍ସିନ ଏବଂ ଏଥି ସଂକ୍ରାନ୍ତ ବିଭିନ୍ନ ଔଷଧ ଉପରେ ଲାଗୁଥିବା ଟିକସକୁ ନେଇ ଗତ କିଛିଦିନ ହେବ ବେଶ୍‌ ଆଲୋଚନା ଜାରି ରହିଛି। କରୋନା...

ଟାଟାସନ୍ସ ଅଧ୍ୟକ୍ଷ ପଦବୀକୁ ଫେରିବାକୁ ଇଛା ନାହଁ:ସାଇରସ୍‌ ମିସ୍ତ୍ରି

ନୂଆଦିଲ୍ଲୀ,୬-୧: ଟାଟାସନ୍ସର ଅଧ୍ୟକ୍ଷ ପଦବୀକୁ ଫେରିବା ଲାଗି ଇଚ୍ଛା ନାହିଁ ବୋଲି ପୂର୍ବତନ ଅଧ୍ୟକ୍ଷ ସାଇରସ ମିସ୍ତ୍ରି ରବିବାର କହିଛନ୍ତି। କ୍ଷୁଦ୍ର ଅଂଶୀଦାର ଭାବେ ସାପୋରଜୀ...

ସେପ୍ଟେମ୍ବର ପହିଲାରୁ ହେବାକୁ ଯାଉଛି ଏହି ବଡ଼ ପରିବର୍ତ୍ତନ: ଜାଣନ୍ତୁ ଆପଣଙ୍କ ଉପରେ ପଡ଼ିବ କ’ଣ ପ୍ରଭାବ

ନୂଆଦିଲ୍ଲୀ,୨୮।୮: ମହାମାରୀ କରୋନା କାଳରେ ସେପ୍ଟେମ୍ବର ପହିଲାରୁ ଅନ୍‌ଲକ୍‌-୪ ଆରମ୍ଭ ହେବାକୁ ଯାଉଛି। ଏହାପରଠାରୁ ଅନେକ ପରିବର୍ତ୍ତନ ହେବ, ଯାହାର ପ୍ରଭାବ ସାଧାରଣ ନାଗରିକଙ୍କ ଉପରେ...

୧୨ ଅଗଷ୍ଟ ପର୍ଯ୍ୟନ୍ତ ରେଗୁଲାର ଟ୍ରେନ ବାତିଲ

ନୂଆଦିଲ୍ଲୀ,୨୫।୬: କୋଭିଡ୍‌-୧୦ ସଂକ୍ରମଣ ଜନିତ ସମସ୍ୟା ସାଙ୍ଗକୁ କରୋନା କଟକଣା ପାଇଁ ଅଗଷ୍ଟ ୧୨ ପର୍ଯ୍ୟନ୍ତ ସମସ୍ତ ରେଗୁଲାର ଟ୍ରେନ ଚଳାଚଳ ବନ୍ଦ ରହିବ। ଏହି...

ବାହାର ବ୍ୟକ୍ତି ହୋଇପାରିବେ ଟାଟା ଟ୍ରଷ୍ଟର ମୁଖ୍ୟ: ରତନ ଟାଟା

ନୂଆଦିଲ୍ଲୀ,୨୧।୭: ଟାଟା ଟ୍ରଷ୍ଟ ଉପରେ ଟାଟା ପରିବାରର କୌଣସି ବିଶେଷ ଅଧିକାର ନାହିଁ। ଭବିଷ୍ୟତରେ କୌଣସି ବାହାର ବ୍ୟକ୍ତି ଏହାର ମଙ୍ଗ ସମ୍ଭାଳିପାରିବେ। ଟାଟା ଟ୍ରଷ୍ଟର...

ରିଲାଏନ୍ସ ଡିଜିଟାଲର ଫେଷ୍ଟିଭାଲ ଅଫ୍‌ ଇଲେକ୍‌ଟ୍ରୋନିକ୍ସ

ଭୁବନେଶ୍ୱର,୬-୧୦: ରିଲାଏନ୍ସ ଡିଜିଟାଲ ପକ୍ଷରୁ ପାର୍ବଣ ଉପଲକ୍ଷେ ଫେଷ୍ଟିଭାଲ ଅଫ୍‌ ଇଲେକଟ୍ରୋନିକ୍ସ ଶୁଭାରମ୍ଭ ହୋଇଛି। ଏହି ସମୟରେ ରିଲାଏନ୍ସ ଡିଜିଟାଲରୁ କ୍ରୟ ଉପରେ ଗ୍ରାହକମାନେ ଆକର୍ଷଣୀୟ...

Advertisement
Archives

Model This Week