କର୍ପୋରେଟଗୁଡ଼ିକ ଲାଗି ଋଣ ପୁନର୍ଗଠନ ସୁବିଧା

ନୂଆଦିଲ୍ଲୀ,୭।୮: ବର୍ତ୍ତମାନ ସମୟରେ ଘରୋଇ ବଜାର ପ୍ରଭାବିତ ହୋଇ ରହିଛି। ବଜାରର ଦାବିକୁ ନଜରରେ ରଖି କର୍ପୋରେଟ ଏବଂ ବ୍ୟକ୍ତିଗତ ଋଣ ଗ୍ରହୀତାଙ୍କ ଲାଗି ରିଜର୍ଭ ବ୍ୟାଙ୍କ ଋଣ ପୁନର୍ଗଠନ ନେଇ ଅନୁମତି ପ୍ରଦାନ କରିଛି। ଏ ନେଇ ବ୍ୟାଙ୍କଗୁଡିକ ବ୍ୟବସ୍ଥା କରିବେ ବୋଲି ଜଣାପଡିଛି। ୨୦୧୯ ଜୁଲାଇ ୭ରେ ଆସିଥିବା ବ୍ୟବସ୍ଥା ମୁତାବକ ଏଭଳି ପଦକ୍ଷେପ ବ୍ୟାଙ୍କଗୁଡିକ ଗ୍ରହଣ କରିବେ ବୋଲି ଗଭର୍ନର ଶକ୍ତିକାନ୍ତ କହିଛନ୍ତି। ଋଣ ପୁନର୍ଗଠନ ସୁବିଧା ଯୋଗାଣ ଦିଗରେ କାର୍ଯ୍ୟକ୍ରମ ଜାରି ରହିଛି ବୋଲି ଅର୍ଥମନ୍ତ୍ରୀ ନିର୍ମଳା ସୀତାରାମନ ପୂର୍ବରୁ ସୂଚନା ଦେଇଥିଲେ। ଏମ୍‌ଏସ୍‌ଏମ୍‌ଇଗୁଡିକର ଆକାଉଣ୍ଟ କ୍ଲାସିଫାଏଡ ଷ୍ଟାଣ୍ଡାର୍ଡର ହୋଇଥିଲେ ଋଣ ପୁନର୍ଗଠନ ସବୁଧାର ଲାଭ ଉଠାଇ ପାରିବେ। ସୁନା ବନ୍ଧକ ରଖି ଋଣ ଗ୍ରହଣ କ୍ଷେତ୍ରରେ ଲୋନ ଟୁ ଭାଲ୍ୟୁ ବା ସୁନା ମୂଲ୍ୟ ତୁଳନାରେ ଋଣ ସୀମାକୁ ୭୫%ରୁ ୯୦% ବଢାଯାଇଛି। ଷ୍ଟାର୍ଟଅପ୍‌ଗୁଡିକୁ ଅଗ୍ରାଧିକାର ଋଣ ପ୍ରଦାନ ଷ୍ଟାଟସ ପ୍ରଦାନ କରାଯାଇଛି। ବର୍ତ୍ତମାନ ଏହି ୟୁନିଟଗୁଡିକୁ ବ୍ୟାଙ୍କଗୁଡିକ ଋଣ ଯୋଗାଣ ଦିଗରେ ସହାୟକ ହୋଇ ପାରିବ। ଋଣ ମୋରାଟୋରିୟ ଅବଧି ୩୧ରେ ଶେଷ ହେଉଥିବା ବେଳେ ଏହାର ଅବଧି ବଢିବ କି ନାହିଁ ସେ ନେଇ ଗଭର୍ନର କିଛି ସ୍ପଷ୍ଟ କରିନାହାନ୍ତି। କରୋନା ଯୋଗୁ ବର୍ତ୍ତମାନ ଲୋକମାନେ ହଇରାଣ ହେଉଥିବାରୁ ମାର୍ଚ୍ଚରେ ଘୋଷଣା ହୋଇଥିବା ଋଣ ମୋରାଟୋରିୟମକୁ ପୁଣି ୩ ମାସ ବଢାଯାଇଥିଲା। ମୋରାଟୋରିୟମ ଅବଧି ବଢିଲେ ଏହା ଲୋକଙ୍କ ଦ୍ୱାରା ଅପବ୍ୟବହାର ହେବ ବୋଲି ବ୍ୟାଙ୍କଗୁଡିକ ଆଶଙ୍କା କରୁଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଟାଟା ଷ୍ଟିଲ ଖଣ୍ଡବନ୍ଧ ଖଣି ସମ୍ମାନିତ

ଯୋଡ଼ା,୨୮ା୯(ମାନସ ମହାନ୍ତି): ସୁରକ୍ଷା, ସ୍ବାସ୍ଥ୍ୟ ଏବଂ ପରିବେଶ (ଏସ୍‌ଏଚ୍‌ଇ) ପରିଚାଳନା କ୍ଷେତ୍ରରେ ଶ୍ରେଷ୍ଠତା ପ୍ରଦର୍ଶନ ପାଇଁ ଟାଟା ଷ୍ଟିଲ୍‌ର ଖଣ୍ଡବନ୍ଧ ଲୁହାପଥର ଖଣି ସମ୍ମାନିତ ହୋଇଛି। କୋଲକାତାଠାରେ…

ଶେଷରେ ବଦଳିଗଲା ନିଷ୍ପତ୍ତି, ସ୍ଥଗିତ ହେଲା ବ୍ୟାଙ୍କ ଧର୍ମଘଟ

ନୂଆଦିଲ୍ଲୀ/ଭୁବନେଶ୍ୱର,୨୮ା୯: ପ୍ରସ୍ତାବିତ ୩ ଦିନିଆ ବ୍ୟାଙ୍କ ଧର୍ମଘଟ ସ୍ଥଗିତ ହୋଇଯାଇଛି। ସୋମବାରଠାରୁ ହେବାକୁ ଥିବା ପ୍ରସ୍ତାବିତ ୩ ଦିନିଆ ସାରା ଭାରତୀୟ ବ୍ୟାଙ୍କ ଧର୍ମଘଟକୁ ସ୍ଥଗିତ ରଖାଯାଇଛି।…

୮% ମହଙ୍ଗା ହେବ ଗୃହୋପକରଣ, ଇଲେକ୍‌ଟ୍ରୋନିକ୍ସ ସାମଗ୍ରୀ

ନୂଆଦିଲ୍ଲୀ,୨୮ା୯: ସାଧାରଣତଃ ପାର୍ବଣ ସମୟରେ ଭାରତୀୟ ବଜାରରେ ଅଧିକ କାରବାର ହୋଇଥାଏ। କାରଣ ଦଶହରା ଏବଂ ଦୀପାବଳିରେ ଲୋକମାନେ ଅନେକ କିସମର ଗୃହ ଉପକରଣ ଏବଂ ଇଲେକଟ୍ରୋନିକ୍ସ…

ଆସନ୍ତାକାଲିଠାରୁ ୩ ଦିନ ବ୍ୟାଙ୍କ ହଡ଼ତାଳ: ଚାଲିବନି UPI , ATM? ଆସିଲା ବଡ଼ ଅପଡେଟ୍‌

ନୂଆଦିଲ୍ଲୀ,୨୭।୯: ୨୮ ସେପ୍ଟେମ୍ବରରୁ ୩୦ ସେପ୍ଟେମ୍ବର ୨୦୨୬ ପର୍ଯ୍ୟନ୍ତ ୩ ଦିନ ପାଇଁ ଦେଶବ୍ୟାପୀ ବ୍ୟାଙ୍କ ହଡ଼ତାଳ ହେବାକୁ ଯାଉଛି। ୟୁନାଇଟେଡ ଫୋରମ ଅଫ ବ୍ୟାଙ୍କ ୟୁନିୟନ୍ସ…

ଭାରତୀୟ ଟେଲିକମ୍ ଗ୍ରାହକଙ୍କ ପାଇଁ ବଡ଼ ଖବର: ଏବେ ବର୍ଷକୁ ୧୩ ନୁହେଁ, ୧୨ ଥର କରିବାକୁ ପଡ଼ିବ ରିଚାର୍ଜ

ନୂଆଦିଲ୍ଲୀ,୨୭।୯: ଭାରତୀୟ ଟେଲିକମ୍ ଗ୍ରାହକଙ୍କ ପାଇଁ ଏକ ଅତ୍ୟନ୍ତ ଖୁସିର ଖବର ସାମ୍ନାକୁ ଆସିଛି। କେନ୍ଦ୍ର ସରକାର ଏବଂ ଭାରତୀୟ ଟେଲିକମ୍ ନିୟାମକ ପ୍ରାଧିକରଣ (TRAI) ଦେଶର…

ଏଣିକି ୨୮ଦିନିଆ ନୁହେଁ ୩୦ଦିନ ରହିବ ରିଚାର୍ଜ ପ୍ଲାନ! ସରକାର ନେଲେ ବଡ଼ ନିଷ୍ପତ୍ତି

ନୂଆଦିଲ୍‌ଲୀ,୨୭।୯: ଦେଶର କୋଟି କୋଟି ମୋବାଇଲ ଉପଭୋକ୍ତାଙ୍କ ପାଇଁ ଏକ ବଡ଼ ଆଶ୍ୱସ୍ତିକର ଖବର ସାମ୍ନାକୁ ଆସିଛି। ଭାରତୀୟ ଟେଲିକମ ନିୟାମକ ପ୍ରାଧିକରଣ (TRAI) ନିୟମରେ ଏକ…

Amazon-Flipkart- JioMartକୁ ବଡ଼ ଝଟକା, ଗଣିବେ ଏତେ ଲକ୍ଷ ଲକ୍ଷ ଟଙ୍କାର ଜରିମାନା!

ନୂଆଦିଲ୍ଲୀ,୨୭।୯: ଅନଲାଇନ ଗ୍ରାହକଙ୍କ ପାଇଁ ଏକ ଗୁରୁତ୍ୱପୂର୍ଣ୍ଣ ଖବର ରହିଛି। କେନ୍ଦ୍ରୀୟ ଉପଭୋକ୍ତା ସୁରକ୍ଷା ପ୍ରାଧିକରଣ (CCPA) ଆମାଜନ (Amazon), ଫ୍ଲିପକାର୍ଟ (Flipkart) ଏବଂ ଜିଓମାର୍ଟ (JioMart)…

ଲିଟର ପିଛା ମାତ୍ର ୨୫ ଟଙ୍କାରେ ଚାଲିବ କାର୍‌; ବଡ଼ ଘୋଷଣା କଲେ ନୀତିନ ଗଡ଼କରୀ, ଅକ୍ଟୋବରରୁ…

ନୂଆଦିଲ୍‌ଲୀ,୨୭।୯: କେନ୍ଦ୍ର ସଡ଼କ ପରିବହନ ମନ୍ତ୍ରୀ ନୀତିନ ଗଡ଼କରୀ ଇଥାନଲକୁ ନେଇ ଏକ ନୂଆ ସ୍ୱପ୍ନ ଦେଖାଇଛନ୍ତି। ତାଙ୍କ କହିବା କଥା ହେଉଛି, ଅକ୍ଟୋବର ମାସରୁ ହିଁ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?