ବିଜେଡିର ପରାଜୟ ନେଇ ସୋସିଆଲ ମିଡିଆରେ ଏମିତି ଲେଖିଲେ ଦେବାଶିଷ,ସ୍ବାଭିମାନ ନ ଥିବା ସ୍ବାର୍ଥବାଦୀଙ୍କ…

ଭୁବନେଶ୍ୱର,୯ା୪: ବିଜେଡିର ପରାଜୟ ନେଇ ସୋସିଆଲ ମିଡିଆରେ ଦେବାଶିଷ ସାମନ୍ତରାୟ ପ୍ରତିକ୍ରିୟା ଦେଇଛନ୍ତି। ସେ ତାଙ୍କ ପୋଷ୍ଟରେ ଲେଖିଛନ୍ତି, ବିଶେଷକରି ‘ଓଡ଼ିଆ ଅସ୍ମିତା’ ପାଇଁ ବିଜେଡି ହାରିଲା। ଆମେ ଜଗନ୍ନାଥ ପ୍ରଦେଶର ଲୋକ, ଅସ୍ମିତା ରକ୍ଷା ଆମର ମୂଳ ଲକ୍ଷ୍ୟ ବୋଲି ଦେବାଶିଷ କହିଛନ୍ତି।

ସେ ଆହୁରି ମଧ୍ୟ କହିଛନ୍ତି, ବିଜେଡିରେ ଯୋଗଦେଇ ପଦ ପାଇଥିବା କିଛି ନୂତନ ନେତା ନା ଏ ଦଳର ଇତିହାସ ଜାଣିଛନ୍ତି, ନା ନବୀନ ବାବୁଙ୍କର ନା ବିଜୁବାବୁଙ୍କ ଆଦର୍ଶ ଜାଣିଛନ୍ତି। ସେମାନେ ଆଉ କାହାର ଇଶାରାରେ ପରିଚାଳିତ ହେଉଛନ୍ତି। ସ୍ବାଭିମାନ ନଥିବା ସ୍ବାର୍ଥବାଦୀଙ୍କ ସମ୍ପର୍କରେ ଏତିକି କୁହାଯାଇପାରେ। ନା ସେମାନେ ଦଳର ନା ଓଡ଼ିଶାର, ନା ନବୀନ ପଟ୍ଟନାୟକଙ୍କର ବୋଲି କହି କଡ଼ା କଟାକ୍ଷ କରିଛନ୍ତି।

ଅନ୍ୟପକ୍ଷରେ କିଛିଦିନ ତଳେ କଂଗ୍ରେସ ବିଧାୟିକା ସୋଫିଆ ଫିର୍ଦ୍ଦୋସ ଦେବାଶିଷଙ୍କ ଉପରେ ମଧ୍ୟ ବର୍ଷିଥିଲେ। ସେ କହିଛନ୍ତି, ଓ୍ବାକଆଉଟ୍‌ ଅର୍ଥ ଦେବାଶିଷ ବାବୁ ଭାଜପାକୁ ସମର୍ଥନ କରିଛନ୍ତି। ଗୋଟିଏ ଭୋଟ୍‌ କମିଲା ଅର୍ଥ ସେମାନଙ୍କ ଓ୍ବେଟେଜ୍‌ ବଢ଼ିଲା। ବାରବାଟୀ କଟକ ଲୋକେ ତାଙ୍କ ନିଷ୍ପତ୍ତିରେ ଦୁଃଖିତ। ଯଦି ବାରବାଟୀ ଲୋକଙ୍କ ସହ ଭାବାବେଗ ଥାଆନ୍ତା ସେ ନିଶ୍ଚିତ ବିରୋଧ କରିଥାନ୍ତେ। ନିଜକୁ ବଞ୍ଚାଇବା ପାଇଁ ବିରୋଧ ନ କରି ଓ୍ବାକ୍‌ଆଉଟ୍‌ କରିଛନ୍ତି। ସେ ଭାଜପା ସହ ୧୦୦% ଡିଲ କରିଛନ୍ତି। ୨୪ ବର୍ଷର ସ୍କାମ ଧୋଇବାକୁ ସବୁକ୍ଷେତ୍ରରେ ସମର୍ଥନ କରିଛନ୍ତି। ଯାହାଦ୍ୱାରା ସେ କଟକର ମୁସଲମାନଙ୍କ ସହ ଲୋକଙ୍କ ସହ ପ୍ରତାରଣା କରିଛନ୍ତି ବୋଲି ସୋଫିଆ ସିଧାସିଧା କହିଥିଲେ।

Share