ଶ୍ରୀମୟୀଙ୍କ ପାଇଁ ବାହାରିଲେ ଦେବାଶିଷ, କହିଲେ ସେ ଯେତେବେଳେ ଯାହା ବି…

ଭୁବନେଶ୍ୱର,୧୯ା୯: ବିଜେଡିରେ ଚାଲିଥିବା ଅନ୍ତର୍ଦ୍ୱନ୍ଦ୍ୱ ଦିନକୁ ଦିନ ପଦାରେ ପଡୁଛି। ଦଳର ବରିଷ୍ଠ ନେତାମାନେ ଜଣଙ୍କ ପରେ ଜଣେ ଅସନ୍ତୋଷ ଝାଡୁଛନ୍ତି। ଏହା ମଧ୍ୟରେ ଦଳର ବରିଷ୍ଠ ନେତା ତଥା ଏମ୍‌ପି ଦେବାଶିଷ ସାମନ୍ତରାୟ ମଧ୍ୟ ମୁହଁ ଖୋଲିଛନ୍ତି।

ଶ୍ରୀମୟୀ ମିଶ୍ରଙ୍କ ସପକ୍ଷରେ ବାହାରିଛନ୍ତି ବିଜେଡି ଏମ୍‌ପି ଦେବାଶିଷ ସାମନ୍ତରାୟ। ସେ କହିଛନ୍ତି, ଶ୍ରୀମୟୀ ଯେତେବେଳେ ଯାହା କହିଛନ୍ତି ଠିକ୍‌ କହିଛନ୍ତି। ଟିକେଟ୍‌ ଦେବାକୁ କହି ଶ୍ରୀମୟୀଙ୍କୁ ଟିକେଟ୍‌ ଦେଇନି ଦଳ। ଶ୍ରୀମୟୀ ଯେଉଁ ସବୁ କଥା କହିଛନ୍ତି ସେଥିରେ ସତ୍ୟତା ଅଛି ବୋଲି ଦେବାଶିଷ କହିଛନ୍ତି।

କିଛିଦିନ ତଳେ ସୋସିଆଲ ମିଡିଆରେ ‘ଧୃତରାଷ୍ଟ୍ର’ଙ୍କ ଉଦାହରଣ ଦେଇ ଶ୍ରୀମୟୀ ମିଶ୍ର କାହା ନାଁ ନ ନେଇ କଡ଼ା ଆକ୍ଷେପ କରିଥିଲେ। ସେ କହିଛନ୍ତି, ଦ୍ରୌପଦୀଙ୍କୁ ଅପମାନ ହେଉଥିବା ସଭାରେ ରାଜା ଧୃତରାଷ୍ଟ୍ର ଅଧ୍ୟକ୍ଷତା କରିଥିଲେ। ଅନ୍ୟାୟ ବିଷୟରେ ଜାଣି ମଧ୍ୟ ସେ ଏହି ଅପମାନ ରୋକିବାକୁ ଚେଷ୍ଟା କରି ନ ଥିଲେ। ଧୃତରାଷ୍ଟ୍ରଙ୍କର ବିଶେଷତଃ ଦୁର୍ଯ୍ୟୋଧନ ପ୍ରତି ଅନ୍ଧ ପ୍ରୀତି ନୀରବ ରଖିଥିଲା। କିଛି ଲୋକ ଧୃତରାଷ୍ଟ୍ର ପରି ଅନ୍ଧ, ଅନ୍ୟାୟ ରୋକିବାକୁ ପ୍ରୟାସ କରନ୍ତି ନାହିଁ। ଇତିହାସ ଏପରି ଅଯୋଗ୍ୟ ରାଜାଙ୍କୁ କେବେ କ୍ଷମା ଦେବ ନାହିଁ ବୋଲି ସେ ସଫାସଫା କହିଥିଲେ। ।

କାରଣ ସେମାନଙ୍କର ନୀରବତା ଦୁଃଖଦ ପରିଣାମ ଆଣିଥାଏ। ମହିଳାଙ୍କୁ ଅପମାନିତ କରିବା ବ୍ୟକ୍ତି ମହିଳା ସଶକ୍ତୀକରଣ ସ୍ଲୋଗାନ ଦେଲେ ଜନେ ହସନ୍ତି ବୋଲି ସେ କହିଥିଲେ। । ଏଥିସହିତ ସେ ଆହୁରି ମଧ୍ୟ କହିଥିଲେ, ଅନ୍ୟାୟର ଶିଡ଼ି ଚଢ଼ୁଥିବା ବ୍ୟକ୍ତି ନ୍ୟାୟମୂର୍ତ୍ତି ପାଇଁ ଚେଷ୍ଟା କରନ୍ତି ଯେଉଁଥିପାଇଁ ଜନେ ହସନ୍ତି। ତେବେ ସବୁଠୁ ବଡ଼ ତଥା ଗୁରୁତ୍ୱପୂର୍ଣ୍ଣ କଥା ହେଉଛି ବିଜେଡି ସୁପ୍ରିମୋ ନବୀନ ପଟ୍ଟନାୟକଙ୍କୁ ଟାର୍ଗେଟ୍‌ କରି ଶ୍ରୀମୟୀ କୁଆଡ଼େ ଏମିତି କହିଥିଲେ ବୋଲି ରାଜନୈତିକ ମହଲରେ ଜୋର୍‌ଦାର ଚର୍ଚ୍ଚା ହେଉଛି।

ଏଥିସହିତ ଦେବାଶିଷ ସାମନ୍ତରାୟ ପ୍ରଫୁଲ୍ଲ ମଲ୍ଲିକଙ୍କୁ ଦଳରୁ ସସ୍‌ପେଣ୍ଡ କରିବା କଥା ନେଇ ମଧ୍ୟ ମୁହଁ ଖୋଲିଛନ୍ତି। ସେ କହିଛନ୍ତି, ପ୍ରଫୁଲ୍ଲ ମଲ୍ଲିକଙ୍କୁ ସସ୍‌ପେଣ୍ଡ କରିବା ଠିକ୍‌ ନୁହେଁ। ସେ ଜଣେ ବରିଷ୍ଠ ନେତା, ବିଜେଡି ପାଇଁ ବହୁତ କାମ କରିଛନ୍ତି। ପ୍ରଫୁଲଙ୍କୁ ବିଜେଡିରୁ ସସ୍‌ପେଣ୍ଡ କରିବା ଭୁଲ୍‌ ନିଷ୍ପତ୍ତି। ଭାସ୍କର ରାଓ ଭଳି ପୁରୁଖା ନେତା ବିଜେଡି ଛାଡ଼ି ଚାଲି ଯାଉଛନ୍ତି। ଯାହା ଦଳକୁ ଅନେକ କ୍ଷତି ପହଞ୍ଚାଇବ।

ବିଜେଡିରେ ନ ଥିବା କଥାକୁ ଏଡ଼ାଇଛନ୍ତି ଦେବାଶିଷ। କହିଲେ ମୁଁ ଦଳରେ ଅଛି, କୋଣଠେସା ହୋଇନାହିଁ। ଯେତେବେଳେ କହିବାକୁ କୁହାଯାଉଛି ସଂସଦରେ କହୁଛି।


Enter your email to get our daily news in your inbox.

All Right Reserved By Dharitri.Com

ବୈଭବ ସୂର୍ଯ୍ୟବଂଶୀଙ୍କ ସହ ଓପନିଂ କରିବେ ସଞ୍ଜୁ? ବୋଲରଙ୍କ ମୁଣ୍ଡବିନ୍ଧାର କାରଣ ସାଜିବେ ଏହି ଯୋଡ଼ି

ନୂଆଦିଲ୍ଲୀ,୪।୮: ଶ୍ରୀଲଙ୍କା ବିପକ୍ଷ ଟେଷ୍ଟ ସିରିଜ୍‌ ଶେଷ ହେବା ପରେ ଏବେ ପୁଣି ଥରେ ଟି-୨୦ ଫର୍ମାଟ୍‌ରେ ମଇଦାନକୁ ଓହ୍ଲାଇବାକୁ ପ୍ରସ୍ତୁତ ହେଉଛି ଭାରତୀୟ ଦଳ। ଏହି…

ସ୍ବାମୀ ଲକ୍ଷ୍ମଣାନନ୍ଦଙ୍କ ତଦନ୍ତ ଫାଇଲ ଗାଏବ୍‌ ମାମଲା, ସିବିଆଇ ତଦନ୍ତ ଦାବି କଲେ ପୁଅ-ବୋହୂ

ଭୁବନେଶ୍ୱର,୪।୯(ତ୍ରିନାଥ ମହାନ୍ତି): ସ୍ବାମୀ ଲକ୍ଷ୍ମଣାନନ୍ଦ ସରସ୍ବତୀଙ୍କ ହତ୍ୟାକୁ ୧୮ ବର୍ଷ ପୂରିଛି। ଶୁକ୍ରବାର ସାରା ରାଜ୍ୟରେ ବଳିଦାନ ଦିବସ ପାଳନ କରାଯାଇ ସ୍ବାମିଜୀଙ୍କୁ ଶ୍ରଦ୍ଧାଞ୍ଜଳି ଦିଆଯାଇଛି। କିନ୍ତୁ…

୨୦୨୯ରେ ବିଜୟ ହେବେ PM ପ୍ରାର୍ଥୀ? TVK ଦଳର ବଡ଼ ଦାବି, କଂଗ୍ରେସ ଶିବିରରେ ହଇଚଇ!

ଚେନ୍ନାଇ,୪।୯: ୨୦୨୯ ସାଧାରଣ ନିର୍ବାଚନରେ ପ୍ରଧାନମନ୍ତ୍ରୀ ପଦ ଲାଗି ପ୍ରାର୍ଥୀ ଚୟନକୁ ନେଇ ତାମିଲନାଡୁର ଶାସକ ଦଳ ‘ତାମିଲଗା ଭେଟ୍ରି କାଝାଗାମ’ (TVK) ଏବଂ ସହଯୋଗୀ ଦଳ…

ଚାକିରି ଦେବା ନାଁରେ ଠକେଇ: ମୁଖ୍ୟ ଅଭିଯୁକ୍ତଙ୍କ ସମେତ ୪ ଗିରଫ

ଛତ୍ରପୁର,୪।୮(ଦିଲ୍ଲୀପ ସାମଲ/ଦ୍ୱାରିକା ପଟ୍ଟନାୟକ): ଯୁବପିଢ଼ିଙ୍କୁ ଚାକିରି କରାଇ ଦେବା ନାଁରେ ଠକେଇ ଅଭିଯୋଗରେ ଛତ୍ରପୁର ଥାନା ପୋଲିସ ମୁଖ୍ୟ ଅଭିଯୁକ୍ତଙ୍କ ସମେତ ୪ ଜଣଙ୍କୁ ଗିରଫ କରିଛି।…

ପ୍ରଥମ ଥର ଭାରତ-ଜାପାନ ଖେଳିବେ ଟି୨୦ମ୍ୟାଚ

ନୂଆଦିଲ୍ଲୀ, ୪ା୯: ଏସିଆନ ଗେମ୍ସ ପୂର୍ବରୁ ସେପ୍ଟେମ୍ବର ୨୨ରେ ଭାରତୀୟ ପୁରୁଷ କ୍ରିକେଟ ଦଳ ଜାପାନ ବିପକ୍ଷରେ ପ୍ରଥମ ଥର ଏକ ଅନ୍ତର୍ଜାତୀୟ ଟି୨୦ ମ୍ୟାଚ ଖେଳିବ।…

ଓଡ଼ିଶା ପାଇଁ ଗୌରବ: ଆଡ଼ଭାନ୍ସ ମାଉଣ୍ଟେନିୟରିଂ ପ୍ରଶିକ୍ଷଣ ପାଇଁ କାଶ୍ମୀର ଯିବେ ବରଗଡ଼ର ଆଶୀର୍ବାଦ ମହାପାତ୍ର

ବରଗଡ଼, ୪।୯(ପ୍ରେମାନନ୍ଦ ଖମାରୀ): ଓଡ଼ିଶାର ଜଣାଶୁଣା ଆନ୍ତର୍ଜାତୀୟ ପର୍ବତାରୋହୀ ତଥା ବରଗଡ଼ ଜିଲା ଅତାବିରା ବ୍ଲକ୍ ଅନ୍ତର୍ଗତ କୁଲିତାଟୁକୁରା ଗ୍ରାମର ବାସିନ୍ଦା ଆଶୀର୍ବାଦ ମହାପାତ୍ର ଆଡ଼ଭାନ୍ସ ମାଉଣ୍ଟେନିୟରିଂ…

ଖିମଜୀ ଦୟାଭାଇ କୋ.ଗ୍ରୁପ୍‌ ପାଳନ କରୁଛି ୯୦ ବର୍ଷର ବିଶ୍ୱାସ, କାରିଗରୀ ଓ ସଫଳତା

ଭୁବନେଶ୍ୱର: ଓଡ଼ିଶାର ଐତିହ୍ୟବାହୀ ଜୁଏଲେରୀ ବ୍ରାଣ୍ଡ ଖିମଜୀ ଦୟାଭାଇ କୋ. ଗ୍ରୁପ ଗର୍ବର ସହ ନିଜର ୯୦ ବର୍ଷର ଯାତ୍ରା ପାଳନ କରୁଛି। ୧୯୩୬ ଅଗଷ୍ଟରୁ ଆରମ୍ଭ…

ଏବେ କିଣିନିଅନ୍ତୁ ସୁନା, ବଢିବ ସୁନାଦର; ଏକ୍ସପର୍ଟ କହିଦେଲେ କେବେ…

ନୂଆଦିଲ୍ଲୀ,୪।୯: ପାର୍ୱଣ ଏବଂ ବିବାହ ଋତୁ ପାଇଁ ପ୍ରସ୍ତୁତି ଚଳାଇଥିବା ଲୋକଙ୍କ ନିମନ୍ତେ ସେପ୍ଟେମ୍ୱର ମାସଟି ବେଶ ଗୁରୁତ୍ୱପୂର୍ଣ୍ଣ ସାବ୍ୟସ୍ତ ହୋଇପାରେ। ସମ୍ପ୍ରତି ସୁନା ଦରରେ କିଛିଟା…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri