ଏମିତି ବି ଆସେ ମୃତ୍ୟୁ : କୁକୁର ଛୁଆ ମୁହଁରୁ ଢାଳ କାଢ଼ି ବଞ୍ଚାଇଥିଲେ, ହେଲେ ଏବେ…

ଦାରିଙ୍ଗବାଡି,୩।୧୨ (ଅରୁଣ ସାହୁ): ମୃତ୍ୟୁ ଏମିତି ବି ଆସେ। ଟିକିଏ ଅସାବଧାନତା ଜଣଙ୍କ ଜୀବନ ନେଇଗଲା।  ଏଭଳି ଦୁଃଖଦ ଖବର ଆସିଛିି କନ୍ଧମାଳ ଜିଲା ଦାରିଙ୍ଗବାଡି ବ୍ଲକ ସରାମୁଳି ପଞ୍ଚାୟତ ପାକାଲମାହା ଗ୍ରାମର ଫାଉସ୍ଥିନା ବଳିୟାର ସିଂ(୪୬)ଙ୍କ କ୍ଷେତ୍ରରେ। ସେ ମଙ୍ଗଳବାର ଗୁରୁତର ହୋଇ ଚିକିତ୍ସାଧୀନ ଅବସ୍ଥାରେ ଜୀବନ ହରାଇଛନ୍ତି। ତାଙ୍କୁ ତାଙ୍କ ବଡ଼ଭାଇ ସନ ବଳିୟାର ସିଂ  ଓ ଅନ୍ୟମାନେ ଆମ୍ବୁଲାନ୍ସ ମାଧ୍ୟମରେ ନିଜ ଭିଟାମାଟିକୁ ନେଇ ଆସୁଛନ୍ତି ।ଏହି ସମୟରେ ସେ ପ୍ରତିକ୍ରିୟା ରଖି କହିଛନ୍ତି ଯେ, ୨ ବର୍ଷ ପୂର୍ବରୁ ଥରେ ଗାଁରେ ଏକ କୁକୁର ଛୁଆର ବେକରେ ଏକ ଢାଳ ଲାଗିଯାଇଥିଲା କୁକୁର ଛୁଆଟି ଗାଁରେ ଏଣେ ତେଣେ ବୁଲୁଥିଲା । କୌଣସି ଖାଦ୍ୟ ଗ୍ରହଣ କରିବା ସମ୍ଭବ ନଥିଲା ଏଥିରେ ଦୟା ଦେଖାଇ ଦିନେ ଭୋର ସମୟରେ ସନ ଏବଂ ସାନ ଭାଇ ଫାଉସ୍ଥିନା ଯିଏ ଏବେ ମୃତ ଦୁହେଁ ଉକ୍ତ କୁକୁର ଛୁଆର ବେକରୁ ଢାଳ ଟି ବାହାର କରି ତାକୁ ବଞ୍ଚେଇବାକୁ ଚେଷ୍ଟା କରି ଢାଳ ବାହାର କରି ବଞ୍ଚେଇଥିଲେ। ହେଲେ କୁକୁର ଟି ସେହି ସମୟରେ ଫାଉସ୍ଥିନାଙ୍କୁ କାମୁଡି ଦେଇଥିଲା ହାତରୁ ରକ୍ତସ୍ରାବ ହୋଇଥିଲା ତାଙ୍କୁ ଭାଇ ସନ ପ୍ରଥମେ ସରାମୁଳି ପରେ ଗଦାପୁର ଓ ପରେ ବ୍ରାହ୍ମଣୀଗାଁ ସ୍ବାସ୍ଥ୍ୟକେନ୍ଦ୍ରକୁ ନେଇଥିଲେ। ସେହି ସମୟରେ ତାଙ୍କ ଉପଯୁକ୍ତ ଚିକିତ୍ସା ହୋଇ ନ ଥିଲା କି କୁକୁର କାମୁଡା ଇଞ୍ଜେକ୍ସନ ଦେବାକୁ କେହି ପରାମର୍ଶ ଦେଇ ନ ଥିଲେ। ଓଲଟି ଏକ ସାବୁନରେ ଭଲରେ ହାତ ଧୋଇଦେବାକୁ କହି କିଛି ଖାଇବାକୁ ଔଷଧ ଦେଇଥିଲେ। ସଥିରେ ଭାଇ ଟିକିଏ ସୁସ୍ଥ ଅନୁଭବ କରିବାରୁ ଆଉ ଅଧିକା ଚିକିତ୍ସା କରାଇ ନ ଥିଲେ ବୋଲି ମୃତକଙ୍କ ବଡ଼ ଭାଇ ଦୁଃଖ ଭରା କଣ୍ଠରେ କହିଛନ୍ତି । ସେତେବେଳେ ଉପଯୁକ୍ତ ଚିକିତ୍ସା ହୋଇଥିଲେ ଆଜି ଏହି ଦଶା ଭୋଗିବାକୁ ପଡ଼ି ନ ଥାନ୍ତା  ବୋଲି ସେ କହିଛନ୍ତି।
ସୂଚନା ଯୋଗ୍ୟ ଯେ, ଦୀର୍ଘ ବର୍ଷ ଧରି ଫାଉସ୍ଥିନା କେରଳରେ କାମ କରୁଥିବା ବେଳେ ସେ ଗାଁ କୁ ମଝିରେ ଆସନ୍ତି ଏବଂ ଚଳିତ ବର୍ଷ ପୁଣି ଜୁନ ମାସରେ ସେ କାମଧନ୍ଦା ପାଇ କେରଳ ପରିବାର ସହ ଯାଇଥିଲେ। ସାନ ଭାଇର ମୃତ ଦେହ ନେଇ ଗାଁ କୁ ଫେରୁଛନ୍ତି।  ସରକାର ତାଙ୍କ ମୃତ ଭାଇଙ୍କ ପରିବାର ଲୋକଙ୍କୁ ସହାୟତା କରିବାକୁ ସେ ନିବେଦନ କରିଛନ୍ତି ।
Dharitri – Odisha’s No.1 Odia Daily

Share